• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ମଳିନ ହେଉଛି ଖାକିର ଛବି!

ମଳିନ ହେଉଛି ଖାକିର ଛବି!
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୫ ଅପ୍ରେଲ ୨୦୨୩

ସମ୍ବଲପୁର ହିଂସାକାଣ୍ଡ ପରେ ଏବେ ପୋଲିସ ପ୍ରଶାସନର ଭୂମିକା ନେଇ ଆରମ୍ଭ ହୋଇଛି ବିତର୍କ । ପ୍ରମୁଖ ରାଜନୈତିକ ଦଳର ନେତା ହୁଅନ୍ତୁ ଅବା ସୋସିଆଲ ମିଡ଼ିଆରେ ମତରଖୁଥିବା ବୁଦ୍ଧିଜୀବୀ ମୁହାଁମୁହିଁ ହୋଇଛନ୍ତି ନିଜ ନିଜ ଭିତରେ ଓଡ଼ିଶା ପୋଲିସର ଭୂମିକାକୁ ନେଇ । ଏ ପର୍ଯ୍ୟନ୍ତ ସମ୍ବଲପୁର ହିଂସାକାଣ୍ଡର ପ୍ରକୃତ କାରଣ ଜଣା ନପଡ଼ିବା, ହିଂସାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନହେବା ଏପରିକି ସମ୍ବଲପୁର ଏସପିଙ୍କ ଭୂମିକା ନେଇ ଏବେ ଏକାଧିକ ପ୍ରଶ୍ନ ଉଠିଛି ଜନସାଧାରଣଙ୍କ ମନରେ । ସମ୍ବଲପୁର ଭଳି ଏକ ଶାନ୍ତିପୂର୍ଣ୍ଣ ସହରରେ ଏଭଳି ହିଂସାକାଣ୍ଡ ଘଟିବାର ପ୍ରକୃତ କାରଣ କ’ଣ ଓ ଏହି ହିଂସାକାଣ୍ଡ ରୋକିବାକୁ ଜିଲ୍ଲା ପୋଲିସର ମୁଖ୍ୟଭାବେ ଏସପି କ’ଣ ପଦକ୍ଷେପ ନେଇଥିଲେ ସେ ନେଇ ପ୍ରଶ୍ନ ପଚାରିଛନ୍ତି ରାଜ୍ୟର ଦୁଇ ବିରୋଧୀଦଳ । ଏପରିକି ଏହି ଘଟଣା ଘଟିବା ପୂର୍ବରୁ ଜିଲ୍ଲା ଗୁଇନ୍ଦା ଦାୟିତ୍ୱରେ ଥିବା ପୋଲିସ ଅଫିସରଙ୍କୁ ମଧ୍ୟ ଦାୟୀ କରିଛନ୍ତି ବିରୋଧୀ । ସମ୍ବଲପୁର ଘଟଣା ନେଇ ବିରୋଧୀ ବିଜେପି ଓ କଂଗ୍ରେସ ସିଧାସଳଖ ଭାବେ ଶାସକ ବିଜେଡିକୁ ଦାୟୀ କରିବା ସହ ଜିଲ୍ଲାର ଏସପିଙ୍କ ନିରବତା ନେଇ ପ୍ରଶ୍ନ ଉଠାଇଛନ୍ତି । ସେହିପରି ଘଟଣା ସ୍ଥଳକୁ ପୋଲିସ ଡିଜି ଯାଇ ଅନୁଧ୍ୟାନ କରିବା ପରେ କାହିଁକି ବିଶୃଙ୍ଖଳା ଘଟାଇଥିବା ବହୁ ବ୍ୟକ୍ତିଙ୍କୁ ଗିରଫ କରାଯାଇ ନାହିଁ ବୋଲି ବିଜେପିର ନେତାମାନେ ଗଣମାଧ୍ୟମ ଜରିଆରେ ପ୍ରଶ୍ନ ପଚାରିବା ଆରମ୍ଭ କରିଦେଇଛନ୍ତି ।

