• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଏନଡିଏର ହେବ ସଂପ୍ରସାରଣ !

ଏନଡିଏର ହେବ ସଂପ୍ରସାରଣ !
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୭ ଜୁନ୍ ୨୦୨୩

୨୦୨୪ ଲୋକସଭା ନିର୍ବାଚନକୁ ନେଇ ବିରୋଧୀଦଳ ଗୁଡ଼ିକ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଅନ୍ୟ ପକ୍ଷରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପୁଣି ଥରେ ୩ୟ ଥର ପାଇଁ କ୍ଷମତାକୁ ଆସିବା ଲାଗି ଏନଡିଏ ମଧ୍ୟ ଉଦ୍ୟମ ଆରମ୍ଭ କରିଦେଇଛି । ମିଳିଥିବା ଖବର ଅନୁଯାୟୀ ବିଜେପି ଏବେ ନିଜର ପୁରୁଣା ସହଯୋଗୀ ମାନଙ୍କୁ ଏକାଠି କରିବା ଆରମ୍ଭ କରିଛି । ଏହି କ୍ରମରେ ତେଲୁଗୁ ଦେଶମ ଦଳ ବା ଟିଡ଼ିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡ଼ୁ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି । ଏହି ବୈଠକ ଉଦ୍ଦେଶ୍ୟ ହେଉଛି ଚଳିତ ବର୍ଷ ଶେଷ ଆଡ଼କୁ ହେଉଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନ ଓ ଆସନ୍ତା ଲୋକସହ ନିର୍ବାଚନରେ ଏକାଠି ହୋଇ ବିଜେପି ଓ ଟିଡ଼ିପି ଲଢ଼ି ପାରନ୍ତି ।

ନିକଟରେ ନିଜର ଏକ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଟି ରାମାରାଓଙ୍କୁ ମନେପକାଇବା ଓ ଟିଡ଼ିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡ଼ୁ ମଧ୍ୟ ପ୍ରଧାନ ମନ୍ତ୍ରୀ ମୋଦୀଙ୍କୁ ଜଣେ ଦୂର ଦୃଷ୍ଟି ସଂପନ୍ନ ନେତା ବୋଲି କହିବା ଦୁଇ ଦଳ ମଧ୍ୟରେ ମେଣ୍ଟ ହେବାର ଏକ ଆଭାସ ଦେଇଛି । ଏନଡ଼ିଏର ଅଂଶୀଦାର ଥିବା ଟିଡ଼ିପି ୨୦୧୮ ରେ ଏହି ମେଣ୍ଟରୁ ବାହାରି ଆସିଥିଲା । ଏବେ ଆନ୍ଧ୍ରର ରାଜନୈତିକ ସ୍ଥିତି ଟିଡ଼ିପି କୁ ଏନଡ଼ିଏ ମେଣ୍ଟକୁ ଫେରିବା ଲାଗି ବାଧ୍ୟ କରିଛି। କେବଳ ଚନ୍ଦ୍ରବାବୁ ନାଇଡ଼ୁ ନୁହଁନ୍ତି ବରଂ ଏନଡିଏ ରୁ ବାହାରି ଆସିଥିବା ଅନେକ ରାଜନୈତିକ ଦଳ ସହ ବିଜେପିର ନେତୃତ୍ୱ ମଧ୍ୟ କଥାବାର୍ତ୍ତା ଆରମ୍ଭ କରିଥିବା ଶୁଣିବାକୁ ମିଳୁଛି ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିର ବିପର୍ଯ୍ୟୟ ପରେ ଦଳ ଏବେ ଆତ୍ମସମୀକ୍ଷା କରୁଛି । ଏପରିକି ଆଗକୁଥିବା ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଆଦି ରାଜ୍ୟର ନିର୍ବାଚନ ପୂର୍ବରୁ ଏନଡିଏର ପୁରୁଣା ସହଯୋଗୀ ମାନଙ୍କ ସହ ପୁନର୍ବାର ସମ୍ପର୍କ ରକ୍ଷା କରିବା ଲାଗି ବିଜେପି ଉଦ୍ୟମ ଆରମ୍ଭ କରିଛି । ଗୋଟିଏ ପଟେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ମାନଙ୍କୁ ଏକାଠି କରିବା ପାଇଁ ଯୋଜନା ଜୋରଦାର କରୁଥିବା ବେଳେ, ବିରୋଧୀଙ୍କ ମେଳିକୁ ରୋକିବା ଲାଗି ମଧ୍ୟ ବିଜେପିର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି । ଏନଡ଼ିଏ ଛାଡ଼ି ବାହାରେ ଥିବା ୧୦ରୁ ଅଧିକ ରାଜନୈତିକ ଦଳକୁ ଏହି ମେଣ୍ଟକୁ ଫେରାଇବା ଲାଗି ବିଜେପି ଉଦ୍ୟମ କରିବ । ଏହା ସହିତ ଯେଉଁ ଦଳ ଗୁଡ଼ିକ ମେଣ୍ଟକୁ ନଫେରି ମଧ୍ୟ ବିଜେପିକୁ ସମର୍ଥନ କରିଆସୁଛନ୍ତି ସେମାନଙ୍କ ସହ ଦଳ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ କୌଣସି ଶତ୍ରୁତା ଆଚରଣ କରିବ ନାହିଁ । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଜେଡି, ଆନ୍ଧ୍ରପ୍ରଦେଶର ୱାଇ ଏସ୍ ଆର କଂଗ୍ରେସ, ପଞ୍ଜାବର ଆକଳୀଦଳ ସହ ମଧ୍ୟ ବିଜେପି ନିଜ ସଂପର୍କକୁ ତିକ୍ତ କରିବାର ସମ୍ଭାବନା ନାହିଁ ବୋଲି ବିଚାର କରାଯାଉଛି ।

