• About
  • Contact
Friday, September 11, 2026
Friday, September 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

କିଏ କହୁଛି କାହାକୁ..?

କିଏ କହୁଛି କାହାକୁ..?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୫ ଅକ୍ଟୋବର ୨୦୨୨

ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ବିଜେପି ଓ ବିଜେଡି ଉଭୟ ଅଭିଯୋଗ କରିଛନ୍ତି ପରସ୍ପର ବିରୋଧରେ । ଭୋଟର ମାନଙ୍କୁ ଟଙ୍କାର ଲୋଭ ଦେଖାଇ ବିଜେଡି ପ୍ରଲୋଭିତ କରୁଛି ବୋଲି ଅଭିଯୋଗ ଆଣିଛି ବିଜେପି । ଅପରପକ୍ଷରେ ବିଜେପି ମିଛ ଅଭିଯୋଗ ଆଣିଥିବାରୁ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛି ବିଜେଡି । ଏପରିକି ଦୁଇ ଦଳର ନେତାମାନେ ଯାଇ ଭେଟିଛନ୍ତି ନିର୍ବାଚନ କମିଶନଙ୍କୁ । ବିଜେପି ରାଜ୍ୟ ସଭାପତିସମୀର ମହାନ୍ତିଙ୍କ ଅଭିଯୋଗ ଯେ, ବିଜେଡି ନେତାମାନେ ପ୍ରତିଶ୍ରୁତି ଦେଉଛନ୍ତି ଯେଉଁ ପଞ୍ଚାୟତରୁ ଅଧିକ ଭୋଟ ବିଜେଡିକୁ ଆସିବ ସେହି ପଞ୍ଚାୟତକୁ ୧ କୋଟି ଟଙ୍କା ଦିଆଯିବ । ଅନ୍ୟପକ୍ଷରେ ଶାସକ ବିଜେଡି ର ଅଭିଯୋଗ ହେଉଛି ବିଜେପି ମିଛ କହୁଛି, ତେଣୁ ଦଳର ଏହି ବିବୃତି ବିରୋଧରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।

ଏ ଦୁଇ ଦଳର ଅଭିଯୋଗରୁ କ’ଣ ସୂଚନା ମିଳୁଛି ? ସତରେ କ’ଣ ବିଜେଡି ର ନେତା ମାନେ ଖୋଲାଖୋଲି ଟଙ୍କା ବାଣ୍ଟିବାର ବ୍ୟବସ୍ଥା କରିଛନ୍ତି କି ? ଭୋଟରଙ୍କ ମତକୁ ଟଙ୍କା ମାଧ୍ୟମରେ କିଣିବାକୁ ଚେଷ୍ଟା କରାଯାଉଛି କି ? ଯଦି ବିଜେଡି ଟଙ୍କା ବାଣ୍ଟି ପାରୁଛି ତେବେ ବିଜେପି ପାଖରେ ଟଙ୍କା ବାଣ୍ଟିବାର ସାମର୍ଥ୍ୟ ନାହିଁ କି ?

ଗତ କିଛି ମାସ ପୂର୍ବରୁ ଶେଷ ହୋଇଥିବା ଉତ୍ତର ପ୍ରଦେଶ, ଗୋଆ, ପଞ୍ଜାବ, ମଣିପୁର ଓ ଉତ୍ତରାଖଣ୍ତ ନିର୍ବାଚନରେ ସର୍ବାଧିକ ଅର୍ଥ ବ୍ୟୟ କରିଥିବା ଦଳ ଥିଲା ଭାରତୀୟ ଜନତା ପାର୍ଟି । ଏହି ୫ଟି ରାଜ୍ୟ ପାଇଁ ହୋଇଥିବା ନିର୍ବାଚନରେ ୩୪୪.୨୭ କୋଟି ଟଙ୍କା ଖର୍ଚ୍ଚ କରିଥିଲା ବିଜେପି, ଯାହାକି ପୂର୍ବ ନିର୍ବାଚନ ଅପେକ୍ଷା ୫୮ ପ୍ରତିଶତ ଅଧିକ । ଭାରତର ସବୁଠାରୁ ଚାନ୍ଦା ସଂଗ୍ରହକାରୀ ରାଜନୈତିକ ଦଳ ହିସାବରେ ୧ ନମ୍ବର ସ୍ଥାନରେ ରହିଛି ବିଜେପି । କେବଳ “Electoral Bond Scheme” ରୁ ADR ରିପୋର୍ଟ ଅନୁଯାୟୀ ଗତବର୍ଷରେ ବିଜେପି ସଂଗ୍ରହ କରିଛି ୪୨୧୫ କୋଟି ଟଙ୍କା ଓ ପାଲଟିଛି ଦେଶର ଧନୀ ରାଜନୈତିକ ଦଳ । ସମସ୍ତ ୪୦୪୭ ଟି ନିର୍ବାଚନ ମଣ୍ଡଳୀ ପିଛା ଏହି ଅର୍ଥକୁ ଭାଗ କଲେ ତାର ପରିମାଣ ହେଉଛି ୧ କୋଟି ୪ ଲକ୍ଷ ଟଙ୍କା । ଏବେ ଭାବନ୍ତୁ ଦେଶର ସବୁଠାରୁ ଧନୀ ରାଜନୈତିକ ଦଳ ବିଜେପି ପାଖରେ ଟଙ୍କା ବାଣ୍ଟିବା ପାଇଁ ଅର୍ଥର ଅଭାବ ରହିଛି କି ?

