• About
  • Contact
Sunday, May 17, 2026
Sunday, May 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ନୂଆପଡ଼ା ଲଢ଼େଇ

ନୂଆପଡ଼ା ଲଢ଼େଇ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨ ଅକ୍ଟୋବର ୨୦୨୫

ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଖାଲି ପଡିଛି ନୂଆପଡ଼ା ବିଧାନସଭା ଆସନ। ଆସନ୍ତା ନଭେମ୍ବର ମାସରେ ବିହାର ବିଧାନସଭା ନିର୍ବାଚନ ସହ ଏହି ଆସନ ପାଇଁ ଉପନିର୍ବାଚନ ହେବାର ସମ୍ଭାବନା ରହିଛି। ମାତ୍ର ଏବେଠାରୁ ଏହି ଆସନ କାହାର ହେବ ସେ ନେଇ ଅଙ୍କକଷା ଜୋର ଧରିଲାଣି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଗତ ନିର୍ବାଚନରେ ବିଜେଡି ହାତେଇଥିବା ଏହି ଆସନକୁ ବିଜେଡି ନିଜ ପାଖରେ ରଖି ପାରିବ ତ ? ବିଜେପି ଓ କଂଗ୍ରେସ ବିଜେଡି ହାତରୁ ଏହି ଆସନ ଛଡ଼ାଇ ନେବେ ନାହିଁ ତ ? ଏଭଳି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଆଲୋଚନା ହେଉଛି।

ନୂଆପଡ଼ାର ପୂର୍ବ ସ୍ଥିତି ଉପରେ ଯଦି ଆଲୋଚନା କରାଯାଏ, ତେବେ ୨୦୦୦ରୁ ୨୦୨୫ ମସିହା ମଧ୍ୟରେ ୨ ଥର ବିଜେଡି, ୨ ଥର ବିଜେପି ଓ ଥରେ ସ୍ୱାଧୀନ ପ୍ରାର୍ଥୀ ଏହି ଆସନଟିକୁ ଦଖଲ କରିବାରେ ସମର୍ଥ ହୋଇଛନ୍ତି। ଏହିପରି ଗତ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଏହି ଆସନରୁ ଜିତିଥିବା ବେଳେ ତାଙ୍କୁ ମିଳିଥିଲା ୩୩.୬୫ ପ୍ରତିଶତ ଭୋଟ। ସେହିପରି ସ୍ୱାଧୀନ ପ୍ରାର୍ଥୀଭାବେ ପ୍ରତିଦ୍ବନ୍ଦିତା କରୁଥିବା ଘାସିରାମ ମାଝୀ ୨ୟ ସ୍ଥାନରେ ରହିବାକୁ ସମର୍ଥ ହୋଇଥିବା ବେଳେ ତାଙ୍କୁ ମିଳିଥିଲା ୨୭.୭୩ ପ୍ରତିଶତ ଭୋଟ। ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିବା ସହ ୨୪.୩୯ ପ୍ରତିଶତ ଭୋଟ ପାଇବାକୁ ସମର୍ଥ ହୋଇଥିଲେ। ୪ର୍ଥ ସ୍ଥାନରେ ରହିଥିଲେ ସେତେବେଳର ପିସିସି ସଭାପତି ତଥା କଂଗ୍ରେସ ନେତା ଶରତ ପଟ୍ଟନାୟକ ଓ ପାଇଥିଲେ ମାତ୍ର ୮.୪୪ ପ୍ରତିଶତ ଭୋଟ।