ତେବେ ଆସନ୍ତା ଜୁନ ୧୭ ଓ ୨୨ ତାରିଖରେ ଓଡ଼ିଶା ଆସୁଥିବା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗସ୍ତ ଉପରେ ସମସ୍ତଙ୍କର ନଜର ରହିବ । ଏହି ଦୁଇ ନେତା ବିଜେପିର ମହା ଜନସମ୍ପର୍କ ଅଭିଯାନରେ ସାମିଲ ହେବାପାଇଁ ଓଡ଼ିଶା ଆସୁଛନ୍ତି । ମାତ୍ର ଓଡ଼ିଶା ସରକାରଙ୍କ ବାବଦରେ ଏମାନଙ୍କ ଆଭିମୁଖ୍ୟ କ’ଣ ହେବ ତାହା ସେମାନଙ୍କ ଅଭିଭାଷଣ ସମୟରେ ସ୍ପଷ୍ଟ ହେବ । ଯଦି ଏନଡିଏ ମେଣ୍ଟକୁ ଫେରାଇବା ତାଲିକାରେ ଏମାନେ ବିଜେଡିକୁ ରଖିଥିବେ ଅବା ମେଣ୍ଟକୁ ନଫେରି ବିଜେଡି ତାର ସମର୍ଥନ ବିଜେପିକୁ ଯେଉଁଭଳି ଭାବେ ଦେଇ ଚାଲିଛି ତାହା ଜାରି ରଖିବା ପାଇଁ କଥା ଦେଇଥାଏ, ତେବେ ଏହି ଦୁଇ ନେତା ବିଜେଡି ସରକାର ଉପରେ କଠୋର ମତ ପୋଷଣ କରିବେ ନାହିଁ । ଏପରିକି ଆଗାମୀ ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ ଲଢ଼େଇ ହେବ କି ନାହିଁ ତାହା ମଧ୍ୟ ଜଣାପଡ଼ିଯିବ । ମିଳିଥିବା ଖବର ଅନୁଯାୟୀ ବିଜେପି ଏବେ ଆଗାମୀ ନିର୍ବାଚନ ପୂର୍ବରୁ ବିଜେଡି ସମେତ ଅନ୍ୟ ଅଘୋଷିତ ମିତ୍ର ଦଳ ମାନଙ୍କ ସହ ଲଢ଼ିବାର ସମ୍ଭାବନା କମ୍ ।

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.