ତେବେ ଏହି ଘଟଣାରେ ରାଜ୍ୟସରକାର ଓ ଗୃହ ବିଭାଗ ଏବେ ସ୍ଥାନୀୟ ପୋଲିସ ଏସପି ଓ କିଛି ବରିଷ୍ଠ ଅଧିକାରୀଙ୍କୁ ନେଇ ଅଡ଼ୁଆରେ ପଡ଼ିଛି । ଏକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଘଟଣା ଟିକିଏ ଶାନ୍ତ ପଡ଼ିବା ପରେ ଏସପିଙ୍କ ଉପରେ ମଧ୍ୟ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ହୋଇପାରେ । କେବଳ ସମ୍ବଲପୁର ଘଟଣା ନୁହେଁ, ଏହା ପୂର୍ବରୁ ବ୍ରଜରାଜନଗରରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡରେ ମଧ୍ୟ ପୋଲିସ ଏସପି ଓ ବରିଷ୍ଠ ଅଧିକାରୀଙ୍କ ଭୂମିକା ନେଇ ସରକାର ସମାଲୋଚିତ ହୋଇଛନ୍ତି । ପୂର୍ବତନ ମନ୍ତ୍ରୀଙ୍କ ହତ୍ୟା ଘଟଣାରେ ସାରା ଦେଶରେ ରାଜ୍ୟ ସରକାରଙ୍କ ଭାବମୂର୍ତ୍ତୀ ଖରାପ ହେବାର ପ୍ରମୁଖ କାରଣ ପାଲଟିଛି ପୋଲିସ ପ୍ରଶାସନ। ପୂର୍ବରୁ ମଧ୍ୟ ମମିତା ମେହେର ହତ୍ୟାକାଣ୍ଡ ଓ ଏହାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟା ଘଟଣା ନେଇ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ଭୂମିକା ରାଜ୍ୟସରକାରଙ୍କୁ ବେଶ୍ ଅଡ଼ୁଆରେ ପକାଇଥିଲା । ମାହାଙ୍ଗା ଡବଲ ମର୍ଡର ଘଟଣାରେ ମଧ୍ୟ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ଭୂମିକା ସନ୍ଦେହଜନକ ରହିଥିଲା।

ସେହିପରି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ସ୍ଥାନୀୟ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାତ ଦୂରର କଥା, ତାଙ୍କ ବିରୋଧର ଦାଏର ହୋଇଥିବା ମାମଲାକୁ ମଧ୍ୟ ପଞ୍ଜୀକୃତ ନକରି ବିରୋଧୀଙ୍କ ଟାର୍ଗେଟ୍ ରେ ରହିଛି ସ୍ଥାନୀୟ ପୋଲିସ । ଏ ସମସ୍ତ ଘଟଣାରେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସନ୍ଦେହଜନକ ଭୂମିକା ପୋଲିସ ପ୍ରଶାସନର ସର୍ବୋଚ୍ଚ ଅଧିକାରୀ ଡିଜି ପୋଲିସଙ୍କ କାର୍ଯ୍ୟ ଦକ୍ଷତା ଉପରେ ଲଗାଇଛି ପ୍ରଶ୍ନବାଚୀ । ଏପରିକି ଡିଜି ପୋଲିସଙ୍କ ଦକ୍ଷତା ନେଇ ବିରୋଧୀ ଦଳର ଶାଣିତ ଆକ୍ରମଣ ରାଜ୍ୟସରକାରଙ୍କ ଗୃହ ବିଭାଗକୁ ମଧ୍ୟ ବେଶ୍ ଅସୁବିଧାରେ ପକାଇଛି । ୨୦୧୯ ସାଧାରଣ ନିର୍ବାଚନ ପରେ ଅନେକ ଘଟଣାରେ ରାଜ୍ୟ ସରକାରଙ୍କ ଭାବମୂର୍ତ୍ତୀ ଖରାପ ହେବାର ପ୍ରମୁଖ କାରଣ ହୋଇଛି ରାଜ୍ୟ ପୋଲିସ ପ୍ରଶାସନ ଓ ଏହାର ଦୁର୍ବଳ କାର୍ଯ୍ୟ ଦକ୍ଷତା ।

ସବୁବେଳେ ନିଜର ଭାବମୂର୍ତ୍ତୀ ବଞ୍ଚାଇ ଆସିଥିବା ରାଜ୍ୟସରକାର ଏବେ ପୋଲିସ ପ୍ରଶାସନକୁ ନେଇ ବେଶ୍ ଚିନ୍ତାରେ । ବ୍ରଜରାଜନଗରରେ ପୂର୍ବତନ ମନ୍ତ୍ରୀଙ୍କୁ ହତ୍ୟା, ଝାରସୁଗୁଡ଼ାରେ ଜଣେ ନାବାଳକକୁ ଅପହରଣ ଓ ହତ୍ୟା, ସମ୍ବଲପୁରରେ ହିଂସାକାଣ୍ଡ ଆଦି ଘଟଣା ରାଜ୍ୟ ସରକାରଙ୍କୁ ଯେତିକି ବ୍ୟତିବ୍ୟସ୍ତ କରିଚାଲିଛି ତାଠାରୁ ଅଧିକ ଖରାପ କରିଛି ଓଡ଼ିଶା ପୋଲିସ ପ୍ରଶାସନର ଛବିକୁ ।

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.