• About
  • Contact
Thursday, August 27, 2026
Thursday, August 27, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଓଡ଼ିଶା ରାଜନୀତିରେ ବିକଳ୍ପ ଚିନ୍ତା

ଓଡ଼ିଶା ରାଜନୀତିରେ ବିକଳ୍ପ ଚିନ୍ତା
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୩୦ ଅଗଷ୍ଟ ୨୦୨୨

ଦୀର୍ଘ ୨୨ବର୍ଷ ଧରି ଓଡ଼ିଶାରେ ବିଜୁ ଜନତା ଦଳର ଶାସନ ଚାଲିଛି । ବିଜେଡିର ବିକଳ୍ପ ରାଜନୈତିକ ଦଳ କିଏ ତାହାର ଉତ୍ତର ଏପର୍ଯ୍ୟନ୍ତ ଓଡ଼ିଶାର ଜନସାଧାରଣ ସ୍ଥିର କରିପାରୁନାହାନ୍ତି । ଗତ ୨ ଦଶନ୍ଧିର ରାଜନୀତିରେ ଅନେକ ଘଟଣା ଘଟିଥିଲେ ମଧ୍ୟ କ୍ଷମତା ରାଜନୀତି ସତେ ଯେମିତି ଓଡ଼ିଶାରେ ସ୍ଥିର ହୋଇଯାଇଛି । ଓଡ଼ିଶାରେ ରାଜନୈତିକ ସ୍ଥାଣୁତା ପାଇଁ ଲୋକମାନେ ଯେତିକି ଦାୟୀ ନୁହନ୍ତି ଅଧିକ ଭାବରେ ଦାୟୀ ହେଉଛନ୍ତି ଓଡ଼ିଶାର ରାଜନୈତିକ ଦଳ ମାନେ ।

୨୦୦୦ ମସିହା ଠାରୁ କଂଗ୍ରେସ କ୍ଷମତାରୁ ଯିବା ପରେ ଆଉ କ୍ଷମତାକୁ ଫେରି ପାରୁନାହିଁ ବା ରାଜ୍ୟକୁ ବିକଳ୍ପ ନେତୃତ୍ୱ ଦେଇ ପାରୁନାହିଁ । ବିଜେଡିର ବିକଳ୍ପ ହେବା ତ ଦୂରର କଥା କଂଗ୍ରେସ ରାଜ୍ୟରେ ନିଜ ନେତୃତ୍ୱର ବିକଳ୍ପ ଖୋଜି ଚାଲିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଠାରୁ ଶରତ ପଟ୍ଟନାୟକ ପର୍ଯ୍ୟନ୍ତ ନେତୃତ୍ୱ ବାରମ୍ବାର ବଦଳିବା ପରେ ମଧ୍ୟ କଂଗ୍ରେସରେ ଏବେ ବି ଖୋଜା ଚାଲିଛି । ଜାନକୀ ପଟ୍ଟନାୟକଙ୍କ ବିକଳ୍ପ ଭାବେ କଂଗ୍ରେସକୁ ମିଳିଥିଲେ ବସନ୍ତ ବିଶ୍ୱାଳ, ହେମାନନ୍ଦ ବିଶ୍ୱାଳ ଓ ଗିରିଧର ଗମାଙ୍ଗ ଆଦି ନେତା । ପୁଣି ନିରଞ୍ଜନ ପଟ୍ଟନାୟକଙ୍କ ବିକଳ୍ପ ଭାବେ ଆସିଲେ ଜୟଦେବ ଜେନା, କେ. ପି. ସିଂହଦେଓ, ପ୍ରସାଦ ହରିଚନ୍ଦନ, ଆଉ ଏବେ ଶରତ ପଟ୍ଟନାୟକ ଆଦି ନେତା । ତଥାପି  ଓଡ଼ିଶା କଂଗ୍ରେସର ବିକଳ୍ପ ଶୋଷ ମେଣ୍ଟିବାର ନା ଧରୁନାହିଁ । ଏବେବି ରାଜ୍ୟ କଂଗ୍ରେସ ଆହୁରି ବିକଳ୍ପ ନେତୃତ୍ୱ ସନ୍ଧାନରେ ।

