• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଝାରସୁଗୁଡ଼ା ଉପନିର୍ବାଚନ : ଉତ୍ସାହ କମ୍ ଆଶଙ୍କା ବେଶୀ…

ଝାରସୁଗୁଡ଼ା ଉପନିର୍ବାଚନ : ଉତ୍ସାହ କମ୍ ଆଶଙ୍କା ବେଶୀ…
Share on FacebookShare on Xshare on Whatsappshare on Linkedin

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧ ମଇ ୨୦୨୩

ଆସନ୍ତା ମେ ୧୦ ତାରିଖରେ ଝାରସୁଗୁଡ଼ାରେ ଉପନିର୍ବାଚନପାଇଁ ଭୋଟ ଗ୍ରହଣ ହେବ । ଆଉ ମାତ୍ର ଗୋଟିଏ ସପ୍ତାହ ନିର୍ବାଚନ ପ୍ରଚାର ବାକିଥିବା ବେଳେ ୩ଟି ରାଜନୈତିକ ଦଳ ଓ ଗଣମାଧ୍ୟମରେ ଏ ନେଇ ସେତେଟା ଉତ୍ସାହ ପରିଲକ୍ଷିତ ହେଉନାହିଁ । ସମସ୍ତେ ଗ୍ରହଣ କରିନେଇଛନ୍ତି ଯେପରି ଏହି ଉପନିର୍ବାଚନର ଫଳାଫଳରେ କୌଣସି ବ୍ୟତିକ୍ରମ ହେବାର ସମ୍ଭାବନା ନାହିଁ । ଏପର୍ଯ୍ୟନ୍ତ ଝାରସୁଗୁଡ଼ାର ସ୍ଥିତି ବୟାନ କରୁଛି ଯେ, ଶାସକ ବିଜେଡିର ପ୍ରାର୍ଥୀ ଦୀପାଳି ଦାସ ଆଗରେ ଅଛନ୍ତି । ମାତ୍ର ୨ୟ ସ୍ଥାନରେ ବିଜେପି ରହିବ ବୋଲି ବାହାରକୁ ଦେଖାଯାଉଥିବା ବେଳେ କଂଗ୍ରେସ ବେଶ ଭଲ ସ୍ଥିତିରେ ଥିବା ଭଳି ଲାଗୁଛି । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପରେ ତାଙ୍କ ଝିଅ ତଥା ବିଜେଡି ପ୍ରାର୍ଥୀଙ୍କ ପାଇଁ ଅନୁକମ୍ପା ରହିଛି । ଶାସକ ବିଜେଡିର ରଣନୀତି ଅନୁଯାୟୀ ସ୍ଥାନୀୟ ନେତାଙ୍କ ଉପରେ ଅଧିକ ଭରଷା କରିଛି ଦଳ । ଯଦିଓ ଷ୍ଟାର କ୍ୟାମ୍ପେନର ତାଲିକାରେ ବିଜେଡିର ସଭାପତି ତଥା ମୁଖ୍ୟମନ୍ତ୍ରୀ ରହିଛନ୍ତି, ମାତ୍ର ପ୍ରଚାର ମଇଦାନକୁ ସେ କେବେ ଓହ୍ଲାଇବେ ତାହା ସ୍ପଷ୍ଟ ହୋଇନାହିଁ ।

