• About
  • Contact
Sunday, August 9, 2026
Sunday, August 9, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

କିଏ ପଚାରୁଛି କାହାକୁ…?

କିଏ ପଚାରୁଛି କାହାକୁ…?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୬ ଫେବୃଆରୀ ୨୦୨୩

ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବେଶ୍ କିଛିଦିନ ପରେ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟର ପ୍ରଭାବଶାଳୀ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ସମେତ ବାଲେଶ୍ୱରରେ ବାଲି ମାଫିଆଙ୍କ ଦ୍ୱାରା ଉପଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣା ଓ ଅନ୍ୟକିଛି ଉଦାହରଣକୁ ଉଲ୍ଲେଖ କରି କେନ୍ଦ୍ରମନ୍ତ୍ରୀ ରାଜ୍ୟସରକାରଙ୍କୁ ଓ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ଏପରିକି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣରୂପେ ବିଗିଡ଼ିଯାଇଛି ବୋଲି ସେ ମଧ୍ୟ କହିଛନ୍ତି । ଏ ସବୁ ଭିତରେ ଓଡ଼ିଶା ବିଜେପିର ଏହି ପ୍ରଭାବଶାଳୀ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ମଧ୍ୟ ପଚାରିଛନ୍ତି ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ । ସେହି ପ୍ରଶ୍ନଟି ହେଉଛି କ’ଣ ଚାଲିଛି ଓଡ଼ିଶାରେ, କାହା ହାତରେ ଶାସନ ବ୍ୟବସ୍ଥା ଅଛି, କିଏ ଚଳାଉଛି ?

ଏହି ପ୍ରଶ୍ନର ଉତ୍ତର କ’ଣ ହୋଇପାରେ ? ଏହି ପ୍ରଶ୍ନ କାହା ଉଦ୍ଦେଶ୍ୟରେ ପଚାରିଛନ୍ତି କେନ୍ଦ୍ରମନ୍ତ୍ରୀ ? ଏବଂ ସତରେ କ’ଣ କେନ୍ଦ୍ରମନ୍ତ୍ରୀ ଏହି ପ୍ରଶ୍ନର ଉତ୍ତର ଜାଣିନାହାଁନ୍ତି ?

ଠିକ୍ କିଛିଦିନ ପୂର୍ବରୁ ଓଡ଼ିଶା ଗସ୍ତରେ ଆସିଥିଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା । ସେ ମଧ୍ୟ ଦୁଇଟି ସାଧାରଣ ସଭାରେ ଯୋଗ ଦେଇଥିଲାବେଳେ ରାଜ୍ୟସରକାରଙ୍କୁ ସମାଲୋଚନା କରିଥିଲେ । ତାଙ୍କର ଅଭିଭାଷଣ ରଖିବାବେଳେ ସେ ମଧ୍ୟ ଗୋଟିଏ ପ୍ରଶ୍ନ ପଚାରିଥିଲେ, ଓଡ଼ିଶା ସରକାରକୁ କିଏ ଚଳାଉଛି ? ଲୋକଙ୍କ ଠାରୁ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହୁଁଥିଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ । ଲୋକମାନେ ଏହାର ଉତ୍ତର ଦେଉ ଦେଉ ସେ ମଧ୍ୟ କହିଲେ ଯେ, ଓଡ଼ିଶା ସରକାରଙ୍କୁ କିଏ ଚଳାଉଛି ତାର ଉତ୍ତର ସେ ଲୋକମାନଙ୍କ ମୁହଁରୁ ଶୁଣିବାକୁ ଚାହୁଁଥିଲେ ବୋଲି ।

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ କ’ଣ ଜାଣିନାହାଁନ୍ତି ଓଡ଼ିଶାରେ କେଉଁ ଦଳର ସରକାର ଚାଲିଛି ଓ ଏହି ସରକାରର ନେତୃତ୍ୱ କିଏ ନେଉଛନ୍ତି ବୋଲି । କେହି ବି ଏ କଥାକୁ ବିଶ୍ୱାସ କରିବେ କି ଯେ, ଭାରତ ବର୍ଷର ସର୍ବବୃହତ ରାଜନୈତିକ ଦଳ ବୋଲି ନିଜକୁ ଦାବୀ କରୁଥିବା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଓଡ଼ିଶା ସରକାରଙ୍କୁ ସମାଲୋଚନା କରୁଥିବା ବେଳେ, ଏପରିକି ଏହି ସରକାରକୁ ପରିବର୍ତ୍ତନ କରିବାପାଇଁ ଆହ୍ୱାନ ଦେଉଥିବା ବେଳେ ଓଡ଼ିଶାରେ କାହାର ସରକାର ଚାଲିଛି ଓ ଏହି ସରକାରର ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କୁ ସେ ଚିହ୍ନନ୍ତି ନାହିଁ ବୋଲି ।