ସେହିପରି କଂଗ୍ରେସକୁ ୩ ନମ୍ବର ସ୍ଥାନକୁ ପଠାଇ ୨ନମ୍ବର ସ୍ଥାନ ପାଇଥିବା ବିଜେପିରେ ମଧ୍ୟ ବିକଳ୍ପ ନେତୃତ୍ୱର ତଲାସ୍‌ ଚାଲିଛି  । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦୁଇଟି ନିର୍ବାଚନରେ ବିଫଳ ହେବାପରେ, ବିଜେପି ଆରମ୍ଭ କରିଛି ତାଙ୍କର ବିକଳ୍ପ ଖୋଜା । ଏହି ତାଲିକାରେ ଏବେ ଯୋଡିହୋଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଉପକୂଳ ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ତୁଳନାରେ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତି ଗ୍ରହଣୀୟତା ଅଧିକ ଥିଲେ ମଧ୍ୟ ଧର୍ମେନ୍ଦ୍ରଙ୍କ ସମର୍ଥକମାନେ ତାଙ୍କୁ ଆଗକୁ ଛାଡିବାକୁ ନାରାଜ । ଏକାକୀ ଅପରାଜିତା ଆଗକୁ ବଢୁଥିବା ବେଳେ ଶାସକ ବିଜେଡି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥକମାନେ ତାଙ୍କୁ ପଛକୁ ଟାଣୁଛନ୍ତି । ଏହା ବ୍ୟତୀତ ଯେଉଁ ବରିଷ୍ଠ ନେତା ମାନେ ବିଜେପିର ବିକଳ୍ପ ଚେହେରା ହୋଇପାରନ୍ତେ ସେମାନେ ଏବେ କୋଣଠେସା ହୋଇପଡ଼ିଛନ୍ତି । ବିଜୟ ମହାପାତ୍ର, ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ ଆଦି ବରିଷ୍ଠ ନେତା ମାନଙ୍କୁ ଆଗକୁ ଛାଡିବାକୁ ପ୍ରସ୍ତୁତ ନୁହନ୍ତି ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥକ ମାନେ । ରାଜ୍ୟ ବିଜେପି କ୍ଷମତାକୁ ଆସିବା ତ ଦୂରର କଥା ମାତ୍ର ଧର୍ମେନ୍ଦ୍ର ଓ ଅପରାଜିତାଙ୍କ ଲଢ଼େଇରେ ଦଳ ଏବେ ଲହୁଲୁହାଣ ।

ସେହିପରି ୨୦୨୪ ବିଜେପିର ବିକଳ୍ପ ହେବବୋଲି ନିଜକୁ ପ୍ରସ୍ତୁତ କରୁଥିବା ଆମ୍ ଆଦମୀ ପାର୍ଟି (AAP)ର କଥା ଓଡ଼ିଶାରେ ନକହିଲେ ଭଲ । ସାରା ଦେଶରେ ଆପ୍  ସ୍ଥିତିରେ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଥିଲେ ମଧ୍ୟ ଓଡ଼ିଶା ବାବଦରେ କିଛି କହିହେବ ନାହିଁ । କାରଣ ଓଡ଼ିଶାରେ ଆପ୍  ଆସୁ ଆସୁ ଏକାଧିକ ନେତା ପରିବର୍ତ୍ତନ କଲାଣି । ଏବେ ଦଳର ଦାୟିତ୍ବ ସମ୍ଭାଳୁଥିବା ନେତାଙ୍କ ବ୍ୟକ୍ତିତ୍ୱ ଦଳ ପାଇଁ ସେତେଟା ପ୍ରଭାବୀ ସାବ୍ୟସ୍ତ ହୋଇପାରୁ ନାହିଁ । ଏପରିକି ତାଙ୍କ ନେତୃତ୍ୱ ମଧ୍ୟ ଆପ୍  ପ୍ରତି ଲୋକଙ୍କୁ ଆକୃଷ୍ଟ କରିବାରେ ବିଫଳ ହୋଇଛି । ବିଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଓଡ଼ିଶାରେ ଆମ୍  ଆଦମୀ ପାର୍ଟିର ବିଫଳତାକୁ ପଦାରେ ପକାଇ ଦେଇଛି । ଆପ୍ ର କିଛି ନେତାଙ୍କ କହିବା ଅନୁଯାୟୀ କେନ୍ଦ୍ରୀୟ ନେତୃତ୍ୱ  ମଧ୍ୟ ଓଡ଼ିଶାକୁ ସେତେଟା ଗୁରୁତ୍ୱ ଦେଉନାହାନ୍ତି, ତେଣୁ ଆପ୍  ଓଡ଼ିଶାରେ ବଢ଼ିବାକୁ ହେଲେ ବର୍ତ୍ତମାନର ନେତୃତ୍ୱର ପରିବର୍ତ୍ତନ ଦରକାର ।

