• About
  • Contact
Monday, August 31, 2026
Monday, August 31, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

କେମିତି ଚାଲିଛି ବିଧାନସଭା …

କେମିତି ଚାଲିଛି ବିଧାନସଭା …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୭ ଡିସେମ୍ବର ୨୦୨୫

ସପ୍ତାହେରୁ ଅଧିକ ସମୟ ଧରି ଆରମ୍ଭ ହେଲାଣି ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ ପରେ ବିଧାନସଭାର କାର୍ଯ୍ୟ ସୁରୁଖୁରୁରେ ଚାଲିଛି ବୋଲି କହିଲେ ଭୁଲ ହେବ ନାହିଁ। ରାଜ୍ୟରେ ସରକାର ପରିବର୍ତ୍ତନ ପରେ ବିଗତ ଦିନର ଅଧିବେଶନରେ ଯେପରି ଦୃଶ୍ୟ ଦେଖିବାକୁ ମିଳିଥିଲା ତାହା ଏଥର ଅଧିବେଶନରେ ଏପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ। ଗୃହ କାର୍ଯ୍ୟ ବାରମ୍ବାର ମୁଲତବୀ ହୋଇ ନାହିଁ ଅବା ବିରୋଧୀଦଳ ବାରମ୍ବାର ଗୃହରେ ବିଶୃଙ୍ଖଳା ସୃଷ୍ଟି କରିନାହାଁନ୍ତି। ମାତ୍ର ଏହି ଅଧିବେଶନକୁ ଯଦି କେହି ଭଲ ଭାବେ ବୁଝିବାକୁ ଚେଷ୍ଟା କରେ ତାହା ହେଲେ ଗଣତାନ୍ତ୍ରିକ ଦୃଷ୍ଟିକୋଣ ଓ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଏହି ଅଧିବେଶନ ଉପଯୋଗୀ ବୋଲି କୁହାଯାଇ ପାରିବ କି?

ଏଥରର ଅଧିବେଶନ ପାଇଁ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିର ଅଧୋଗତି, ମହିଳାଙ୍କ ବିରୋଧରେ ଅତ୍ୟାଚାର ବଢିବା, ରାଜ୍ୟରେ ବାରମ୍ବାର ସରକାରୀ ପଦବୀରେ ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷା ବାତିଲ ହେବା ଆଦି ଘଟଣା ପ୍ରମୁଖ ପ୍ରସଙ୍ଗ ଭାବରେ ସାମ୍ନାରେ ରହିଛି। ଏହି ପ୍ରସଙ୍ଗ ଗୁଡ଼ିକୁ ଧରି ରାଜ୍ୟର ବିରୋଧୀଦଳ ସରକାରଙ୍କ ଠାରୁ ଜବାବ ମାଗିବ ବୋଲି ସମସ୍ତେ ଆଶା କରୁଥିଲେ। ମାତ୍ର ଏଯାଏ ତାହା ଦେଖିବାକୁ ମିଳୁନାହିଁ। ସଂଖ୍ୟା ଦୃଷ୍ଟିରୁ ବିରୋଧୀଦଳ ବେଶ ଶକ୍ତିଶାଳୀ ଥିବାବେଳେ ରାଜ୍ୟର ଜନସାଧାରଣଙ୍କ ସ୍ୱାର୍ଥ ସାଧନ କରୁଥିବା ପ୍ରସଙ୍ଗ ଗୁଡ଼ିକ ଗୃହରେ ଆଲୋଚନା ହୋଇପାରିନାହିଁ ।

ତେବେ ଏପର୍ଯ୍ୟନ୍ତ ବିଧାନସଭାର ଏହି ଅଧିବେଶନରେ ଯାହା ଦେଖିବାକୁ ମିଳିଛି ତାହା ମଧ୍ୟ ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଦେଇଛି। ପ୍ରମୁଖ ବିରୋଧୀଦଳ ବିଜେଡି ଏକ ପ୍ରକାର ନିଷ୍କ୍ରିୟ ଥିବା ଭଳି ମନେ ହେଉଛି। ଶାସକ ଦଳକୁ ଅଡୁଆରେ ପକାଇବା ପରିବର୍ତ୍ତେ ଶାସକ ଦଳର ଏଜେଣ୍ଡା ଅନୁସାରେ ଯାଉଥିବା ଭଳି ମନେ ହେଉଛି । ପ୍ରମୁଖ ବିରୋଧୀ ଦଳ ବିଜେଡିର ୫୦ ଜଣ ବିଧାୟକ ଥିବା ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୃହକୁ ଆସୁନାହାଁନ୍ତି। ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅଧିକ ସୁଯୋଗ ଦଳ ଦେଉନାହିଁ। ସେହିପରି ଅନ୍ୟତମ ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ ଆଦିଙ୍କୁ ମଧ୍ୟ ବିଜେଡି ପକ୍ଷରୁ କୋଣଠେସା କରି ରଖିଥିବାର ଦେଖିବାକୁ ମିଳିଛି। ପୂର୍ବଭଳି ପାଣ୍ଡିଆନ କୋଟେରୀର କିଛି ହାତଗଣତି ନେତା ଓ ପ୍ରଥମଥର ବିଧାୟକ ହୋଇଥିବା ଅନଭିଜ୍ଞ ନେତାଙ୍କୁ ଗୃହ କାର୍ଯ୍ୟରେ ଅଂଶ ଗ୍ରହଣ କରିବାର ସୁଯୋଗ ଦେଇଛି ବିଜେଡି। ପ୍ରମିଳା ମଲ୍ଲିକ, ପ୍ରତାପ ଦେବ, ଦିବ୍ୟ ଶଙ୍କର ମିଶ୍ର, ତୁଷାର କାନ୍ତି ବେହେରା, ବ୍ୟୋମକେଶ ରାୟ, ଶାରଦା ଜେନା ଆଦିଙ୍କୁ ସାମ୍ନାକୁ ଆଣି ବିଜେଡି ତାର ନରମ ଆଭିମୁଖ୍ୟକୁ ଗୃହରେ ପ୍ରଦର୍ଶନ କରୁଥିବା ଜଣାପଡୁଛି। ଏନେଇ ଦଳ ଭିତରେ ଅସନ୍ତୋଷ ବଢୁଥିବାର ସଂକେତ ମିଳିବା ସହ ବିଜେଡି ବିଧାୟକ ଦଳ ଏକ ପ୍ରକାର ଦୁଇ ଭାଗରେ ବିଭକ୍ତ ହୋଇଛି ବୋଲି ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି। କିଛି ବିଧାୟକ ପାଣ୍ଡିଆନଙ୍କ ସପକ୍ଷବାଦୀ ଓ ଆଉ କିଛି ପାଣ୍ଡିଆନଙ୍କ ବିପକ୍ଷବାଦୀ ଭାବେ ପରିଚୟ ସୃଷ୍ଟି କରିଥିବା ଭଳି ମନେ ହେଉଛି।

