• About
  • Contact
Monday, August 31, 2026
Monday, August 31, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଘରକଳି ଘରେ ରହୁ…

ଘରକଳି ଘରେ ରହୁ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨ ମାର୍ଚ୍ଚ ୨୦୨୩

ବେଶ୍ କିଛି ଦିନ ଧରି ଓଡ଼ିଶା ରାଜନୀତିରେ ପିଏମ୍ ଆବାସ ଯୋଜନାକୁ ନେଇ ଶାସକ ବିଜେଡି ଓ ବିରୋଧୀ ବିଜେପି ମଧ୍ୟରେ ବିବାଦ ଲାଗି ରହିଛି । ଏହି ଯୋଜନା ଦ୍ୱାରା ସାଧାରଣ ଲୋକଟିଏ ଘର ଖଣ୍ଡିଏ ପାଇବାର ସୁଯୋଗ ଥିବାବେଳେ ଏହାକୁ ନେଇ ବିବାଦ ହେବା ଓ ସାଧାରଣ ଲୋକଟି ଏଥିରୁ ବଂଚିତ ହେବା କଥାକୁ ଗ୍ରହଣ କରାଯାଇ ପାରିବ ନାହିଁ । ଏଥିରେ ବିବାଦର କାରଣ କ’ଣ? କିଏ ଓ କାହିଁକି ଏହି ବିବାଦକୁ ତିଆରି କରୁଛି ଓ କାହାର କେଉଁ ଉଦ୍ଦେଶ୍ୟ ଏହାଦ୍ୱାରା ସାଧିତ ହେଉଛି?

ପ୍ରକୃତରେ ଘର ଖଣ୍ଡିଏ ନଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର ଏହି ଯୋଜନାକୁ ଆରମ୍ଭ କରିଥିଲେ । ଅନେକ ରାଜ୍ୟରେ ଏହା ଠିକଣା ଭାବେ ଚାଲିଥିବା ବେଳେ ଓଡ଼ିଶାରେ ଏହାକୁ ନେଇ ବିବାଦ ହେବାରୁ କିଛି ବର୍ଷଧରି ଲୋକେ ଘର ଖଣ୍ଡିଏ ପାଇବାରୁ ବଂଚିତ ହୋଇଛନ୍ତି । ପାଖାପାଖି ଓଡ଼ିଶାକୁ ୨୮ ଲକ୍ଷ ଘର କେନ୍ଦ୍ରସରକାର ମଂଜୁର କରିଛନ୍ତି । ମାତ୍ର ଏହି ଘର ଯୋଗାଣରେ ଶାସକ ବିଜେଡିର ସ୍ଥାନୀୟ ନେତାଙ୍କ ମନମାନି ଦ୍ୱାରା ବିବାଦ ବଢ଼ି ଚାଲିଛି। ଯେଉଁଥିପାଇଁ ଓଡ଼ିଶା ଆହୁରି ଘର ପାଇବାରୁ ବଂଚିତ ହୋଇଛି । ଏପରିକି ୨୦୨୧-୨୨ ଆର୍ଥିକ ବର୍ଷରେ ଚୂଡ଼ାନ୍ତ ଆବାସ ପ୍ଲସ୍ ତାଲିକାରେ ୮ ଲକ୍ଷ ୧୭ ହଜାର ୫୧୩ ଟି ଘର ପ୍ରଦାନ କରାଯାଇଛି । ଏହା ସତ୍ତ୍ୱେ ମଧ୍ୟ ବିବାଦ ତୁଟିବାର ନାଁ ଧରୁନାହିଁ । ପୂର୍ବରୁ ଓଡ଼ିଶାର ଗ୍ରାମୀଣ ଆବାସ୍ ଯୋଜନାରେ ବ୍ୟାପକ ଅନିୟମିତତା ନେଇ କେନ୍ଦ୍ର ସରକାର ଓଡ଼ିଶାକୁ ତାଗିଦ କରିଛନ୍ତି ଓ ଉପଯୁକ୍ତ ବ୍ୟକ୍ତି ବିଶେଷଙ୍କୁ ଘର ଯୋଗାଇବାକୁ ପରାମର୍ଶ ଦେଇଛନ୍ତି।

