• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

କିଏ କାହାକୁ ନେଇ କରିବ ଗର୍ବ?

କିଏ କାହାକୁ ନେଇ କରିବ ଗର୍ବ?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୧ ମାର୍ଚ୍ଚ ୨୦୨୩

ନିକଟରେ ବିଜୁଜନତାଦଳ ପକ୍ଷରୁ ଏକ ନୂଆ କ୍ୟାମ୍ପେନ ଆରମ୍ଭ କରାଗଲା । ଯାହାର ନାଁ ରହିଲା “ଶଙ୍ଖ ମୋର ଗର୍ବ” । ବିଜୁଜନତାଦଳ ପକ୍ଷରୁ ଏହି କ୍ୟାମ୍ପେନ୍ ର ଶୁଭାରମ୍ଭ କଲେ ଦଳର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ନିଜର ଟ୍ୱିଟର ହ୍ୟାଣ୍ଡେଲରେ ସେ ଏହି ଭିଡିଓଟି ପୋଷ୍ଟ କରିବା କ୍ଷଣି ଏହା ବେଶ୍ ଭାଇରାଲ୍ ହେଲା । ଏପରିକି ଶାସକ ଦଳର ଅନେକ ନେତା, ମନ୍ତ୍ରୀ, ବିଧାୟକ,ସାଂସଦ ଓ ଛାମୁଆଁ ସଂଗଠନର କର୍ମକର୍ତ୍ତା ମାନେ ଏହି ସ୍ଲୋଗାନଟିକୁ ନିଜ ନିଜର ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ଆରମ୍ଭ କରିଦେଲେ । ଏତେ ମାତ୍ରାରେ ଏହାର ପ୍ରଚାର କରାଗଲା ଯେ, ଟ୍ୱିଟରରେ ମଧ୍ୟ “ଶଙ୍ଖ ମୋର ଗର୍ବ” ଟ୍ରେଣ୍ଡିଂ କଲା । ଯଦିଓ ଅନେକ ବୁଦ୍ଧିଜୀବୀ ଏହି ଏହି କ୍ୟାମ୍ପେନ୍ କୁ ଭିନ୍ନ ଭିନ୍ନ ଦୃଷ୍ଟିଭଙ୍ଗୀରେ ଦେଖିବା ସହ କାହିଁକି ଏ କ୍ୟାମ୍ପେନ୍ ? ଏହା ପଛର ଉଦ୍ଦେଶ୍ୟ କ’ଣ ? ବିଜୁବାବୁ ଓ ନବୀନ ବାବୁଙ୍କ ଠାରୁ ଶଙ୍ଖ ଚିହ୍ନ କ’ଣ ଅଧିକ ପ୍ରଭାବ ଲୋକଙ୍କ ଉପରେ ପକାଇବ କି ? ଆଦି ପ୍ରଶ୍ନ ପଚାରିବା ସହ ବିଜେଡିର ରଣନୀତିକୁ ସମାଲୋଚନା ମଧ୍ୟ କଲେ । ଆଉ କିଏ କିଏ ଏହି କ୍ୟାମ୍ପେନ୍ କୁ ସମାଲୋଚନା କରିବାକୁ ଯାଇ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଗତ ୨୩ବର୍ଷର ବିଫଳତା କ’ଣ ବିଜେଡି ସରକାରଙ୍କ ଗର୍ବ ବୋଲି ମଧ୍ୟ ପ୍ରଶ୍ନ ପଚାରିବା ଆରମ୍ଭ କଲେ ।

