• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

କେମିତି ଚାଲିବ ବିଧାନସଭା ?

କେମିତି ଚାଲିବ ବିଧାନସଭା ?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୧ ଫେବୃଆରୀ ୨୦୨୩

ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ । ବେଶ୍ ଗୁରୁତ୍ୱପୂର୍ଣ୍ଣଥିବା ଏହି ଅଧିବେଶନ କିପରି ଚାଲିବ ତା ଉପରେ ରହିଛି ସମସ୍ତଙ୍କର ନଜର । ଏହି ଅଧିବେଶନଟି ବଜେଟ୍ ଅଧିବେଶନ ହୋଇଥିବାରୁ ସରକାର, ବିରୋଧୀଦଳ ଓ ରାଜ୍ୟର ଜନସାଧାରଣଙ୍କ ପାଇଁ ଅଧିକ ମହତ୍ତ୍ୱ ରଖେ । ବଜେଟ୍ ର ରୂପରେଖ କ’ଣ ହେବ ? ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହା ଏକ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ କାହାକୁ ଅଧିକ ଗୁରୁତ୍ୱ ଦେବେ ରାଜ୍ୟ ସରକାର ? ଏହି ଅଧିବେଶନରେ ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଗୃହରେ ଆଲୋଚନା ହୋଇପାରିବ ତ ? ଶାସକ ଓ ବିରୋଧୀ ଦଳ ଗୃହକୁ ଶାନ୍ତି ଶୃଙ୍ଖଳାର ସହ ଚଳାଇବାକୁ ଦେବେ ତ ? ଏଭଳି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ ରହିଛି ।

ଯଦି ଏହି ଅଧିବେଶନର ଅବଧିକୁ ଦେଖାଯାଏ, ତେବେ ଏହାର କାର୍ଯ୍ୟ ଦିବସ ଦୃଷ୍ଟିରୁ ଏହା ଲମ୍ବା ରହିଛି । ସେହିପରି ପ୍ରସଙ୍ଗ ଦୃଷ୍ଟିରେ ଦେଖିଲେ ଏଥରର ଅଧିବେଶନ ବେଶ୍ ସରଗରମ ହେବାର ସମ୍ଭାବନା ମଧ୍ୟ ରହିଛି । ପ୍ରମୁଖ ପ୍ରସଙ୍ଗ ଭାବରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିରୋଧୀ ଦଳ ଅଧିକ ଗୁରୁତ୍ୱ ଦେବେ । ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ପ୍ରସଙ୍ଗଙ୍କୁ ବିରୋଧୀ ବିଜେପି ଓ କଂଗ୍ରେସ ବିଧାନ ସଭାରେ ଉଠାଇବା ନିଶ୍ଚିତ । ଏପରିକି ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଶାସକ ବିଜେଡିକୁ ମିଳିମିଶି ଘେରିବେ । ଶାସକ ଦଳ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ପ୍ରସଙ୍ଗକୁ ଏଡ଼ାଇ ଯିବାକୁ ଚାହିଁବେ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପ୍ରସଙ୍ଗ ଓ ଓଡ଼ିଶାକୁ କେନ୍ଦ୍ରସରକାରଙ୍କ ଅବହେଳାକୁ ଅସ୍ତ୍ର କରିବ ଶାସକ ବିଜେଡି । ଏଣୁ ଅଧିବେଶନ ଆରମ୍ଭରୁ ଏଥର ଶାସକ ଓ ବିରୋଧୀ ମୁହାଁମୁହିଁ ହେବା ନିଶ୍ଚିତ। ରାଜ୍ୟର ଅନ୍ୟ ସମସ୍ତ ପ୍ରସଙ୍ଗ ଗୁଡ଼ିକ ବିରୋଧୀଙ୍କ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରସଙ୍ଗ ଆଗରେ ଫିକା ପଡ଼ିଯିବ । ଅପରପକ୍ଷେ ଏହା ବଜେଟ୍ ଅଧିବେଶନ ହୋଇଥିବାରୁ ରାଜ୍ୟପାଳଙ୍କ ଅଭିଭାଷଣ ମଧ୍ୟ ରହିବ । ରାଜ୍ୟପାଳଙ୍କ ଅଭିଭାଷଣ ପ୍ରସ୍ତାବ ଉପରେ ଆଲୋଚନା ମଧ୍ୟ ହେବ । ତାପରେ ରାଜ୍ୟସରକାର ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ଗୃହରେ । ପରବର୍ତ୍ତୀ ଦିନ ମାନଙ୍କରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବୀ ଆଲୋଚନା ହେବାସହ ଗୃହୀତ ହେବ ।

