• About
  • Contact
Tuesday, September 1, 2026
Tuesday, September 1, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

Exit Poll ସତ ହେବ !

Exit Poll ସତ ହେବ !
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୭ ଡିସେମ୍ବର ୨୦୨୨

ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ଫଳାଫଳ ନେଇ ୬ଟି ସର୍ଭେ ସଂସ୍ଥାର ବୁଥ ବାହୁଡ଼ା ମତ ସାମ୍ନାକୁ ଆସିଛି । ଏହି ସର୍ଭେରେ କୁହାଯାଇଛି ଗୁଜରାଟରେ ପୁଣି ବିଜେପି ସରକାର ଗଠନ କରିବ ଏବଂ ହିମାଚଳ ପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ହେଉଛି। ଗୁଜରାଟରେ ବିଜେପିକୁ ଏହି ଆକଳନ ସର୍ବାଧିକ ୧୫୧ ଆସନ ପାଇବ ବୋଲି କହିଥିବା ବେଳେ ସର୍ବନିମ୍ନ ୧୧୭ଟି ଆସନ ପାଇପାରେ ବୋଲି ମଧ୍ୟ ସୂଚନା ଦେଇଛି। ସେହିପରି କଂଗ୍ରେସକୁ ସର୍ବାଧିକ ୫୦ ଓ ସର୍ବନିମ୍ନ ୧୬ଟି ଆସନରେ ଜିତିବ ବୋଲି ଏହି ସର୍ଭେରେ ଦର୍ଶାଯାଇଛି। ଆମ୍ ଆଦମୀ ପାର୍ଟି ସର୍ବନିମ୍ନ ୩ଟି ଆସନ ଓ ସର୍ବାଧିକ ୨୧ଟି ଆସନରେ ଜିତିବ ବୋଲି ପୂର୍ବାନୁମାନ କରିଛନ୍ତି ଏହି ସର୍ଭେ ସଂସ୍ଥା ମାନେ। ଯଦି ହାରାହାରି ଆସନ ସଂଖ୍ୟା ଦେଖାଯାଏ ତେବେ ୬ଟି ସର୍ଭେରେ ବିଜେପି ପାଇବ ୧୩୨, କଂଗ୍ରେସକୁ ୩୮ଟି ଆସନ ଓ ଆପକୁ ୮ଟି ଆସନ ମିଳିବା ସମ୍ଭାବନା ରହିଛି।

ସେହିପରି ହିମାଚଳ ପ୍ରଦେଶରେ ବିଜେପି ସର୍ବନିମ୍ନ ୨୪ଟି ଆସନ ପାଇବ ବୋଲି କୁହାଯାଉଥିବା ବେଳେ ସର୍ବାଧିକ ୪୦ଟି ଆସନ ପାଇପାରେ ବୋଲି କୁହାଯାଇଛି। କଂଗ୍ରେସ ସର୍ବନିମ୍ନ ୨୬ଟି ଆସନ ପାଇବ ବୋଲି କୁହାଯାଉଥିବା ବେଳେ ସର୍ବାଧିକ ୪୦ଟି ଆସନ ପାଇବାର ମଧ୍ୟ ପୂର୍ବାନୁମାନ କରାଯାଇଛି। ଯଦି ହାରାହାରି ଆସନ ସଂଖ୍ୟା ଦେଖାଯାଏ, ତେବେ ହିମାଚଳ ପ୍ରଦେଶରେ ବିଜେପି ୩୫ ଓ କଂଗ୍ରେସ ୩୦ଟି ଆସନରେ ଜିତିବାର ସମ୍ଭାବନା ରହିଛି। ଏହି ଆକଳନରେ ଆପ୍ ର ଫଳାଫଳ ଗୁଜରାଟରେ ଆଖିଦୃଶିଆ ହେବନାହିଁ ବୋଲି ପୂର୍ବାନୁମାନ କରାଯାଇଛି।

ଏହି ସର୍ଭେ ସଂସ୍ଥା ଓ ଜାତୀୟ ସ୍ତରର ନ୍ୟୁଜ୍ ଚ୍ୟାନେଲ୍ ର ବିଶ୍ଳେଷଣକୁ ବିଶ୍ୱାସ କରାଯାଇ ପରେ କି ? ଏମାନଙ୍କର ପୂର୍ବାନୁମାନ ସତ ହେବାର ସମ୍ଭାବନା ରହିଛି କି ? ନିର୍ଦ୍ଦିଷ୍ଟ କିଛି ସଂଖ୍ୟକ ଲୋକଙ୍କୁ ପଚରାଯାଇଥିବା ପ୍ରଶ୍ନ ଓ ସେମାନଙ୍କର ଉତ୍ତରରୁ ମିଳିଥିବା ତଥ୍ୟ ପୁରା ଗୁଜରାଟ ଓ ହିମାଚଳ ଭୋଟରଙ୍କ ମତଦାନର ପ୍ରତିଫଳନ କି ? ଯଦି Exit Pollର ଇତିହାସ ଉପରେ ନଜର ପକାଇବା ତେବେ ଅନେକ ସମୟରେ ଏହା ଶତ ପ୍ରତିଶତ ଠିକ ହୋଇନାହିଁ । ୨୦୨୦ ବିହାର ନିର୍ବାଚନରେ ସର୍ଭେ ସଂସ୍ଥା ମାନେ କହିଥିଲେ ଆରଜେଡ଼ି ଜିତିବ ବୋଲି ମାତ୍ର ଜିତିଲା ଜେଡ଼ିୟୁ ଓ ବିଜେପି ମେଣ୍ଟ ।

