• About
  • Contact
Wednesday, May 20, 2026
Wednesday, May 20, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଝାରସୁଗୁଡ଼ା ଫଳାଫଳ ପରେ…

ଝାରସୁଗୁଡ଼ା ଫଳାଫଳ ପରେ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୫ ମଇ ୨୦୨୩

ଝାରସୁଗୁଡ଼ା ଉପନିର୍ବାଚନରେ ଶାସକ ବିଜେଡିର ପ୍ରାର୍ଥୀ ଦୀପାଳୀ ଦାସ ୪୮ ହଜାର ୭୨୧ ଖଣ୍ଡ ଭୋଟରେ ବିଜୟୀ ହେଲେ । ଦୁଇ ନମ୍ବରରେ ବିଜେପି ରହିଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କ ଅମାନତ୍ ଉଡ଼ିଗଲା। ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୬୦.୯୩ ପ୍ରତିଶତ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୩୩.୨୪ ପ୍ରତିଶତ ଭୋଟ ମିଳିଛି । କଂଗ୍ରେସକୁ ମାତ୍ର ୨.୫୬ ପ୍ରତିଶତ ଭୋଟ ମିଳିଛି । ଯଦି ଏହି ଫଳାଫଳକୁ ଅଧିକ ବିଶ୍ଳେଷଣ କରାଯାଏ ତେବେ, ବିଜେଡିର ଭୋଟ ପ୍ରତିଶତ ଗତ ସାଧାରଣ ନିର୍ବାଚନ ଠାରୁ ୫ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ବିଜେପିର ଭୋଟ ୩ ପ୍ରତିଶତ ବଢ଼ିଛି । ସେହିପରି କଂଗ୍ରସ ଗତ ସାଧାରଣ ନିର୍ବାଚନରେ ୧୦ ପ୍ରତିଶତରୁ ଅଧିକ ଭୋଟ ପାଇଥିବା ବେଳେ ଏଥର ତାହା ପାଖାପାଖି ୮ ପ୍ରତିଶତ ଖସିଯାଇଛି । ଏହି ଉପନିର୍ବାଚନର ଫଳାଫଳ କହୁଛି ଯେ, ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ମଧ୍ୟ ଏହିପରିଭାବେ ବିଜେଡି ଓ ବିଜେପି ମଧ୍ୟରେ ଅନେକ ଆସନରେ ସିଧାସଳଖ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିପାରେ । ଯଦି କଂଗ୍ରେସ ନିଜର ସ୍ଥିତିର ସମୀକ୍ଷା ନକରେ ତେବେ ସମଗ୍ର ରାଜ୍ୟରେ ମଧ୍ୟ ଦ୍ଵିମୁଖୀ ଲଢ଼େଇ ଦେଖିବାର ଅନେକ ସମ୍ଭାବନ ସୃଷ୍ଟି ହୋଇପାରେ।

