• About
  • Contact
Thursday, April 16, 2026
Thursday, April 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ପରିଚୟ ସଂକଟରେ ଓଡ଼ିଶା

ପରିଚୟ ସଂକଟରେ ଓଡ଼ିଶା
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୩ ଅକ୍ଟୋବର ୨୦୨୨

ଓଡ଼ିଶା ର ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ଙ୍କ ବୟାନକୁ ନେଇ ଏବେ ରାଜ୍ୟ ବ୍ୟାପୀ ଆଲୋଚନା ଓ ସମାଲୋଚନା। ମନ୍ତ୍ରୀ ମହୋଦୟ ବୟାନ ରଖିଲେ ଯେ, “ଆଗରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ପରିଚୟରେ ଓଡ଼ିଶା ଦେଶ ବିଦେଶରେ ପରିଚୟ ପାଉଥିଲା ଏବେ କିନ୍ତୁ କ୍ରମାଗତ ନିର୍ବାଚନ ଜିତି କ୍ଷମତାରେ ଥିବା ବିଜେଡି ର ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନାଁ ରେ ଓଡ଼ିଆ ଜାତି ଓ ଆମ ରାଜ୍ୟ ଓଡ଼ିଶା ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଛି” । ସତରେ କ’ଣ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ବଦଳରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବେ ଏ ଜାତିର ଏକମାତ୍ର ପରିଚୟ ?

ପୂର୍ବରୁ ଏମିତି ଏକ ବୟାନ ଦେଇଥିଲେ ବିଜେପି ର ଜଣେ ନେତ୍ରୀ । ସେ କହିଥିଲେ ଯେ, “ପୁରୀ କୁ ବାହାରର ଲୋକେ ଜାଣିନଥିଲେ ଏହା କେଉଁଠାରେ ଅବସ୍ଥିତ ବୋଲି, ମାତ୍ର ବିଜେପି ର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପୁରୀ ଲୋକସଭା କ୍ଷେତ୍ରରୁ ବିଜେପି ର ସାଂସଦ ପ୍ରାର୍ଥୀ ହେବାପରେ ସାରା ଭାରତରେ ଲୋକେ ଜାଣିଗଲେ ପୁରୀ ଓଡ଼ିଶା ରେ ବୋଲି” ଅର୍ଥାତ୍ ମହାପ୍ରଭୁଙ୍କ ଶ୍ରୀକ୍ଷେତ୍ର ର ପରିଚୟ ବଦଳିଯାଇ ସମ୍ବିତ ପାତ୍ରଙ୍କ ପାଇଁ ନୂଆ ପରିଚୟ ପାଇଛି ପୁରୀ । ଏ ଦୁଇଟି ଯାକ ବୟାନ ମନ୍ତ୍ରୀ ପ୍ରତାପ ଦେବ ଙ୍କର ହେଉ ଅବା ବିଜେପି ନେତ୍ରୀଙ୍କର ହେଉ ଏହା ଏବେ କେତେ ଦୂର ଗ୍ରହଣ ଯୋଗ୍ୟ ହେବ ଓଡ଼ିଆ ଜାତି ପାଇଁ ତାହା ଚିନ୍ତା କରିବାର କଥା ।ଏଭଳି ରାଜନୈତିକ ଓ ଶସ୍ତା ବୟାନ ବାଜି ଓଡ଼ିଆ ଜାତିର ପରିଚୟକୁ ସଂକଟରେ ପକାଇ ଦେଇଛି । ଆପଣ ମାନେ ଭାବନ୍ତୁ ତ.. ପ୍ରକୃତରେ ଓଡ଼ିଶା ଓ ଓଡ଼ିଆ ମାନଙ୍କ ପରିଚୟ କ’ଣ ଗୋଟିଏ ଗୋଟିଏ ରାଜନୈତିକ ଦଳର ନେତା ହୋଇପାରିବେ ? ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଠାରୁ ଏହି ନେତା ମାନଙ୍କର ପରିଚୟରେ ଖୁସି ହେବାକୁ ଓଡ଼ିଶାର ଜନସାଧାରଣ ଚାହିଁବେ କି ? ସମ୍ବିତ ପାତ୍ର ଓ ନବୀନ ପଟ୍ଟନାୟକ ଙ୍କ ପରିଚୟରେ ଜଣେ ଓଡ଼ିଆ ନିଜକୁ ଗର୍ବିତ ମନେ କରିବ କି ?

