• About
  • Contact
Saturday, October 17, 2026
Saturday, October 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଓଡ଼ିଶା ବିଜେପି ଓ ଘୋଡ଼ା-ଯୋଡ଼ାର ଲଢ଼େଇ…

ଓଡ଼ିଶା ବିଜେପି ଓ ଘୋଡ଼ା-ଯୋଡ଼ାର ଲଢ଼େଇ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୩ ନଭେମ୍ବର ୨୦୨୫

ଓଡ଼ିଶାରେ ବିଜେପି ସରକାର ଗଠନ କରିବାରେ ୧୫ମାସ ବିତିଗଲାଣି। ବିଜେପିର ରାଜ୍ୟ ସଙ୍ଗଠନ ବି ନିଜକୁ ଶାସନ କଳର ମାଲିକ ବୋଲି ଗ୍ରହଣ କରି ସାରିଲାଣି । ମାତ୍ର ଗୋଟିଏ ଦିନରେ ଦୁଇଟି ଦୃଶ୍ୟ ଏବେ ରାଜ୍ୟ ବିଜେପିର ସଙ୍ଗଠନ ଓ ସରକାର କିପରି ଚାଲିଛି ଏ ବାବଦରେ ଏକ ସ୍ପଷ୍ଟ ସଂକେତ ଦେଇଛି। ତେବେ କ’ଣ ସେହି ଦୃଶ୍ୟ ଓ କ’ଣ ସେହି ସଂକେତ ତାହାକୁ ଟିକେ ବୁଝିବାକୁ ଚେଷ୍ଟା କରାଯାଇ ପାରେ।

ଯେଉଁ ଦୁଇଟି ଦୃଶ୍ୟରୁ ଓଡ଼ିଶା ବିଜେପି ବାବଦରେ ଏକ ବଡ଼ ସଂକେତ ମିଳିଛି ତାହା ହେଉଛି,ବିଜୁ ପଟ୍ଟନାୟକ ବିମାନ ବନ୍ଦରର ଏକ ଦୃଶ୍ୟ। ବିହାରରେ ଏନଡିଏର ବିପୁଳ ବିଜୟର ଶ୍ରେୟ ପାଇଥିବା ଓଡ଼ିଆ ପୁଅ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ପହଞ୍ଚିବାର ଦୃଶ୍ୟ ଥିଲା ଦେଖିବା ଭଳି। ହଜାର ହଜାର ସମର୍ଥକଙ୍କ ଗହଣରେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହ ଫୁଲତୋଡ଼ା ଦିଆଯାଇଥିବାର ଚିତ୍ର ଦେଖିବାକୁ ମିଳିଥିଲା ନଭେମ୍ବର ୨୧ ତାରିଖ ମଧ୍ୟାହ୍ନରେ। ବିଜେପିର ବହୁ ବିଧାୟକ ଓ ହାତଗଣତି କିଛି ମନ୍ତ୍ରୀଙ୍କ ଗହଣରେ କେନ୍ଦ୍ରମନ୍ତ୍ରୀ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ଏପରି ସ୍ୱାଗତ ସମ୍ବର୍ଦ୍ଧନା ପର୍ବର ଆୟୋଜନ ପାଇଁ। ଏହି ଦୃଶ୍ୟ ଯିଏ ଦେଖିବ ସେ ନିଶ୍ଚିତ ଅନୁଭବ କରିଥିବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳର ବହୁ ନେତା ଓ କର୍ମୀ କିପରି ବିହାର ବିଜୟର ଶ୍ରେୟ ଦେବାପାଇଁ ପଛାଇ ନାହାନ୍ତି।