ଏକଦା ଝାରସୁଗୁଡ଼ାକୁ କଂଗ୍ରେସର ଗଡ଼ କୁହାଯାଉଥିବା ବେଳେ ଏବେର ଉପନିର୍ବାଚନ ଫଳାଫଳ ଦର୍ଶାଇଛି ଯେ, କଂଗ୍ରେସର ଭୋଟକୁ ବିଜେଡି ଓ ବିଜେପି ଉଭୟ ବାଣ୍ଟି ନେଇଛନ୍ତି । ଏପରିକି କଂଗ୍ରେସର ବହୁ ପ୍ରତିଶତ ଭୋଟ ଶାସକ ବିଜେଡି ଖାତାକୁ ଚାଲିଯାଇଥିବାର ଅନେକ ତଥ୍ୟ କହୁଛି । ବୋଧହୁଏ କଂଗ୍ରେସର ସମସ୍ତ ଭୋଟବ୍ୟାଙ୍କକୁ ଆଗାମୀ ସମୟରେ ଶାସକ ବିଜେଡି ନିଜ ଅକ୍ତିଆରକୁ ନେଇଗଲେ ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ । କଂଗ୍ରେସ ନେତାମାନଙ୍କୁ ବିଜେଡି ପର୍ଯ୍ୟାୟ କ୍ରମେ ଦଳରେ ସାମିଲ କରିବା ସହ ଦଳର ଭୋଟକୁ ମଧ୍ୟ ନିଜ ସପକ୍ଷରେ ନେବାରେ ସମର୍ଥ ହୋଇଛି । ଏହି ଉପନିର୍ବାଚନରେ ବିଜେଡିର ବିଜୟକୁ ଏକତରଫା ବିଜୟ ଭାବେ ଅନେକ ରାଜନୈତିକ ପର୍ଯ୍ୟବେକ୍ଷକ ଦେଖୁଛନ୍ତି । ବିଜେଡିର ନିର୍ବାଚନ ଜିତିବାର ଏକମାତ୍ର କାରଣ ହେଉଛି ଦଳର ରଣନୀତି ଓ କଂଗ୍ରେସର ସମସ୍ତ ଭୋଟ୍ ନିଜ ସପକ୍ଷରେ ନେବାପାଇଁ ସୁଚିନ୍ତିତ ଗୋଟି ଚାଳନା । ଯଦି ନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହୁଏ, ତେବେ ନିର୍ବାଚନର ଫଳାଫଳ ଭିନ୍ନ ହୁଅନ୍ତା, ମାତ୍ର ବିଜେଡିର ରଣନୀତି ଅନୁଯାୟୀ ଏହି ପ୍ରତିଦ୍ବନ୍ଦିତାଏକ ପ୍ରକାର ଦ୍ଵିମୁଖୀ ହୋଇଯାଉଛି। ଯେଉଁଥି ପାଇଁ ଶାସକ ଦଳକୁ ବିଜୟ ହାସଲ କରିବା ସହଜ ହୋଇଯାଉଛି ।

ତେବେ ବିଜେଡିର ବିପୁଳ ବିଜୟ ଏବେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସକୁ ଭାବିବାକୁ ବାଧ୍ୟ କରିପାରେ । କଂଗ୍ରେସର ଭୋଟ ପ୍ରତିଶତ ହ୍ରାସ ପାଇବା ଓ ଦଳର ନେତାଙ୍କ ସହ ଭୋଟ ଶାସକ ଦଳ ମୁହାଁ ହେବା କଂଗ୍ରେସ ପାଇଁ ବଡ଼ ବିପଦ ଭାବେ ଉଭାହୋଇଛି । ଏଭଳି ପରିସ୍ଥିତି ଲାଗି ରହିଲେ, ଆଗାମୀ ସାଧାରଣ ନିର୍ବାଚନର କଂଗ୍ରେସର ପ୍ରାର୍ଥୀ ହେବାପାଇଁ କୌଣସି ନେତା ଆଗ୍ରହ ଦେଖାଇବା ଭଳି ପରିସ୍ଥିତି ରହି ନପାରେ ।

ଅନ୍ୟ ପକ୍ଷରେ ବିଜେପି ମଧ୍ୟ ବୁଝିବା ଦରକାର ଯେ, ବିଜେଡି ବିରୋଧରେ ସୁଚିନ୍ତିତ ରଣନୀତି ପ୍ରସ୍ତୁତ ନକଲେ, ଦଳର ସ୍ଥିତିରେ କୌଣସି ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଯଦି ଚାହିଁବେ ନାହିଁ ତେବେ ଓଡ଼ିଶାରେ ବିଜେପି କ୍ଷମତାକୁ ଆସିପାରିବ ନାହିଁ । ଏପରିକି ଓଡ଼ିଶାର ବିଜେପି ନେତା ମାନେ ମଧ୍ୟ ଯଦି ବିଜେପିର କେନ୍ଦ୍ରୀୟ ନେତୃତ୍ୱର ସହଯୋଗ ନପାଇବେ ବୋଲି ଜାଣିପାରନ୍ତି ତେବେ, ଆଗକୁ ଆସୁଥିବା ସାଧାରଣ ନିର୍ବାଚନ ପୂର୍ବରୁ ଅନେକ ବିଜେପି ନେତା ମଧ୍ୟ ଶାସକ ବିଜେଡିରେ ଯୋଗ ଦେବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ । ଦଳୀୟ ସୂତ୍ରରୁ ମିଳିଥିବା ଖବର ମୁତାବକ କଂଗ୍ରେସର ନେତାମାନଙ୍କ ପରି ବିଜେପିର ବହୁ ନେତା ମଧ୍ୟ ନିଜକୁ ପ୍ରସ୍ତୁତ କରିଛନ୍ତି ଶାସକ ଦଳ ମୁହାଁ ହେବା ପାଇଁ । ଯେଉଁପରି ଭାବେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ବିଜେଡିର ସୁପ୍ରିମୋଙ୍କ ସହ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନୀତି ଧରି ଆଗକୁ ବଢୁଛନ୍ତି ଆଗାମୀ ସମୟରେ ଓଡ଼ିଶାର ବିଜେପି ପାଇଁ ଏହା ଆହୁରି ଖରାପ ପରିସ୍ଥିତି ସୃଷ୍ଟି କରିବ ବୋଲି ରାଜନୈତିକ ମହଲ ଆକଳନ କରିବା ଆରମ୍ଭ କରିଦେଲେଣି ।

