• About
  • Contact
Thursday, September 3, 2026
Thursday, September 3, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଏଥର ଫସିବେ ନେତା..

ଏଥର ଫସିବେ ନେତା..
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୨ ନଭେମ୍ବର ୨୦୨୨

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ସକ୍ରିୟ ହୋଇଛି ଇଡି। ଜଣେ ନୁହେଁ କି ଅଧେ ନୁହେଁ ଏକାଥରକେ ୧୫ରୁ ଅଧିକ ବ୍ୟକ୍ତିଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ମାମଲା ଯାହାଙ୍କ ଠାରୁ ଆରମ୍ଭ ହୋଇଥିଲା, ସେହି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଏବେ ହୋଇଛନ୍ତି ଜେରାର ସମୁଖୀନ। ଫିଲ୍ମ ପ୍ରଯୋଜକଙ୍କୁ କମିସନରେଟ ପୋଲିସ ଛାଡ଼ିଦେଇଥିବା ବେଳେ ଇଡି ହାବୁଡ଼ରେ ପଡିଛନ୍ତି ଏବେ ସିଏ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ କଟକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର କିଛି ନେତାଙ୍କୁ ସମନ ହୋଇଛି। ଏପରିକି ଜଣାଶୁଣା ବ୍ୟବସାୟୀ ଅମୀୟ ଦାସଙ୍କୁ ଜେରା କରିବାପରେ ଅର୍ଚ୍ଚନା ନାଗର ଆର୍ଥିକ କାରବାରର ଅନେକ ତଥ୍ୟ ପଦାକୁ ଆସିବ। ନେତାମାନଙ୍କ ସହ କିଛି ବିଲଡର, ବ୍ୟବସାୟୀ ଓ ସରକାରୀ ଅଫିସରଙ୍କ ସହ ଅର୍ଚ୍ଚନାର ଆର୍ଥିକ କାରବାରର ପ୍ରମାଣ ପାଇଛି ଇଡି। ପର୍ଯ୍ୟାୟକ୍ରମେ ଏହି ଅଫିସର ମାନଙ୍କୁ ମଧ୍ୟ ଇଡି ସମନ କରିବ ବୋଲି ଜଣା ପଡ଼ିଛି ।

ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ବ୍ୟବସାୟୀ ଅମୀୟ ଦାସଙ୍କୁ ଜେରା କରିବା ପରେ ଇଡିର ଆଭିମୁଖ୍ୟ ସ୍ପଷ୍ଟ ହୋଇଛି। ଚିଟ୍ ଫଣ୍ଡ ତଦନ୍ତ ଭଳି ଏହି ତଦନ୍ତର ଗତି ଶିଥିଳ ନହୋଇପାରେ ବୋଲି ଜଣାପଡ଼ିଛି। ଇଡିର ଅନୁସନ୍ଧାନରୁ ଜଣାପଡିଛି ଯେ, ଶାସକ ଦଳରୁ ବହୁ ଟାଣୁଆ ନେତା ଓ ସରକାରୀ ଅଧିକାରୀଙ୍କ ସହ ଅର୍ଚ୍ଚନା ନାଗର ଆର୍ଥିକ କାରବାର ଚାଲିଥିଲା। ଅର୍ଚ୍ଚନାଙ୍କୁ ଜେରାପରେ ଏହି ତଥ୍ୟ ହାସଲ କରିଛି ଇଡି। ଯଦିଓ ଭୁବନେଶ୍ୱର କମିସନରେଟ ପୋଲିସ ହାତରେ ଏହି ତଥ୍ୟ ଲାଗିଥିଲା ମାତ୍ର ଇଡିକୁ ଆବଶ୍ୟକୀୟ ସହଯୋଗ ଓଡ଼ିଶା ପୋଲିସ କରିନାହିଁ ବୋଲି ଶୁଣିବାକୁ ମିଳୁଛି। କମିସନରେଟ ପୋଲିସର ସହାୟତା ପାଇଥିଲେ ଇଡିର ତଦନ୍ତ ବେଶ୍ ଆଗକୁ ବଢ଼ିଥାଆନ୍ତା ବୋଲି ଏକ ଧାରଣା ସୃଷ୍ଟି ହୋଇଛି ।

ଏହି ମାମଲାରେ କମିସନରେଟ ପୋଲିସର ଭୂମିକା କ’ଣ ଥିଲା? ମାମଲାଟି ଆରମ୍ଭ ହୋଇଥିବା ଫିଲ୍ମ ପ୍ରଯୋଜକଙ୍କୁ କମିସନରେଟ ପୋଲିସ ତଥ୍ୟ ଆଦାୟ ପାଇଁ ଡାକିଥିଲା କାହିଁକି? ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିବା ମହିଳାଙ୍କଠାରୁ କମିସନରେଟ ପୋଲିସ କ’ଣ ସବୁ ତଥ୍ୟ ହାସଲ କରିଛି? ଏପରିକି ଅର୍ଚ୍ଚନାଙ୍କ ଠାରୁ ଜବତ ସମସ୍ତ କାଗଜପତ୍ର ଓ ମୋବାଇଲରୁ ହାସଲ ତଥ୍ୟକୁ କମିସନରେଟ ପୋଲିସ ଇଡିକୁ ହସ୍ତାନ୍ତର କରିଛି କି?