ମାତ୍ର ବର୍ତ୍ତମାନର ରାଜନୈତିକ ସ୍ଥିତି ଯାହା, ଏହି ଆସନରେ ଉପନିର୍ବାଚନ ହେଲେ ତ୍ରିମୁଖୀ ଲଢ଼େଇ ହେବାର ସମ୍ଭାବନା ରହିଛି। ବିଜେଡି ପ୍ରାର୍ଥୀ ଯଦି ପୂର୍ବତନ ବିଧାୟକ ଢୋଲକିଆଙ୍କ ପରିବାରରୁ କେହି ହୁଅନ୍ତି ତେବେ ତାଙ୍କ ସପକ୍ଷରେ ଅନୁକମ୍ପା ଭୋଟ ରହିବା ନିଶ୍ଚିତ। ଅନ୍ୟପକ୍ଷରେ ଶାସକଦଳ ବିଜେପି ଏହି ଆସନଟିକୁ ନିଜ ହାତକୁ ନେବାକୁ ଉଦ୍ୟମ କରିବ। ସେହିପରି କଂଗ୍ରେସ ମଧ୍ୟ ଜୋରଦାର ଲଢ଼େଇ କରିବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ। ସେହିପରି ଆଉ ଗୋଟିଏ ଦିଗକୁ ଏଡ଼ାଇ ଦେଇ ହେବନାହିଁ, ତାହା ହେଉଛି ବିଜେଡି ଓ ବିଜେପି ମଧ୍ୟରେ ଭିତିର ବୁଝାମଣା ସମ୍ଭାବନାକୁ। ବିଜେପି ବିଜେଡିକୁ ଏହି ଆସନ ଛାଡ଼ି ଦେଇପାରେ ଦୁର୍ବଳ ପ୍ରାର୍ଥୀ ଦେଇ ଅବା ବିଜେଡି ମଧ୍ୟ ବିଜେପିକୁ ଏହି ଆସନ ଯେ ଛାଡ଼ି ନଦେବ ତାହା ମଧ୍ୟ କହି ହେବନାହିଁ। କାରଣ ଏବେବି ବିଜେଡି ଓ ବିଜେପି ମଧ୍ୟରେ ଥିବା ସଂପର୍କ ନିର୍ବାଚନର ଫଳାଫଳକୁ ଯେ ପ୍ରଭାବିତ ନ କରିବ ତାହାକୁ କେହି ଅସ୍ବୀକାର କରିପାରିବେନାହିଁ। ଅନ୍ୟ ପକ୍ଷରେ ପିସିସି ସଭାପତି ଭକ୍ତ ଚରଣ ଦାସ ଆପ୍ରାଣ ଉଦ୍ୟମ କରିପାରନ୍ତି ଏହି ଉପନିର୍ବାଚନରେ ଭଲ ଫଳାଫଳ ହାସଲ କରିବା ପାଇଁ।

ଯଦି ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହୁଏ, ତେବେ ବିଜେଡି ସପକ୍ଷରେ ଅନୁକମ୍ପା ଭୋଟ ରହିବ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କର ଲୋକସଂପର୍କ ବି ବିଜେଡିକୁ ଭୋଟ ହାତେଇବାରେ ସହାୟକ ହେବ। ମାତ୍ର ନିର୍ବାଚନ ପ୍ରଚାର ବିଜେଡି ପାଇଁ ଗୁରୁତ୍ୱ ରଖିବ ଯଦି ନିଜେ ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଚାରରେ ଯିବେ, ଅନ୍ୟଥା ନବୀନ ନିଜେ ନ ଯାଇ ଯଦି ଭୈରବ କାର୍ତ୍ତିକେୟନ ପାଣ୍ଡିଆନ, ପ୍ରଣବ ପ୍ରକାଶ ଦାସ, ମାନସ ମଙ୍ଗରାଜ ଆଦିଙ୍କ ଉପରେ ସମସ୍ତ ଦାୟିତ୍ୱ ଦେଇଦେବେ ତେବେ ବିଜେଡି ପାଇଁ ଏହା ପୁଣି କ୍ଷତିକାରକ ସାବ୍ୟସ୍ତ ହେବ ଆଉ ତାସାଙ୍ଗକୁ ଏଭଳି ରଣନୀତି ପରୋକ୍ଷରେ ବିଜେପିକୁ ସହାୟକ ହେବ।

ସେହିପରି ବିଜେପିର ରଣନୀତି ମଧ୍ୟ ଅନେକାଂଶରେ ପ୍ରଭାବିତ କରିବ ଏହି ନିର୍ବାଚନକୁ। ଦଳ ସଭାପତି ମନମୋହନ ସାମଲ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯଦି ଏକପାଖିଆ ଭାବେ ନିର୍ବାଚନ ପରିଚାଳନା କରନ୍ତି, ତାହା ସେତେଟା ପ୍ରଭାବୀ ସାବ୍ୟସ୍ତ ହେବା ଆଶା କମ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିନା ସହଯୋଗ ଓ ସମର୍ଥନରେ ବିଜେପି ମଧ୍ୟ ଏହି ଆସନକୁ ହାତେଇବା ଏତେ ସହଜ ହୋଇ ନପାରେ। ତେଣୁ ବିଜେପି ଯଦି ମିଳିତ ଭାବେ ରଣନୀତି ପ୍ରସ୍ତୁତ କରେ ଓ ଚେଷ୍ଟାକରେ ଫଳାଫଳକୁ ନିଜ ସପକ୍ଷରେ ନେବାପାଇଁ ତେବେ ଏହି ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯିବା ଏକ ପ୍ରକାର ନିଶ୍ଚିତ।

