• About
  • Contact
Thursday, January 22, 2026
Thursday, January 22, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ମନମୋହନଙ୍କ ଗଣିତ…

ମନମୋହନଙ୍କ ଗଣିତ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୩୦ ମଇ ୨୦୨୩

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଙ୍କକଷାକୁ ନେଇ ଏବେ ଓଡ଼ିଶା ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବହୁ ବିଜେଡି ବିଧାୟକ ତାଙ୍କ ସହ ସମ୍ପର୍କରେ ଥିବା କଥା ସେ ଗଣମାଧ୍ୟମ ଆଗରେ କହିଛନ୍ତି । କେବଳ ଗଂଜାମରେ ନୁହେଁ ବରଂ ରାଜ୍ୟର ବହୁ ଜିଲ୍ଲାରେ ଶାସକ ଦଳ ବିଧାୟକ ମାନେ ବେଶ୍ ଅସନ୍ତୁଷ୍ଟ ଥିବା କଥା କହିବା ସହ ଏକ ରାଜନୈତିକ ଗୋଟି ଚାଳନା କରିବାର ଉଦ୍ୟମ କରିଛନ୍ତି ରାଜ୍ୟ ବିଜେପି ସଭାପତି । କେବଳ ଯେ, ରାଜ୍ୟ ବିଜେପି ସଭାପତି ଏହି କଥା କହୁଛନ୍ତି ତାହା ନୁହେଁ ବରଂ ରାଜନୈତିକ ସମୀକ୍ଷକ ମାନେ ମଧ୍ୟ ବାରମ୍ବାର ଏକଥା କହୁଛନ୍ତି ଯେ, ବର୍ତ୍ତମାନର ସ୍ଥିତିରେ ବିଜେଡିରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ଯଥେଷ୍ଟ ଅଧିକ । ମାତ୍ର ବିଜେଡିର ଅସନ୍ତୁଷ୍ଟଙ୍କୁ ନେଇ ବିଜେପି କରିବ କ’ଣ ? ସମସ୍ତ ଅସନ୍ତୁଷ୍ଟ ବିଜେଡି ନେତାମାନେ କ’ଣ ବିଜେପିରେ ଯୋଗ ଦେବେ ? ନା ବାହାରେ ରହି ବିଜେଡି ପ୍ରାର୍ଥୀଙ୍କୁ ହରାଇବେ ?

ଗତ ଧାମନଗର ଉପନିର୍ବାଚନରେ ଯାହା ଘଟିଲା, ତାର ପୁନରାବୃତ୍ତି ହେବ ବୋଲି ବୋଧହୁଏ ଧରି ନେଇଛନ୍ତି ରାଜ୍ୟ ବିଜେପି ସଭାପତି। ମାତ୍ର ଧାମନଗର ଉପନିର୍ବାଚନ ପରି ପଦ୍ମପୁର ଓ ଝାରସୁଗୁଡ଼ାରେ ଏହି ଟ୍ରେଣ୍ଡକୁ ଦୋହରାଇ ପାରିନାହିଁ ରାଜ୍ୟ ବିଜେପି । ଏପରିକି ଏହି ଦୁଇଟି ଉପନିର୍ବାଚନରେ ଦଳ ବୃହତ ବ୍ୟବଧାନରେ ପରାସ୍ତ ହୋଇଛି । ତଥାପି ଅସନ୍ତୁଷ୍ଟ ବିଜେଡି ନେତାଙ୍କୁ ନେଇ ବିଜେପିର ରାଜ୍ୟ ସଭାପତି ଏଭଳି ବୟାନ ଦେବା ଆଗକୁ ଆସୁଥିବା ନିର୍ବାଚନ ପୂର୍ବରୁ କିଛି ସଂକେତ ଭଳି ମନେହୁଏ । ମନ୍ତ୍ରୀମଣ୍ଡଳ ଅଦଳ ବଦଳ ପରେ ବିଜେଡି ଭିତରେ ମଧ୍ୟ ଅସନ୍ତୁଷ୍ଟ ନେତାଙ୍କ ସଂଖ୍ୟା ବଢ଼ି ଥାଇପାରେ । ଏପରିକି ଅନେକ ବିବାଦରେ ଛନ୍ଦି ହୋଇପଡ଼ିଥିବା ବିଜେଡି ନେତା ମଧ୍ୟ ଆଗାମୀ ନିର୍ବାଚନରେ ଟିକେଟ ପାଇବେ ନାହିଁ ବୋଲି ଜାଣି ସାରିଲେଣି । ଏଣୁ ସେମାନେ ଏବେଠାରୁ ବିକଳ୍ପ ସନ୍ଧାନରେ ଥାଇପାରନ୍ତି । ଯେହେତୁ ରାଜ୍ୟ କଂଗ୍ରେସର ରାଜନୈତିକ ଗତିବିଧି ସେତେଟା ଚଳ ଚଞ୍ଚଳ ହୋଇପାରୁନାହିଁ ଏଣୁ ବିଜେପି ହିଁ ସେମାନଙ୍କ ପାଇଁ ଏକମାତ୍ର ବିକଳ୍ପ । ଗଂଜାମରେ ପ୍ରଦୀପ ପାଣିଗ୍ରାହୀଙ୍କ ଠାରୁ ଆରମ୍ଭ କରି ପୁରୀରେ ସଂଜୟ ଦାସବର୍ମାଙ୍କ ସମେତ ଏକାଧିକ ଉପକୂଳ ନେତା ମଧ୍ୟ ଏବେ ବିଜେପି ମୁହାଁ ହୋଇ ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଏମାନଙ୍କ ସହ ଆଉ କିଛି ଶାସକ ଦଳ ବିଧାୟକ ଯେ ଯୋଗାଯୋଗରେ ନଥିବେ ତାହା ମଧ୍ୟ କହିହେବ ନାହିଁ ।

