• About
  • Contact
Monday, August 31, 2026
Monday, August 31, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଗଂଜାମ, ମୟୁରଭଂଜ ଓ ସୁନ୍ଦରଗଡ଼ ଉପରେ ବିଜେଡିର ଫୋକସ୍

ଗଂଜାମ, ମୟୁରଭଂଜ ଓ ସୁନ୍ଦରଗଡ଼ ଉପରେ ବିଜେଡିର ଫୋକସ୍
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୨ ମଇ ୨୦୨୩

ବଦଳିଛି ରାଜ୍ୟ ମନ୍ତ୍ରୀମଣ୍ଡଳର ଚେହେରା। ଆଉ ୩ ଜଣ ମନ୍ତ୍ରୀ ସାମିଲ ହୋଇଛନ୍ତି ରାଜ୍ୟ ମନ୍ତ୍ରୀ ମଣ୍ଡଳରେ । ଲୋକସେବା ଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ନୂଆ ମନ୍ତ୍ରୀଭାବେ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ସାରଦା ନାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଗଂଜାମର ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗ ଦିଆଯାଇଥିବା ବେଳେ ସୁଦାମ ମାର୍ଣ୍ଡିଙ୍କୁ ଗଣଶିକ୍ଷା ବିଭାଗ ଓ ସାରଦା ନାୟକଙ୍କୁ ଶ୍ରମ ବିଭାଗର ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଦୁଇ ମନ୍ତ୍ରୀ ଥିବା ସମୀର ରଂଜନ ଦାସ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡ ପରେ ଗୋଟିଏ ପଦବୀ ଖାଲି ପଡ଼ିଥିଲା ।

ତେବେ ଆଗାମୀ ସାଧାରଣ ନିର୍ବାଚନ ବର୍ଷେରୁ କମ୍ ସମୟ ଥିବା ବେଳେ ଏଭଳି ମନ୍ତ୍ରୀମଣ୍ଡଳ ଅଦଳ ବଦଳ ପଛର କାରଣ କ’ଣ ହୋଇଥାଇ ପରେ ? ହଠାତ୍ ମନ୍ତ୍ରୀ ମଣ୍ଡଳରେ ଅଦଳ ବଦଳ ପାଇଁ କାହିଁକି ନିଷ୍ପତ୍ତି ନିଆଗଲା ? ରାଜନୈତିକ ଦୃଶ୍ୟପଟ୍ଟକୁ ଯଦି ଭଲ ଭାବେ ସମୀକ୍ଷା କରାଯାଏ, ତେବେ ଏହା ଏକ ନିର୍ବାଚନୀ ଆବଶ୍ୟକତା ବୋଲି ବୁଝିବାକୁ ହେବ । ଗଂଜାମରେ ଦିନକୁ ଦିନ ଦଳୀୟ ଅସନ୍ତୋଷ ବଢ଼ିବା ଶାସକ ବିଜେଡିକୁ ବାଧ୍ୟ କଲା ବିକ୍ରମ କେଶରୀ ଆରୁଖଙ୍କୁ ମନ୍ତ୍ରୀମଣ୍ଡଳକୁ ଫେରାଇ ଆଣିବା ପାଇଁ । ବରିଷ୍ଠତା ଓ ରାଜନୈତିକ ଅଭିଜ୍ଞତା ଦୃଷ୍ଟିରୁ ଗଂଜାମର ସଂଗଠନରେ ୬ଥର ଜିତିଥିବା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଆବଶ୍ୟକତା ରହିଛି । ଦଳୀୟ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ତାଙ୍କୁ ମନ୍ତ୍ରୀ ମଣ୍ଡଳକୁ ଫେରାଯାଇଥିବା କଥା କୁହାଯାଉଛି ।

ସେହିପରି ମୟୁରଭଂଜ ଜିଲ୍ଲାରେ ବିରୋଧୀ ବିଜେପିର ଶକ୍ତି ବୃଦ୍ଧି ଶାସକ ଦଳକୁ ଅଡ଼ୁଆରେ ପକାଇଛି। ଗତ ନିର୍ବାଚନରେ ଏହି ଜିଲ୍ଲାର ୯ଟି ଆସନରୁ ୬ଟି ଆସନ ବିଜେପି ପାଖରେ ରହିଛି । ବିଜେପି ଏହି ଜିଲ୍ଲାରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବା ପରେ ଜନଜାତି ଭୋଟ ବ୍ୟାଙ୍କ ମଧ୍ୟ ବିଜେପି ଆଡ଼େ ଯିବାର ସମ୍ଭାବନା ରହିଛି । ଏଣୁ ମୟୁରଭଂଜରେ ବିଜେପିକୁ ମୁକାବିଲା କରିବାରେ ବାରମ୍ବାର ବିଜେଡିର ଉପକୂଳ ନେତାମାନେ ବିଫଳ ହେବାପରେ ଜେ ଏମ୍ ଏମ୍ ରୁ ଆସି ବିଜେଡିରେ ସ୍ଥାନ ପକ୍କା କରିଥିବା ସୁଦାମ ମାର୍ଣ୍ଡିଙ୍କୁ ପୁନର୍ବାର ମନ୍ତ୍ରୀମଣ୍ଡଳକୁ ଫେରାଇବାକୁ ଦଳ ସୁପ୍ରିମୋ ନିଷ୍ପତ୍ତି ନେଇଥିବା କଥା ଶୁଣିବାକୁ ମିଳୁଛି ।