ଅନ୍ୟପକ୍ଷରେ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ପାଇଁ ଏହି ଉପନିର୍ବାଚନ ଏକ ସମ୍ମାନର ପ୍ରଶ୍ନ। ତାଙ୍କର ପଡ଼ୋଶୀ ଜିଲ୍ଲାରେ ଏହି ଉପନିର୍ବାଚନ ହେଉଛି ଏଣୁ କଂଗ୍ରେସର ସ୍ଥିତି ସୁଧାରିବାକୁ ହେଲେ ତାଙ୍କୁ କଳେବଳେକୌଶଳେ ସମସ୍ତଙ୍କୁ ସାଥିରେ ନେଇ ଏହି ନିର୍ବାଚନର ଫଳାଫଳକୁ ନିଜ ପକ୍ଷକୁ ଆଣିବାକୁ ସମସ୍ତ ଉଦ୍ୟମ କରିବାକୁ ହେବ। କିଛି ନହେଲେ ବି ଯଦି କଂଗ୍ରେସ ପୂର୍ବ ନିର୍ବାଚନର ବିଫଳତାକୁ ଭୁଲି ଜୋରଦାର ଚେଷ୍ଟା କରି ୨ୟ ସ୍ଥାନରେ ରହେ ତାହା ମଧ୍ୟ କଂଗ୍ରେସ ପାଇଁ ଆଗାମୀ ଦିନରେ ବଡ଼ ଆଶା ସଞ୍ଚାର କରିବ।

ତେବେ ନୂଆପଡ଼ା ଉପନିର୍ବାଚନର ଫଳାଫଳ ଏବେ ୩ଟି ପ୍ରମୁଖ ରାଜନୈତିକ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ବିଜେପି ଏହି ନିର୍ବାଚନର ଫଳାଫଳ ନିଜ ସପକ୍ଷରେ ନେଇପାରିଲେ ବିଧାନସଭାରେ ଏହାର ସଂଖ୍ୟା ବଢ଼ିବା ସାଙ୍ଗକୁ ଲୋକଙ୍କ ବିଶ୍ୱାସ ଓ ଭରସା ଦଳ ସହିତ ରହିଛି ବୋଲି ବାର୍ତ୍ତା ଯିବ। ଅନ୍ୟପକ୍ଷରେ ବିଜେଡି ପାଇଁ ଏହି ଫଳାଫଳ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିବ କାହିଁକି ନା ଦଳ ଏବେ ଅସ୍ତିତ୍ୱ ସଂକଟରେ ରହିଛି ଓ ଭବିଷ୍ୟତରେ କ’ଣ ହେବ ତାହା ମଧ୍ୟ ଏହି ଉପନିର୍ବାଚନର ଫଳାଫଳ ଉପରେ ଅନେକ ଭାବରେ ନିର୍ଭର କରେ। ସେହି ପରି କଂଗ୍ରେସ ଯଦି ଏହି ଉପନିର୍ବାଚନରେ ଭଲ ପ୍ରଦର୍ଶନ କରେ ତେବେ କଂଗ୍ରେସ ଓଡ଼ିଶାରେ ଆଗାମୀ ସମୟ ପାଇଁ ବିଜେପିର ବିକଳ୍ପ ବୋଲି ଏକ ବାର୍ତ୍ତା ଯିବ ଜନସାଧାରଣଙ୍କ ନିକଟକୁ।

Nirvik Bureau

Nirvik Bureau

Related Posts

ବାଲିଅନ୍ତାର ଭିଡ଼ ହିଂସା : ଦାୟୀ କିଏ ?
Politics

ବାଲିଅନ୍ତାର ଭିଡ଼ ହିଂସା : ଦାୟୀ କିଏ ?

by Nirvik Bureau
May 13, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୩ ମଇ ୨୦୨୬ ମଇ ମାସ ୭ ତାରିଖର ଘଟଣା। ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଗଲା ଏକ ବୀଭତ୍ସ କାଣ୍ଡ।...

Read more
ଡିଜିଟାଲ ଇଣ୍ଡିଆ, ଡବଲ ଇଞ୍ଜିନ ସରକାର ଓ ମରିଯାଇଥିବା ମାନବିକତା…

ଡିଜିଟାଲ ଇଣ୍ଡିଆ, ଡବଲ ଇଞ୍ଜିନ ସରକାର ଓ ମରିଯାଇଥିବା ମାନବିକତା…

May 1, 2026
ପୋଲିସ ବିଫଳ, ଗୃହ ବିଭାଗ ନିଷ୍କ୍ରିୟ :  ଦାୟୀ କିଏ ?

ପୋଲିସ ବିଫଳ, ଗୃହ ବିଭାଗ ନିଷ୍କ୍ରିୟ : ଦାୟୀ କିଏ ?

April 27, 2026
ଆସିଲେନି ନବୀନ, ନେତା ଖେଳିଲେ ଲୁଚକାଳି : ଇଏ କ’ଣ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ?

ଆସିଲେନି ନବୀନ, ନେତା ଖେଳିଲେ ଲୁଚକାଳି : ଇଏ କ’ଣ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ?

April 19, 2026
ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?

ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?

April 9, 2026
ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !

ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !

April 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.