ତେଣୁ ଉପକୂଳ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରୁ ବିଜେଡି ଟିକେଟରୁ ବଂଚିତ ହେବେ ବୋଲି ଯେଉଁ ମାନେ ସ୍ଥିର ନିଶ୍ଚିତ ହୋଇଗଲେଣି ଓ ଯେଉଁ ମାନେ ବିଜେଡିର ଏବେକାର କ୍ଷମତାକେନ୍ଦ୍ର ଭାବେ ପରିଚିତ ୩ୟ ମହଲାର ଗୁଡ଼ ବୁକ୍ ରେ ନାହାନ୍ତି ସେମାନେ ହୁଏତ ବିଜେପି ନେତୃତ୍ୱ ସହ ଯୋଗାଯୋଗରେ ଥାଇପାରନ୍ତି । ଏହି ନେତାଙ୍କ ସଂଖ୍ୟା ରାଜ୍ୟ ବିଜେପି ସଭାପତିଙ୍କୁ ଉତ୍ସାହିତ କରିଥାଇ ପାରେ, ଯେଉଁଥିପାଇଁ ସେ ଏଭଳି ଏକ ବୟାନ ଦେଇ ରାଜନୈତିକ ହଟଚମଟ ସୃଷ୍ଟି କରିବାକୁ ଚାହିଁଛନ୍ତି ।

ମାତ୍ର ବିଗତ ନିର୍ବାଚନରେ ଯାହା ଦେଖା ଯାଇଛି, ବିଜେପିକୁ ଯାଇଥିବା ବିଜେଡି ନେତାମାନଙ୍କ ଦ୍ୱାରା ଦଳ ଭଲ ପ୍ରଦର୍ଶନ କରିପାରିନଥିଲା । ଏଣୁ ବିଜେଡି ନେତାଙ୍କୁ ନେଇ ନିର୍ବାଚନରେ ବିଜେପି ଜିତି ପାରିବ ଏହାକୁ ରାଜନୈତିକମହଲ ସେତେଟା ଗୁରୁତ୍ୱ ଦେଉନାହିଁ । ତେବେ ରାଜ୍ୟ ବିଜେପି ଯଦି ଏହି ଅସନ୍ତୁଷ୍ଟ ଶାସକ ଦଳ ନେତାଙ୍କ ସହଯୋଗ ପାଏ ହୁଏତ ତାହା ଦଳକୁ କିଛି ଆସନରେ ବିଜୟୀ କରାଇପାରେ । ମାତ୍ର ଏବେଠାରୁ ରାଜ୍ୟ ବିଜେପି ସଭାପତିଙ୍କ ଏହି ଅଙ୍କକଷା ଓଡ଼ିଶା ରାଜନୀତିକୁ ସେତେଟା ପ୍ରଭାବିତ କରିବାର ସମ୍ଭାବନା ନାହିଁ ।

Nirvik Bureau

Nirvik Bureau

Related Posts

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ
More

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

by Nirvik Bureau
January 19, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୯ ଜାନୁୟାରୀ ୨୦୨୬ ବିଜୁ ଜନତା ଦଳରୁ ଦୁଇ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରାଯିବା ପରେ ଏବେ...

Read more
ନୂଆବର୍ଷ ୨୦୨୬ : କାହା ପାଇଁ କେମିତି …

ନୂଆବର୍ଷ ୨୦୨୬ : କାହା ପାଇଁ କେମିତି …

January 10, 2026
ଜଗାଙ୍କୁ ବାନ୍ଧିଲେ, ଲଳିତଙ୍କୁ ଛାଡ଼ିଲେ : ଇଏ କି ବିଚିତ୍ର ନୀତି!

ଜଗାଙ୍କୁ ବାନ୍ଧିଲେ, ଲଳିତଙ୍କୁ ଛାଡ଼ିଲେ : ଇଏ କି ବିଚିତ୍ର ନୀତି!

January 7, 2026
ବିଧାୟକଙ୍କ ଦରମା : କଭି ଖୁସି କଭି ଗମ୍…

ବିଧାୟକଙ୍କ ଦରମା : କଭି ଖୁସି କଭି ଗମ୍…

December 25, 2025
ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ମେଳି

ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ମେଳି

December 24, 2025
ଧରିପାରିବତ ସିବିଆଇ ?

ଧରିପାରିବତ ସିବିଆଇ ?

December 10, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.