• About
  • Contact
Tuesday, September 1, 2026
Tuesday, September 1, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ …

ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୨ ଫେବୃଆରୀ ୨୦୨୩

ନବକିଶୋର ଦାସଙ୍କ ହତ୍ୟା ଘଟଣାର ୩ସପ୍ତାହ ପରେ ଏ ନେଇ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭାରେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏହି ହତ୍ୟାକାଣ୍ଡ ନେଇ ବିବୃତି ରଖିଛନ୍ତି । ଗୃହକୁ ଆଶ୍ୱାସନା ଦେଇଛନ୍ତି ଯେ, ଏହି ଘଟଣାର ତଦନ୍ତ କ୍ଷେତ୍ରରେ କୌଣସି ଦିଗକୁ ଛଡ଼ାଯିବ ନାହିଁ । ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ ପାଇଁ ଦେଶ ତଥା ଦେଶ ବାହାରର ଫୋରେନସିକ ବିଶେଷଜ୍ଞ ମାନଙ୍କ ସହାୟତା ନିଆଯିବ । ଏପରିକି ଅଭିଯୁକ୍ତର ଆଚାର ବ୍ୟବହାର ବିଶ୍ଳେଷଣ ପାଇଁ ଆମେରିକାର ଫେଡ଼େରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ର ସହାୟତା ନେବାପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ।

ଏପରିକି ଏହି ସମ୍ବେଦନଶୀଳ ଘଟଣା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଅଭିଯୁକ୍ତର ସମସ୍ତ ବିଜ୍ଞାନ ସମ୍ମତ ପରୀକ୍ଷା କରାଯାଇଛି । ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ତଦନ୍ତ ଚାଲିଛି । ଏହି ମାମଲା ନେଇ ଅଯଥା ରାଜନୀତି ନକରିବା ପାଇଁ ସେ ବିରୋଧୀଦଳ ମାନଙ୍କୁ ନିବେଦନ କରିଛନ୍ତି । ଏହି ସମ୍ବେଦନଶୀଳ ଘଟଣା ନେଇ ବିରୋଧିଦଳର ଆକ୍ଷେପ ତାଙ୍କୁ ବ୍ୟଥିତ କରିଛି ବୋଲି ସେ କହିଛନ୍ତି । ଏହି ଘଟଣାରେ ବିରୋଧୀଦଳ ନେତା ମାନଙ୍କ ଟିପ୍ପଣୀ ତାଙ୍କୁ ଦୁଃଖିତ କରିଛି ବୋଲି ସେ କହିଛନ୍ତି । ରାଜ୍ୟବାସୀ ତାଙ୍କ ଉପରେ ବିଶ୍ୱାସ ରଖନ୍ତୁ ଏବଂ ଏହି ଘଟଣାରେ ମୃତକଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ରାଜ୍ୟ ସରକାର କାମ କରୁଛନ୍ତି ବୋଲି ସେ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନକୁ ନେଇ ବିରୋଧୀ ଦଳ ସନ୍ତୁଷ୍ଟ ହୋଇପାରିନାହିଁ । ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ନେଇ ଏକାଧିକ ପ୍ରଶ୍ନ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀ ମୁହଁ ଖୋଲିଥିବାରୁ ତାଙ୍କୁ ଧନ୍ୟବାଦ ଦେବାସହ ଏଥିରେ ମୁଖ୍ୟମନ୍ତ୍ରୀ ଗୃହକୁ କିଛି ନୂଆ ତଥ୍ୟ ଦେଇନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ନରସିଂହ ମିଶ୍ର । ଟ୍ରାଫିକ ନିୟନ୍ତ୍ରଣ କରୁଥିବା ପୋଲିସ କିଭଳି ମନ୍ତ୍ରୀ ନବ ଦାସଙ୍କ ପାଖକୁ ଆସିପାରିଲା? ଥାନାର ଆଇଆଇସି କିପରି ଜାଣିପାରିଲେ ନାହିଁ? ଘଟଣା ସ୍ଥଳରେ ନବ ଦାସଙ୍କ ମୃତ୍ୟୁ ହୋଇଥିବା ବେଳେ ଭୁବନେଶ୍ୱର କାହିଁକି ନିଆଗଲା? ପ୍ରଶ୍ନ ପଚାରିବା ସହ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଉପରେ ମଧ୍ୟ ସେ ସନ୍ଦେହ ପ୍ରକାଶ କରିଛନ୍ତି । ଏହି ହତ୍ୟାକାଣ୍ଡ ଏକ ଷଡ଼ଯନ୍ତ୍ର ବୋଲି ସେ ପୁଣି ନିଜ ପ୍ରତିକ୍ରିୟାରେ କହିଛନ୍ତି । ଅନ୍ୟ ପକ୍ଷରେ ପ୍ରମୁଖ ବିରୋଧୀ ଦଳ ବିଜେପି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏହି ବକ୍ତବ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି । ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟରେ ତଥ୍ୟ କମ୍ ଓ ବିଜେପି ନେତାଙ୍କ ପ୍ରତି ସମାଲୋଚନା ଅଧିକ ରହିଛି ବୋଲି କହିଛି ବିଜେପି । ଏହି ହତ୍ୟାକାଣ୍ଡ ଘଟିବାର ୩ସପ୍ତାହ ପରେ ଗୃହ ବିଭାଗର ମନ୍ତ୍ରୀ ଭାବରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିଛନ୍ତି ସତ, ମାତ୍ର ଏବାବଦରେ ରାଜ୍ୟ ପୋଲିସ ମୁଖ୍ୟ ଓ କ୍ରାଇମବ୍ରାଞ୍ଚ ତଦନ୍ତ ଅଧିକାରୀଙ୍କ ଭୂମିକା ନେଇ ସନ୍ଦେହ ପ୍ରକଟ କରିଛନ୍ତି ବିଜେପିର ନେତାମାନେ। ତଥାପି ଏହି ଘଟଣାକୁ ନେଇ ଏବେବି ଆହୁରି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ସୃଷ୍ଟି ହୋଇଛି ।