ସେହିପରି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ପରେ ପଶ୍ଚିମ ଓଡ଼ିଶାର ଆଉ କୌଣସି ନେତାଙ୍କ ଉପରେ ଭରସା କରିପାରୁନି ବିଜେଡି । ଏପରିକି ବହୁ ସମୟରେ ନିଜକୁ ପ୍ରଭାବଶାଳୀ ବୋଲି କହୁଥିବା ସୁଶାନ୍ତ ସିଂ ଜିଲ୍ଲା ରାଜନୀତିରେ ଏବେ ବିବାଦୀୟ ହୋଇପଡିଛନ୍ତି। ତେଣୁ ସୁଶାନ୍ତ ସିଂଙ୍କୁ ବାଦ୍ ଦେଇ ଜଣେ ଭଲ ସଂଗଠକ ଭାବେ ଜଣାଶୁଣା ସାରଦା ନାୟକଙ୍କ ଉପରେ ଭରସା କରିଛି ଦଳ ।

ଏପରିକି ପଶ୍ଚିମ ଓଡ଼ିଶାର ଅନ୍ୟ ନେତା ମାନଙ୍କୁ ନେଇ ସାରଦା ନାୟକ ଚାଲି ପାରିବେ ବୋଲି ଦଳର ବିଶ୍ୱାସ ହେବା ପରେ ସୁଶାନ୍ତ ସିଂଙ୍କ ବଦଳରେ ସାରଦା ନାୟକଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦିଆଯାଇଥିବା କଥା କୁହାଯାଉଛି । ସୁଶାନ୍ତ ସିଂଙ୍କ ବଦଳରେ ପଶ୍ଚିମ ଓଡ଼ିଶା ସଂଗଠନରେ ଏବେ ସାରଦା ନାୟକଙ୍କୁ ନୂଆ ଭୂମିକାରେ ଦେଖିବାକୁ ମିଳିବ ବୋଲି ତାଙ୍କ ସମର୍ଥକମାନେ କହିବା ଆରମ୍ଭ କରିଦେଇଛନ୍ତି ।

ତେବେ ଏହି ୩ଜଣ ମନ୍ତ୍ରୀଙ୍କ ମନ୍ତ୍ରୀ ମଣ୍ଡଳରେ ଯୋଗଦାନ ଦଳୀୟ ଦୃଷ୍ଟିକୋଣରୁ ଆବଶ୍ୟକ ଥିବା କଥା କୁହାଯାଉଥିବା ବେଳେ ସେହି ଜିଲ୍ଲାରେ ଏମାନଙ୍କ ଗ୍ରହଣୀୟତା କ’ଣ ରହିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଯଦିଓ ବିକ୍ରମ କେଶରୀ ଆରୁଖ ଓ ସୁଦାମ ମାର୍ଣ୍ଡିଙ୍କୁ ନିଜ ଜିଲ୍ଲାରେ ବିରୋଧାଭାସର ସମୁଖୀନ ହେବାକୁ ପଡ଼ିବ ନାହିଁ ମାତ୍ର ସାରଦା ନାୟକଙ୍କୁ ସୁଶାନ୍ତ ସିଂଙ୍କ ସମର୍ଥକ ଓ ଅନ୍ୟ ବରିଷ୍ଠ ପଶ୍ଚିମ ଓଡ଼ିଶାର ନେତାମାନେ ଗ୍ରହଣ କରିବା କଷ୍ଟକର ହୋଇପାରେ। ତଥାପି ୩ଟି ଜିଲ୍ଲାର ସଂଗଠନକୁ ସଜାଡ଼ିବା ପାଇଁ ମନ୍ତ୍ରୀମଣ୍ଡଳରେ ଏହି ନେତାମାନଙ୍କୁ ସାମିଲ କରିବା ଆବଶ୍ୟକ ଥିଲା ବୋଲି ବିଜେଡିର ଦଳୀୟ ମହଲରେ ଆଲୋଚନା ହେଉଛି ।

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.