• About
  • Contact
Wednesday, May 14, 2025
Wednesday, May 14, 2025
The Nirvik
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ହତ୍ୟା, ଆତ୍ମହତ୍ୟା ଓ ଷଡ଼ଯନ୍ତ୍ରର କାହାଣୀ …

ହତ୍ୟା, ଆତ୍ମହତ୍ୟା ଓ ଷଡ଼ଯନ୍ତ୍ରର କାହାଣୀ …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୧ ଡିସେମ୍ବର ୨୦୨୨

ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ନେଇ ଏବେ ଅନେକ ଚର୍ଚ୍ଚା ଓ ଆଲୋଚନା । ଗୋବିନ୍ଦ ସାହୁ ଜେଲରେ ଥିବା ବେଳେ ଆତ୍ମହତ୍ୟା କଲେ କାହିଁକି ? ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିବାବେଳେ ଜେଲ୍ କର୍ମଚାରୀମାନେ ଜାଣିପାରିଲେ ନାହିଁ କାହିଁକି ? ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ? ଏଭଳି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ଯଦି ଜେଲ୍ ଓ ଥାନା ଭିତରେ ବିଚାରଧୀନ କଏଦୀ ବା ଅଭିଯୁକ୍ତର ମୃତ୍ୟୁ ଘଟେ ତେବେ ଏହା ଜେଲ୍ ଓ ହାଜତ ପରିସର ଅସୁରକ୍ଷିତ ବୋଲି ଦର୍ଶାଇବ ନା ନାହିଁ ? ଯଦିଓ ଏହି ଘଟଣାର ତଦନ୍ତ ଚାଲିଛି ଓ ଜଣେ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତଥାପି ଏହି ଘଟଣାର ବିଚାର ବିଭାଗୀୟ ଓ ସିବିଆଇ ତଦନ୍ତ ନେଇ ରାଜ୍ୟର ଦୁଇ ବିରୋଧୀ ଦଳ ଦାବୀ କରିଛନ୍ତି ।

କେବଳ ଏହି ମମତା ମେହେର ପ୍ରସଙ୍ଗରେ ଏଭଳି ସନ୍ଦେହ ସୃଷ୍ଟି ହୋଇଛି ତା ନୁହେଁ, ମାହାଙ୍ଗାରେ ଘଟିଥିବା ଡବଲ ମର୍ଡର ଘଟଣାର ମଧ୍ୟ ଅନ୍ୟତମ ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ୍ଲ ବିଶ୍ୱାଳଙ୍କ ନାଟକୀୟ ଭାବେ ମୃତ୍ୟୁ ଘଟିଥିଲା ଓ ପୋଲିସ ଏହାକୁ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁକରି ବସିଯାଇଥିଲା । ଏଠାରେ ମଧ୍ୟ ସମାନ ଭାବେ ଅଭିଯୁକ୍ତର ମୃତ୍ୟୁକୁ ସହଜରେ କେହି ଗ୍ରହଣ କରିପାରି ନଥିଲେ । ଯଦି ଏହା ଦୁର୍ଘଟଣା ଥିଲା, ତେବେ ଏହି ଦୁର୍ଘଟଣା ମାମଲାର ମଧ୍ୟ କେହି ସାକ୍ଷୀ ଏପର୍ଯ୍ୟନ୍ତ ମିଳିନାହାଁନ୍ତି । ମୃତକଙ୍କ ପରିବାର ପକ୍ଷରୁ ମଧ୍ୟ ଏହି ଘଟଣାକୁ ନେଇ ଅଧିକ ଅଭିଯୋଗ ନକରିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି ।

ଠିକ୍ ସେହିପରି ନିମାପଡ଼ାରେ ମଧ୍ୟ ଜଣେ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଏବେ ବି ରହସ୍ୟ ଘେରରେ ରହିଛି । ଧର୍ମେନ୍ଦ୍ରଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ମଧ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁନାହିଁ । ଏହି ମାମଲାକୁ ନେଇ ବିରୋଧୀ ବିଜେପି ବେଶ୍ କିଛି ଦିନ ହୋ ହଲ୍ଲା କରିବା ପରେ ଏହା ମଧ୍ୟ ଏବେ ଲୋକମାନେ ଭୁଲିଗଲେଣି, ଏପରିକି ପରିବାର ଲୋକେ ମଧ୍ୟ ଏନେଇ ଆଗକୁ ବଢ଼ିବାକୁ ଇଚ୍ଛା ପ୍ରକାଶ କରିନାହାଁନ୍ତି ।

ସେହିପରି ୨୦୧୩ ମସିହାରେ ରାୟଗଡ଼ାର ଟିକିରି ଠାରେ ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନଙ୍କ ହତ୍ୟା ମାମଲା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଏହି ମାମଲାର ତଦନ୍ତ ସିବିଆଇ ହାତକୁ ମଧ୍ୟ ଯାଇଥିଲା । ତଥାପି ଏହି ଘଟଣାରେ କିଏ ଇତିଶ୍ରୀଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇଥିଲେ ତାହା ଆଜି ପର୍ଯ୍ୟନ୍ତ ଜଣାପଡ଼ିଲା ନାହିଁ । ଏଭଳି ଏକ ବର୍ବର କାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ମଧ୍ୟ କେହି ଖୋଜି ପାଇଲେ ନାହିଁ ଅବା ମୃତ ଶିକ୍ଷୟିତ୍ରୀଙ୍କ ପରିବାରକୁ ନ୍ୟାୟ ମିଳିଲା ନାହିଁ ।