ସେହିପରି ଭାରତର ସମସ୍ତ ରାଜନୈତିକ ଦଳ ମଧ୍ୟରେ ନିର୍ବାଚନୀ ଚାନ୍ଦା ସଂଗ୍ରହ କରିବାରେ ବିଜେଡ଼ି ୩ ନମ୍ବର ସ୍ଥାନରେ । ଅର୍ଥାତ୍ ଦେଶର ୩ୟ ଧନୀ ଆଞ୍ଚଳିକ ରାଜନୈତିକ ଦଳ ହେଉଛି ବିଜେଡି । ଏହି ଦଳ ପାଇଥିବା ଚାନ୍ଦା ପରିମାଣକୁ ଯଦି ୧୪୭ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ହିସାବରେ ବାଣ୍ଟି ଦିଆଯାଏ, ତେବେ ଏହାର ପରିମାଣ ହେବ ନିର୍ବାଚନ ମଣ୍ଡଳୀ ପିଛା ୧ କୋଟି ୮୦ ଲକ୍ଷ ଟଙ୍କା । ଅର୍ଥାତ୍ ଦେଶର ଧନୀ ରାଜନୈତିକ ଦଳ ବିଜେପି ଠାରୁ ଅଧିକ ଅର୍ଥ ସଂଗ୍ରହ କରିବା ଓ ଖର୍ଚ୍ଚ କରିବାର କ୍ଷମତା ରଖିଛି ବିଜେଡି।

ଗତ ୨୨ ବର୍ଷ ଧରି ଓଡ଼ିଶା କୁ ଶାସନ କରୁଛି ଏହି ଦଳ । ସାଙ୍ଗଠନିକ ଦୃଷ୍ଟି କୋଣରୁ ବିଜେଡିର ଆଖପାଖରେ କେହି ନାହାନ୍ତି । ନିର୍ବାଚନ ଜିତିବାର ରଣକୌଶଳରେ ବିଜେଡି ସମସ୍ତଙ୍କଠାରୁ ଆଗରେ । ଲୋକଙ୍କ ପାଖରେ ପହଂଚିବା ଓ ପହଂଚାଇବା ଦକ୍ଷତା ରଖୁଥିବା ଦେଶର ୩ୟ ଧନୀ ଆଞ୍ଚଳିକ ରାଜନୈତିକ ଦଳ ମଧ୍ୟ ବିଜେଡି । ତେବେ ଆପଣମାନେ ଭାବନ୍ତୁ ତ ଯଦି ଲୋକଙ୍କୁ ଟଙ୍କା ବାଣ୍ଟିବାର ଅଭିଯୋଗ ଏହି ଦଳ ବିରୋଧରେ ଆସେ, ତାହାକୁ ଗ୍ରହଣ କରାଯାଇ ପାରିବ କି ନାହିଁ ? ଯଦି ଟଙ୍କା ବାଣ୍ଟିବାକୁ ଏହି ଦଳ ଚାହେଁ ତେବେ ଅର୍ଥର ଅଭାବ ରହିଛି କି ଏହି ଦଳ ପାଖରେ ?

ଏବେ ଏହି ଦୁଇ ଦଳର ସ୍ଥିତି ଓ ସାମର୍ଥ୍ୟକୁ ଲୋକ ମାନେ ବୁଝି ପାରିଥିବେ । ନିଜର ସ୍ଥିତି ଓ ସାମର୍ଥ୍ୟ ମୁତାବକ ଏହି ଦୁଇଦଳ ଯେଉଁ ଅଭିଯୋଗ ଆଣିଛନ୍ତି ପରସ୍ପର ବିରୋଧରେ ତାହାକୁ କିପରି ଗ୍ରହଣ କରାଯିବ? ଦେଶର ଦୁଇଟି ଧନୀ ଓ କ୍ଷମତାଶାଳୀ ରାଜନୈତିକ ଦଳ ଯଦି ପରସ୍ପର ବିରୋଧରେ ଟଙ୍କା ବାଣ୍ଟିବା ଓ ନିର୍ବାଚନକୁ ପ୍ରଭାବିତ କରିବାର ଅଭିଯୋଗ ଆଣନ୍ତି, ତେବେ ଏଠି କିଏ କାହାକୁ ରୋକି ପାରିବ ? କାହା ବିରୋଧରେ କାହାର ଅଭିଯୋଗକୁ ସତ ବୋଲି ଭୋଟର ଭାବିବେ ? ଯଦି ଭୋଟର ମାନଙ୍କୁ ଟଙ୍କା ଦେଇ ଭୋଟ୍ କିଣା ଯାଇ ପାରୁଛି ବୋଲି ଏକ ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରାଯାଏ, ତେବେ ଏଥିପାଇଁ କାହାକୁ ଦାୟୀ କରାଯିବ ? ବିଜେଡିକୁ ନା ବିଜେପିକୁ ? ଦେଶର ଦୁଇଟି ଧନୀ ଓ କ୍ଷମତାଶାଳୀ ରାଜନୈତିକ ଦଳ ଯଦି ଏଭଳି ଅଭିଯୋଗ ଆଣନ୍ତି ପରସ୍ପର ବିରୋଧରେ ତାହେଲେ ନିର୍ଵାଚନ କମିଶନ କ’ଣ ଏମାନଙ୍କୁ ଅଟକାଇ ପାରିବେ ?

Nirvik Bureau

Nirvik Bureau

Related Posts

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?
Politics

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

by Nirvik Bureau
September 6, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୬ ସେପ୍ଟେମ୍ବର ୨୦୨୬ ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ ଆଇଏଏସ୍ ଅଧିକାରୀ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର...

Read more
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.