• About
  • Contact
Saturday, February 14, 2026
Saturday, February 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

କୁଆଡ଼େ ଗଲେ ସୁଶାନ୍ତ ?

କୁଆଡ଼େ ଗଲେ ସୁଶାନ୍ତ ?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୦ ଅପ୍ରେଲ ୨୦୨୩

ଝାରସୁଗୁଡ଼ା ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକସ୍ତରରେ ଉତ୍କଣ୍ଠା ମଧ୍ୟ ସେତିକି ବଢ଼ୁଛି । ଶାସକ ବିଜେଡି ଆଗୁଆ ଏହି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କ ନାଁ ଘୋଷଣା କରିସାରିଛି । ଏପରିକି ଏହି ଉପନିର୍ବାଚନ ପରିଚାଳନାର ଭାର ମଧ୍ୟ ୩ ଜଣ ପ୍ରମୁଖ ବରିଷ୍ଠ ନେତାଙ୍କ ହାତରେ ଦେଇଛି । ପଶ୍ଚିମ ଓଡ଼ିଶାର ସବୁଠାରୁ ଅନୁଭବୀ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଓ ସାରଦା ନାୟକଙ୍କୁ ଏହି ଉପନିର୍ବାଚନର ଭାର ଦେଇଛି ବିଜେଡି । ସେହିପରି ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ବ୍ଲକ୍ ଜଗିବାର ଦାୟିତ୍ୱ ଦିଆଯାଇଛି ୧୨ ଜଣ ନେତାଙ୍କୁ । ଏନେଇ ବିଜେଡି ପକ୍ଷରୁ ଜାରୀ ହୋଇଥିବା ତାଲିକାରେ ଅଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଟୁକୁନି ସାହୁ, ନିରଞ୍ଜନ ପୂଜାରୀ, ରୀତା ସାହୁ, ପ୍ରତାପ କେଶରୀ ଦେବ ଏବଂ ବିଧାୟକ ମାନଙ୍କ ଭିତରେ ଅଛନ୍ତି ଅରୁଣ ସାହୁ, ପଦ୍ମନାଭ ବେହେରା, ସରୋଜ ମେହେର, ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ସ୍ନେହାଙ୍ଗିନୀ ଛୁରିଆ ଓ ପୂର୍ବତନ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ ଆଦି ନେତାମାନେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଦୁଇଟି ତାଲିକାରେ ରହିନାହାଁନ୍ତି ପଶ୍ଚିମ ଓଡ଼ିଶାର ଅନ୍ୟତମ ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ ।

୩ ଜଣ ପର୍ଯ୍ୟବେକ୍ଷକଙ୍କ ସହ ୧୨ ଜଣ ନେତାଙ୍କୁ ଏହି ଉପନିର୍ବାଚନ ପରିଚାଳନାର ଦାୟିତ୍ୱ ବିଜେଡି ଦେଇଥିବା ବେଳେ ସୁଶାନ୍ତ ସିଂହଙ୍କ ନାଁ ଏହି ତାଲିକାରେ ନରହିବା ଏବେ ପଶ୍ଚିମ ଓଡ଼ିଶା ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି । ବିଗତ ବ୍ରଜରାଜ ନଗର ଓ ପଦ୍ମପୁର ଉପନିର୍ବାଚନରେ ସବୁଠାରୁ ଆଗରେ ଥିବା ସୁଶାନ୍ତ ସିଂହଙ୍କୁ ବିଜେଡି ଝାରସୁଗୁଡ଼ା ଉପନିର୍ବାଚନରେ ଏପର୍ଯ୍ୟନ୍ତ ସାମିଲ ନକରିବା ଏବେ ସୁଶାନ୍ତଙ୍କ ସମର୍ଥକ ମାନଙ୍କୁ ନିରାଶ କରିଛି । ଏପରିକି ବ୍ରଜରାଜ ନଗର ଓ ପଦ୍ମପୁର ଉପ ନିର୍ବାଚନରେ ସୁଶାନ୍ତଙ୍କୁ ବଡ଼ ଦାୟିତ୍ୱ ଦେଇଥିଲା ଦଳ । ଦଳର ବିଜୟ ବ୍ୟବଧାନ ବଢ଼ାଇବାରେ ସୁଶାନ୍ତ ସିଂହଙ୍କ ଭୂମିକା ନେଇ ତାଙ୍କ ସମର୍ଥକମାନେ କହୁଥିବା ବେଳେ ଦଳ ତରଫରୁ ମଧ୍ୟ ସୁଶାନ୍ତ ସିଂହଙ୍କୁ ଶ୍ରେୟ ଦିଆଯାଇଥିଲା ଏହି ଉପନିର୍ବାଚନର ବିଜୟ ଓ ବ୍ୟବଧାନଙ୍କୁ ନେଇ । ଖୋଦ୍ ମୁଖ୍ୟମନ୍ତ୍ରୀ କାଳେ ସୁଶାନ୍ତ ସିଂହଙ୍କୁ ଏହି ନିର୍ବାଚନ ଫଳାଫଳ ପରେ ପ୍ରଶଂସା କରିଥିଲେ ବୋଲି ଦଳ ଭିତରେ ଚର୍ଚ୍ଚା ହୋଇଥିଲା । ତେଣୁ ଝାରସୁଗୁଡ଼ା ଉପନିର୍ବାଚନରେ ସୁଶାନ୍ତ ସିଂହଙ୍କ ଭୂମିକା ବେଶ ଗୁରୁତ୍ୱ ରଖିବ ବୋଲି ପୂର୍ବରୁ ଆକଳନ ମଧ୍ୟ କରାଯାଉଥିବା କଥା ବିଜେଡିର ଭିତରେ ଚର୍ଚ୍ଚା ହେଉଛି।