ଏଭଳି ଅନେକ ଆତ୍ମହତ୍ୟା, ହତ୍ୟା କାହାଣୀ ରହିଛି । ଯାହାକି ଲୋକଙ୍କ ଭିତରେ ସୃଷ୍ଟି ହୋଇଥିବା ସନ୍ଦେହକୁ ଦୂର କରିପାରିନାହିଁ ଏବଂ ମୃତକଙ୍କ ପରିବାରକୁ ନ୍ୟାୟ ମଧ୍ୟ ମିଳିପାରି ନାହିଁ । ଘଟିଥିବା ଘଟଣା ହତ୍ୟା ନା ଆତ୍ମହତ୍ୟା ଏଭଳି ପ୍ରଶ୍ନ ଭିତରେ ଲୋକମାନେ ଏହାକୁ ଭୁଲି ଯିବାକୁ ବାଧ୍ୟ ହୋଇଛନ୍ତି । କିନ୍ତୁ ପୁଣି କିଛି ଘଟଣା ଘଟିଲେ ଏହି ପୂର୍ବ ଘଟଣା ଗୁଡ଼ିକ ମନେ ପଡ଼ିଯାଏ ଓ ଗଣମାଧ୍ୟମରେ କିଛି ସମୟ ଚର୍ଚ୍ଚାର ପରିସରକୁ ଚାଲିଆସେ। ରାୟଗଡ଼ାର ଶିକ୍ଷୟିତ୍ରୀ ହତ୍ୟା, ମାହାଙ୍ଗାର ଡବଲ ମର୍ଡର ଅଭିଯୁକ୍ତଙ୍କ ଦୁର୍ଘଟଣାରେ ମୃତ୍ୟୁ,  ନିମାପଡ଼ାରେ ଜିଲ୍ଲାପରିଷଦସଭ୍ୟଙ୍କ ଆତ୍ମହତ୍ୟା ଓ ଏବେ ମମିତା ମେହେର ହତ୍ୟା ଘଟଣାର ଅଭିଯୁକ୍ତଙ୍କ ଆତ୍ମହତ୍ୟା ଏହି ୪ଟି ଯାକ ସମ୍ବେଦନଶୀଳ ଘଟଣାରେ ବିଜେଡିର ପ୍ରଭାବଶାଳୀ ନେତା ଓ ମନ୍ତ୍ରୀ ସମ୍ପୃକ୍ତ ଥିବା ଅଭିଯୋଗ ଆସିଥିଲା । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ବୋହିଯାଇଛି । ମାତ୍ର ପରିଶେଷରେ ଝଡ଼ ପରର ନୀରବତା ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଛି ଏହି ଘଟଣାରେ କାହିଁକି ଏଭଳି ପରିସ୍ଥିତି ସୃଷ୍ଟି ହେଲା ? ଅଭିଯୁକ୍ତ ମାନେ ନିଜେ ଜୀବନ ହାରିଲେ ନା ତାଙ୍କୁ କାହା ଚାପରେ ଯୋଜନାବଦ୍ଧ ଭାବେ ମାରିଦିଆଗଲା ? ପ୍ରଭାବଶାଳୀ ନେତା ଓ ମନ୍ତ୍ରୀ ମାନଙ୍କ ନାଁ ରେ ଅଭିଯୋଗ ଆସିଲେ କ’ଣ ମାମଲା ଗୁଡ଼ିକର ଫଇସଲା ଏଭଳି ହେବ ? ମୁଖ୍ୟ ଅଭିଯୁକ୍ତ ବା ଦୋଷୀଙ୍କୁ ନ୍ୟାୟାଳୟ ଦଣ୍ଡିତ କରିପାରିବ ନାହିଁ ? ଯଦି ଏଭଳି ବାରମ୍ବାର ହୁଏ ତେବେ ପୋଲିସ ପ୍ରଶାସନ ଓ ବିଚାର ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କ ଆସ୍ଥା ଓ ଭରସା ଆଉ ରହିବ ତ ?

Nirvik Bureau

Nirvik Bureau

Related Posts

The Delhi Message
Politics

The Delhi Message

by Nirvik Bureau
February 9, 2025

The Nirvik Bureau, Bhubaneswar, 9 February 2025 The AAP's resistance to the might of Modi and BJP has finally fallen...

Read more
A New BJD?

A New BJD?

June 26, 2024
Democracy in Indian Political Parties: Will it ever come back?

Democracy in Indian Political Parties: Will it ever come back?

June 10, 2024
End of an Era….but Why?

End of an Era….but Why?

June 6, 2024
ମଣିପୁର ହିଂସା ଓ ଅସହାୟ ସରକାର …

ମଣିପୁର ହିଂସା ଓ ଅସହାୟ ସରକାର …

June 30, 2023
ବିରୋଧୀ ମେଳି : ପାଟନାରୁ ଶିମଲା…

ବିରୋଧୀ ମେଳି : ପାଟନାରୁ ଶିମଲା…

June 26, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.