ଏପରିକି ରାଜ୍ୟର ପ୍ରମୁଖ ବିରୋଧୀଦଳ ବିଜେପି ଗତ ପଦ୍ମପୁର ଉପନିର୍ବାଚନ ପରି ଏହି ଉପନିର୍ବାଚନକୁ ଗୁରୁତ୍ୱର ସହ ନନେବା ଓ କେନ୍ଦ୍ରୀୟ ନେତୃତ୍ୱର ସହଯୋଗ ନପାଇବା ଏହି ଉପନିର୍ବାଚନ ହାରିବାର ପ୍ରମୁଖ କାରଣ ହୋଇଛି । ତେଣୁ ଏହି ଉପନିର୍ବାଚନର ଫଳାଫଳ ସ୍ପଷ୍ଟ କରିଛି ଯେ, ଗତ ସାଧାରଣ ନିର୍ବାଚନ ଠାରୁ ଏପର୍ଯ୍ୟନ୍ତ ଓଡ଼ିଶାର ରାଜନୈତିକ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ । ବିଜେପି ୨ନମ୍ବର ଆସନରେ ରହିବାର ବିଶେଷ ଅସୁବିଧା ହେବନାହିଁ ଓ କଂଗ୍ରେସ ମୁକ୍ତ ରାଜ୍ୟ ଭାବେ ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶା ପରିଗଣିତ ନହେବ ତାହାକୁ ମଧ୍ୟ ଅସ୍ବୀକାର କରାଯାଇପାରିବ ନାହିଁ ।

Nirvik Bureau

Nirvik Bureau

Related Posts

ବାଲିଅନ୍ତାର ଭିଡ଼ ହିଂସା : ଦାୟୀ କିଏ ?
Politics

ବାଲିଅନ୍ତାର ଭିଡ଼ ହିଂସା : ଦାୟୀ କିଏ ?

by Nirvik Bureau
May 13, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୩ ମଇ ୨୦୨୬ ମଇ ମାସ ୭ ତାରିଖର ଘଟଣା। ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଗଲା ଏକ ବୀଭତ୍ସ କାଣ୍ଡ।...

Read more
ଡିଜିଟାଲ ଇଣ୍ଡିଆ, ଡବଲ ଇଞ୍ଜିନ ସରକାର ଓ ମରିଯାଇଥିବା ମାନବିକତା…

ଡିଜିଟାଲ ଇଣ୍ଡିଆ, ଡବଲ ଇଞ୍ଜିନ ସରକାର ଓ ମରିଯାଇଥିବା ମାନବିକତା…

May 1, 2026
ପୋଲିସ ବିଫଳ, ଗୃହ ବିଭାଗ ନିଷ୍କ୍ରିୟ :  ଦାୟୀ କିଏ ?

ପୋଲିସ ବିଫଳ, ଗୃହ ବିଭାଗ ନିଷ୍କ୍ରିୟ : ଦାୟୀ କିଏ ?

April 27, 2026
ଆସିଲେନି ନବୀନ, ନେତା ଖେଳିଲେ ଲୁଚକାଳି : ଇଏ କ’ଣ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ?

ଆସିଲେନି ନବୀନ, ନେତା ଖେଳିଲେ ଲୁଚକାଳି : ଇଏ କ’ଣ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ?

April 19, 2026
ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?

ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?

April 9, 2026
ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !

ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !

April 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.