ତଦନ୍ତ ବାବଦରେ ଯଦି ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟରେ କିଛି ନୂଆ ତଥ୍ୟ ମିଳିନାହିଁ ତେବେ ବିଭିନ୍ନ ଗଣମାଧ୍ୟମରେ ପରିବେଷଣ ହେଉଥିବା ଖବରର ଆଧାର କ’ଣ ଏହି ତଥ୍ୟ ଗଣମାଧ୍ୟମକୁ କିଏ ଦେଉଛି? ହଠାତ୍ ଅଭିଯୁକ୍ତ ଗୋପାଳ ଦାସ ଗୁଳି ମାରିବାର ଫଟୋ ଓ ଚାଲି ଚାଲି ଯାଉଥିବା ଭିଡ଼ିଓ ଗଣମାଧ୍ୟମକୁ କିଏ ଦେଲା ଓ ଏତେ ବିଳମ୍ବରେ ଦେବାର କାରଣ କ’ଣ? ଗୋପାଳ ଦାସ ଏହି ଘଟଣାର ଏକମାତ୍ର ଅଭିଯୁକ୍ତ କି? ଘଟଣା ଘଟିବା ବେଳେ ଉପସ୍ଥିତ ଥିବା ଦଳୀୟ କର୍ମୀ ଓ ସୁରକ୍ଷା ଅଧିକାରୀ ମାନଙ୍କୁ କ୍ରାଇମବ୍ରାଞ୍ଚ କାହିଁକି ପଚରା ଉଚୁରା କରୁନାହିଁ ? ଏପରିକି ଏହି ଘଟଣାରେ ତତ୍କାଳୀନ ଜିଲ୍ଲାପାଳ ଓ ଏସପିଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ଉଚିତ୍ ନୁହେଁ କି? ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ତଦନ୍ତର ଅଗ୍ରଗତି ବାବଦରେ ଗଣମାଧ୍ୟମ ଜରିଆରେ ସାଧାରଣ ଲୋକଙ୍କୁ ସୂଚନା ଦେବା ଜରୁରୀ ନୁହେଁ କି? ଏହି ତଦନ୍ତ ପ୍ରକ୍ରିୟାରେ ସାମିଲ ଥିବା ତଦନ୍ତକାରୀ ଅଧିକାରୀଙ୍କ ଭୂମିକା ସନ୍ଦେହମୁକ୍ତ ହୋଇପାରିବ କି ?

ଏଭଳି ଏକ ସମ୍ବେଦନଶୀଳ ମାମଲାରେ ଗୃହବିଭାଗ ମନ୍ତ୍ରୀ ହିସାବରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ସାଧାରଣ ଲୋକଙ୍କୁ ତଥା ନବକିଶୋର ଦାସଙ୍କ ପରିବାରକୁ ଆଶ୍ବସ୍ତି ଦେଇପାରିବ ତ? ବିରୋଧୀ ଦଳ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ପରେ ଏହି ମାମଲାକୁ ନେଇ ଉଠାଇଥିବା ପ୍ରଶ୍ନ ଗୁଡ଼ିକରୁ ଓହରି ଯିବ କି?

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.