• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ନୀତିଶ ଆସିବା ନେଇ ଚର୍ଚ୍ଚା …..

ନୀତିଶ ଆସିବା ନେଇ ଚର୍ଚ୍ଚା …..
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୩ ମଇ ୨୦୨୩

ସରକାରୀ ସୂତ୍ରରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଆସିବା ନେଇ କୌଣସି ଖବର ମିଳିନଥିବା ବେଳେ ପ୍ରମୁଖ ଗଣମାଧ୍ୟମରେ ନୀତିଶ ଓଡ଼ିଶା ଆସୁଛନ୍ତି ବୋଲି ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଏପରିକି ବିହାର ମୁଖ୍ୟମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ, କ’ଣ କ’ଣ ଆଲୋଚନା ହେବ ଏହାକୁ ନେଇ ଓଡ଼ିଶାର ଗଣମାଧ୍ୟମ ଗୁଡ଼ିକ ଆକଳନ କରିବା ଆରମ୍ଭ କରିଦେଇଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତୃତୀୟ ସାମ୍ମୁଖ୍ୟ ଗଠନ ନେଇ ଜୋରଦାର ଉଦ୍ୟମ ଆରମ୍ଭ କରିଥିବା ସମସ୍ତଙ୍କୁ ଭଲ ଭାବରେ ଜଣାଅଛି । ଏଥିପାଇଁ ସେ ବିଭିନ୍ନ ଆଞ୍ଚଳିକ ରାଜନୈତିକ ଦଳର ନେତାମାନଙ୍କୁ ମଧ୍ୟ ଭେଟିବା ଆରମ୍ଭ କରିଦେଇଛନ୍ତି । ପ୍ରଥମେ କଂଗ୍ରେସ ଶୀର୍ଷ ନେତାଙ୍କ ସହ ଦେଖା କରିବା ପରେ ନୀତିଶ କୁମାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଏପରିକି ଏହା ପୂର୍ବରୁ ସେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ସାରିଛନ୍ତି । ଏହି ସାକ୍ଷାତ ଆଲୋଚନା ସମୟରେ ବିଜେପି ବିରୋଧୀ ମେଣ୍ଟ ଗଠନ ନେଇ ଚର୍ଚ୍ଚା ହୋଇଥିବାର ଗଣମାଧ୍ୟମ ଗୁଡ଼ିକରେ ଆଲୋଚନା ହୋଇ ସାରିଛି ।

କିଛି ଦିନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ । ମମତା-ନବୀନଙ୍କ ଭେଟଘାଟ ପୂର୍ବରୁ ମଧ୍ୟ ବିକଳ୍ପ ରାଜନୈତିକ ମେଣ୍ଟ ବାବଦରେ ଓଡ଼ିଶାର ପ୍ରମୁଖ ଗଣମାଧ୍ୟମରେ ଅନେକ ଚର୍ଚ୍ଚା କରାଯାଉଥିଲା । ମାତ୍ର ଦୁଇ ନେତାଙ୍କ ସାକ୍ଷାତ ପରେ ତାହା ଏକ ସୌଜନ୍ୟ ମୂଳକ ସାକ୍ଷାତ ଥିଲା ବୋଲି ଗଣମାଧ୍ୟମ ଗୁଡ଼ିକ ଖବର ପରିବେଷଣ କରିଥିଲେ । କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ୱ ରଖୁଥିବା କଥା କହି ବିଜେଡି ନିଜର ରାଜନୈତିକ ଯାତ୍ରା ଜାରୀ ରଖିଛି । ବିଜେଡି ସୁପ୍ରିମୋଙ୍କ ଥିଓରୀ ହେଉଛି ସମସ୍ତଙ୍କୁ ଭେଟିବେ, ଆତିଥେୟତା ଦେବେ ମାତ୍ର କାହାରିକୁ କିଛି ପ୍ରତିଶୃତି ଦେବେ ନାହିଁ ଏବଂ ପାଣିପାଗ ଦେଖି ନିଜର ସମର୍ଥନ ଦେବେ । ଏପରି ନୀତିରେ ବିଜେଡିର ଦୀର୍ଘଦିନର ରାଜନୈତିକ ଯାତ୍ରା ଚାଲିଛି । ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ବଜାୟ ରଖୁଥିବା କଥା କହୁଥିବା ବିଜେଡି ୟୁପିଏ ସମୟରେ କଂଗ୍ରେସ ହାଇକମାଣ୍ଡଙ୍କ ସହ ଭଲ ସମ୍ପର୍କ ଓ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସମୟରେ ମଧ୍ୟ ଅଘୋଷିତ ବିଶ୍ୱସ୍ତ ସହଯୋଗୀ ଭାବେ ନିଜକୁ ସାବ୍ୟସ୍ତ କରିଛି ।

ଏଣୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ନବୀନ ପଟ୍ଟନାୟକଙ୍କ ଭେଟଘାଟର ବର୍ତ୍ତମାନ ରାଜନୈତିକ ଦୃଷ୍ଟିକୋଣରୁ ସେତେଟା ପ୍ରାସଙ୍ଗିକତା ନାହିଁ । ନୀତିଶ କେବଳ ନିଜର ବିଜେପି ବିରୋଧୀ ମନୋଭାବ ନେଇ ଆଉଜଣେ ନେତାଙ୍କୁ ଭେଟିବେ ମାତ୍ର ବିଜେପି ବିରୋଧୀ ମେଣ୍ଟରେ ନବୀନ ପଟ୍ଟନାୟକ ଯୋଗଦେବେ ବୋଲି ତାଙ୍କ ଠାରୁ କୌଣସି ପ୍ରତିଶୃତି ହାସଲ କରିପାରିବେ ନାହିଁ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି କୌଣସି ରାଜନୈତିକ ଦଳ ମାନଙ୍କ ଦ୍ୱାରା ଗଠିତ ମେଣ୍ଟର ଅଂଶୀଦାର ହେବାର ସମ୍ଭାବନା କ୍ଷୀଣ । ନିର୍ବାଚନ ପରେ ସୁବିଧା ସୁଯୋଗ ଓ ରାଜନୈତିକ ପରିବେଶ ଦେଖିବା ପରେ ବିଜେଡି ସୁପ୍ରିମୋ ହୁଏତ କିଛି ନିଷ୍ପତ୍ତି ନେଇପାରନ୍ତି ।

ଏଣୁ ନୀତିଶ – ନବୀନ ଭେଟଘାଟ ଜାତୀୟ ରାଜନୀତିକୁ କିଛି ପ୍ରଭାବିତ କରିବାର ଆଶା ନାହିଁ । ଯଦି ନୀତିଶ କୁମାର ଓଡ଼ିଶା ଆସନ୍ତି ଓ ନବୀନ ପଟ୍ଟନାୟକଙ୍କୁ ଭେଟନ୍ତି ତେବେ ଏହା ଜାତୀୟ ତଥା ଓଡ଼ିଶାର ଗଣମାଧ୍ୟମ ପାଇଁ ଏକ ଖବର ହେବା ବ୍ୟତିତ ଜାତୀୟ ରାଜନୀତି ଉପରେ ପ୍ରଭାବ ପକାଇବା ସମ୍ଭାବନା କମ୍ ।

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.