ଅନ୍ୟପକ୍ଷରେ ବିଜେପି ଓ ବିଜେଡି ମଧ୍ୟରେ ଜୋରଦାର ମୁକାବିଲା ହେବ ବୋଲି ଆକଳନ କରାଯାଉଥିଲେ ମଧ୍ୟ ବିଜେପିର ପ୍ରଚାର ସେତେଟା ଆଖିଦୃଶିଆ ହୋଇ ନାହିଁ । ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଥିବା ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ପ୍ରଚାର ଆରମ୍ଭ ହୋଇନାହିଁ । ରାଜ୍ୟସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପି ଅଧିକରୁ ଅଧିକ ଘରକୁ ଘର ବୁଲି ପ୍ରଚାର କରୁଥିବାର ନଜରକୁ ଆସୁଛି । ଅନ୍ୟପକ୍ଷରେ କଂଗ୍ରେସର ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସ୍ଥାନୀୟ ନେତାମାନେ ମଧ୍ୟ ଦଳର ପ୍ରଚାରରେ ସାମିଲ୍ ହୋଇଛନ୍ତି । ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରଚାର ଓ ରଣନୀତି ମଧ୍ୟରେ ବେଶୀ କିଛି ଫରକ୍ ନଥିବାଭଳି ମନେହେଉଛି । ଉଭୟ ଦଳ ନିଜ ନିଜର ପ୍ରାର୍ଥୀଙ୍କ ଉପରେ ଅଧିକ ଭରସା କରିବାଭଳି ଲାଗୁଛି ।

ଗତ ପଦ୍ମପୁର ଉପନିର୍ବାଚନରେ ଯେଉଁଭଳି ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ପ୍ରଚାରର ଲଢ଼େଇ ଦେଖିବାକୁ ମିଳିଥିଲା, ଏହି ଉପନିର୍ବାଚନରେ ସେଭଳି କିଛି ଦୃଶ୍ୟ ଏପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ । ଏପରିକି ବିଜେଡିର ଫଳାଫଳ ନେଇ ବ୍ୟସ୍ତତାମଧ୍ୟ ବାହାରକୁ ଜଣାପଡୁ ନାହିଁ। ବିଜେପିର ଆକ୍ରମଣାତ୍ମକ ମୁଦ୍ରା ମଧ୍ୟ କୁଆଡ଼େ ହଜିଗଲା ଭଳି ଲାଗୁଛି। ପ୍ରଚାର ମଇଦାନରୁ ଅନୁମାନ କରାଯାଇପାରେ ଯେ, ଶାସକ ଦଳ ଏହି ଉପନିର୍ବାଚନକୁ ବେଶ୍ ହାଲୁକା ଭାବେ ନେଇଛି ଏବଂ ଅନୁରୂପ ଭାବେ ବିଜେପି ମଧ୍ୟ ଏହି ଲଢ଼େଇରେ ସେତେଟା ଆଗ୍ରହ ଦେଖାଇବା ଭଳି ଜଣାପଡ଼ୁ ନାହିଁ ।

ତେବେ ପଦ୍ମପୁର ଉପନିର୍ବାଚନର ତାତି ଝାରସୁଗୁଡ଼ାରେ ଅନୁଭୂତ ନହେବାର କାରଣ କ’ଣ ? ବିଜେଡି ଏହି ଉପନିର୍ବାଚନକୁ ସେତେଟା ଗୁରୁତ୍ୱ ଦେଉ ନଥିବା ଭଳି କାହିଁକି ଲାଗୁଛି ? ବିଜେପିର ଲଢୁଆ ମନୋବୃତ୍ତିରେ ପରିବର୍ତ୍ତନ କାହିଁକି ? ବିଜେଡି ୧ନମ୍ବର ଆସନ ଦଖଲ କଲେ ୨ନମ୍ବର ସ୍ଥାନରେ ବିଜେପି ଓ କଂଗ୍ରେସ ମଧ୍ୟରେ କିଏ ରହିବ ? ଏହି ପ୍ରଶ୍ନ ଏବେ ରାଜନୈତିକ ସମୀକ୍ଷକଙ୍କ ଭିତରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ପରିଶେଷରେ ବିଜେଡି ଓ ବିଜେପି ପଦ୍ମପୁର ପରି ଏଠାରେ ସେତେଟା ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ପରସ୍ପର ବିରୋଧରେ ନଲଢ଼ିବା ଝାରସୁଗୁଡ଼ା ଭୋଟରଙ୍କୁ ମଧ୍ୟ ଦ୍ଵନ୍ଦରେ ପକାଇଦେଇଛି ।

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.