ଓଡ଼ିଶାର ନିର୍ବାଚନ ରାଜନୀତିରେ ସ୍ଥାନ ବିଶେଷ ରେ  ପ୍ରଭାବ ରଖୁଥିବା ବାମଦଳ ଗୁଡିକ ମଧ୍ୟ ନିଶ୍ଚିହ୍ନ ହୋଇଗଲେଣି । ଏମାନଙ୍କ ପ୍ରଭାବ ତ ଦେଖିବାକୁ ମିଳୁନାହିଁ , ତା ସହିତ କର୍ମୀମାନେ ମଧ୍ୟ ଆଉ ଦେଖିବାକୁ ମିଳୁନାହାଁନ୍ତି । ଆଉ କିଛି ରାଜନୈତିକ ବ୍ୟକ୍ତି ବିଶେଷ ଯଥା ବିଜୟ ମହାପାତ୍ର, ବ୍ରଜ କିଶୋର ତ୍ରିପାଠୀ, ଖାରବେଳ ସ୍ୱାଇଁ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ଯତୀଶ୍ ମହାନ୍ତି ଆଦି ବିକଳ୍ପ ନେତୃତ୍ୱ କଥା କହି କିଛି ସମୟ ରାଜ୍ୟ ରାଜନୀତିରେ ହୋ ହଲ୍ଲା କରିଥିଲେ ମଧ୍ୟ ସେମାନେ ଏବେ ନିରବ ହୋଇଗଲେଣି ।

ଓଡ଼ିଶା କଂଗ୍ରେସରେ ସମସ୍ତେ ଜଣେ ଜଣେ ନିଜକୁ ଦଳର ଚେହେରା ଭାବୁଥିବା ବେଳେ, ବିଜେପିରେ ଲୋକଙ୍କ ପସନ୍ଦର ଚେହେରା ଥିବାବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପ ବାଟ ଛାଡ଼ିବାକୁ ରାଜି ନୁହନ୍ତି ।୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରର ରାଜନୀତି ଚଳଚଞ୍ଚଳ ହୋଇପଡିଥିବା ବେଳେ ଓଡ଼ିଶାରେ ନେତୃତ୍ୱର ସଂକଟ ସ୍ପଷ୍ଟ ବାରିହୋଇପଡୁଛି ।  ଯଦି ବିରୋଧୀ କଂଗ୍ରେସ, ବିଜେପି ଓ ନୂଆ ଦଳ ଭାବରେ ଆପ୍ ନିଜକୁ ପ୍ରସ୍ତୁତ ନ କରନ୍ତି ତେବେ ଓଡ଼ିଶାବାସୀଙ୍କୁ ବିକଳ୍ପ ନେତୃତ୍ୱର ସନ୍ଧାନ କରିବା ପାଇଁ ଆହୁରି ଅନେକ ସମୟ ଲାଗିଯାଇପାରେ ।

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.