ଏସବୁ ପ୍ରଶ୍ନର ଉତ୍ତର ମଧ୍ୟ ଏବେ ମିଳିବା ସମ୍ଭବ ନୁହେଁ। କାରଣ ଏହି ଘଟଣାରେ ଶାସକ ବିଜେଡିର ବହୁ ପ୍ରଭାବଶାଳୀ ନେତାଙ୍କ ସମ୍ପୃକ୍ତି ହିଁ କମିସନରେଟ ପୋଲିସର ହାତ ବାନ୍ଧି ଦେଇଥିଲା।

ମାତ୍ର ଧାମନଗର ଉପନିର୍ବାଚନ ବେଳେ କେନ୍ଦ୍ର ମନ୍ତ୍ରୀଙ୍କ ବକ୍ତବ୍ୟ ପରେ ଇଡି ଏହି ମାମଲାରେ ସକ୍ରିୟତା ଦେଖାଇଛି। ଯାହାର ଫଳ ସ୍ୱରୂପ କମିସନରେଟ ପୋଲିସ ତଦନ୍ତରେ ଯେଉଁମାନଙ୍କୁ ଛାଡ଼ି ଦିଆଯାଇଥିଲା, ସେମାନେ ଏବେ ଇଡିରେ ଜଣକ ପରେ ଜଣେ ହାଜର ହେବେ। ମିଳିଥିବା ଖବର ଅନୁଯାୟୀ ଫିଲ୍ମ ପ୍ରଯୋଜକ ଓ ବ୍ୟବସାୟୀଙ୍କ ଜେରା ପରେ ଅନ୍ୟ ପ୍ରଭାବଶାଳୀ ନେତାଙ୍କ ନାଁ ମଧ୍ୟ ଇଡି ସାମ୍ନାକୁ ଆଣିବ। ଅର୍ଚ୍ଚନା ସହ ଆର୍ଥିକ କାରବାରରେ ସମ୍ପୃକ୍ତ ଥିବା ନେତାମାନଙ୍କ ମଧ୍ୟରେ କଟକ, କେନ୍ଦ୍ରାପଡ଼ା ଓ ଢେଙ୍କାନାଳର ପ୍ରଭାବଶାଳୀ ନେତା ରହିଥବା ସ୍ପଷ୍ଟ ହେଉଛି । ଏମାନଙ୍କ ସହ ସମ୍ପର୍କ ରଖି ଅର୍ଚ୍ଚନା ନାଗ ତାର ସାମ୍ରାଜ୍ୟ ବିସ୍ତାର କରିଥିବା ସମସ୍ତ ତଥ୍ୟ ଇଡିର ହସ୍ତଗତ ହୋଇଛି। ଆଶାକରାଯାଉଛି କି ପଦ୍ମପୁର ଭୋଟ ଗ୍ରହଣ ତାରିଖ ପୂର୍ବରୁ ଏହି ନେତାମାନେ ଇଡି କାର୍ଯ୍ୟାଳୟରେ ହାଜର ହେବେ।

କିଏ ଏହି ନେତା? ଶାସକ ଦଳର ବିଧାୟକ ଓ ମନ୍ତ୍ରୀ ମାନଙ୍କ ଅର୍ଚ୍ଚନା ନାଗ ସହ ସମସ୍ତ ସମ୍ପର୍କ ଆସିବକି ପଦାକୁ? ଇଡି ଏହି ନେତାମାନଙ୍କୁ କାର୍ଯ୍ୟାଳୟକୁ ଜେରା କରିବାକୁ ଡାକିବା ପାଇଁ ସାହସ କରିବ ତ? ଯଦି ଇଡି ନିଜର ସମନ ଅନୁଯାୟୀ ଏହି ନେତାମାନଙ୍କୁ ଜେରା କରିବାକୁ ଡାକେ ତେବେ ଶାସକ ବିଜେଡି ପାଇଁ ଆଗକୁ ବେଶ୍ ଅଡୁଆ ବଢ଼ିବ।

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.