ଅନ୍ୟତମ ବିରୋଧୀଦଳ କଂଗ୍ରସ ମଧ୍ୟ ପୂର୍ବ ଅଧିବେଶନ ଭଳି ପ୍ରଭାବୀ ପ୍ରଦର୍ଶନ କରି ପାରିନାହିଁ। ନୂଆପଡ଼ା ଉପନିର୍ବାଚନ ପରେ କଂଗ୍ରେସର ଯାହା ପ୍ରଦର୍ଶନ ରହିଛି, ସାଧାରଣ ଲୋକ ଆଶା କରୁଥିଲେ ବିଧାନସଭାରେ ମଧ୍ୟ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରିବ ଓ ପ୍ରମୁଖ ବିରୋଧିଦଳର ଭ୍ରମ ସୃଷ୍ଟି କରିପାରିବ। ମାତ୍ର ଏପର୍ଯ୍ୟନ୍ତ କଂଗ୍ରେସର ଆଭିମୁଖ୍ୟ ଅସ୍ପଷ୍ଟ ରହିଛି। କଂଗ୍ରେସର ବିଧାୟକଙ୍କ ସଂଖ୍ୟା ସେତେ ଅଧିକ ନଥିଲେ ବି ଦଳ ଭିତରେ ସମନ୍ୱୟ ନଥିବା ଭଳି ସ୍ପଷ୍ଟ ହୋଇଛି। ସମସ୍ତ ବିଧାୟକ ମଧ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ନଥିବା କଥା ବାହାରକୁ ଜଣାପଡ଼ୁଛି।

ତେବେ ଦୁଇ ବିରୋଧୀଦଳର ନିଷ୍କ୍ରିୟତା ଏବେ ବେଶ ସୁହାଉଛି ଶାସକ ଦଳ ବିଜେପିକୁ। ଅନଭିଜ୍ଞ ମନ୍ତ୍ରୀ ମାନେ ମଧ୍ୟ ନିଜ ନିଜ ବିଭାଗ ବାବଦରେ ପ୍ରଶ୍ନର ଉତ୍ତର ନଦେଇ ସହଜରେ ଖସି ଯାଉଛନ୍ତି। ଏପରିକି ଶାସକ ଦଳ ବା ସରକାରକୁ ଅଡୁଆରେ ପକାଇବାରେ ବିରୋଧୀ ସକ୍ଷମ ହୋଇ ନାହାଁନ୍ତି । ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବାବଦରେ ଶାସକ ଦଳ ଗୃହରେ ଉତ୍ତର ନଦେଇ ଖସିବା ପାଇଁ ବାଟ ଖୋଜୁଥିବା ବେଳେ ବିରୋଧୀଦଳ ଗୁଡ଼ିକ ମଧ୍ୟ ଅନୁରୂପ ଭାବେ ଶାସକ ଦଳକୁ ସହଯୋଗ କଲାଭଳି ମନେ ହେଉଛି।

ଅତଏବ ବିଧାନସଭାର ଏପରି ସ୍ଥିତି କ’ଣ ସୂଚାଉଛି ? ଅଧିବେଶନ ଏପରି ଚାଲିବା ଦ୍ୱାରା ରାଜ୍ୟବାସୀଙ୍କ ସ୍ୱାର୍ଥ ସାଧନ ହେଉଛି ନା ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁଯାୟୀ ବିରୋଧୀଦଳ ତାର ଭୂମିକା ଠିକ ଭାବେ ତୁଲାଇ ପାରୁଛି ? ଯଦି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଧାନସଭାରେ ଆଲୋଚିତ ହେବ ନାହିଁ, ରାଜ୍ୟବାସୀଙ୍କ ପକ୍ଷରୁ ବିରୋଧୀଦଳ ସରକାରଙ୍କୁ ଜବାବ ମାଗିବ ନାହିଁ ତେବେ ବିଧାନସଭା ଅଧିବେଶନର ଗୁରୁତ୍ୱ ବଢ଼ିବ ନା କମିବ?

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.