• About
  • Contact
Saturday, October 17, 2026
Saturday, October 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

କାହାର ହେବ ନୂଆପଡ଼ା ?

କାହାର ହେବ ନୂଆପଡ଼ା ?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୧ ନଭେମ୍ବର ୨୦୨୫

ନୂଆପଡ଼ା ନିର୍ବାଚନ ମଣ୍ଡଳୀ ୨ଟି NAC ଓ ୨ଟି ବ୍ଲକ୍ କୁ ନେଇ ଗଠିତ। ଚଳିତ ଉପନିର୍ବାଚନରେ ୨ ଲକ୍ଷ ୫୩ ହଜାର ୬୨୪ ଜଣ ଭୋଟର ନିର୍ଧାରଣ କରିବେ ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ। ଭୋଟ ଗ୍ରହଣ କରାଯାଉଥିବା ୩୫୮ ଟି ବୁଥ୍ ମଧ୍ୟରୁ ୪୭ ସମ୍ବେଦନଶୀଳ ଓ ୮ ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦିଗଟି ହେଉଛି ନୂଆପଡ଼ାର ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୪ ହଜାର ୧୦୮ ହୋଇ ଥିବା ବେଳେ ମହିଳା ଭୋଟର ହେଉଛନ୍ତି ୧ ଲକ୍ଷ ୨୯ ହଜାର ୪୯୫। ଅର୍ଥାତ୍ ଏହି ଉପନିର୍ବାଚନରେ ଅଧିକ ସଂଖ୍ୟକ ମହିଳା ଭୋଟର ଥିବାରୁ ମହିଳା ଭୋଟ ବ୍ୟାଙ୍କ ଉପରେ ୩ଟି ରାଜନୈତିକ ଦଳର ନଜର ରହିଛି।

ତ୍ରିମୁଖୀ ଲଢ଼େଇ
ଏହି ଉପନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହେବ ଆରମ୍ଭରୁ ସ୍ପଷ୍ଟ ହୋଇ ଯାଇଛି। ଦୁଇଟିଯାକ NAC ଓ ଗୋଟିଏ ବ୍ଲକ୍ ରେ ବିଜେପିର ସ୍ଥିତି ଅନ୍ୟଦଳମାନଙ୍କ ଠାରୁ ବେଶ୍ ଭଲଥିବା ବେଳେ ଗୋଟିଏ ବ୍ଲକ୍ ରେ ବିଜେପି ଓ ବିଜେଡି ମଧ୍ୟରେ ରୋଚକ ଲଢ଼େଇ ଦେଖିବାକୁ ମିଳିପାରେ। ତେବେ ପଡୋଶୀ ଛତିଶଗଡ଼କୁ ଲାଗିଥିବା ସୀମାନ୍ତବର୍ତ୍ତୀ ପଞ୍ଚାୟତ ଗୁଡି଼କରେ ଛତିଶଗଡ଼ର ପ୍ରଭାବ ଅଧିକ ପଡ଼ିପାରେ। ଯାହାକି ଭାରତୀୟ ଜନତାପାର୍ଟିକୁ ସୁହାଇବ। ପ୍ରାଥମିକ ଆକଳନରୁ ସ୍ପଷ୍ଟ ହୋଇଛି ଲଢ଼େଇ ମୁଖ୍ୟତଃ ବିଜେପି ଓ ବିଜେଡି ମଧ୍ୟରେ ତୀବ୍ର ହେବାର ସମ୍ଭାବନା ଥିବାବେଳେ କଂଗ୍ରେସ ମଧ୍ୟ ନିର୍ଦ୍ଦିଷ୍ଟ କିଛି ଅଞ୍ଚଳରେ ଏହି ଲଢ଼େଇକୁ ନିର୍ଣ୍ଣାୟକ ମୋଡ଼ ଦେବ।