ସେହିପରି ୨ୟ ଦୃଶ୍ୟଟି ହେଉଛି ଲୋକସେବା ଭବନର ଦୃଶ୍ୟ। ଯେଉଁଠାରେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ବରିଷ୍ଠ ମନ୍ତ୍ରୀ ମାନଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା କ୍ୟାବିନେଟ ବୈଠକ। ଏହି ବୈଠକଟି ବେଶ୍ ଲମ୍ବା ସମୟ ଧରି ଚାଲିଲା ଅପରାହ୍ନ ୩ଟା ପର୍ଯ୍ୟନ୍ତ। ସରକାରଙ୍କର ବଡ଼ ବଡ଼ ବିଭାଗର ଦାୟିତ୍ୱ ସମ୍ଭାଳିଥିବା କ୍ୟାବିନେଟ ମନ୍ତ୍ରୀମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱାଗତ ସମାରୋହକୁ ଯାଇ ପାରିଲେ ନାହିଁ। ଏପରିକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିବା ବା ଅଭିନନ୍ଦନ ଜଣାଇବା ପାଇଁ ଇଚ୍ଛା ପ୍ରକାଶ କଲେ ନାହିଁ।

ଏହି ଦୁଇଟି ଦୃଶ୍ୟ ଗୋଟିଏ ଦିନରେ ଦେଖିବାକୁ ମିଳିଥିବା ବେଳେ ଆଉ କିଛି କଥା ମଧ୍ୟ ଏବେ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜାତୀୟ ସ୍ତରରେ ବିହାର ବିଜୟର ଶ୍ରେୟ ଦିଆଯାଇଥିବା ବେଳେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ସ୍ୱାଗତ ସମ୍ବର୍ଦ୍ଧନା ଠାରୁ ନିଜକୁ ଦୂରେଇ ରଖିଲେ କାହିଁକି ? ଏପରିକି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିବାରେ ଅସୁବିଧା ରହିଲା କେଉଁଠି ? ପୂର୍ବରୁ ଯଦି ଦିଲ୍ଲୀ ନିର୍ବାଚନରେ ବିଜେପିର ବାଜିମାତ ପରେ ନିର୍ବାଚନ ପ୍ରଭାରୀ ଦାୟିତ୍ୱରେ ଥିବା ବୈଜୟନ୍ତ ପଣ୍ଡାଙ୍କୁ ଦଳ ପକ୍ଷରୁ ବିମାନବନ୍ଦରରୁ ପାର୍ଟି ଅଫିସ ଯାଏ ଶୋଭାଯାତ୍ରାରେ ନିଆଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା, ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟର ମୁଖ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଦେବା ପାଇଁ ଉଭୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲ ଚାହିଁଲେ ନାହିଁ କାହିଁକି ?

କେବଳ ଏହି ଦୁଇଟି ଦୃଶ୍ୟ ଦେଖିବାକୁ ମିଳିଲା ତାହା ନୁହେଁ, ବରଂ ଏହି ଦୁଇ ଦୃଶ୍ୟ ବାବଦରେ ଓଡ଼ିଶାର କିଛି ହାତ ଗଣତି ପ୍ରମୁଖ ଗଣମାଧ୍ୟମ ଓ ଡିଜିଟାଲ ମିଡ଼ିଆରେ ପ୍ରଚାର ଓ ପ୍ରସାରର ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଥିବା ଶୁଣିବାକୁ ମିଳିଲା।