ଓଡ଼ିଶାର ଜଣେ ଶିଳ୍ପଦ୍ୟୋଗୀ ଜର୍ମାନୀ ବୁଲିବାକୁ ଯାଇଥିବା ବେଳେ ସେହି ଦେଶର ଜଣେ ମହିଳା ଓଡ଼ିଶାର ଶିଳ୍ପଦ୍ୟୋଗୀଙ୍କୁ ଓଡ଼ିଶାର ଜାଣିବାପରେ ନିଜ ଘରକୁ ନିମନ୍ତ୍ରଣ କରିଥିଲେ ଓ ହିଟଲର ଙ୍କ ସମୟରୁ ଓଡ଼ିଶାର ପରିଚୟ ଜର୍ମାନୀ ବାସୀ ଜାଣିଥିବା କଥା କହିଥିଲେ ବୋଲି ଏହି ଶିଳ୍ପଦ୍ୟୋଗୀ ନିଜର ଲିଖିତ ସ୍ତମ୍ଭରେ ଉଲ୍ଲେଖ କରିଥିଲେ । ଏହାର ଅର୍ଥ ହେଉଛି ୨ୟ ବିଶ୍ୱଯୁଦ୍ଧ ସମୟରେ ମଧ୍ୟ ବିଶ୍ୱରେ ଓଡ଼ିଶାର ପରିଚୟ ତିଆରି ହୋଇଥିଲା ।

ଇତିହାସରେ ଓଡ଼ିଶାର ଆଉ ଏକ ପରିଚୟ ହେଉଛି ଭାରତର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ । ଓଡ଼ିଆ ଭାଷାକୁ ନେଇ ୧୯୩୬ ମସିହାରେ ଗଠିତ ହୋଇଥିଲା ଓଡ଼ିଶା ପ୍ରଦେଶ। ସେହିପରି ଓଡ଼ିଶାର ଅନ୍ୟ ଏକ ପରିଚୟ ହେଉଛି ଭାରତ ବର୍ଷର ୩୦ ପ୍ରତିଶତରୁ ଅଧିକ ଲୁହାପଥର, ୯୪ ପ୍ରତିଶତରୁ ଅଧିକ କ୍ରୋମାଇଟ୍, ୯୨ ପ୍ରତିଶତ ନିକେଲ, ୫୧ ପ୍ରତିଶତ ବକ୍ସାଇଟ୍, ୪୩ ପ୍ରତିଶତ ମାଙ୍ଗାନିଜ ଓ ୨୪ ପ୍ରତିଶତ କୋଇଲା ଗଚ୍ଛିତ ଥିବା ରାଜ୍ୟ । ଖଣି କ୍ଷେତ୍ରରୁ ଦେଶକୁ ସମୃଦ୍ଧ କରୁଥିବା ରାଜ୍ୟ ହେଉଛି ଓଡ଼ିଶା । ଏହା ବ୍ୟତୀତ ଓଡ଼ିଶାର ଆଉ ଏକ ପରିଚୟ ହେଉଛି ଭାରତ ବର୍ଷର ଆତ୍ମା ବୋଲି କୁହାଯାଏ ଓଡ଼ିଶାକୁ । ଦେଶର ସଂସ୍କୃତି ଓ ଐତିହ୍ୟ ସମ୍ପନ୍ନ ରାଜ୍ୟ ଭାବେ ସମସ୍ତେ ଜାଣନ୍ତି ଓଡ଼ିଶାକୁ । ପର୍ଯ୍ୟାପ୍ତ ବେଳାଭୂମି ଓ ପର୍ଯ୍ୟଟନକ୍ଷେତ୍ର ଥିବା ଯୋଗୁଁ ବର୍ତ୍ତମାନ ଓଡ଼ିଶା ସରକାରଙ୍କ ଟ୍ୟାଗଲାଇନ ହେଉଛି “India’s Best Kept Secret” ।

ସର୍ବୋପରି ଓଡ଼ିଶାର ସବୁଠାରୁ ଶ୍ରେଷ୍ଠ ପରିଚୟ ହେଉଛନ୍ତି ନିଜେ “ମହାପ୍ରଭୁ ଶ୍ରୀଜଗନ୍ନାଥ” । ଓଡ଼ିଶାର ଇତିହାସ, କଳା, ସଂସ୍କୃତି ଓ ଚାଲିଚଳଣୀ ମହାପ୍ରଭୁଙ୍କ ପରିଚୟ ବିନା ସମ୍ପୂର୍ଣ୍ଣ ନୁହେଁ । ସାରା ବିଶ୍ୱରେ ଓଡ଼ିଶା ଓ ପ୍ରତିଟି ଓଡ଼ିଆର ଗର୍ବ ଓ ଗୌରବ ହେଉଛନ୍ତି “ମହାପ୍ରଭୁ ଶ୍ରୀଜଗନ୍ନାଥ” । ଏହାଠାରୁ ଭିନ୍ନ କିମ୍ବା ଅଧିକ କିଛି ପରିଚୟର ଆବଶ୍ୟକ କରେକି ଓଡ଼ିଶା?

