• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଜୟ ଓ ବିଜୟ ବିଜେଡି ପାଇଁ ଭୟ..

ଜୟ ଓ ବିଜୟ ବିଜେଡି ପାଇଁ ଭୟ..
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୯ ମାର୍ଚ୍ଚ ୨୦୨୩

ବିଧାନସଭା ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ପୂର୍ବରୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାକୁ ନେଇ । ଏହି ଘଟଣାକୁ ନେଇ ସେ ଦୁଇ ଅଣଓଡ଼ିଆ ଅଫିସରଙ୍କୁ ଦାୟୀ କରିବା ସହ କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟାଙ୍କୁ ମଧ୍ୟ ସନ୍ଦେହ ଘେରକୁ ଟାଣିଛନ୍ତି । ତଦନ୍ତ ପ୍ରକ୍ରିୟା ବିଳମ୍ୱ ନେଇ ସେ ପୋଲିସ ଡିଜିଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ଏପରିକି ଏହି ଘଟଣାରେ ତଦନ୍ତ ପ୍ରକ୍ରିୟା ଠିକଣା ବାଟରେ ଯାଉନାହିଁ ବୋଲି କହିବା ସହ ଅନେକ ଲୋକଙ୍କୁ ପୋଲିସ ଭୟଭୀତ କରିବା ସହ ମୁହଁ ନଖୋଲିବା ପାଇଁ ଧମକ ଦେଉଛି ବୋଲି ସେ ମଧ୍ୟ ଅଭିଯୋଗ କରିଛନ୍ତି । ଏପରିକି ବିଜୟ ମହାପାତ୍ରଙ୍କ ଅଭିଯୋଗ ଆଧାରରେ ବିଧାନସଭାରେ ପୁଣି ନବ ଦାସଙ୍କ ହତ୍ୟା ଘଟଣା ଏକ ପ୍ରମୁଖ ପ୍ରସଙ୍ଗ ଭାବେ ଉଠାଇବା ପାଇଁ ଉଭୟ ବିଜେପି ଓ କଂଗ୍ରେସ ଆଭାସ ଦେଇସାରିଲେଣି ।

ଏହି ହତ୍ୟାକାଣ୍ଡ ନେଇ ପ୍ରଥମରୁ ସରକାରଙ୍କୁ ଅଡୁଆରେ ପକାଇଥିଲେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର । ଏହା ଏକ ଷଡ଼ଯନ୍ତ୍ର ବୋଲି କହିବା ସହ ଶାସକ ଦଳର ସମ୍ପୃକ୍ତି ଆଡ଼କୁ ଆଙ୍ଗୁଳି ଉଠାଇଥିଲେ ଜୟନାରାୟଣ । ପରେ ପରେ ବିଜେପିର ବିଧାୟକ ସୁବାସ ପାଣିଗ୍ରାହୀ ଓ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମଧ୍ୟ ଶାସକ ଦଳ ନେତାଙ୍କୁ ଏହି ଘଟଣାରେ ଦୋଷାରୋପ କରିଥିଲେ । ବିଜେପିର ଶାଣିତ ଆକ୍ରମଣ ପରେ ଗୃହ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମାମଲାର ତଦନ୍ତ ବାବଦରେ ବିଧାନସଭାରେ ବିବୃତି ରଖିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଏହି ଘଟଣାକୁ ନେଇ ଆଲୋଚନା ସାମାନ୍ୟ ଥମିଯାଇଥିବା ବେଳେ ଏବେ ପୁଣି ବିଜୟ ମହାପାତ୍ରଙ୍କ ଅଭିଯୋଗ ବଳ ଯୋଗାଇବ ବିରୋଧୀଙ୍କୁ ।

ଯଦିଓ କଂଗ୍ରେସର ବିଧାୟକ ଦଳ ନେତାଙ୍କ ଏକ ବୟାନକୁ ନେଇ କଂଗ୍ରେସ ଦଳ ଭିତରେ ଦ୍ୱନ୍ଦ୍ୱ ରହିଛି ତେବେ ମିଳିଥିବା ଖବର ଅନୁଯାୟୀ କଂଗ୍ରେସର ଆଉକିଛି ବିଧାୟକ ମଧ୍ୟ ଏହି ପ୍ରସଙ୍ଗରେ ବିଜେପି ସହ ଗୃହରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି । ଏହି ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ବିରୋଧୀଦଳ ବିଜେପି ସରକାରକୁ ଘେରିବାରେ କଂଗ୍ରେସକୁ ପଛରେ ପକାଇଦେଇଛି। ବିରୋଧ ପ୍ରଦର୍ଶନ ଠାରୁ ଆରମ୍ଭ କରି ଏହି ଘଟଣାରୁ ଲୋକଙ୍କ ନଜର କିଭଳି ନହଟିବ ଓ ଆଗାମୀ ସାଧାରଣ ନିର୍ବାଚନ ଯାଏ ଏହି ପ୍ରସଙ୍ଗକୁ ନେଇ ସରକାରଙ୍କ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନଚିହ୍ନ ଲଗାଯାଇପାରିବ ସେନେଇ ବିଜେପି ତାର ରଣନୀତି ସ୍ପଷ୍ଟ କରିସାରିଛି ।

ଜୟଙ୍କ ପରେ ବିଜୟଙ୍କ ପ୍ରଶ୍ନ ଏବେ ତଦନ୍ତକାରୀ ସଂସ୍ଥା ଓ ଶାସକ ଦଳକୁ ଅଡୁଆରେ ପକାଇବ ନାହିଁ ତ ? ତଦନ୍ତ ପ୍ରକ୍ରିୟାକୁ ନେଇ ବିଜୟ ମହାପାତ୍ର ଉଠାଉଥିବା ପ୍ରଶ୍ନର ଉତ୍ତର କିଏ ଦେବ ? ଶାସକଦଳ ବିଧାନସଭାରେ ପୁଣି ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗକୁ ସାମ୍ନା କରିବ କିପରି ? କ୍ରାଇମବ୍ରାଞ୍ଚ ତଦନ୍ତ ଅଗ୍ରଗତି ନେଇ ସରକାର ଗୃହରେ ଉତ୍ତର ଦେଇପାରିବା ସହଜ ହେବ କି ? ଯଦି ଶାସକ ଦଳ ପକ୍ଷରୁ ନବ ଦାସ ହତ୍ୟା ଘଟଣାରେ ଗୃହରେ ଉତ୍ତର ରଖାନଯାଏ, ତେବେ ବିଧାନସଭା ଅଧିବେଶନ ଠିକ୍ ଭାବେ ଚାଲି ପାରିବ ତ? ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବାରମ୍ବାର ମତ ବଦଳାଉ ଥିବା ବେଳେ ବିଜୟ ମହାପାତ୍ରଙ୍କ ଅଭିଯୋଗ ପୁଣି ଏହାକୁ ନୂଆ ଟ୍ଵିଷ୍ଟ ଦେଇଛି । ତେବେ ନବ ଦାସ ହତ୍ୟା ପ୍ରସଙ୍ଗରେ ଜୟ-ବିଜୟ ଙ୍କ ଶାଣିତ ଆକ୍ରମଣ ଶାସକ ବିଜେଡିକୁ ଅସ୍ତବ୍ୟସ୍ତ କରିପକାଇଛି ଏକଥାକୁ ଅସ୍ବୀକାର କରାଯାଇ ପାରିବ ନାହିଁ।

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.