• About
  • Contact
Tuesday, September 1, 2026
Tuesday, September 1, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ହତ୍ୟା, ଆତ୍ମହତ୍ୟା ଓ ଷଡ଼ଯନ୍ତ୍ରର କାହାଣୀ …

ହତ୍ୟା, ଆତ୍ମହତ୍ୟା ଓ ଷଡ଼ଯନ୍ତ୍ରର କାହାଣୀ …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୧ ଡିସେମ୍ବର ୨୦୨୨

ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ନେଇ ଏବେ ଅନେକ ଚର୍ଚ୍ଚା ଓ ଆଲୋଚନା । ଗୋବିନ୍ଦ ସାହୁ ଜେଲରେ ଥିବା ବେଳେ ଆତ୍ମହତ୍ୟା କଲେ କାହିଁକି ? ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିବାବେଳେ ଜେଲ୍ କର୍ମଚାରୀମାନେ ଜାଣିପାରିଲେ ନାହିଁ କାହିଁକି ? ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ? ଏଭଳି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ଯଦି ଜେଲ୍ ଓ ଥାନା ଭିତରେ ବିଚାରଧୀନ କଏଦୀ ବା ଅଭିଯୁକ୍ତର ମୃତ୍ୟୁ ଘଟେ ତେବେ ଏହା ଜେଲ୍ ଓ ହାଜତ ପରିସର ଅସୁରକ୍ଷିତ ବୋଲି ଦର୍ଶାଇବ ନା ନାହିଁ ? ଯଦିଓ ଏହି ଘଟଣାର ତଦନ୍ତ ଚାଲିଛି ଓ ଜଣେ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତଥାପି ଏହି ଘଟଣାର ବିଚାର ବିଭାଗୀୟ ଓ ସିବିଆଇ ତଦନ୍ତ ନେଇ ରାଜ୍ୟର ଦୁଇ ବିରୋଧୀ ଦଳ ଦାବୀ କରିଛନ୍ତି ।

କେବଳ ଏହି ମମତା ମେହେର ପ୍ରସଙ୍ଗରେ ଏଭଳି ସନ୍ଦେହ ସୃଷ୍ଟି ହୋଇଛି ତା ନୁହେଁ, ମାହାଙ୍ଗାରେ ଘଟିଥିବା ଡବଲ ମର୍ଡର ଘଟଣାର ମଧ୍ୟ ଅନ୍ୟତମ ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ୍ଲ ବିଶ୍ୱାଳଙ୍କ ନାଟକୀୟ ଭାବେ ମୃତ୍ୟୁ ଘଟିଥିଲା ଓ ପୋଲିସ ଏହାକୁ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁକରି ବସିଯାଇଥିଲା । ଏଠାରେ ମଧ୍ୟ ସମାନ ଭାବେ ଅଭିଯୁକ୍ତର ମୃତ୍ୟୁକୁ ସହଜରେ କେହି ଗ୍ରହଣ କରିପାରି ନଥିଲେ । ଯଦି ଏହା ଦୁର୍ଘଟଣା ଥିଲା, ତେବେ ଏହି ଦୁର୍ଘଟଣା ମାମଲାର ମଧ୍ୟ କେହି ସାକ୍ଷୀ ଏପର୍ଯ୍ୟନ୍ତ ମିଳିନାହାଁନ୍ତି । ମୃତକଙ୍କ ପରିବାର ପକ୍ଷରୁ ମଧ୍ୟ ଏହି ଘଟଣାକୁ ନେଇ ଅଧିକ ଅଭିଯୋଗ ନକରିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି ।

ଠିକ୍ ସେହିପରି ନିମାପଡ଼ାରେ ମଧ୍ୟ ଜଣେ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଏବେ ବି ରହସ୍ୟ ଘେରରେ ରହିଛି । ଧର୍ମେନ୍ଦ୍ରଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ମଧ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁନାହିଁ । ଏହି ମାମଲାକୁ ନେଇ ବିରୋଧୀ ବିଜେପି ବେଶ୍ କିଛି ଦିନ ହୋ ହଲ୍ଲା କରିବା ପରେ ଏହା ମଧ୍ୟ ଏବେ ଲୋକମାନେ ଭୁଲିଗଲେଣି, ଏପରିକି ପରିବାର ଲୋକେ ମଧ୍ୟ ଏନେଇ ଆଗକୁ ବଢ଼ିବାକୁ ଇଚ୍ଛା ପ୍ରକାଶ କରିନାହାଁନ୍ତି ।

