• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ଼…

ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ଼…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୬ ଅପ୍ରେଲ ୨୦୨୩

ଆସନ୍ତା ମେ ମାସ ୨୯ ତାରିଖରେ ବିଜେଡି ସରକାରର ୫ମ ପାଳିକୁ ୪ ବର୍ଷ ପୂରିବ। ଏହା ପୂର୍ବରୁ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ଜଣାଇଛନ୍ତି ଯେ, ସେମାନେ ସେମାନଙ୍କର ବିଭାଗ ବାବଦରେ ବିସ୍ତୃତ ତଥ୍ୟ ପ୍ରଦାନ କରିବେ । ମନ୍ତ୍ରୀ ମାନଙ୍କ ଠାରୁ ବିଭିନ୍ନ ବିଭାଗର ରିପୋର୍ଟ ପାଇବା ପରେ ମୁଖ୍ୟମନ୍ତ୍ରୀ ଏହାର ସମୀକ୍ଷା କରିବେ । ଏପରିକି ପ୍ରତି ବିଭାଗର ପ୍ରମୁଖ ୫ଟି କାର୍ଯ୍ୟକ୍ରମର ସଫଳତା ବାବଦରେ ତଥ୍ୟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବିଭାଗ ଗୁଡ଼ିକର ସମୀକ୍ଷା ପରେ ସରକାରଙ୍କ ସଫଳତାକୁ ଜନସାଧାରଣଙ୍କ ସାମ୍ନାରେ ଉପସ୍ଥାପନ କରିବେ ସରକାର ।

ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରୀ ମାନଙ୍କୁ ଏଭଳି ଚିଠି ନୂଆ ନୁହେଁ । ବିଗତ କିଛି ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହିଭଳି ଭାବେ ମନ୍ତ୍ରୀମଣ୍ଡଳର ସଦସ୍ୟ ମାନଙ୍କୁ ରିପୋର୍ଟ କାର୍ଡ଼ ମାଗୁଛନ୍ତି । ଏହାର ସମୀକ୍ଷା ମଧ୍ୟ କରୁଛନ୍ତି । ତେବେ ସମୀକ୍ଷା ବେଳେ ବିଭାଗୀୟ ସଚିବ ମାନେ ମଧ୍ୟ ଉପସ୍ଥିତ ରହିବେ । ମନ୍ତ୍ରୀ ମଣ୍ଡଳର ମୁଖ୍ୟ ଭାବେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷାର ଆବଶ୍ୟକତା ରହିଛି । ମନ୍ତ୍ରୀଭାବେ ଯେଉଁ ମାନେ କାର୍ଯ୍ୟ କରୁଛନ୍ତି ସେମାନେ ମଧ୍ୟ ନିଜ ଦାୟିତ୍ୱ କିପରି ତୁଲାଉଛନ୍ତି ତାହା ନିଜେ ଜାଣିବା ସହ ସାଧାରଣ ଲୋକ ଜାଣିପାରିଲେ ଏହା ସରକାରଙ୍କ ସଫଳତା ଓ ବିଫଳତା ବାବଦରେ ଏକ ବାର୍ତ୍ତା ଦେବ । ମାତ୍ର କିଛି ବର୍ଷ ଧରି ଚାଲି ଆସୁଥିବା “ରିପୋର୍ଟ କାର୍ଡ଼” ବ୍ୟବସ୍ଥା ବାବଦରେ ରାଜ୍ୟର ସାଧାରଣ ଲୋକ ଅବଗତ ନୁହନ୍ତି । ମୁଖ୍ୟମନ୍ତ୍ରୀ ଚିଠି ଲେଖନ୍ତି ମନ୍ତ୍ରୀ ମାନଙ୍କୁ ନିଜ ନିଜର ରିପୋର୍ଟ କାର୍ଡ଼ ଦେବାପାଇଁ । ମନ୍ତ୍ରୀମାନେ ନିର୍ଦ୍ଦେଶ ଦିଅନ୍ତି ସଚିବ ମାନଙ୍କୁ ରିପୋର୍ଟ କାର୍ଡ଼ ପ୍ରସ୍ତୁତ କରିବାପାଇଁ । ପରିଶେଷରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ମନ୍ତ୍ରୀ ଓ ସଚିବ ମାନେ ନିଜେ ଉପସ୍ଥିତ ରହି ନିଜ ନିଜର ରିପୋର୍ଟ କାର୍ଡ଼ ପଢ଼ନ୍ତି । ଏଭଳି ଏକ ବ୍ୟବସ୍ଥା ଭିତରେ ରିପୋର୍ଟ କାର୍ଡ଼ ରହିଯାଏ । ଗଣମାଧ୍ୟମରେ ରିପୋର୍ଟ କାର୍ଡ଼ ମଗାଯିବାକୁ ନେଇ ଯେତେ ଅଧିକ ଚର୍ଚ୍ଚା ହୁଏ, ରିପୋର୍ଟ କାର୍ଡ଼ରେ କିଏ କ’ଣ ଦେଲେ ଓ କାହାର ରିପୋର୍ଟ କାର୍ଡ଼ର ସଫଳତା ଓ ବିଫଳତା ଦିଗ ବାବଦରେ ଗଣମାଧ୍ୟମ ଗୁଡ଼ିକ ଜାଣିପାରନ୍ତି ନାହିଁ । ମନ୍ତ୍ରୀ ମାନଙ୍କ ରିପୋର୍ଟ କାର୍ଡ଼ ମଧ୍ୟ ସାର୍ବଜନୀନ ହୁଏ ନାହିଁ । ସାଧାରଣ ଲୋକ ହୁଅନ୍ତୁ ଅବା ଗଣମାଧ୍ୟମ କେହି ବି ରିପୋର୍ଟ କାର୍ଡ଼ ବାବଦରେ ଜାଣିବାର ସୁଯୋଗ ନଥାଏ ।