ଯାହା ଏବେ ଶୁଣିବାକୁ ମିଳୁଛି, କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ମନ୍ତ୍ରୀମାନେ କିପରି ନଯାଇ ପାରିବେ ସେ ନେଇ ରାଜ୍ୟ ସରକାରଙ୍କ କ୍ୟାବିନେଟ ବୈଠକର ଅବଧି ବଢ଼ାଇ ଦିଆ ଯାଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶୁଭେଚ୍ଛା ନଜଣାଇବା ଓ ମନ୍ତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ସ୍ଥଳକୁ ନଛାଡ଼ିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଆତ୍ମଘୋଷିତ ପରାମର୍ଶଦାତା କାଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପରାମର୍ଶ ଦେଇଥିଲେ ବୋଲି ଶୁଣିବାକୁ ମିଳୁଛି । ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ବେଶ୍ ଚତୁରତାର ସହ ନିଜକୁ ଏହି ସମ୍ବର୍ଦ୍ଧନା ପର୍ବ ଠାରୁ ଦୂରରେ ରଖି ଦଳ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି । ସେହି ବାର୍ତ୍ତାଟି ହେଉଛି କେବଳ ମୋହନ-ମନମୋହନ ହିଁ ରାଜ୍ୟ ବିଜେପିର ସର୍ବେସର୍ବା ବୋଲି ସମସ୍ତେ ବୁଝି ଯାଆନ୍ତୁ । କିଛିଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ “ଯୋଡ଼ାକୁ ଘୋଡ଼ା ସରି ନୁହେଁ” ବୋଲି । ତାଙ୍କର ଏହି ବକ୍ତବ୍ୟ ପରେ ମନମୋହନ ସାମଲଙ୍କ ସମର୍ଥକ ମାନେ ପ୍ରଚାର କରିବା ଆରମ୍ଭ କରିଛନ୍ତି ଯେ ବିଜେପିର ଯୋଡ଼ା ହେଉଛନ୍ତି “ମୋହନ-ମନମୋହନ” ବୋଲି ।

ତେବେ ଗୋଟିଏ ଦିନର ଏହି ଦୁଇଟି ଦୃଶ୍ୟରୁ ମିଳିଥିବା ସଂକେତକୁ ଯଦି ବୁଝିବାକୁ କେହି ଚେଷ୍ଟାକରେ, ତେବେ ଏହା ସ୍ପଷ୍ଟ ଯେ ରାଜ୍ୟ ବିଜେପିରେ ଏବେ ବିରୋଧ ଓ ବିବାଦର ପର୍ବ ଆରମ୍ଭ ହୋଇଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ଦଳର ସଭାପତି ମନମୋହନ ସାମଲ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଭିମୁଖ୍ୟ ଏହା ସ୍ପଷ୍ଟ କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ରମାଗତ ଭାବେ ନିର୍ବାଚନ ଜିତାଇବାର ସଫଳତା ଓ କେନ୍ଦ୍ରୀୟ ନେତୃତ୍ୱର ଅଧିକ ବିଶ୍ବାସଭାଜନ ହେବା ଏବେ ମୋହନ-ମନମୋହନ ଯୋଡ଼ିଙ୍କ ପାଇଁ ଅସହ୍ୟ ହୋଇ ପଡ଼ିଛି ବୋଲି ବିଜେପିର ନେତା ମାନଙ୍କ ମଧ୍ୟରେ ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି । ଏପରିକି ଦଳର କିଛି ନେତା ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଦଳୁଥିବା ସ୍ଵଭାଵ ପାଇଁ ତାଙ୍କର ଦୁଇ ଆତ୍ମଘୋଷିତ ପରାମର୍ଶଦାତାଙ୍କୁ ଦାୟୀ କରୁଥିବା ବେଳେ ଆଉ କେତେକ ରାଜ୍ୟ ସଭାପତି ମନମୋହନ ସାମଲଙ୍କ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ଥିବା ଅସହିଷ୍ଣୁତା ବୋଲି କହିଛନ୍ତି । ତେବେ ପ୍ରକୃତ କାରଣ ଯାହା ହୋଇଥାଉନା କାହିଁକି ବିଜେପିରେ ଏବେ ସବୁକିଛି ଠିକ ଚାଲିନାହିଁ ବୋଲି ଏକ ବଡ଼ ବାର୍ତ୍ତା ଦଳର କର୍ମୀଙ୍କ ଉଦ୍ଦେଶ୍ୟରେ ଯାଇଛି ଏହାକୁ ଅସ୍ବୀକାର କରାଯାଇପାରିବ ନାହିଁ ।

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.