ଯାହା ବି ହେଉ ଏହି କ୍ୟାମ୍ପେନ୍ ର ଉଦ୍ଦେଶ୍ୟ ଯାହା ହୋଇଥାଉନା କାହିଁକି, ଶାସକ ଦଳର ନେତାମାନେ ସୋସିଆଲ ମିଡ଼ିଆରେ ଏହାର ପ୍ରଚାର କରି ବେଶ୍ ଖୁସି ମନାଇଲେ । ମାତ୍ର କଥା ସେତିକିରେ ଅଟକିଲା ନାହିଁ । ପରବର୍ତ୍ତୀ ସମୟରେ ବିଜେଡିର କେଉଁ ନେତାମାନେ ଏହି କ୍ୟାମ୍ପେନ୍ ରେ ଭାଗ ନେଲେ ଓ ଶଙ୍ଖକୁ ସେମାନଙ୍କର ଗର୍ବ ବୋଲି କହିଲେ ତାର ଏକ ଗଣତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଗଲା । ଦେଖୁ ଦେଖୁ ଏହି ପ୍ରକ୍ରିୟାରେ ଅନେକ ବରିଷ୍ଠ ଓ କ୍ଷମତାଶାଳୀ ନେତା, ସାଂସଦ,ବିଧାୟକ, ମନ୍ତ୍ରୀ ମଧ୍ୟ ଭାଗ ନେଇନଥିବାର ପ୍ରମାଣ ମିଳିଛି । ବିଭିନ୍ନ ନେତାଙ୍କ ଟ୍ୱିଟର ହ୍ୟାଣ୍ଡେଲ୍ ରୁ ମିଳିଥିବା ସୂଚନା ଅନୁଯାୟୀ ବିଜେଡିକୁ ଆମଦାନୀ ହୋଇଥିବା ନେତାମାନଙ୍କ ମଧ୍ୟରୁ ବରିଷ୍ଠ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ସାଂସଦ ଅଚ୍ୟୁତ ସାମନ୍ତ, ବିଧାୟକ ଭୂପିନ୍ଦର ସିଂହ, ମନ୍ତ୍ରୀ ରୋହିତ ପୂଜାରୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଆଦିଙ୍କ ନିଜର ଟ୍ୱିଟର ହ୍ୟାଣ୍ଡେଲରେ “ଶଙ୍ଖ ମୋର ଗର୍ବ” କହିବାର ଭିଡିଓ ଅପଲୋଡ଼ ହୋଇନଥିବା ବେଳେ ବିଜେଡିର ପ୍ରଭାବଶାଳୀ ନେତାମାନଙ୍କ ମଧ୍ୟରୁ ପୂର୍ବତନ ବିଧାୟକ ସଂଜୟ ଦାସବର୍ମା, ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଅଶୋକ ପଣ୍ଡା ଓ ସାଂସଦ ଅନୁଭବ ମହାନ୍ତିଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ମଧ୍ୟ “ଶଙ୍ଖ ମୋର ଗର୍ବ” ର ଭିଡ଼ିଓ ଅପଲୋଡ଼ ହୋଇଥିବାର ଦେଖିବାକୁ ମିଳିନାହିଁ । ଏମାନଙ୍କ ବ୍ୟତୀତ ଆହୁରି ଅନେକ ବରିଷ୍ଠ ନେତା, ସାଂସଦ, ବିଧାୟକ ମାନେ ମଧ୍ୟ ଶଙ୍ଖ କୁ ମୋର ଗର୍ବ ବୋଲି କହିବାକୁ ମଧ୍ୟ ପସନ୍ଦ କରିପାରିନାହାନ୍ତି । ତେବେ ବିଜେଡି କୁ ଆମଦାନୀ ହୋଇ ରାତାରାତି ପଦପଦବୀ ଓ କ୍ଷମତା ହାସଲ କରିବାରେ ସମର୍ଥ ହୋଇଥିବା ନେତାମାନେ କାହିଁକି ଏହି କ୍ୟାମ୍ପେନ୍ ରେ ନିଜକୁ ସାମିଲ କରିବାକୁ ଚାହିଁଲେ ନାହିଁ ? ବିଜୁ ବାବୁ ଅବା ନବୀନ ବାବୁଙ୍କ ବ୍ୟତୀତ ଶଙ୍ଖ ଚିହ୍ନର ପ୍ରଭାବ ଲୋକଙ୍କୁ ପ୍ରଭାବିତ କରିବ ନାହିଁ ବୋଲି ଜାଣିବା ପରେ ସେମାନେ ଏହି କ୍ୟାମ୍ପେନ୍ ରୁ ଦୂରେଇ ରହିଲେ କି ? ନବୀନ ପଟ୍ଟନାୟକଙ୍କୁ ଛାଡ଼ି ଶଙ୍ଖ ଚିହ୍ନ ଉପରେ ସେମାନଙ୍କ ଭରସା ପାଉନାହିଁ କି ? ନା ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟାରେ ଏମାନେ ଅସୁଖୀ ଅଛନ୍ତି? ତେବେ ରାଜନୈତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତଙ୍କ ଭଳି ନେତା ମାନେ ବିଜେଡି ପାଇଁ ଗର୍ବ କରିବେ କାହିଁକି ? ବରଂ ବିଜେଡି ଦଳ ଏଭଳି ବ୍ୟକ୍ତିତ୍ୱ ମାନଙ୍କ ପାଇଁ ଗର୍ବ କରିବା ଉଚିତ୍ । ମାତ୍ର ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ବିଜେଡି ପକ୍ଷରୁ ଯେଉଁ ନେତା ମାନେ ଏହି କ୍ୟାମ୍ପେନ୍ ପ୍ରକ୍ରିୟାରେ ସାମିଲ ନହୋଇ ନିଜକୁ ଦୂରେଇ ରଖିଛନ୍ତି ତାର କାରଣ ଖୋଜା ଚାଲିଛି ।

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.