• About
  • Contact
Saturday, February 14, 2026
Saturday, February 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ପଶିଲା ଇଡି … ଧରିବ ତ ?

ପଶିଲା ଇଡି … ଧରିବ ତ ?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୩ ନଭେମ୍ବର ୨୦୨୨

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ୍ ମାମଲାରେ ପର୍ଦ୍ଦାଫାଶ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବକ୍ତବ୍ୟ ପରେ ଏବେ ଓଡ଼ିଶାର ରାଜନୈତିକ ମହଲରେ ଇଡିକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଥିଲା । ଏତିକିବେଳେ ଇଡିର ୬ ଜଣିଆ ଟିମ୍ ବିଭିନ୍ନ ଦିଗକୁ ନେଇ ଖୋଳତାଡ଼ ଆରମ୍ଭ କରିଛି । ଅର୍ଚ୍ଚନା କିଭଳି କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି ଓ କେଉଁମାନଙ୍କ ସୂତ୍ରରୁ ଏତେ ଅର୍ଥ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଆସିଛି ଏନେଇ କିଛି ତଥ୍ୟ ଇଡି ହାତରେ ଲାଗିଥିବା ସୂଚନା ମିଳିଛି । ଅନ୍ୟ ପକ୍ଷରେ ଇଡିର ତଦନ୍ତ ଆରମ୍ଭ ହେବାପରେ ରାଜନୈତିକ ବ୍ୟକ୍ତି ବିଶେଷ ମାନଙ୍କ ମଧ୍ୟରେ ଛନକା ପଶିଛି । ଅର୍ଚ୍ଚନା ଓ ରାଜନେତାଙ୍କ ମଧ୍ୟରେ ଥିବା ସଂପର୍କର ଝଡ଼ ଥମିନଥିବା ବେଳେ ଇଡିର ତଦନ୍ତ ଆରମ୍ଭ ହେବା ଏବେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆଣିପାରେ ।

ଏହି ମାମଲାରେ ଇଡି ତଦନ୍ତ ଆଗକୁ ବଢ଼ିବ କିପରି ? ଶାସକ ଦଳ ବିଜେଡି ଓ ବିରୋଧୀ ଦଳ ବିଜେପିର ନେତାଙ୍କ ସମ୍ପୃକ୍ତି ଥିବାର ସମସ୍ତ ତଥ୍ୟ ଇଡି ସାର୍ବଜନୀନ କରିବ କି ? ଅର୍ଚ୍ଚନା ସହ ଆର୍ଥିକ କାରବାରରେ ସମ୍ପୃକ୍ତି ଥିବା ନେତା ମାନଙ୍କ ନାଁ ସାମ୍ନାକୁ ଆଣିବକି ଇଡି ? ଏଭଳି ପ୍ରଶ୍ନ ମଧ୍ୟ ଏବେ ଉଠିବା ସ୍ୱାଭାବିକ । ଯଦିଓ ଗତ ୮ ବର୍ଷ ଭିତରେ ଇଡିର ତଦନ୍ତ ହାରକୁ ଦେଖାଯାଏ ତେବେ ବିଜେପି ସରକାର କେନ୍ଦ୍ରରେ ଆସିବା ପରେ ୯୯,୩୫୬ କୋଟି ଟଙ୍କା ଜବତ କରିବା ସହ ୮୮୮ ଟି କେଶ୍ ର ଚାର୍ଜସିଟି ଦେଇଛି ଏହି ତଦନ୍ତକାରୀ ସଂସ୍ଥା । ଅଭିଯୁକ୍ତଙ୍କ ମଧ୍ୟରୁ ୨୩ ଜଣକୁ ଦୋଷୀ ସାବ୍ୟସ୍ତ କରିପାରିଛି ଇଡି । FEMA ଅନୁଯାୟୀ ମାର୍ଚ୍ଚ ୩୧, ୨୦୨୨ସୁଦ୍ଧା ଇଡି ୩୦,୭୧୬ ଟି କେଶ୍ ତଦନ୍ତ ପରିସରଭୁକ୍ତ କରିଥିବା ବେଳେ ୮,୧୦୯ଟି କେଶ୍ ରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ଏହି ସମୟ ମଧ୍ୟରେ କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ ୬,୪୭୨ଟି ମାମଲାରେ ୮,୧୩୦କୋଟି ଜରିମାନା ଆଦାୟ ସହିତ ୭,୦୮୦ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି । ସେହିପରି PMLA ଅନୁଯାୟୀ ୧ ଲକ୍ଷ କୋଟିରୁ ଅଧିକ ପରିମାଣର ଅର୍ଥ ଜବତ ହେବା ସହ ୯୯୨ଟି କେଶ୍ ରୁ ୮୬୯ କୋଟି ଟଙ୍କାର ସମ୍ପତ୍ତି ବ୍ୟାଜାପ୍ତି କରିବା ସହ ୨୩ ଜଣକୁ ଦୋଷୀ ସାବ୍ୟସ୍ତ କରିବାରେ ସକ୍ଷମ ହୋଇଛି ଇଡି । ସାମଗ୍ରିକ ଭାବରେ ଇଡି ତଦନ୍ତର ମାମଲା ସଂଖ୍ୟା ୨୦୧୪-୧୫ ରେ ୧,୦୯୩ ଥିବା ବେଳେ ୨୦୨୧-୨୨ ରେ ଏହି ସଂଖ୍ୟା ଆସି ପହଂଚିଛି ୫,୪୩୯ରେ ଅର୍ଥାତ୍ ଗତ ୮ବର୍ଷର ତଦନ୍ତ ହୋଇଥିବା ମାମଲାର ପରିମାଣ ୫ ଗୁଣ ବଢ଼ିଛି ।

