• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଝାରସୁଗୁଡ଼ା କସରତ…

ଝାରସୁଗୁଡ଼ା କସରତ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୪ ଅପ୍ରେଲ ୨୦୨୩

ଆସନ୍ତା ମେ ମାସ ୧୦ ତାରିଖରେ ହେବ ଝାରସୁଗୁଡ଼ାରେ ଉପନିର୍ବାଚନ। ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କର ହତ୍ୟାକାଣ୍ଡ ପରେ ଏହି ଆସନଟି ଖାଲି ପଡ଼ିଥିଲା । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା ହେବା ପରେ ଓଡ଼ିଶାର ୩ଟି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଛି ନିର୍ବାଚନ ପ୍ରସ୍ତୁତି । ଯଦି ୩ଟି ଦଳର ନିର୍ବାଚନ ପ୍ରସ୍ତୁତିକୁ ଦେଖାଯାଏ, ତେବେ ସବୁଠାରୁ ଆଗରେ ଅଛି ଶାସକ ବିଜୁ ଜନତାଦଳ । ନିର୍ବାଚନ ତାରିଖ ଘୋଷଣା ହେଉ ହେଉ ବିଜେଡି ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି । ବିଜେଡି ପକ୍ଷରୁ ଏହି ଉପନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସ । କେବଳ ସେତିକିରେ ଅଟକି ଯାଇନି ବିଜେଡି, ଏହି ଉପନିର୍ବାଚନ ପରିଚାଳନାର ଦାୟିତ୍ୱ ମଧ୍ୟ ବାଣ୍ଟି ସାରିଛି ଦଳ । ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର ଓ ସାରଦା ନାୟକଙ୍କୁ ଦଳ ପକ୍ଷରୁ ଦାୟିତ୍ୱ ଦିଆଯାଇଥିବା ନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁଯାୟୀ ଏହି ଉପନିର୍ବାଚନ ପାଇଁ ଶାସକ ବିଜେଡି ସମସ୍ତ ପ୍ରସ୍ତୁତି ଶେଷ କରିସାରିଛି ।

ଅନ୍ୟ ଦୁଇ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ଏଯାଏଁ ନିଜ ନିଜର ପ୍ରାର୍ଥୀ ଖୋଜିବାରେ ବ୍ୟସ୍ତ ଅଛନ୍ତି । କିଏ ପ୍ରାର୍ଥୀ ହେବ ତାହା ଏହି ଦୁଇ ଦଳ ଚୂଡ଼ାନ୍ତ କରି ପାରିନାହାନ୍ତି । ବିଜେପିରେ ଅଶାୟୀଙ୍କ ସଂଖ୍ୟା କମ୍ ଥିବା ବେଳେ କଂଗ୍ରେସରେ ଅଧିକ ଆଶାୟୀ ଥିବା ଶୁଣିବାକୁ ମିଳୁଛି । ତେଣୁ ନିର୍ବାଚନ ପ୍ରସ୍ତୁତି ଦେଖିଲେ ଜଣାପଡ଼ୁଛି ଦୁଇ ବିରୋଧୀ ଦଳ ଶାସକ ଦଳ ଠାରୁ ପଛରେ ରହିଛନ୍ତି। ପ୍ରାର୍ଥୀ ଚୟନ ନେଇ ଶାସକ ବିଜେଡି ପାଖରେ ୨ୟ ପସନ୍ଦର ପ୍ରାର୍ଥୀ ଖୋଜିବାର ଆବଶ୍ୟକତା ନଥିବା ବେଳେ ବିରୋଧୀ ଦଳଙ୍କୁ ଭାବିଚିନ୍ତି ପ୍ରାର୍ଥୀ ଦେବାକୁ ପଡ଼ିବ । ନିର୍ବାଚନମଣ୍ଡଳୀର ଇତିହାସ କହୁଛି ଏଠାରେ ପାଖାପାଖି ୧୦ ଥର କଂଗ୍ରେସର ପ୍ରାର୍ଥୀମାନେ ବିଜୟୀ ହୋଇଥିବା ବେଳେ ବିଜେଡିର ପ୍ରାର୍ଥୀମାନେ ୩ ଥର ଜିତିଛନ୍ତି । ମାତ୍ର ବିଗତ ନିର୍ବାଚନରେ ଶାସକ ବିଜେଡି ଓ ବିରୋଧୀ ବିଜେପି ମଧ୍ୟରେ ସିଧାସଳଖ ଲଢ଼େଇ ହୋଇଥିଲା ଓ କଂଗ୍ରେସର ପ୍ରାର୍ଥୀ ୩ୟ ସ୍ଥାନରେ ରହିଥିଲେ । ଏପରିକି କଂଗ୍ରେସର ଭୋଟକୁ ଉଭୟ ବିଜେଡି ଓ ବିଜେପି ନିଜ ନିଜ ମଧ୍ୟରେ ବାଣ୍ଟି ନେଇଥିଲେ।