ମାତ୍ର ଏଥର ଅଧିବେଶନ ଆରମ୍ଭ ପୂର୍ବରୁ ରାଜ୍ୟର ରାଜନୈତିକ ସ୍ଥିତି ବେଶ ସରଗରମ ରହିଛି । ବିରୋଧୀ ବିଜେପି ଅଧିକ ଭାବେ ସକ୍ରିୟ ହୋଇଛି । ଅନେକ ପ୍ରସଙ୍ଗରେ ଶାସକ ଦଳ ବ୍ୟାକ୍ ଫୁଟ୍ ରେ ରହିବ। ବିଶେଷକରି ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଓ ପରବର୍ତ୍ତୀ ସ୍ଥିତିରେ ହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣା ନପଡ଼ିବା ଘଟଣା ଶାସକ ଦଳ ପାଇଁ ବେଶ୍ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବା ସହ ଗୃହ ବିଭାଗର ମନ୍ତ୍ରୀ ନିଜେ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ବିରୋଧୀ ଦଳ ମାନେ ଏ ବାବଦରେ ମୁଖ୍ୟମନ୍ତ୍ରୀ ଗୃହରେ ବକ୍ତବ୍ୟ ରଖିବା ପାଇଁ ଦାବୀ କରିବେ। ଶାସକ ଦଳ ଏହି ପ୍ରସଙ୍ଗ ଠାରୁ ଦୂରେଇବାକୁ ଚାହିଁବ, ଯାହାର ଫଳ ସ୍ୱରୂପ ଗୃହରେ ଆଲୋଚନା ହେବା ଅବା ସ୍ୱାଭାବିକ ପରିସ୍ଥିତି ରହିବା ସମ୍ଭବପର ହୋଇନପାରେ ।

ବିଧାନସଭା ଅଧିବେଶନ ଆରମ୍ଭରୁ ପ୍ରମୁଖ ବିରୋଧୀଦଳ ବିଜେପିର ଆଭିମୁଖ୍ୟ ମଧ୍ୟ ଜଣା ପଡ଼ିଗଲାଣି । ସର୍ବଦଳୀୟ ବୈଠକରେ ବିଜେପିର ନେତା ମାନେ ଭର୍ଚୁଆଲ ମୋଡରେ ନେତାମାନେ ରହିବା ପ୍ରସଙ୍ଗକୁ ବିରୋଧ କରି ଉଠି ଆସିବା ଘଟଣାରୁ ସଂକେତ ମିଳିଯାଇଛି ଯେ, ବିରୋଧୀ ଦଳ ଶାସକ ଦଳକୁ ସହଜରେ ବାଟ ଛାଡ଼ିବନାହିଁ। ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡର କାରଣ ସରକାରଙ୍କୁ ଗୃହରେ ରଖିବାକୁ ପଡ଼ିବ ଓ ନିଜେ ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସି ଏନେଇ ଉତ୍ତର ରଖିବାକୁ ବିରୋଧୀ ବିଜେପି ଶାସକ ଦଳକୁ ବାଧ୍ୟ କରିବ । ଅନ୍ୟତମ ବିରୋଧୀ ଦଳ କଂଗ୍ରସ ମଧ୍ୟ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ପ୍ରମୁଖ ପ୍ରସଙ୍ଗ କରିବ ବୋଲି ସୂଚନା ଦେଇସାରିଛି । ତେଣୁ ଦୁଇ ବିରୋଧୀଙ୍କୁ ମନାଇବା ଶାସକ ଦଳ ପାଇଁ ବେଶ୍ କଷ୍ଟକର ।

ବିଧାନସଭା ଅଧିବେଶନ ପୂର୍ବରୁ ଯେଉଁଭଳି ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି ତାହାର ପ୍ରଭାବ ବିଧାନସଭାର ବଜେଟ୍ ଅଧିବେଶନକୁ ବେଶ୍ ପ୍ରଭାବିତ କରିବ ତାହା ଜଣାପଡ଼ିଗଲାଣି । ଏବେ ପ୍ରଶ୍ନ ଉଠୁଛି ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରିମଣ୍ଡଳର ଜଣେ ସଦସ୍ୟଙ୍କୁ ହତ୍ୟା କରିବା ଘଟଣା ଉପରେ ମୁହଁ ଖୋଲିବେ ତ ? ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାର କାରଣ ବିଧାନସଭାକୁ ସରକାର ଜଣାଇବେ ତ ? ଏହି ଘଟଣାରେ ନିରବ ରହିଥବା ଗୃହ ରାଷ୍ଟ୍ରମନ୍ତ୍ରୀ ଗୃହରେ ବିବୃତି ରଖିବେ କି ? ସର୍ବୋପରି ମୁଖ୍ୟମନ୍ତ୍ରୀ ଗୃହକାର୍ଯ୍ୟରେ ସମ୍ପୂର୍ଣ୍ଣ ଉପସ୍ଥିତ ରହିବେ ତ ? ନା ଭର୍ଚୁଆଲ ମୋଡରେ ରହିବେ ? ଯଦି ଏହି ପ୍ରସଙ୍ଗରେ ଶାସକ ଦଳ ଖସିବାକୁ ଚେଷ୍ଟା କରେ ତେବେ ବଜେଟ୍ ଅଧିବେଶନ ଚାଲି ପାରିବ ତ?

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.