ଜାତି ଆଧାରିତ ଭୋଟ
୨୦୨୪ ସାଧାରଣ ନିର୍ବାଚନରେ ଯେଉଁଭଳି କଣ୍ଟାବାଞ୍ଜି ଆସନରେ ଜାତି ଆଧାରିତ ଭୋଟ ସମୀକରଣ ଦେଖିବାକୁ ମିଳିଥିଲା ଓ ଶେଷରେ ବିଜେପିର ପ୍ରାର୍ଥୀ ଲକ୍ଷ୍ମଣ ବାଗ ବହୁ ଭୋଟ ବ୍ୟବଧାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହରାଇ ଦେଇଥିଲେ, ସେହିପରି ନୂଆପଡ଼ାରେ ମଧ୍ୟ ଏହାର ପ୍ରତିଫଳନ ଦେଖିବାକୁ ମିଳିପାରେ। ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଏହି ଜାତି ଆଧାରିତ ଭୋଟରୁ ଫାଇଦା ନେବାକୁ ଅନାଇ ବସିଛନ୍ତି। ଆଦିବାସୀ ସମୁଦାୟ ଭୋଟ ଗତ ନିର୍ବାଚନରେ କଂଗ୍ରେସ ସପକ୍ଷରେ ଯାଇଥିବା ବେଳେ ଏଥର ଏହା ୩ ଭାଗ ହେବାର ସମ୍ଭାବନା ରହିଛି ଓ ଏଥିରୁ ବିଜେପି ଓ ବିଜେଡି ଅଧିକ ଭୋଟ ନେବା ପାଇଁ ଉଦ୍ୟମ ଜୋରଦାର କରିଛନ୍ତି। ସେହିପରି ଅନୁସୂଚିତ ଜାତି ଭୋଟ ହାତେଇବାକୁ ବିଜେଡି ନିଜର ରଣନୀତି ପ୍ରସ୍ତୁତ କରିଥିବା ବେଳେ ବିଜେପି ଓ କଂଗ୍ରେସ ମଧ୍ୟ ଏହି ଭୋଟ ପାଇବା ପାଇଁ ଶେଷ ପର୍ଯ୍ୟାୟରେ ବେଶ କସରତ କରିଛନ୍ତି। ଅନ୍ୟପକ୍ଷରେ ଯାଦବ ସମୁଦାୟ ଭୋଟ ମଧ୍ୟ ୩ଟି ଦଳ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ଭାଗ ହେବାର ସମ୍ଭାବନା ରହିଥିବା ବେଳେ ବିଜେପି ଏଥିରୁ ସିଂହଭାଗ ହାସଲ କରିବାର ସୂଚନା ମିଳୁଛି।

ନିର୍ଣ୍ଣାୟକ ହେବେ ସ୍ୱାଧୀନ ପ୍ରାର୍ଥୀ
ଏହି ଉପନିର୍ବାଚନରେ ୮ ଜଣ ସ୍ୱାଧୀନ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ବିଭିନ୍ନ ବର୍ଗରୁ ସ୍ୱାଧୀନ ପ୍ରାର୍ଥୀ ମାନେ ପ୍ରତିଦ୍ବନ୍ଦିତା କରି ଭୋଟ ବିଭାଜନ ଆଶଙ୍କା ତିଆରି କରିଥିବା ବେଳେ ଆଦିବାସୀ ସମ୍ପ୍ରଦାୟରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭକ୍ତବଂଧୁ ଧାରୁଆ ଆଦିବାସୀ ଭୋଟକୁ ଭାଗ କରିବାରେ ପ୍ରମୁଖ ଭୂମିକା ନେଇପାରନ୍ତି। ଯାହାର କ୍ଷତି କଂଗ୍ରେସକୁ ସହିବାକୁ ପଡ଼ିପାରେ। ସେହିପରି ଅନୁସୂଚିତ ଜାତି ଭୋଟ ବିଭାଜନ କରାଇବାରେ ଆଉ ଜଣେ ସ୍ୱାଧୀନ ପ୍ରାର୍ଥୀ ନୀତା ବାଗ୍ ଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ନୀତା ବାଗ୍ ଙ୍କ ପ୍ରଚାର କାର୍ଯ୍ୟରୁ ଏହି ଭୋଟ ବିଭାଜନ କରିବାରେ ସେ ସକ୍ଷମ ହୋଇ ପାରନ୍ତି ବୋଲି ନୂଆପଡ଼ା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ଯଦି ନୀତା ବାଗ୍ ଅନୁସୁଚିତ ଜାତି ଭୋଟ ବିଭାଜନ କରିବାରେ ସଫଳ ହୁଅନ୍ତି ତେବେ ଏହି କ୍ଷତି କେବଳ ବିଜେଡିକୁ ସହିବାକୁ ପଡ଼ିବ। ଏଣୁ ଏହି ଉପନିର୍ବାଚନ ଫଳାଫଳ ଏବଂ ବିଜୟର ବ୍ୟବଧାନକୁ ଏହି ଦୁଇ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ଅନ୍ୟ କିଛି ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଯଥେଷ୍ଟ ଭାବେ ପ୍ରଭାବିତ କରିବା ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ।

ତେବେ ନୂଆପଡ଼ା ଉପନିର୍ବାଚନ ଜିତିବା ବିଜେପି ଓ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ କଂଗ୍ରେସ ପାଇଁ ବିକଳ୍ପ ଭାବେ ଉଭା ହେବାର ବଡ଼ ସୁଯୋଗଟିଏ ମଧ୍ୟ ସୃଷ୍ଟି କରିଛି। ତେବେ ସାମଗ୍ରିକ ଭାବେ ଜାତି ଆଧାରିତ ଭୋଟ ବିଭାଜନ, ଅଧିକ ସଂଖ୍ୟକ ମହିଳା ଭୋଟର ଓ କିଛି ସ୍ୱାଧୀନ ପ୍ରାର୍ଥୀଙ୍କ ଭୂମିକା ଏହି ଉପନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.