• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

କେତେ ଲମ୍ବା ଏ ନକଲି ଚେର…

କେତେ ଲମ୍ବା ଏ ନକଲି ଚେର…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୩୦ ମାର୍ଚ୍ଚ ୨୦୨୩

ନକଲି ଔଷଧ, ନକଲି ମଦ, ନକଲି ଖାଦ୍ୟ ସାମଗ୍ରୀ ପରେ ଏବେ ଓଡ଼ିଶାରେ ଚର୍ଚ୍ଚାରେ ରହିଛି ନକଲି ସାର୍ଟିଫିକେଟ ମାମଲା । ବଲାଙ୍ଗୀର ଠାରୁ ଏହି ନକଲି ସାର୍ଟିଫିକେଟର ଚେର ଲମ୍ବି ପହଁଚିଲାଣି ଏକାଧିକ ରାଜ୍ୟରେ । ଗୋଟିଏ ପରେ ଗୋଟିଏ ଜିଲ୍ଲାରୁ ଏବେ ନକଲି ସାର୍ଟିଫିକେଟ ଧାରୀ ଧରାପଡ଼ୁଛନ୍ତି । ବଲାଙ୍ଗୀରରୁ ଏହି ଘଟଣାର ପର୍ଦ୍ଦାଫାସ୍ ହେବାପରେ ଏବେ ଏହା ରାଜ୍ୟର ୬ ରୁ ୭ଟି ଜିଲ୍ଲାରେ ପହଞ୍ଚି ଗଲାଣି । ଏପରିକି ତଦନ୍ତ ପ୍ରକ୍ରିୟା ଗୋଟିଏ ଜିଲ୍ଲା ଭିତରେ ସୀମିତ ରହିଥିବାରୁ ଅନ୍ୟ ଜିଲ୍ଲାରେ ସକ୍ରିୟ ଥିବା ଏହି ରାକେଟ୍ ଓ ସମ୍ପୃକ୍ତ ବ୍ୟକ୍ତି ବିଶେଷ ମାନେ ରାଜ୍ୟ ବାହାରକୁ ଖସିଯିବାର ସମ୍ଭାବନା ମଧ୍ୟ ରହିଛି । ବଲାଙ୍ଗୀର ପୋଲିସ ଏହି ଘଟଣା ନେଇ ତଦନ୍ତ ପ୍ରକ୍ରିୟା ଆଗକୁ ନେଇଥିବା ବେଳେ ଅନ୍ୟ ଜିଲ୍ଲା ଗୁଡ଼ିକରେ ଏହି ମାମଲା ନେଇ ତଦନ୍ତ ପ୍ରକ୍ରିୟା ଶିଥିଳ ହୋଇପଡ଼ିବା ଭଳି ମନେ ହେଉଛି । ବଲାଙ୍ଗୀର ଜିଲ୍ଲା ପୋଲିସର ଏକାଧିକ ଟିମ୍ ଏବେ ଏନେଇ ଖୋଳତାଡ଼ ଆରମ୍ଭ କରିଛି । ଏହି ଘଟଣାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦଗାତା ଧରାପଡ଼ିବା ପରେ ଦଲାଲ୍ ମାନଙ୍କୁ ପୋଲିସ ଖୋଜିବା ଆରମ୍ଭ କରିଛି । ତେବେ ମାଷ୍ଟର ମାଇଣ୍ଡ କୁହାଯାଉଥିବା ମନୋଜ ମିଶ୍ରଙ୍କ ରାଜନୈତିକ ସମ୍ପୃକ୍ତି ଶାସକ ବିଜେଡି ସହ ଥିବା ନେଇ ଚର୍ଚ୍ଚା ହେବାପରେ ଏ ଦିଗରେ ତଦନ୍ତ ଆଗକୁ ବଢିବ କି ନାହିଁ ସେନେଇ ସନ୍ଦେହ ସୃଷ୍ଟି ହୋଇଛି । ମିଳିଥିବା ଖବର ଅନୁଯାୟୀ ପୋଲିସ ମାଷ୍ଟର ମାଇଣ୍ଡ ମନୋଜ ମିଶ୍ରକୁ ଗିରଫ କରିବା ପରେ ତାର ଆକାଉଣ୍ଟ ନେଇ ତନାଘନା ଆରମ୍ଭ କରିଥିଲା । ଏଥିରୁ ବହୁ ଲୋକଙ୍କ ସମ୍ପୃକ୍ତି କଥା ମଧ୍ୟ ପୋଲିସ ଜାଣି ପାରିଛି ।