ଓଡ଼ିଶାବାସୀ ଜାଣନ୍ତି ଯେ, ବିଜେପିର ସହଯୋଗରେ ବିଜୁଜନତାଦଳ ଓଡ଼ିଶାରେ କ୍ଷମତାକୁ ଆସିଲା । ଦୁଇ ଦଳ ବିଜେପି ଓ ବିଜେଡି ପରସ୍ପରର ହାତ ଧରାଧରି ହୋଇ ଦୀର୍ଘ ୯ ବର୍ଷ ଧରି ଓଡ଼ିଶାରେ ଶାସନ କ୍ଷମତାରେ ରହିଲେ । ୨୦୦୯ ମସିହାରେ ଦୁଇ ଦଳ ମଧ୍ୟରେ ସମ୍ପର୍କ ଖରାପ ହେଲା ଓ ବିଜେଡି ବିଜେପିର ହାତ ଛାଡ଼ିଦେଲା । ୨୦୦୯ ମସିହା ପରଠାରୁ ବିଜେଡି ଓ ବିଜେପି ଉଭୟ ଉଭୟଙ୍କ ସହିତ ପ୍ରତିଟି ନିର୍ବାଚନରେ ଲଢ଼େଇ କରୁଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ଫଳାଫଳ ସ୍ପଷ୍ଟ କରିଛି ୫ମ ଥର ପାଇଁ ଓଡ଼ିଶାରେ ବିଜୁଜନତା ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଶାସନ କ୍ଷମତାରେ ଅଛି ଓ ବିଜେପି ଏଠାରେ ପ୍ରମୁଖ ବିରୋଧୀଦଳ ଭାବେ ରହିଛି । ଏପରିକି ସଂସଦରେ ବିଜେପି ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ସମୟରେ ବିଜେଡିର ସମର୍ଥନ ଚାହିଁଛି ଓ ବିଜେଡି ମଧ୍ୟ ବିନା ଦ୍ଵିଧାରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇଛି । ଏକାଧିକ ବାର ଦୁଇ ଦଳର ଶୀର୍ଷ ନେତାମାନେ ପରସ୍ପରକୁ ସୌଜନ୍ୟତା ପ୍ରଦର୍ଶନ କରିଛନ୍ତି । ପ୍ରଶଂସାରେ ପୋତି ପକାଇଛନ୍ତି ଓ ଅନେକ ମଧ୍ୟାହ୍ନ ଭୋଜନ ଓ ଡିନର ପାର୍ଟିରେ ବି ଏକାଠି ହୋଇଛନ୍ତି ।

ତେବେ କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଓଡ଼ିଶାର ପ୍ରଭାବଶାଳୀ ନେତା ତଥା କେନ୍ଦ୍ରମନ୍ତ୍ରୀ ଓଡ଼ିଶାର ଶାସକ ଦଳକୁ ଭୁଲିଗଲେ କିପରି ? ସତରେ କ’ଣ ସେମାନେ ଜାଣନ୍ତି ନାହିଁ ଓଡ଼ିଶାରେ କିଏ ଶାସନ କରୁଛି ଓ କାହା ହାତରେ କ୍ଷମତା ଅଛି ? ନା ସେମାନେ ସନ୍ଦେହ କରୁଛନ୍ତି କି ବିଜେଡି ଶାସନ କରୁଥିଲେ ବି ଶାସନ କ୍ଷମତାର ଡୋର ଆଉ କାହା ହାତରେ ଅଛି ? ଓଡ଼ିଶାର ଶାସନ କ୍ଷମତାରେ ଥିବା ଦଳ ଓ ସରକାର କ’ଣ ଅଲଗା ଅଲଗା ଭାବେ ପରିଚାଳିତ ହେଉଛି କି ? ଓଡ଼ିଶା ସରକାରର ନେତୃତ୍ୱ ନେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ଭାବେ ରାଜ୍ୟର ଶାସନ ସମ୍ଭାଳି ଥିବା ବେଳେ ବିଜେପିର ଏହି ତୁଙ୍ଗ ନେତାମାନେ କାହିଁକି ଏପରି ସନ୍ଦେହ କରୁଛନ୍ତି ? ସତରେ କ’ଣ ଓଡ଼ିଶାର ଶାସନ ବ୍ୟବସ୍ଥା ଆଉ କାହା ଦ୍ୱାରା ପରିଚାଳିତ ହେଉଛି କି? ତେବେ ବିଜେଡିକୁ ଅତି ପାଖରୁ ଜାଣିଥିବା ବିଜେପିର ନେତାମାନେ କାହିଁକି ଏଭଳି ପ୍ରଶ୍ନ ପଚାରୁଛନ୍ତି? ପଚାରୁଥିବା ପ୍ରଶ୍ନର ଉତ୍ତର ସେମାନେ ପ୍ରକୃତରେ ଜାଣନ୍ତି ନାହିଁ ନା ଜାଣିଲେ ବି କହିବାକୁ ଚାହୁଁନାହାଁନ୍ତି ?

Nirvik Bureau

Nirvik Bureau

Related Posts

ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…
Politics

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

by Nirvik Bureau
July 31, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୩୧ ଜୁଲାଇ ୨୦୨୬ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିରୋଧୀ ଦଳର କାମ ହେଉଛି ସରକାରଙ୍କୁ ପ୍ରଶ୍ନ କରିବା। ସରକାରଙ୍କୁ ଘେରିବା,କିନ୍ତୁ ସେହି ଜବାବ ମାଗିବାର...

Read more
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
ଦୁଇ ବର୍ଷର ଗାଥା : କମ୍ ସଫଳତା ଅଧିକ ବିଫଳତା…

ଦୁଇ ବର୍ଷର ଗାଥା : କମ୍ ସଫଳତା ଅଧିକ ବିଫଳତା…

July 2, 2026
ସୁଜାତା ଆସିବା ପରେ …

ସୁଜାତା ଆସିବା ପରେ …

June 30, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.