ମାତ୍ର ଏଯାଏଁ ସୁଶାନ୍ତ ସିଂହଙ୍କୁ ଦଳ କୌଣସି ଦାୟିତ୍ୱ ନଦେବା ଓ ନିଜେ ସୁଶାନ୍ତ ସିଂହ ମଧ୍ୟ କୌଣସି ପ୍ରତିକ୍ରିୟା ବ୍ୟକ୍ତ ନକରିବା ପଶ୍ଚିମ ଓଡ଼ିଶାରେ ଥିବା ସୁଶାନ୍ତ ସିଂହଙ୍କ ସମର୍ଥକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ପଶ୍ଚିମ ଓଡ଼ିଶାର ନେତାମାନେ ମଧ୍ୟ ଏନେଇ ମୁହଁ ଖୋଲୁନାହାଁନ୍ତି ଅବା ବିଜେଡିର କୌଣସି ମୁଖପାତ୍ର ମଧ୍ୟ ଏନେଇ କିଛି ବି କହିବାକୁ ପ୍ରସ୍ତୁତ ନୁହଁନ୍ତି ।

ତେବେ କାହିଁକି ବିଜେଡି ପକ୍ଷରୁ ପ୍ରକାଶିତ ତାଲିକାରେ ସୁଶାନ୍ତ ସିଂହ ସ୍ଥାନ ପାଇଲେ ନାହିଁ ? ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ଆଣିଥିବା ଅଭିଯୋଗ ନେଇ ବିଜେଡି ସୁଶାନ୍ତଙ୍କୁ ଏହି ଉପନିର୍ବାଚନ ଦାୟିତ୍ୱରୁ ଦୂରେଇ ରଖିଛି କି ? ପୂର୍ବରୁ ପଶ୍ଚିମ ଓଡ଼ିଶାର ବରିଷ୍ଠ ନେତା ଓ କିଛି ମନ୍ତ୍ରୀଙ୍କ ସହ ସୁଶାନ୍ତଙ୍କ ବିବାଦ ଯୋଗୁଁ ତାଙ୍କୁ ଦଳ କୌଣସି ଦାୟିତ୍ୱ ଦେଇ ନାହିଁ କି ? ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ସମର୍ଥକ ମାନେ ସୁଶାନ୍ତଙ୍କୁ ବିରୋଧ କରିବାରୁ ତାଙ୍କୁ ଦୂରେଇ ରଖିବାକୁ ବିଜେଡି ନେତୃତ୍ୱ ବାଧ୍ୟ ହୋଇଛି କି ?

କାରଣ ଯାହାବି ହେଉ ପଶ୍ଚିମ ଓଡ଼ିଶା ରାଜନୀତିରେ ପ୍ରଭାବ ବିସ୍ତାର କରି ଚାଲିଥିବା ଓ ବିଜେଡିର ପାୱାର କରିଡରରେ ପତିଆରା ତିଆରି କରିଥିବା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭୂମିକା ଝାରସୁଗୁଡ଼ା ଉପନିର୍ବାଚନରେ କ’ଣ ହେବ ତାହାକୁ ରାଜନୈତିକମହଲ ବେଶ୍ ଉତ୍ସୁକତାର ସହ ଅପେକ୍ଷା କରିଛି।

Nirvik Bureau

Nirvik Bureau

Related Posts

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…
Politics

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

by Nirvik Bureau
February 6, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ,୬ ଫେବୃଆରୀ ୨୦୨୬ ନୂଆପଡ଼ାର ଉପ ନିର୍ବାଚନର ଫଳାଫଳକୁ ନେଇ ଓଡ଼ିଶା ରାଜନୀତିରେ ଘଣ୍ଟା ଚକଟା ଚାଲିଥିବା ବେଳେ ଚର୍ଚ୍ଚାର ପରିସରକୁ ଧସେଇ ପଶିଛି...

Read more
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
ନୂଆବର୍ଷ ୨୦୨୬ : କାହା ପାଇଁ କେମିତି …

ନୂଆବର୍ଷ ୨୦୨୬ : କାହା ପାଇଁ କେମିତି …

January 10, 2026
ଜଗାଙ୍କୁ ବାନ୍ଧିଲେ, ଲଳିତଙ୍କୁ ଛାଡ଼ିଲେ : ଇଏ କି ବିଚିତ୍ର ନୀତି!

ଜଗାଙ୍କୁ ବାନ୍ଧିଲେ, ଲଳିତଙ୍କୁ ଛାଡ଼ିଲେ : ଇଏ କି ବିଚିତ୍ର ନୀତି!

January 7, 2026
ବିଧାୟକଙ୍କ ଦରମା : କଭି ଖୁସି କଭି ଗମ୍…

ବିଧାୟକଙ୍କ ଦରମା : କଭି ଖୁସି କଭି ଗମ୍…

December 25, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.