ସେହିପରି ୨୦୧୩ ମସିହାରେ ରାୟଗଡ଼ାର ଟିକିରି ଠାରେ ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନଙ୍କ ହତ୍ୟା ମାମଲା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଏହି ମାମଲାର ତଦନ୍ତ ସିବିଆଇ ହାତକୁ ମଧ୍ୟ ଯାଇଥିଲା । ତଥାପି ଏହି ଘଟଣାରେ କିଏ ଇତିଶ୍ରୀଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇଥିଲେ ତାହା ଆଜି ପର୍ଯ୍ୟନ୍ତ ଜଣାପଡ଼ିଲା ନାହିଁ । ଏଭଳି ଏକ ବର୍ବର କାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ମଧ୍ୟ କେହି ଖୋଜି ପାଇଲେ ନାହିଁ ଅବା ମୃତ ଶିକ୍ଷୟିତ୍ରୀଙ୍କ ପରିବାରକୁ ନ୍ୟାୟ ମିଳିଲା ନାହିଁ ।

ଏଭଳି ଅନେକ ଆତ୍ମହତ୍ୟା, ହତ୍ୟା କାହାଣୀ ରହିଛି । ଯାହାକି ଲୋକଙ୍କ ଭିତରେ ସୃଷ୍ଟି ହୋଇଥିବା ସନ୍ଦେହକୁ ଦୂର କରିପାରିନାହିଁ ଏବଂ ମୃତକଙ୍କ ପରିବାରକୁ ନ୍ୟାୟ ମଧ୍ୟ ମିଳିପାରି ନାହିଁ । ଘଟିଥିବା ଘଟଣା ହତ୍ୟା ନା ଆତ୍ମହତ୍ୟା ଏଭଳି ପ୍ରଶ୍ନ ଭିତରେ ଲୋକମାନେ ଏହାକୁ ଭୁଲି ଯିବାକୁ ବାଧ୍ୟ ହୋଇଛନ୍ତି । କିନ୍ତୁ ପୁଣି କିଛି ଘଟଣା ଘଟିଲେ ଏହି ପୂର୍ବ ଘଟଣା ଗୁଡ଼ିକ ମନେ ପଡ଼ିଯାଏ ଓ ଗଣମାଧ୍ୟମରେ କିଛି ସମୟ ଚର୍ଚ୍ଚାର ପରିସରକୁ ଚାଲିଆସେ। ରାୟଗଡ଼ାର ଶିକ୍ଷୟିତ୍ରୀ ହତ୍ୟା, ମାହାଙ୍ଗାର ଡବଲ ମର୍ଡର ଅଭିଯୁକ୍ତଙ୍କ ଦୁର୍ଘଟଣାରେ ମୃତ୍ୟୁ,  ନିମାପଡ଼ାରେ ଜିଲ୍ଲାପରିଷଦସଭ୍ୟଙ୍କ ଆତ୍ମହତ୍ୟା ଓ ଏବେ ମମିତା ମେହେର ହତ୍ୟା ଘଟଣାର ଅଭିଯୁକ୍ତଙ୍କ ଆତ୍ମହତ୍ୟା ଏହି ୪ଟି ଯାକ ସମ୍ବେଦନଶୀଳ ଘଟଣାରେ ବିଜେଡିର ପ୍ରଭାବଶାଳୀ ନେତା ଓ ମନ୍ତ୍ରୀ ସମ୍ପୃକ୍ତ ଥିବା ଅଭିଯୋଗ ଆସିଥିଲା । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ବୋହିଯାଇଛି । ମାତ୍ର ପରିଶେଷରେ ଝଡ଼ ପରର ନୀରବତା ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଛି ଏହି ଘଟଣାରେ କାହିଁକି ଏଭଳି ପରିସ୍ଥିତି ସୃଷ୍ଟି ହେଲା ? ଅଭିଯୁକ୍ତ ମାନେ ନିଜେ ଜୀବନ ହାରିଲେ ନା ତାଙ୍କୁ କାହା ଚାପରେ ଯୋଜନାବଦ୍ଧ ଭାବେ ମାରିଦିଆଗଲା ? ପ୍ରଭାବଶାଳୀ ନେତା ଓ ମନ୍ତ୍ରୀ ମାନଙ୍କ ନାଁ ରେ ଅଭିଯୋଗ ଆସିଲେ କ’ଣ ମାମଲା ଗୁଡ଼ିକର ଫଇସଲା ଏଭଳି ହେବ ? ମୁଖ୍ୟ ଅଭିଯୁକ୍ତ ବା ଦୋଷୀଙ୍କୁ ନ୍ୟାୟାଳୟ ଦଣ୍ଡିତ କରିପାରିବ ନାହିଁ ? ଯଦି ଏଭଳି ବାରମ୍ବାର ହୁଏ ତେବେ ପୋଲିସ ପ୍ରଶାସନ ଓ ବିଚାର ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କ ଆସ୍ଥା ଓ ଭରସା ଆଉ ରହିବ ତ ?

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.