• About
  • Contact
Monday, September 14, 2026
Monday, September 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ପଦ୍ମପୁର ଭାଗ୍ୟନିର୍ଦ୍ଧାରଣ କରିବ କଂଗ୍ରେସ !

ପଦ୍ମପୁର ଭାଗ୍ୟନିର୍ଦ୍ଧାରଣ କରିବ କଂଗ୍ରେସ !
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୩ନଭେମ୍ବର ୨୦୨୨

ପଦ୍ମପୁର ଉପନିର୍ବାଚନର ଭୋଟ ଗ୍ରହଣ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢୁଛି। ଏହି ଉପନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହେବାର ସମସ୍ତ ସମ୍ଭାବନା ରହିଥିଲେ ମଧ୍ୟ ଶାସକ ବିଜେଡି ପାଇଁ ଏହା କର ଅବା ମର ଭଳି ପରିସ୍ଥିତି ସୃଷ୍ଟି କରିଛି। ଧାମନଗର ପରାଜୟ ପରେ ବିଜେଡି ଏହି ନିର୍ବାଚନକୁ ଜିତିବା ପାଇଁ ସମସ୍ତ ନୀତି ଆପଣେଇଛି। ଏପରିକି ପ୍ରତି ପଞ୍ଚାୟତରେ ବିଜେଡି ର ମନ୍ତ୍ରୀ ଓ ବିଧାୟକ ମାନେ ଦଳ ବଳ ସହ ପଡ଼ିରହିଛନ୍ତି। ସୁପ୍ରିମୋଙ୍କ ନିର୍ଦ୍ଦେଶ ପଦ୍ମପୁର ଜିତିବାକୁ ହେବ, ଏହାକୁ କାର୍ଯ୍ୟକାରୀ କରିବାକୁ ଉପରୁ ତଳ ପର୍ଯ୍ୟନ୍ତ ବାର୍ତ୍ତା ପହଞ୍ଚାଇ ଦିଆଯାଇଛି।

ତେବେ ପଦ୍ମପୁର ଜିତିପାରିବେ ବୋଲି ଆତ୍ମବିଶ୍ୱାସ ବିଜେଡି ନେତା ମାନଙ୍କ ପାଖରେ ଅଛି ତ? ପଶ୍ଚିମ ଓଡ଼ିଶାର ନେତାମାନଙ୍କୁ ଛାଡ଼ିଦେଲେ ଏନେଇ ଉପକୂଳ ଓଡ଼ିଶାର ନେତାମାନେ ନିରବ କାହିଁକି? ଧାମନଗର ଭଳି କେତେ ଭୋଟରେ ବିଜେଡି ଜିତିବ ତାହା ଦଳର କୌଣସି ନେତା କାହିଁକି କହିପାରୁନାହାନ୍ତି? ଏହି ସମସ୍ତ ପ୍ରଶ୍ନର ଉତ୍ତର ହେଉଛି କଂଗ୍ରେସ। କାରଣ ବିଗତ ନିର୍ବାଚନରେ ପଦ୍ମପୁରରୁ କଂଗ୍ରେସର ପ୍ରାର୍ଥୀ ହୋଇଥିବା ସତ୍ୟଭୂଷଣ ସାହୁ ନିଜ ସପକ୍ଷରେ ବହୁ ଭୋଟ ରଖି ପାରିଛନ୍ତି। ଯଦିଓ କଂଗ୍ରେସ ବିଜୟୀ ହୋଇପାରିନାହିଁ ମାତ୍ର ଗତ ନିର୍ବାଚନରେ ୩୦ ହଜାରରୁ ଅଧିକ ଭୋଟ ନେବାରେ ସକ୍ଷମ ହୋଇଛି କଂଗ୍ରେସ । ଏଥର ଉପନିର୍ବାଚନରେ ବିଜେଡି ଓ ବିଜେପି ର ଟାର୍ଗେଟ ରେ ରହିଛି କଂଗ୍ରେସର ଭୋଟ ବ୍ୟାଙ୍କ । କଂଗ୍ରେସ ଖାତାରୁ ଯିଏ ଯେତେ ଅଧିକ ଭୋଟ ଅକ୍ତିଆର କରିବାରେ ସକ୍ଷମ ହେବ ସେହି ଦଳ ସେତିକି ବ୍ୟବଧାନରେ ବିଜୟୀ ହେବ।

ଏତିକି ବେଳେ ବିଜେପିର ପ୍ରଭାବଶାଳୀ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ର ନେତା ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ବିରୋଧରେ ଟଙ୍କା ବାଣ୍ଟିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି। ଅନ୍ୟତମ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଅଭିଯୋଗ ଓ ଆକ୍ରମଣାତ୍ମକ ଆଭିମୁଖ୍ୟ ସ୍ପଷ୍ଟ କରୁଛି ଯେ, ଲଢ଼େଇ ବେଶ୍ ତୀବ୍ର ହେଉଛି ବିଜେପି ଓ ବିଜେଡି ମଧ୍ୟରେ। ଠିକ୍ ଏହିପରି ଅଭିଯୋଗ ଆଣିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ବାଲେଶ୍ୱର ଉପନିର୍ବାଚନ ସମୟରେ।

କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ ଓ ଶାସକ ଦଳର ଆଭିମୁଖ୍ୟରୁ ଜଣାପଡ଼ୁଛି ଯେ, ଏହି ଉପନିର୍ବାଚନ ଜିତିବା ପାଇଁ କଂଗ୍ରେସ ଭୋଟ ବ୍ୟାଙ୍କ ହିଁ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ।

