• About
  • Contact
Tuesday, July 21, 2026
Tuesday, July 21, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଗେରୁଆ ମଠର ହାଲଚାଲ…

ଗେରୁଆ ମଠର ହାଲଚାଲ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ଜୁନ୍ ୨୦୨୬

ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବାର ଦୁଇ ବର୍ଷ ହୋଇଗଲା। ଏହି ଦୁଇ ବର୍ଷ ଭିତରେ ଯଦି ବିଜେପିର ଆଭ୍ୟନ୍ତରୀଣ ସ୍ଥିତି କେହି ବୁଝିବାକୁ ଚେଷ୍ଟା କରେ, ତେବେ ତାହା ସେତେଟା ଭଲ ନାହିଁ ବୋଲି କେହିବି କହିଦେଇ ପାରିବ। ସରକାରରେ ଓ ଦଳ ଭିତରେ ସମନ୍ୱୟ ନାହିଁ ଏବଂ ଦଳର ସାଙ୍ଗଠନିକ ଅବସ୍ଥା ମଧ୍ୟ ଭଲ ନାହିଁ। ଯାହାକୁ ପଚାରିଲେ ସମସ୍ତେ କହୁଛନ୍ତି ଦଳରେ ଯେତେ ନେତା ସେତେ ଗୋଷ୍ଠୀ।

ଏଇ ନିକଟରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେଲା। ଯେଉଁଥିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଜଣେ ବିଜେଡିର ଯୁବନେତା ରୁଦ୍ର ସାମନ୍ତରାୟଙ୍କୁ ବିଜେପିରେ ମିଶାଇଲେ। ମାତ୍ର ଏହି ମିଶ୍ରଣ ପର୍ବକୁ ଦଳର ଅନ୍ୟ ଗୋଷ୍ଠୀର ନେତାମାନେ ଘୋର ବିରୋଧ କଲେ। ବିଜେପିର ଭୁବନେଶ୍ୱର ଜିଲ୍ଲା ସଭାପତି ବିଧାୟକ ବାବୁ ସିଂ ଏପରିକି ମଧ୍ୟ ଭୁବନେଶ୍ୱରର ନେତା ଜଗନ୍ନାଥ ପ୍ରଧାନ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ରହିଲେ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିଜେ ରାଜ୍ୟ ସଭାପତି ମନମୋହନ ସାମଲ ଅଫିସରେ ଉପସ୍ଥିତ ରହିଥିଲେ ମଧ୍ୟ ଏହି ମିଶ୍ରଣ ପର୍ବକୁ ଆସିଲେ ନାହିଁ। ଯେହେତୁ ଭୁବନେଶ୍ୱର ସାଂସଦ ଅପରାଜିତା ବିଜେଡି ନେତାଙ୍କୁ ନିଜ ନିଷ୍ପତ୍ତି ମୁତାବକ ଦଳରେ ମିଶାଇଲେ ଓ ଭୁବନେଶ୍ୱର ଜିଲ୍ଲା ସଭାପତି, ମଧ୍ୟ ଭୁବନେଶ୍ୱର ନେତା ଜଗନ୍ନାଥ ପ୍ରଧାନଙ୍କ ସହ ଆଲୋଚନା କରିନଥିଲେ ତେଣୁ ସେମାନେ ଏହି ମିଶ୍ରଣ ପର୍ଵରୁ ନିଜକୁ ଦୂରେଇ ରଖିଲେ। ଏପରିକି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ମିଶ୍ରଣ ପର୍ବରେ ସାମିଲ ହେଲେ ନାହିଁ। ଏହି ଘଟଣା ପରେ ଏବେ ଦଳ ଭିତରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ଅପରାଜିତା ଏବେ ଆଉ କାହାକୁ ମାନିବା ସ୍ଥିତିରେ ନାହାଁନ୍ତି। ଆଗରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅପରାଜିତା ପରୋକ୍ଷରେ ଲଢ଼େଇ ଆରମ୍ଭ କରିଥିବା ବେଳେ ଏବେ ଖୋଦ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ମଧ୍ୟ ମୁହାଁମୁହିଁ ହୋଇଛନ୍ତି।

ସେହିପରି ଅନ୍ୟତମ ବରିଷ୍ଠ ନେତା ତଥା ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଦେଇଛନ୍ତି। ନିଟ୍ ପେପର ଲିକ୍ ଘଟଣା, ସିବିଏସଇ ପରୀକ୍ଷା ଖାତା ମୂଲ୍ୟାଙ୍କନ ବିବାଦ ନେଇ ଅଡୁଆରେ ପଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ ଏତିକି ବେଳେ ସାଂସଦ ବୈଜୟନ୍ତ ପଣ୍ଡା ନିଜ ପରିବାର ମାଲିକାନାରେ ପରିଚାଳିତ ହେଉଥିବା ଟିଭି ଚ୍ୟାନେଲ୍ “ଓଟିଭି” ଦ୍ୱାରା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତାକୁ ତୁହାକୁ ତୁହା ପ୍ରଚାର କରୁଛନ୍ତି। ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗାଦି ଟଳମଳ ବୋଲି ପ୍ରଚାର କରିବା ଆରମ୍ଭ କରିଦେଇଛି “ଓଟିଭି”। ବୈଜୟନ୍ତଙ୍କ ସମର୍ଥକ ମାନେ ମଧ୍ୟ ଏହି ପ୍ରଚାରକୁ ବଳ ଦେବାରେ ଲାଗି ପଡ଼ିଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ବଦଳରେ ବୈଜୟନ୍ତ ପଣ୍ଡା ଏଥର କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବେ ବୋଲି ତାଙ୍କ ସମର୍ଥକ ମାନେ ପ୍ରଚାର ବି ଆରମ୍ଭ କରି ଦେଲେଣି।

ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକାଠି ହୋଇଥିବା ଶୁଣିବାକୁ ମିଳେ। ମନମୋହନ-ମୋହନ ଯୋଡ଼ି ଲାଗି ପଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳେବଳେ କୌଶଳେ ରାଜ୍ୟ ରାଜନୀତିଠାରୁ ଦୂରେଇ ରଖିବାକୁ। ପାଖାପାଖି ଏକ ବର୍ଷରୁ ଅଧିକ ସମୟ ଧରି ରାଜ୍ୟ କାର୍ଯ୍ୟାଳୟ ଓ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥକ ମାନେ ପଶି ପାରୁନାହାଁନ୍ତି ବୋଲି ଦଳ ଭିତରେ ଆଲୋଚନା ହେଉଛି।

ମନ୍ତ୍ରୀମଣ୍ଡଳ ମଧ୍ୟ ଭାଗ ଭାଗ ହୋଇପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ସମର୍ଥନରେ କିଛି ମନ୍ତ୍ରୀ ଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥନରେ କିଛି ମନ୍ତ୍ରୀ ରହିଛନ୍ତି। ଆଉକିଛି ମଧ୍ୟ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରୁଛନ୍ତି।

ତେବେ ସଂଗଠନ ଓ ସରକାରର ଏଭଳି ଅବସ୍ଥା ବିଜେପି ରାଜ୍ୟ ନେତା ମାନଙ୍କ ଭିତରେଥିବା ଭିନ୍ନ ଭିନ୍ନ ସମୀକରଣକୁ ପଦାରେ ପକାଇଦେଇଛି। ଦଳରେ ଫାଟ ଜଳଜଳ ହୋଇ ଦେଖା ଯାଉଛି।

ବିଜେପି ସରକାର ନିଜର ଦୁଇବର୍ଷ ପୂର୍ତ୍ତୀ ଉତ୍ସବ ପାଳନ କରିବାକୁ ଯାଉଥିବା ବେଳେ ଦଳ ଭିତରେ ଏହି ଦୟନୀୟ ସ୍ଥିତି ସମସ୍ତ ନେତା ଓ କର୍ମୀ ମାନଙ୍କ ଉଦ୍ଦେଶ୍ୟରେ କି ବାର୍ତ୍ତା ଦେଉଛି ? ରାଜ୍ୟ ବିଜେପିରେ ଶୀର୍ଷ ସ୍ତରର ନେତା ମାନଙ୍କ ମଧ୍ୟରେ ଚାଲିଥିବା ବିବାଦ ଜାତୀୟ ସ୍ତରର ଶୀର୍ଷ ନେତୃତ୍ୱ ପାଖରେ ପହଞ୍ଚି ନଥିବ କି ? ଏଭଳି ସ୍ଥିତିରେ ଆଗକୁ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ, ନିଗମରେ ଦଳୀୟ ନେତାଙ୍କୁ ଥଇଥାନ ଆହୁରି ବିଳମ୍ବ ହେବ ନାହିଁ ତ ? ଆଗକୁ ଆସୁଥିବା ପଞ୍ଚାୟତ ଓ ପୌର ନିର୍ବାଚନକୁ ଦଳ କିପରି ସାମ୍ନା କରିବ ? ଏଭଳି ଏକାଧିକ ପ୍ରଶ୍ନ ଏବେ ରାଜ୍ୟ ବିଜେପିର ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତା ମାନଙ୍କୁ ଅଡୁଆରେ ପକାଇ ଦେଇଛି। କ୍ଷମତାକୁ ଆସିବାର ଦୁଇବର୍ଷ ମଧ୍ୟରେ ସଂଗଠନ ଓ ସରକାର ଚଳାଇବାରେ ବିଜେପି ନେତୃତ୍ୱର ଦୁର୍ବଳତା ସ୍ପଷ୍ଟ ଭାବରେ ସୂଚିତ ହୋଇଛି।

Nirvik Bureau

Nirvik Bureau

Related Posts

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….
Politics

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

by Nirvik Bureau
July 15, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୫ ଜୁଲାଇ ୨୦୨୬ ବିଜେଡି ରାଜନୀତିରୁ ଦୂରେଇ ରହିଥିବାର ଭ୍ରମ ସୃଷ୍ଟି କରୁଥିବା ପୂର୍ବତନ ଆଇଏଏସ୍ ଅଫିସର ଭି.କେ. ପାଣ୍ଡିଆନ୍ ହଠାତ୍ ଭେନେଜୁଏଲାର...

Read more
Ineffective Opposition in Odisha

Ineffective Opposition in Odisha

July 5, 2026
ଦୁଇ ବର୍ଷର ଗାଥା : କମ୍ ସଫଳତା ଅଧିକ ବିଫଳତା…

ଦୁଇ ବର୍ଷର ଗାଥା : କମ୍ ସଫଳତା ଅଧିକ ବିଫଳତା…

July 2, 2026
ସୁଜାତା ଆସିବା ପରେ …

ସୁଜାତା ଆସିବା ପରେ …

June 30, 2026
ଅସୁରକ୍ଷିତ ଲୋକସେବା ଭବନ ?

ଅସୁରକ୍ଷିତ ଲୋକସେବା ଭବନ ?

June 16, 2026
ହେ ସନ୍ୟାସୀ ତୁମେ ଫେରିଆସ …

ହେ ସନ୍ୟାସୀ ତୁମେ ଫେରିଆସ …

May 20, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.