ମନ୍ତ୍ରୀମଣ୍ଡଳରୁ ବେଶ୍ କିଛିଦିନ ବାହାରେ ରହିବା ପରେ ପ୍ରତାପ ଦେବ ଏବେ ମନ୍ତ୍ରୀମଣ୍ଡଳକୁ ଫେରିଛନ୍ତି । ତେଣୁ ତାଙ୍କର ଏଭଳି ବୟାନ “ମହାପ୍ରଭୁ ଜଗନ୍ନାଥଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଓଡ଼ିଶାର ପରିଚୟ ” ତାହା କେଉଁ ଉଦ୍ଦେଶ୍ୟରେ ଆପଣମାନେ ବୁଝିବାକୁ ଚେଷ୍ଟା କରନ୍ତୁ । କେବଳ ପ୍ରତାପ ଦେବ ନୁହଁନ୍ତି ଆଉଜଣେ ବିଜେଡିର ବରିଷ୍ଠ ନେତା ମଧ୍ୟ କହିଥିଲେ “ବିଜେଡିରେ ସମସ୍ତେ ନବୀନ ବାବୁଙ୍କର ଚାକର” । ସେ କଥା ମଧ୍ୟ ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତି ବିଶେଷ ଭୁଲିନଥିବେ ।

ମନ୍ତ୍ରୀ ପ୍ରତାପ ଦେବ ହୁଅନ୍ତୁ ଅବା ସେହି ବିଜେପି ନେତ୍ରୀ ଉଭୟ କ୍ଷମତା ପାଇବା ପାଇଁ ମହାପ୍ରଭୁଙ୍କ ସ୍ଥାନରେ ନବୀନ ପଟ୍ଟନାୟକ ଓ ସମ୍ବିତ ପାତ୍ରଙ୍କୁ ଓଡ଼ିଶା ଓ ପୁରୀର ପରିଚୟ କହିବା କେତେଦୂର ଗ୍ରହଣୀୟ ? ଯଦି ଏମାନଙ୍କ ଯୁକ୍ତିକୁ ଗ୍ରହଣ କରାଯାଏ ତେବେ ସର୍ବାଧିକ ଥର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହୋଇଥିବା ଜ୍ୟୋତି ବସୁ, ସିକିମ୍ ମୁଖ୍ୟମନ୍ତ୍ରୀ ହୋଇଥିବା ପୱନ୍ ଚାମଲିଙ୍ଗ, ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ହୋଇଥିବା ଗେଗଙ୍ଗ ଅପାଙ୍ଗ କଣ ସେହି ରାଜ୍ୟର ପରିଚୟ ? ଏବେ ଓଡ଼ିଶାବାସୀ ଚିନ୍ତା କରନ୍ତୁ ଓଡ଼ିଶାର ଗୌରବମୟ ଇତିହାସ, ପ୍ରାକୃତିକ ସମ୍ପଦ ଭରା ରାଜ୍ୟ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିଚୟ ନେଇ ଗର୍ବ ଅନୁଭବ କରିବେ ନା ଲମ୍ବା ସମୟ ଧରି ନିର୍ବାଚନ ଜିତୁଥିବା ନେତାଙ୍କ ନାଁ ରେ ନୂଆ ପରିଚୟ ତିଆରି କରିବେ ?

Nirvik Bureau

Nirvik Bureau

Related Posts

ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?
Politics

ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?

by Nirvik Bureau
April 9, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୯ ଏପ୍ରିଲ, ୨୦୨୬ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି ଡ. ସସ୍ମିତ୍ ପାତ୍ର। ଦଳ ସଭାପତି ନବୀନ...

Read more
ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !

ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !

April 4, 2026
ଷଡ଼ଙ୍ଗୀ ବାବୁ : ଲୋକସେବା ଭବନର ନୂଆ ପାଣ୍ଡିଆନ ?

ଷଡ଼ଙ୍ଗୀ ବାବୁ : ଲୋକସେବା ଭବନର ନୂଆ ପାଣ୍ଡିଆନ ?

March 28, 2026
ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…

ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…

March 17, 2026
ଘୋଡ଼ା ବେପାରକୁ ସ୍ୱୀକୃତି !

ଘୋଡ଼ା ବେପାରକୁ ସ୍ୱୀକୃତି !

March 14, 2026
ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

March 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.