• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଜାପାନରୁ ଆସିବ ପୁଞ୍ଜିନିବେଶ ର ପ୍ରତିଶୃତି ?

ଜାପାନରୁ ଆସିବ ପୁଞ୍ଜିନିବେଶ ର ପ୍ରତିଶୃତି ?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୪ ଅପ୍ରେଲ ୨୦୨୩

ଗତବର୍ଷ ଇଟାଲୀ ଓ ଦୁବାଇ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ୬ ଦିନିଆ ଜାପାନ ଗସ୍ତରେ ଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଏକ ପ୍ରତିନିଧି ଦଳ ମଧ୍ୟ ଏହି ଗସ୍ତରେ ସାମିଲ ଅଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କର ଏହି ଗସ୍ତ ସମୟରେ ଟୋକିଓରେ ପୁଞ୍ଜିନିବେଶ ସମ୍ମିଳନୀରେ ଯୋଗଦେବେ । ଏହାସହିତ ଜାପାନର କ୍ୟାଟୋ ଓ ଓସାକାରେ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ । ରାଜ୍ୟ ସରକାରଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଗସ୍ତ ସମୟରେ ଓଡ଼ିଶାର ଏହି ପ୍ରତିନିଧି ଦଳ ଜାପାନର ଉଦ୍ୟୋଗପତିଙ୍କ ସହ ପୁଞ୍ଜିନିବେଶ ପ୍ରସ୍ତାବ ନେଇ ଆଲୋଚନା କରିବେ । ଜାପାନ ସରକାରଙ୍କ କିଛି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର ସ୍ଥିର କରାଯାଇଛି ।

ପୂର୍ବରୁ ୨୦୧୮ ଓ ୨୦୨୨ ମସିହାରେ ଅନୁଷ୍ଠିତ ମେକ୍ ଇନ୍ ଓଡ଼ିଶା କନକ୍ଳେଭରେ ଜାପାନର ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଓଡ଼ିଶା ସହ ବାଣିଜ୍ୟିକ ସମ୍ପର୍କ ବଢ଼ାଇବାରେ ମଧ୍ୟ ଜାପାନର ପ୍ରତିନିଧି ମାନେ ପୂର୍ବରୁ ସଂକେତ ଦେଇଥିଲେ । ଯାହାକୁ ଆଧାର କରି ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ବୋଲି କୁହାଯାଉଛି । ତେବେ ଦୁବାଇର ନିବେଶକ ସମ୍ମିଳନୀ ଠାରୁ ଜାପାନରୁ ଅଧିକ ପୁଞ୍ଜିନିବେଶ ପ୍ରତିଶୃତି ଆଣିବା ଲକ୍ଷ୍ୟରେ ରହିଛି ଏହି ପ୍ରତିନିଧି ଦଳ। ଏପରିକି ଷ୍ଟିଲ, ଆଲୁମିନିୟମ, ଟେକ୍ସଟାଇଲ, ଫୁଡ଼ ଓ ସିଫୁଡ଼ ପ୍ରୋସେସିଂ ଏବଂ ପର୍ଯ୍ୟଟନ କ୍ଷେତ୍ର ଉପରେ ଆଧାରିତ ପୁଞ୍ଜିନିବେଶ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସରକାରୀ ଭାବେ କୁହାଯାଇଛି।

ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତ ମଧ୍ୟ ପୁଞ୍ଜିନିବେଶର ପ୍ରତିଶୃତି ଆଣିଥିଲା । ମାତ୍ର ପୁଞ୍ଜି ନିବେଶରେ ପ୍ରତିଶୃତି ଅପେକ୍ଷା ବାସ୍ତବ କ୍ଷେତ୍ରରେ ପୁଞ୍ଜି ନିବେଶ ଓ ସିଧାସଳଖ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ୨ଲକ୍ଷ ୩୦ ହଜାର କୋଟିରେ ପହଂଚି ଥିବା ଅର୍ଥନୀତି ରାଜ୍ୟ ପାଇଁ କେତେ ଗୁରୁତ୍ୱ ରଖେ ? ଅନେକ ସ୍ତରରେ ଜମି ଅଧିଗ୍ରହଣ ନହୋଇପାରି ଅନେକ ପ୍ରସ୍ତାବ ଅଧାରୁ ବନ୍ଦ ହୋଇଯାଇଛି । ପୋସ୍କୋ ଓ ମିତ୍ତଲ ଭଳି ବିଶ୍ୱର ପ୍ରତିଷ୍ଠିତ ଷ୍ଟିଲ କମ୍ପାନୀ ମାନେ ନିଜ କାରଖାନା ସ୍ଥାପନ ନକରି ଓଡିଶାରୁ ଫେରି ଯାଇଛନ୍ତି। ୨୨ବର୍ଷ ଭିତରେ ଜାତୀୟ ଷ୍ଟିଲ ଚାହିଦା ପୂରଣ ପାଇଁ ଖଣିଜ ସମୃଦ୍ଧ ଓଡ଼ିଶାରୁ ଅନେକ ଖଣିଜ ପଦାର୍ଥ ଯାଇଥିବା ବେଳେ ଆମ ରାଜ୍ୟରେ ଅଧିକ ଶିଳ୍ପ କାରଖାନା ସ୍ଥାପିତ ନହୋଇ ପାରିବାର କାରଣ କ’ଣ ? ସର୍ବାଧିକ ଖଣିଜ ପଦାର୍ଥ ଓଡ଼ିଶାରୁ ରପ୍ତାନି ହେଉଥିବା ବେଳେ ଓଡ଼ିଶାର ଶିଳ୍ପ ସ୍ଥାପନ ପାଇଁ ବିଶ୍ୱର ବଡ଼ କମ୍ପାନୀ ମାନେ ବିଶେଷ ଆଗ୍ରହୀ ନୁହଁନ୍ତି କାହିଁକି? ବିଗତ ୩ଟି ମେକ୍ ଇନ ଓଡ଼ିଶା ସଂସ୍କରଣରେ ମିଳିଥିବା ପୁଞ୍ଜିନିବେଶ ପ୍ରସ୍ତାବରୁ କେତେ ପ୍ରତିଶତ ପୁଞ୍ଜି ନିବେଶ ହୋଇପାରିଛି ? ଏପରିକି ଗତ ମେକ୍ ଇନ୍ ଓଡ଼ିଶା କନକ୍ଳେଭରେ ମିଳିଥିବା ସାଢେ ୧୦ଲକ୍ଷ କୋଟିର ପୁଞ୍ଜି ନିବେଶରୁ କେତେ ଟଙ୍କାର ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରିବ ? ଏସବୁ ପ୍ରଶ୍ନ ଭିତରେ ଏବେ ଛନ୍ଦି ହୋଇ ପଡିଛି ଓଡ଼ିଶାରେ ପୁଞ୍ଜି ନିବେଶର ପ୍ରସଙ୍ଗ ।

ଓଡ଼ିଶାର ପୁଞ୍ଜିନିବେଶ ପ୍ରସ୍ତାବ ଠାରୁ ଉତ୍ତରପ୍ରଦେଶ ପୁଞ୍ଜି ନିବେଶର ପ୍ରସ୍ତାବ ପାଖାପାଖି ୩ ଗୁଣ ଅଧିକ ରହିଛି । ଏହି ପୁଞ୍ଜିନିବେଶ ପ୍ରସ୍ତାବ ଅପେକ୍ଷା ଶିଳ୍ପାୟନ କ୍ଷେତ୍ରରେ ନିବେଶ ହିଁ ହେଉଛି ବଡ଼ ଚ୍ୟାଲେଞ୍ଜ ।

ଖଣିଜ ସମ୍ପଦର ରାଜ୍ୟ ଓଡ଼ିଶା ଖଣିଜ ପଦାର୍ଥ ରପ୍ତାନୀ ଓ ଖଣି ଲିଜ୍ ଦେବା କ୍ଷେତ୍ରରେ ଭାରତ ବର୍ଷର ଅନ୍ୟ ରାଜ୍ୟ ମାନଙ୍କୁ ପଛରେ ପକାଇ ଦେଇଛି । ଏପରିକି ଖଣି ରାଜସ୍ବ ସଂଗ୍ରହରେ ମଧ୍ୟ ଦେଶର ସବୁଠାରୁ ଅଗ୍ରଣୀ ରାଜ୍ୟର ମାନ୍ୟତା ପାଇଛି । ମାତ୍ର ତାମିଲନାଡୁ, ମହାରାଷ୍ଟ୍ର ଭଳି ରାଜ୍ୟ ମାନଙ୍କ ସହ ଶିଳ୍ପ ସ୍ଥାପନ କ୍ଷେତ୍ରରେ ସମକକ୍ଷ ହୋଇପାରିନାହିଁ। ଏଣୁ ସାଧାରଣ ଲୋକଙ୍କର ଆଶା ରହିଛି ଓଡ଼ିଶାକୁ ପୁଞ୍ଜିନିବେଶର ପ୍ରସ୍ତାବ ଆଣିବା ସହ ଅଧିକରୁ ଅଧିକ ଶିଳ୍ପସଂସ୍ଥା ସ୍ଥାପନ ହେଉ ଓ ଅଧିକ ସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଓଡ଼ିଶା ସକ୍ଷମ ହେଉ। ସମସ୍ତେ ଅପେକ୍ଷା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ଅନ୍ୟ ସବୁ ଗସ୍ତଠାରୁ ଅଧିକ ସଫଳ ହେଉ, ପୁଞ୍ଜି ନିବେଶର ପ୍ରତିଶୃତିର ପରିମାଣ ବଢ଼ୁ ଓ ଜାପାନର ପ୍ରତିଷ୍ଠିତ ଶିଳ୍ପସଂସ୍ଥା ମାନେ ଓଡ଼ିଶାରେ ପୁଞ୍ଜି ନିବେଶ କରନ୍ତୁ ।

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.