• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ପଦ୍ମପୁର : ଚାଷୀ ବନାମ ମହିଳା

ପଦ୍ମପୁର : ଚାଷୀ ବନାମ ମହିଳା
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୪ ନଭେମ୍ବର ୨୦୨୨

ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସ, ବିଜେପି ଓ ବିଜେଡି ନିଜ ନିଜର ପ୍ରାର୍ଥୀଙ୍କର ନାଁ ଘୋଷଣା କରିଛନ୍ତି । କଂଗ୍ରେସରୁ ସତ୍ୟଭୂଷଣ ସାହୁ, ବିଜେପିରୁ ପ୍ରଦୀପ ପୁରୋହିତ ଏବଂ ବିଜେଡିରୁ ବର୍ଷା ସିଂ ବରିହା ନିର୍ବାଚନ ଲଢ଼ିବେ । କଂଗ୍ରେସ ର ବରିଷ୍ଠ ନେତା ସତ୍ୟଭୂଷଣ ସାହୁ ସବୁଠାରୁ ଅଭିଜ୍ଞ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିର ପ୍ରଦୀପ ପୁରୋହିତ ମଧ୍ୟ ଜଣେ ଦକ୍ଷ ସଂଗଠକ । ଏହି ଦୁଇ ନେତାଙ୍କର ପୂର୍ବ ନିର୍ବାଚନ ଅଭିଜ୍ଞତା ରହିଥିବା ବେଳେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ହେଉଛନ୍ତି ନିର୍ବାଚନ ମୈଦାନରେ ନୂଆ। ଯଦିଓ ସେ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ମାତ୍ର ନିର୍ବାଚନ ଲଢ଼ିବାର ଅଭିଜ୍ଞତା ନାହିଁ ।

କେମିତି ରହିବ ଏ ୩ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ? ପ୍ରମୁଖ ପ୍ରତିଦ୍ବନ୍ଦିତା କାହା କାହା ମଧ୍ୟରେ ହେବ? କିଏ ଏଠି ନିର୍ଣ୍ଣାୟକ ଭୂମିକା ନେବେ? ପଦ୍ମପୁର ଲୋକଙ୍କର ପ୍ରମୁଖ ପ୍ରସଙ୍ଗ କ’ଣ ହେବ? ଏ ବାବଦରେ ଆଲୋଚନା କରାଗଲେ, ପ୍ରଥମରୁ ବେଶ୍ ସ୍ପଷ୍ଟ ହୋଇଛି ଯେ, ପଦ୍ମପୁରରେ ତ୍ରିମୁଖୀ ଲଢ଼େଇ ହେବା ନିଶ୍ଚିତ। କଂଗ୍ରେସ ପ୍ରାର୍ଥୀଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବ। ସେହିପରି ଚାଷୀମାନେ ମଧ୍ୟ ଏହି ଉପନିର୍ବାଚନର ଫଳାଫଳକୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ବିଗତ ଦୁଇଟି ନିର୍ବାଚନ ୨୦୧୪ ଓ ୨୦୧୯ ର ଫଳାଫଳକୁ ଯଦି ତର୍ଜମା କରାଯାଏ, ତେବେ ବିଜେଡି ଓ ବିଜେପି ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିବା ବେଳେ କଂଗ୍ରେସର ଭୂମିକା ନିର୍ବାଚନ ର ଫଳକୁ ପ୍ରଭାବିତ କରିଥିଲା । ୧୯୫୧ ଠାରୁ ହୋଇଥିବା ସମସ୍ତ ନିର୍ବାଚନରେ ପଦ୍ମପୁରରେ କଂଗ୍ରେସର ବଡ଼ ଭୋଟବ୍ୟାଙ୍କ ଥିବା ପ୍ରମାଣିତ ହୋଇଛି। ତା ସାଙ୍ଗକୁ ଏହି ଅଞ୍ଚଳ ଚାଷୀ ବହୁଳ ହୋଇଥିବାରୁ ନିର୍ବାଚନ ରାଜନୀତି ମଧ୍ୟ ଚାଷୀମାନଙ୍କ ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଥାଏ।ଏହାକୁ ଆଖି ଆଗରେ ରଖି ବିଜେପି ଖେଳିଛି ଚାଷୀ କାର୍ଡ଼। ଚାଷୀଙ୍କ ସମସ୍ୟାକୁ ନେଇ ଆରମ୍ଭରୁ ବିଜେପି ସେମାନଙ୍କ ସହ ରହିଛି ବୋଲି ଜଣାଇବା ପାଇଁ ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜ ନାମାଙ୍କନ ଦାଖଲକୁ ସ୍ଥଗିତ ରଖିଛନ୍ତି । ଆନ୍ଦୋଳନରତ ଚାଷୀଙ୍କୁ ସମର୍ଥନ ଜଣାଇ ଏହି ନିଷ୍ପତ୍ତି ନେଇଛି ବିଜେପି । ସେହିପରି ପଦ୍ମପୁରକୁ ଏକ ଜିଲ୍ଲାର ମାନ୍ୟତା ଦେବା ପାଇଁ ଚାଲିଥିବା ଆନ୍ଦୋଳନରେ ସାମିଲ ହୋଇଛି ବିଜେଡି। ହଠାତ୍ ଏହି ଆନ୍ଦୋଳନରେ ବିଜେଡିର ନେତାମାନେ ସକ୍ରିୟ ହେବା ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି ।