ତେବେ ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ନିଜସ୍ୱ ଭୋଟ୍ ବ୍ୟଙ୍କ ରହିଛି । ଏଣୁ ଉପନିର୍ବାଚନର ଫଳାଫଳକୁ କଂଗ୍ରେସର ଭୋଟ ହିଁ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚାଇବ । ବ୍ରଜରାଜନଗର ଓ ପଦ୍ମପୁର ପରି ପଶ୍ଚିମ ଓଡ଼ିଶାର ଦୁଇ ଦୁଇଟି ଉପନିର୍ବାଚନର ଫଳାଫଳ ଶାସକ ଦଳ ସପକ୍ଷରେ ଯାଇଛି । ବ୍ରଜରାଜନଗରରେ କଂଗ୍ରେସ ୨ୟ ସ୍ଥାନକୁ ଉନ୍ନୀତ ହେବାସହ ବିଜେପିକୁ ୩ୟ ସ୍ଥାନକୁ ଠେଲି ଦେଇଥିଲା । ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ ନିଜର ସମ୍ମାନ ରକ୍ଷାକରିପାରିନଥିବା ବେଳେ ବିଜେଡି ବଡ଼ ବ୍ୟବଧାନରେ ବିଜେପିକୁ ପରାସ୍ତ କରିଛି । ଏଣୁ ଏହି ଉପ ନିର୍ବାଚନରେ ମଧ୍ୟ ବିଜେଡି ଓ ବିଜେପି ମଧ୍ୟରେ ଲଢ଼େଇ ସିଧା ସଳଖ ନହେବ ତାହାକୁ ଅସ୍ବୀକାର କରାଯାଇ ନପାରେ ।

ମାତ୍ର ଝାରସୁଗୁଡ଼ା ଉପନିର୍ବାଚନର ସ୍ଥିତି କିଛି ଭିନ୍ନ ରହିଛି । ବ୍ରଜରାଜ ନଗର ଓ ପଦ୍ମପୁରର ପୂର୍ବତନ ବିଧାୟକ ମାନଙ୍କ ମୃତ୍ୟୁ ସ୍ୱାଭାବିକ୍ ହୋଇଥିବା ବେଳେ ଝାରସୁଗୁଡ଼ାରେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି । ହତ୍ୟାର କାରଣ ମଧ୍ୟ ଏ ଯାଏ ଅସ୍ପଷ୍ଟ ରହିଛି । ଯାହାକି ଉପନିର୍ବାଚନ ବାତାବରଣ କୁ ପ୍ରଭାବିତ କରିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ । ମାତ୍ର କାହାକୁ ପ୍ରଭାବିତ କରିବ କିଏ ପ୍ରଭାବିତ ହେବ ତାହା ଫଳାଫଳ ସ୍ପଷ୍ଟ କରିବ ।

ରଣନୀତି ଓ ବିଜୟ ସମ୍ଭାବନା ଦୃଷ୍ଟିରୁ ଶାସକ ଦଳ ଆଗରେ ରହିଛି। ଅନ୍ୟପକ୍ଷରେ ବିଜେପିର ନୂଆ ରାଜ୍ୟ ନେତୃତ୍ୱ ପାଇଁ ଏହି ଉପନିର୍ବାଚନର ଫଳାଫଳ ଏବେ ବଡ଼ ଆହ୍ୱାନ ସୃଷ୍ଟି କରିଛି । ବିଜେପି ଏହି ଉପନିର୍ବାଚନ ଜିତିବା ଯେତିକି ଗୁରୁତ୍ୱ ରଖେ ନାହିଁ, ବ୍ୟବଧାନ କେତେ ରଖିପାରୁଛି ତାହା ବେଶୀ ଭାବେ ବିଜେପିର ରାଜ୍ୟ ରାଜନୀତିକୁ ପ୍ରଭାବିତ କରିବ। ବ୍ରଜରାଜନଗରରେ କିଛିଟା ସଫଳତା ହାସଲ କରିଥିବା କଂଗ୍ରେସ ଏଥର ଏହି ଉପନିର୍ବାଚନରେ ଏହାକୁ ଦୋହରାଇପାଇବ କି ? ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଏହି ଉପନିର୍ବାଚନରେ ଭୋଟ ପ୍ରତିଶତକୁ ବଢ଼ାଇବ ନା ସ୍ଥିର ରଖିପାରିବ ? ସେହିପରି ପଦ୍ମପୁରରେ ଭୋଟରେ ହାରିଥିବା ବିଜେପି ଏହି ଉପନିର୍ବାଚନରେ ଭୋଟ ବ୍ୟବଧାନ କମାଇ ପାରିବ କି ? ନୂଆ ସଭାପତି ଭାବେ ମନମୋହନ ସାମଲ ଧାମନଗର ଉପନିର୍ବାଚନରେ ପାଇଥିବା ସଫଳତାକୁ ଦୋହରାଇ ପାରିବେ ତ ?

ଏହି ଉପନିର୍ବାଚନରେ ବିରୋଧୀ ବିଜେପି ଓ କଂଗ୍ରେସ ଏବେ ସମ୍ମାନଜନକ ଭାବେ ଲଢ଼େଇ ଲଢ଼ିବା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ଶାସକ ବିଜେଡି ବଡ଼ ବ୍ୟବଧାନରେ ଜିତି ନବ ଦାସ ହତ୍ୟାକାଣ୍ଡ ନେଇ ଦଳର ନଷ୍ଟ ହୋଇଥିବା ଭାବମୂର୍ତ୍ତୀକୁ ସୁଧାରିବାକୁ ଚେଷ୍ଟା କରିବ ନିଶ୍ଚୟ ।

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.