ଯଦି ମନ୍ତ୍ରୀଙ୍କ ସଫଳତା ଓ ବିଫଳତାକୁ ତୁଳନା କରାଯିବ ନାହିଁ, ବିଭାଗର କାର୍ଯ୍ୟ କରୁଥିବା ସଚିବ ଓ ମନ୍ତ୍ରୀଙ୍କ ଦକ୍ଷତା ଏହି ରିପୋର୍ଟ କାର୍ଡରୁ ମପାଯିବ ନାହିଁ ତେବେ ରିପୋର୍ଟ କାର୍ଡ଼ର ଆବଶ୍ୟକତା କ’ଣ ? ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ମନ୍ତ୍ରୀ ଓ ସଚିବ ମାନଙ୍କୁ ସେମାନଙ୍କ କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନ କରାନଗଲେ ଲୋକଙ୍କ ନିକଟରେ କିଏ ଉତ୍ତରଦାୟୀ ହେବ ? ଦକ୍ଷତାର ମାନଦଣ୍ଡ ଆଧାରରେ ମନ୍ତ୍ରୀ ଓ ସଚିବ ମାନଙ୍କର ଏକ ତାଲିକା ସରକାର ପ୍ରକାଶ କରିବେ କି ? ମନ୍ତ୍ରୀ ଓ ସଚିବ ମାନଙ୍କୁ ସେମାନଙ୍କ କାର୍ଯ୍ୟ ଦକ୍ଷତା ଅନୁଯାୟୀ କୁଶଳୀ, ଅର୍ଦ୍ଧ କୁଶଳୀ ଓ ଅଣ କୁଶଳୀ ଭାବେ ସରକାର ଉପସ୍ଥାପିତ କରିବେ କି ? ପରିଶେଷରେ ଯଦି ମନ୍ତ୍ରୀ ଓ ସଚିବ ମାନଙ୍କର ରିପୋର୍ଟ କାର୍ଡ଼ ଆଧାରରେ ଦକ୍ଷତା ଅନୁଯାୟୀ ସେମାନଙ୍କ ପ୍ରଦର୍ଶନ ଉପରେ ସରକାର କୌଣସି ନିର୍ଦ୍ଦିଷ୍ଟ ଏକ ନିଷ୍ପତ୍ତିରେ ଉପନୀତ ନହୁଅନ୍ତି, ତେବେ ରିପୋର୍ଟ କାର୍ଡ ମାଗିବାର ଅର୍ଥ କ’ଣ ହୋଇପାରେ ? ଯଦି ଜନସାଧାରଣ ନିର୍ବାଚିତ କରିଥିବା ଲୋକ ପ୍ରତିନିଧି ଓ ଲୋକଙ୍କ ସେବକ ବୋଲି କହୁଥିବା ଅଫିସର ମାନଙ୍କର କାର୍ଯ୍ୟଦକ୍ଷତାର ରିପୋର୍ଟଟି ଜାଣିପାରନ୍ତେ ତେବେ ହୁଏତ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମଗାଯାଉଥିବା ଏହି ରିପୋର୍ଟ କାର୍ଡ଼ ବ୍ୟବସ୍ଥା ବେଶ୍ ଆଦୃତ ହୁଅନ୍ତା ନହେଲେ ଏହା କେବଳ ନିଜେ ନିଜର ପିଠି ଥାପୁଡ଼େଇବା ସହ ସମାନ।

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.