• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଝାରସୁଗୁଡ଼ା କାଉଣ୍ଟଡାଉନ୍ …

ଝାରସୁଗୁଡ଼ା କାଉଣ୍ଟଡାଉନ୍ …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୧ ମଇ ୨୦୨୩

ଝାରସୁଗୁଡ଼ା ଉପନିର୍ବାଚନର ଭୋଟଦାନ ଶେଷ ହୋଇଛି । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ୨୫୩ ଟି ବୁଥ୍ ରେ ୭୮.୭ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ଫଳାଫଳ ଆସିବା ପୂର୍ବରୁ ରାଜନୈତିକ ଦଳ ଓ ନେତାମାନେ ଜିତିବା ହାରିବାରେ ବୟାନବାଜି ଆରମ୍ଭ କରିଦେଇଛନ୍ତି । ଶାସକ ଦଳର ଏକାଧିକ ଆକଳନ ସାମ୍ନାକୁ ଆସିଛି । ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ଦୀପାଳି ଦାସ ୫୦ ହଜାରରୁ ଅଧିକ ଭୋଟରେ ଜିତିବେ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି । ସେହିପରି ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ସିଧାସଳଖ ଭାବେ ଭୋଟ ବ୍ୟବଧାନ ନକହିଥିଲେ ବି ବିପୁଳ ଭୋଟରେ ବିଜେଡି ଜିତିବ ବୋଲି ସୂଚନା ଦେଇଛନ୍ତି । ଗଣମାଧ୍ୟମ ପ୍ରତିନିଧି ମାନେ ବିପୁଳ ଭୋଟ ଅର୍ଥ କେତେ ବୋଲି ପ୍ରଶ୍ନ କରିବାପରେ ସେ ୩୦ ହଜାରରୁ ଅଧିକ ଭୋଟ ବ୍ୟବଧାନ ହୋଇପାରେ ବୋଲି କହିଛନ୍ତି ।

ଅପରପକ୍ଷେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ମଧ୍ୟ ଫଳାଫଳ ସେମାନଙ୍କ ସପକ୍ଷରେ ଯିବାର ସମ୍ଭାବନା ରହିଛି ବୋଲି କହିଛନ୍ତି । ବିଜେପି ନେତା ଦିଲ୍ଲୀପ ମଲ୍ଲିକ ଏହି ଉପନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯିବ ବୋଲି କହିଥିବା ବେଳେ କଂଗ୍ରେସ ସଭାପତି ଏହି ଉପନିର୍ବାଚନରେ କଂଗ୍ରେସ ଅଳ୍ପ ବ୍ୟବଧାନରେ ଜିତିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଉପନିର୍ବାଚନରେ ଲଢ଼େଇ ୩ ଦଳ ମଧ୍ୟରେ ଜୋରଦାର ହୋଇଛି ବୋଲି ପିସିସି ସଭାପତି ନିଜେ ସ୍ୱୀକାର କରିଛନ୍ତି । ଭୋଟଦାନ ପ୍ରତିଶତକୁ ଦେଖିବା ପରେ ଶାସକ ଦଳ ଏହାର ଫଳାଫଳ ନିଜ ସପକ୍ଷରେ ଯିବାର ଯୁକ୍ତି ଦର୍ଶାଇଥିବା ବେଳେ ବିରୋଧୀ ଦଳ ମାନେ ମଧ୍ୟ ଏହା ଶାସକ ଦଳ ବିରୋଧରେ ଯିବ ବୋଲି କହିଛନ୍ତି ।

ତେବେ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ଭୋଟ ପ୍ରତିଶତ ଅପେକ୍ଷା, ବୁଥ୍ ମ୍ୟାନେଜମେଣ୍ଟ ହିଁ ଫଳାଫଳ ନିର୍ଣ୍ଣୟ କରିବାରେ ଅଧିକ ସାହାଯ୍ୟ କରିଥିବ।

ପ୍ରଚାର ଓ ରଣନୀତି ଅନୁଯାୟୀ ଶାସକ ବିଜେଡି ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ଠାରୁ ଯଥେଷ୍ଟ ଆଗରେ ରହିଥିଲା । ଏପରିକି ଭୋଟ ଗ୍ରହଣ ପୂର୍ବଦିନ ପର୍ଯ୍ୟନ୍ତ ଶାସକ ଦଳର ନେତାମାନେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ସକ୍ରିୟ ଥିବାର ଖବର ମଧ୍ୟ ମିଳିଥିଲା । ପଦ୍ମପୁର ଉପନିର୍ବାଚନ ପରି ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟ ଏଠାରେ ଦେଖିବାକୁ ମିଳିନଥିଲା । ଓଡ଼ିଶାର ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ଅନ୍ୟକୌଣସି କେନ୍ଦ୍ରମନ୍ତ୍ରୀ ଏଥର ପ୍ରଚାର ମଇଦାନକୁ ଆସିନଥିଲେ । ଏପରିକି ନିଜକୁ ଅଧିକ ସକ୍ରିୟ ଓ ଲୋକପ୍ରିୟ ନେତାବୋଲି ବିଚାର କରୁଥିବା ବିଜେପିର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ଅନ୍ୟକିଛି ନେତାଙ୍କୁ ମଧ୍ୟ ଏଠାରେ ଦେଖିବାକୁ ମିଳିନଥିଲା । କଂଗ୍ରସ ପକ୍ଷରୁ ପ୍ରଚାର ଜୋରଦାର କରାଯାଇଥିଲେ ମଧ୍ୟ ଗଣମାଧ୍ୟମ ଗୁଡ଼ିକରେ କଂଗ୍ରେସର ପ୍ରଚାର ଓ ରଣନୀତି ବାବଦରେ ଅଧିକ ଖବର ଭୋଟରଙ୍କ ନିକଟକୁ ଯାଇପାରିନାହିଁ ।

ପ୍ରଚାର ରଣକୌଶଳ ଓ ବୁଥ୍ ମ୍ୟାନେଜମେଣ୍ଟରେ ଆଗୁଆ ଥିବା ଶାସକ ବିଜେଡି ପଶ୍ଚିମ ଓଡ଼ିଶାର ସମସ୍ତ ନେତାଙ୍କୁ ଏକାଠି କରି ଏହି ନିର୍ବାଚନ ଲଢ଼ିବାର ଦେଖାଯାଇଛି । ସୁଶାନ୍ତ ସିଂହଙ୍କ ଅନୁପସ୍ଥିତି କଥା କିଛି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲେ ବି ଦଳ ତାଙ୍କୁ ମଧ୍ୟ ଏହି ଉପନିର୍ବାଚନରେ ସାମିଲ କରିଛି । ବିଜେଡି ପାଇଁ ବିଜୟ ବ୍ୟବଧାନ ଯେତିକି ଗୁରୁତ୍ୱପୂର୍ଣ୍ଣ ବିଜେପିର ନବନିଯୁକ୍ତ ସଭାପତି ମନମୋହନ ସାମଲଙ୍କ ପାଇଁ ମଧ୍ୟ ଏହି ଫଳାଫଳ ସେତିକି ଗୁରୁତ୍ୱ ରଖିବ । ୨୦୨୪ ପୂର୍ବରୁ ଏହି ଫଳାଫଳ ୩ଟି ରାଜନୈତିକ ଦଳର ପ୍ରସ୍ତୁତି ଉପରେ ରାଜ୍ୟବାସୀଙ୍କୁ ଯଥେଷ୍ଟ କିଛି ସଂକେତ ଦେବ ।

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.