ଏହି ଘର ଯୋଗାଣର ଶ୍ରେୟକୁ ନେଇ ଉଭୟ ଶାସକ ବିଜେଡି ଓ ରାଜ୍ୟର ବିରୋଧୀ ଦଳ ବିଜେପି ମଧ୍ୟରେ ଏହି ବିବାଦ ଦେଖା ଦେଇଛି । ପ୍ରଥମେ ଏହି ଘର ଯୋଜନାରେ କାହା ଫଟୋ ଲାଗିବ ତାକୁ ନେଇ ବିବାଦ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଲାଗିବା ନେଇ ବିବାଦ ହୋଇଥିଲା ଦୁଇ ଦଳର ନେତା ଓ କର୍ମୀଙ୍କ ଭିତରେ । ପରେ ଶାସକ ଦଳ ଏହି ଯୋଜନାରେ ଥିବା ଘରକୁ ରାଜ୍ୟ ସରକାରଙ୍କ ଯୋଜନା କହି ଲୋକଙ୍କୁ ଯୋଗାଇବାର ଚେଷ୍ଟା କରିବାରୁ ପୁଣି ଘରକୁ ନେଇ କଳି ଆରମ୍ଭ ହୋଇଥିଲା । ସେତିକିରେ ସୀମିତ ନରହି ଏବେ ପ୍ରକୃତ ହିତାଧିକାରୀ ଚୟନ ନେଇ ବିବାଦ ଦେଖା ଦେଇଛି। ବିଜେପିର ଅଭିଯୋଗ ହେଉଛି ଯେ ଶାସକ ବିଜେଡି ଉପଯୁକ୍ତ ହିତାଧିକାରୀଙ୍କୁ ଘର ନଦେଇ ଶାସକ ଦଳର ସମର୍ଥକ ଓ କର୍ମୀମାନଙ୍କ ଭିତରେ ଘର ବାଣ୍ଟି ଚାଲିଛି ତାହା ପୁଣି ଯେଉଁ ଜିଲ୍ଲାରେ ଶାସକ ଦଳ ପ୍ରତି ଅଧିକ ଜନସମର୍ଥନ ରହିଛି । ମାତ୍ର ଶାସକ ବିଜେଡି ଏହାର ଜବାବ୍ ରଖି ପାରିନାହିଁ । ବରଂ ଘର ଯୋଜନାରେ କେନ୍ଦ୍ର ସରକାର ଅବହେଳା କରୁଛନ୍ତି ବୋଲି ଅଭିଯୋଗ ଆଣିବା ସହ ବିଧାନସଭା ଭିତରେ ଓ ବାହାରେ ହୋ ହାଲ୍ଲା କରୁଛନ୍ତି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଆବାସ ଯୋଜନା ଦୁର୍ନୀତିକୁ ରାଜ୍ୟ ସରକାର ସ୍ୱୀକାର ମଧ୍ୟ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଘର ଯୋଗାଇବାରେ ଅବହେଳା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିବା ବିଜେଡିର ଆଭିମୁଖ୍ୟ ଅସ୍ପଷ୍ଟ ଥିବା ଭଳି ମନେ ହୁଏ । ଘରକୁ ନେଇ ଚାଲିଥିବା କଳି ବା ବିବାଦ ଭିତରେ ଛନ୍ଦି ହୋଇପଡ଼ିଥିବା ରାଜ୍ୟର ସାଧାରଣ ଲୋକେ ଏବେ ଏନେଇ ସନ୍ଦେହ କରିବା ଆରମ୍ଭ କଲେଣି । ଘର ପ୍ରସଙ୍ଗରେ ଅବହେଳା କଥା କହୁଥିବା ବିଜେଡିର ନେତା ମାନେ ଯଦି ବିଧାନସଭା ଅଚଳ କରୁଛନ୍ତି ତେବେ ସମାନ ଢ଼ଙ୍ଗରେ ପ୍ରତିବାଦ କାହିଁକି ସଂସଦରେ କରୁନାହାଁନ୍ତି? ଭୁବନେଶ୍ୱରରେ ଧାରଣାରେ ବସୁଥିବା ଶାସକ ଦଳର ସାଂସଦ ମାନେ ସଂସଦ ଭବନରେ ଅବା ବାହାରେ ଏନେଇ ପ୍ରତିବାଦ ନକରିବାର କାରଣ କ’ଣ ? ସିଧାସଳଖ ଭାବେ ଗତ ପାର୍ଲାମେଣ୍ଟ ଅଧିବେଶନରେ ବିଭାଗୀୟ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କାହିଁକି କଲେନାହିଁ ବିଜେଡି ସାଂସଦ ମାନେ? ପୂର୍ବରୁ ଚାଷୀଙ୍କ ପ୍ରସଙ୍ଗ ଓ କେନ୍ଦ୍ର ଅବହେଳାକୁ ନେଇ ଦିଲ୍ଲୀରେ ପ୍ରତିବାଦ କରୁଥିବା ବିଜେଡି ନେତା ମାନଙ୍କୁ ଏହି ଘଟଣାରେ ରୋକୁଛି କିଏ ? ଦିଲ୍ଲୀରେ କେନ୍ଦ୍ର ସରକାର ସାମ୍ନାରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗରେ ନିରବ ରହିବା ଓ ଓଡ଼ିଶାରେ ଏହାକୁ ପ୍ରମୁଖ ପ୍ରସଙ୍ଗ କରିବା ପଛରେ ବିଜେଡିର କିଛି ନିର୍ଦ୍ଦିଷ୍ଟ ରଣନୀତି ରହିଛି କି ? ଅନ୍ୟପକ୍ଷରେ କେନ୍ଦ୍ର ସରକାର ମଧ୍ୟ ଆବାସ ଦୁର୍ନୀତିକୁ ନେଇ ଓଡ଼ିଶା ସରକାରଙ୍କ ବାବଦରେ ଚୁପ କାହିଁକି ? ଦିଲ୍ଲୀରେ ବିଜେପିର ଶୀର୍ଷ ନେତୃତ୍ୱ ସହ ବିବାଦ ନକରି ରାଜ୍ୟ ବିଜେପି ସହ ପାଟିତୁଣ୍ଡ କରି ଏହି ପ୍ରସଙ୍ଗକୁ କେବଳ ରାଜନୈତିକ ସ୍ଲୋଗାନ ଭାବେ ବ୍ୟବହାର କରିବାକୁ ଚାହୁଁଛି କି ବିଜେଡି ? ବିଜେଡିର ଶୀର୍ଷ ନେତୃତ୍ୱ ଓ ବିଜେପିର ଦିଲ୍ଲୀ ନେତୃତ୍ୱ ମଧ୍ୟରେ ଯଦି ଅଘୋଷିତ ବୁଝାମଣା ଥାଏ, ତେବେ ଆବାସକୁ ନେଇ ଚାଲିଥିବା ବିବାଦ କେବଳ ଘର କଳି ଘରେ ରହିବା ନ୍ୟାୟରେ ନୁହେଁ ତ ?

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.