ଧାମନଗର ଭଳି ପଦ୍ମପୁରରେ ମଧ୍ୟ ବିଜେଡି ନଜରରେ ମହିଳା। ଏହି କାର୍ଡ଼ ଖେଳିବାକୁ ଯାଇ ଦିବଂଗତ ବିଧାୟକଙ୍କ ଝିଅ ବର୍ଷା ସିଂ ବରିହାଙ୍କୁ ଟିକେଟ ଦେଇଛି ଶାସକ ଦଳ। ଅନୁକମ୍ପା ଭୋଟ ଓ ମହିଳା କାର୍ଡ଼ ଖେଳି ବିଜେଡି ବିରୋଧୀଙ୍କୁ ଅଡୁଆରେ ପକାଇବାକୁ ଉଦ୍ୟମ କରିଛି । ଆଗକୁ ବିଜେଡିର ମହିଳା କାର୍ଡ଼ ଓ ବିଜେପିର ଚାଷୀ କାର୍ଡ଼ ମଧ୍ୟରେ ଲଢ଼େଇ ହେବାର ସମ୍ଭାବନା ତିଆରି ହୋଇଛି ।

ଯଦିଓ ଏଠାରେ ଧାମନଗରର ରାଜୁ ଦାସଙ୍କ ଭଳି ବିଦ୍ରୋହୀ ପ୍ରାର୍ଥୀ ବିଜେଡି ବିରୋଧରେ ଠିଆ ହୋଇନାହାଁନ୍ତି, ମାତ୍ର ଚାଷୀ ମାନଙ୍କ ଆନ୍ଦୋଳନ ଶାସକ ଦଳକୁ ଅଡୁଆରେ ପକାଇବାର ସୁଯୋଗ ରହିଛି। ପଶ୍ଚିମ ଓଡ଼ିଶା ଚାଷୀ ସଂଗଠନ ଗୁଡ଼ିକ ଦ୍ୱାରା ମଧ୍ୟ ଶାସକ ଦଳ ବିରୋଧର ସମ୍ମୁଖୀନ ହେବାର ଆଶଙ୍କା ରହିଛି । ତେବେ ବିଜେଡିର ମହିଳା କାର୍ଡ଼ ବିଜେପିର ଚାଷୀ କାର୍ଡ଼ର ମୁକାବିଲା କରିପାରିବ ତ? ଧାମନଗର ଭଳି ଏଠାରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିଜେଡି ପ୍ରଚାର କାର୍ଯ୍ୟରେ ବ୍ୟବହାର କରିପାରିବ ତ? ଧାମନଗରରେ କଂଗ୍ରେସ ଭୋଟକୁ ହାତେଇଥିବା ବିଜେଡି ପଦ୍ମପୁରରେ କଂଗ୍ରେସର ଭୋଟ ନିଜ ସପକ୍ଷରେ ନେବା ସହଜ ହେବ କି? ବିଧାୟକଙ୍କ ପରିବାରର ସଦସ୍ୟଙ୍କୁ ଟିକେଟ ଦେବା ଶାସକ ଦଳର ଅନେକ ଆଶାୟୀଙ୍କୁ କ୍ଷୁବ୍ଧ କରିବ ନାହିଁ ତ?

ପୂର୍ବ ନିର୍ବାଚନ ଗୁଡ଼ିକର ଫଳାଫଳ କହୁଛି ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ଲଢ଼େଇ ହେବ। ଚାଷୀ ମାନଙ୍କ ସମସ୍ୟା ମଧ୍ୟ ଏଠାରେ ଯଥେଷ୍ଟ ଭାବେ ଭୋଟର ମାନଙ୍କୁ ପ୍ରଭାବିତ କରିବ । ଏପରିକି କଂଗ୍ରେସ ଯଦି ବ୍ରଜରାଜନଗର ଭଳି ଏଠାରେ ଏକାଠି ହୋଇ ଲଢ଼େଇ କରେ ଓ ନିଜ ଭୋଟକୁ ରଖିବାରେ ସକ୍ଷମ ହୁଏ ତେବେ ଶାସକ ବିଜେଡି ଓ ବିରୋଧୀ ବିଜେପି ଶେଷ ପର୍ଯ୍ୟନ୍ତ ନିଜର ନିଶ୍ଚିତ ବିଜୟ ନେଇ ଆଶାବାଦୀ ହୋଇପାରିବେ ନାହିଁ ।

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.