ଏହି ଘଟଣାରେ ବଲାଙ୍ଗୀର ପୋଲିସର ୪ଟି ଟିମ୍ ଅନୁସନ୍ଧାନ କରୁଥିବା ବେଳେ ରାଜ୍ୟ ବାହାରେ ଥିବା ବ୍ୟକ୍ତି ବିଶେଷଙ୍କୁ ଧରିବା କଷ୍ଟକର ହୋଇପାରେ ବୋଲି ଜଣାପଡ଼ିଲାଣି । ଏପରିକି ଯଦି ରାଜନୈତିକ ସମ୍ପୃକ୍ତି କଥା ପ୍ରମାଣିତ ହୁଏ ତେବେ ତଦନ୍ତ ଆଗକୁ ବଢ଼ିବ କି ନାହିଁ ତାହା ମଧ୍ୟ ଏବେ ସନ୍ଦେହ ଘେରରେ । ନକଲି ସାର୍ଟିଫିକେଟ୍ ପ୍ରସଙ୍ଗରେ ବିଧାନ ସଭାରେ ମଧ୍ୟ ଶାସକ ଦଳ ଓ ସରକାରଙ୍କୁ ଘେରିଛନ୍ତି ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ । ଏହି ପ୍ରସଙ୍ଗରେ ଗୃହରେ ବେଶ୍ ହୋହାଲ୍ଲା ମଧ୍ୟ ହୋଇଛି । ବଲାଙ୍ଗୀର ଜିଲ୍ଲାରେ ଏହି ରାକେଟ ସୀମିତ ନାହିଁ ଓ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଏହି ରାକେଟ ସକ୍ରିୟ ଥାଇପାରେ ବୋଲି ବିରୋଧୀ ଦଳର ସଦସ୍ୟ ମାନେ କହିବା ସହ ସମସ୍ତ ଜିଲ୍ଲାରେ ଏହି ରାକେଟର ପର୍ଦ୍ଦାଫାସ୍ ପାଇଁ ପୋଲିସ ଉଦ୍ୟମ କରିବା ଦରକାର ବୋଲି ବିରୋଧୀ ଦଳ ଦାବୀ କରିଛନ୍ତି । ଏପରିକି ବିଧାନସଭା ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ସରକାରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ମଧ୍ୟ ଦାବୀ କରିଛନ୍ତି ବିରୋଧୀ ଦଳର ନେତାମାନେ ।

ନକଲି ସାର୍ଟିଫିକେଟ ପ୍ରସଙ୍ଗ ନେଇ ଶାସକ ଦଳର ନେତାଙ୍କ ସମ୍ପୃକ୍ତି ସହ ଜଣେ ପୂର୍ବତନ ମନ୍ତ୍ରୀଙ୍କ ସମ୍ପର୍କ ରହିଛି ବୋଲି ବିରୋଧୀ ଦଳ ଅଭିଯୋଗ କରିବାପରେ ଏନେଇ ପଶ୍ଚିମ ଓଡ଼ିଶା ରାଜନୀତି ଏବେ ସରଗରମ ହୋଇଛି । ଗିରଫ ହୋଇଥିବା ଅଭିଯୁକ୍ତ ସହ ଶାସକ ଦଳ ବିଜେଡିର ସମ୍ପର୍କ କ’ଣ ସେନେଇ ଶାସକ ଦଳ ଉତ୍ତର ଦେଉ ବୋଲି ବିଧାନ ସଭାରେ ବିରୋଧୀ ମାନେ ଦାବୀ କରିବା ସହ ଏହାକୁ ଏକ ପ୍ରମୁଖ ପ୍ରସଙ୍ଗ କରିଛନ୍ତି ଶାସକ ଦଳ ଓ ରାଜ୍ୟ ସରକାରଙ୍କ ବିରୋଧରେ ।

ତେବେ ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି ଏବେ ସାଧାରଣ ଲୋକଙ୍କ ମନରେ । ଅନ୍ୟ ଜିଲ୍ଲା ଗୁଡ଼ିକରେ ଏନେଇ ବ୍ୟାପକ ତଦନ୍ତ ନହେବାର କାରଣ କ’ଣ ? କେବଳ ବଲାଙ୍ଗୀର ପୋଲିସ କ’ଣ ଏହି ଘଟଣାର ପର୍ଦ୍ଦାଫାଶ କରିପାରିବ କି ? ଧରାପଡ଼ିଥିବା ଅଭିଯୁକ୍ତ କ’ଣ ଏକାକୀ ଏହି ରାକେଟ ଚଳାଉଥିଲା ନା ତା ସହିତ ଅନ୍ୟ କୌଣସି ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ରହିଛନ୍ତି ? ଶାସକ ଦଳର ନେତା ମାନଙ୍କର ଯଦି ସମ୍ପୃକ୍ତି ବାହାରେ ତେବେ ଏହି ତଦନ୍ତ କେବଳ ବଲାଙ୍ଗୀର ଜିଲ୍ଲା ଭିତରେ ସୀମିତ ରହିଯିବନି ତ ? ନକଲି ଔଷଧ ମାମଲା ଭଳି ଏହି ନକଲି ସାର୍ଟିଫିକେଟ ମାମଲା କେବଳ ତଦନ୍ତ ଭିତରେ ଶେଷ ହୋଇଯିବନି ତ ?

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.