ପଦ୍ମପୁରର ସମସ୍ତ ପଞ୍ଚାୟତ ଓ ବ୍ଳକ ଗୁଡ଼ିକରେ ବିଜେଡିର ପ୍ରଭାବଶାଳୀ ନେତା ମାନେ ନଜର ରଖିଛନ୍ତି କଂଗ୍ରେସର କ୍ୟାମ୍ପେନର ଓ ଭୋଟରଙ୍କ ଉପରେ। ସେମାନଙ୍କର ତାଲିକା କରି ଶାସକ ବିଜେଡି ଯଥା ସମ୍ଭବ ଚେଷ୍ଟା କରୁଛି ସେମାନଙ୍କୁ ନିଜ ପକ୍ଷକୁ ନେବାପାଇଁ । ଅପର ପକ୍ଷେ ବିଜେପିର ରଣନୀତି ମଧ୍ୟ ଦୁର୍ବଳ ନୁହେଁ । ପ୍ରାର୍ଥୀ ମାନଙ୍କ ଭିତରେ ବିଜେପିର ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଜନସମ୍ପର୍କ ତାଙ୍କୁ ଏପର୍ଯ୍ୟନ୍ତ ଆଗରେ ରଖିଛି। ମିଳିଥିବା ତଥ୍ୟ ଅନୁଯାୟୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବେଶ୍ କିଛିଦିନ ଏହି ନିର୍ବାଚନ ମଣ୍ଡଳୀରେ ସମୟ କଟାଇବା ସହ ଏହି ଉପନିର୍ବାଚନର ପ୍ରତିଟି ରଣନୀତି ଉପରେ ନଜର ରଖିବେ ନିଜେ । ନିଜର ପୁରୁଣା କୋଟେରୀକୁ ଛାଡ଼ି ସମସ୍ତ ପଶ୍ଚିମ ଓଡ଼ିଶାର ସାଂସଦ ଓ ବିଧାୟକ ମାନଙ୍କୁ ନେଇ ସ୍ୱତନ୍ତ୍ର ଗେମପ୍ଲାନ ପ୍ରସ୍ତୁତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧାମନଗର ବିଜୟ ପରେ ପଦ୍ମପୁର ଜିତିବା ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ବଡ଼ ଆବଶ୍ୟକତା ପାଲଟିଛି। ଯଦି ଏହି ରଣନୀତିରେ ଧର୍ମେନ୍ଦ୍ର ପ୍ରଧାନ ସଫଳ ହୁଅନ୍ତି ତେବେ ୨୦୨୪ ପୂର୍ବରୁ ଓଡ଼ିଶା ବିଜେପିର ଅଘୋଷିତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ସେ ହେବେ ଦୃଢ଼ ଦାବିଦାର।

ବିଜେଡିକୁ ବିଜୟ ଟ୍ରାକ୍ କୁ ଫେରାଇବା ପାଇଁ ବିଜେଡି ର ସମସ୍ତ ବରିଷ୍ଠ ନେତାମାନେ ବିଶେଷ କରି ମନ୍ତ୍ରୀ ନବକିଶୋର ଦାସ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ ଓ ପଶ୍ଚିମ ଓଡ଼ିଶାର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଦିନ ରାତି ଏକ କରିଦେଇଥିବା ବେଳେ କଂଗ୍ରେସର ଲୋକଙ୍କୁ ହାତେଇବା ପାଇଁ କଂଗ୍ରେସରୁ ଆମଦାନୀ ହୋଇ ବିଜେଡି ଆସିଥିବା ନେତାଙ୍କୁ ଦାୟିତ୍ୱ ଦେଇଛି ଦଳ। ଯଦି ସତ୍ୟଭୂଷଣ ସାହୁଙ୍କ ପାଇଁ କଂଗ୍ରେସର ନେତୃତ୍ୱ ଦୃଢ଼ ଭାବରେ ଛିଡ଼ା ହୁଏ ଓ ନିଜର ଭୋଟ ରକ୍ଷା କରିବାରେ ସକ୍ଷମ ହୁଏ ତେବେ ବିଜେଡି ଓ ବିଜେପି ର ହାରଜିତ୍ ର ଭାଗ୍ୟ ନିର୍ଣ୍ଣୟ କରିବ କଂଗ୍ରେସ। କଂଗ୍ରେସ ନେତାମାନେ ଏକଜୁଟହୋଇ ଠିଆ ହେବେ ତ? ନିଜର ଭୋଟ କୁ ରଖିବାରେ ସମର୍ଥ ହେବକି କଂଗ୍ରେସ? ବିଜେଡି ଓ ବିଜେପିର ରଣନୀତିକୁ ମୁକାବିଲା କରିବାରେ କଂଗ୍ରେସର ପଶ୍ଚିମ ଓଡ଼ିଶାର ନେତାମାନେ ସକ୍ଷମ ହେବେକି ?ତେବେ ବର୍ତ୍ତମାନର ସ୍ଥିତି ବୟାନ କରୁଛିଯେ ପ୍ରାର୍ଥୀତ୍ୱ ଲୋକସମ୍ପର୍କ ଦୃଷ୍ଟିରୁ ବିଜେପି ଆଗରେ ଥିବା ବେଳେ ଶାସକ ବିଜେଡି ନଜର ରଖିଛି କଂଗ୍ରେସର ଭୋଟ୍ ଉପରେ।

Nirvik Bureau

Nirvik Bureau

Related Posts

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?
Politics

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

by Nirvik Bureau
September 6, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୬ ସେପ୍ଟେମ୍ବର ୨୦୨୬ ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ ଆଇଏଏସ୍ ଅଧିକାରୀ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର...

Read more
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.