ସେହିପରି ୨୦୨୧ ପଶ୍ଚିମବଙ୍ଗ ନିର୍ବାଚନ ବେଳେ ଏହି ସର୍ଭେ ସଂସ୍ଥାମାନେ ପୂର୍ବାନୁମାନ କରିଥିଲେ ବିଜେପି ୧୩୦ ଉପରେ ଆସନ ପାଇବ ବୋଲି, ମାତ୍ର ବିଜେପି ପାଇଲା ୭୭ଟି ଆସନ ଏବଂ ଟିଏମସି ପୁନର୍ବାର ବହୁମତ ହାସଲ କରି ସରକାର ଗଠନ କଲା । ୨୦୧୭ ଉତ୍ତରପ୍ରଦେଶ ନିର୍ବାଚନରେ ବିଜେପି ୨୦୦ ଆସନ ଭିତରେ ରହିବ ବୋଲି ପୂର୍ବାନୁମାନ କରାଯାଇଥିବା ବେଳେ ବିଜେପିକୁ ମିଳିଥିଲା ୩୨୫ ଟି ଆସନ। ଏପରିକି ୨୦୦୪ ସାଧାରଣ ନିର୍ବାଚନରେ ମଧ୍ୟ ବିଜେପି ୨୪୦ ଟି ଆସନ ସଂଖ୍ୟାକୁ ପାର କରିବ ବୋଲି ପୂର୍ବାନୁମାନ କରାଯାଇଥିବା ବେଳେ ମାତ୍ର ୧୮୭ ଆସନରେ ବିଜେପି ସୀମିତ ହୋଇଯାଇଥିଲା । କଂଗ୍ରେସ ମେଣ୍ଟ ୨୧୬ ଟି ଆସନ ଲାଭ କରି ସରକାର ଗଠନ କରିଥିଲା । ୨୦୧୪ ରେ ମଧ୍ୟ ବିଜେପି ୨୫୦-୨୭୫ ଆସନ ପାଇବ ବୋଲି କୁହାଯାଇଥିବା ବେଳେ ବିଜେପି ୩୦୦ ଆସନକୁ ପାର କରିଥିଲା ।

ଏଣୁ ଏପରି ଅନେକ ନଜିର ରହିଛି, ଯେଉଁଥିରେ ପୂର୍ବାନୁମାନ ଭୁଲ୍ ସାବ୍ୟସ୍ତ ହୋଇଛି । ତେଣୁ ଗୁଜରାଟ ଓ ହିମାଚଳ ପ୍ରଦେଶର ଫଳାଫଳ ନେଇ କରାଯାଇଥିବା ଏହି ପୂର୍ବାନୁମାନ ସଠିକ୍ ହେବ ବୋଲି ମଧ୍ୟ କୁହାଯାଇ ପାରିବ ନାହିଁ। ଅନ୍ୟ ପକ୍ଷରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଗୁଜରାଟରେ ସରକାର ଗଠନ ନେଇ କରୁଥିବା ଦାବୀ ଭୁଲ୍ ପ୍ରମାଣିତ ହେଲେ ଜାତୀୟ ରାଜନୀତିରେ ଆମ୍ ଆଦମୀ ପାର୍ଟିର ଜୟଯାତ୍ରା ଉପରେ ରୋକ ଲାଗିବ। ଗୁଜରାଟ ଓ ହିମାଚଳ ପ୍ରଦେଶରେ ବିଜେପି ପୁନର୍ବାର କ୍ଷମତା ଦଖଲ କରିବାରେ ଯଦି ସଫଳ ହୁଏ, ଏହା ସାରାଦେଶରେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବିରୋଧୀ ମେଣ୍ଟ ଗଠନକୁ ମଧ୍ୟ ପ୍ରଭାବିତ କରିବାର ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ। ଏପରିକି ବିଜେପିର କ୍ରମାଗତ ନିର୍ବାଚନ ସଫଳତା ମୋଦୀ-ଶାହଙ୍କ ଯୋଡ଼ିକୁ ପୁଣି ଅପରାଜେୟର ମାନ୍ୟତା ଦେବ।

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.