ଇଡି ତଦନ୍ତ କରୁଥିବା ମାମଲା ମଧ୍ୟରେ ନ୍ୟାସନାଲ ହେରାଲଡ ମାମଲା, ଭୂପିନ୍ଦର ସିଂ ହନି ମାମଲା, ଆଇ ଏ ଏସ୍ ପୂଜା ସିଂଘଲ ମାମଲା, ପଶ୍ଚିମବଙ୍ଗର ଶିକ୍ଷକ ନିଯୁକ୍ତି ମାମଲା, ଦିଲ୍ଲୀର ସତ୍ୟେନ୍ଦ୍ର ଜୈନ ମାମଲା,କାର୍ତ୍ତି ଚିଦାମ୍ବରମ୍ ମାମଲା, ମହାରାଷ୍ଟ୍ରର ପତ୍ରଚାଲ ସ୍କାମ୍ ମାମଲା ଆଦି ଅନେକ ଗୁରୁତ୍ୱପୁର୍ଣ୍ଣ ମାମଲା ରହିଛି । କଂଗ୍ରେସ, ଟି ଏମ୍ ସି, ଜେ ଏମ୍ ଏମ୍, ଏନ୍ ସି ପି, ଶିବସେନା ଓ ଆପ୍ ଆଦି ରାଜନୈତିକ ଦଳର ବହୁ ନେତା ଏବେ ମଧ୍ୟ ଇଡିର ଅନେକ ମାମଲାରେ ଛନ୍ଦି ହୋଇ ପଡ଼ିଛନ୍ତି । ରାଜନୈତିକ ଦୃଷ୍ଟି କୋଣରୁ ମଧ୍ୟ କିଛି ରାଜନୈତିକ ଦଳ ଓ ନେତାମାନେ ଇଡି ଭୟରେ ଚୁପ୍ ବସି ଯାଇଛନ୍ତି ।

ତେଣୁ ଏପରି ସମୟରେ ଓଡ଼ିଶାର ଅର୍ଚ୍ଚନା ନାଗ୍ ମାମଲାର ତଦନ୍ତ ଇଡି ହାତକୁ ନେବା ଦ୍ୱାରା ଆଶଙ୍କା ସୃଷ୍ଟି ହୋଇଛି । କଂଗ୍ରେସ, ଟି ଏମ୍ ସି, ଜେ ଏମ୍ ଏମ୍, ଏନ୍ ସି ପି, ଶିବସେନା ଓ ଆପ୍ ଭଳି ବିଜେଡି ପ୍ରତି ଇଡିର ଆଭିମୁଖ୍ୟ ସମାନ ରହିବ ତ ? ଯଦି ବିଜେଡି, ବିଜେପି ନେତାଙ୍କ ସମ୍ପୃକ୍ତି ଥିବାର ପ୍ରମାଣ ଇଡି ପାଏ, ତେବେ ସେମାନଙ୍କୁ ସମନ କରିବ କି ଇଡି ? ଏପରିକି ଅର୍ଚ୍ଚନା ନାଗ୍ ଙ୍କ ସହ କେଉଁ କେଉଁ ଦଳର ନେତାଙ୍କ ଆର୍ଥିକ କାରବାର ଥିଲା ଓ କେଉଁ ଆକାଉଣ୍ଟରୁ ଅର୍ଚ୍ଚନା ନାଗ୍ ର ଆକାଉଣ୍ଟକୁ ଟଙ୍କା ଯାଉଥିଲା ତାର ପ୍ରମାଣ ଉପସ୍ଥାପିତ କରିବା ଇଡି ପାଇଁ ସହଜ ହେବ ତ ? ପୂର୍ବରୁ ଚିଟଫଣ୍ଡ ଦୁର୍ନୀତିରେ ଜଡ଼ିତ ବିଜେଡି ନେତାଙ୍କ ବାବଦରେ ସିବିଆଇର ତଦନ୍ତ ଭଳି ଏହି ମାମଲାରେ ମଧ୍ୟ ଇଡି ତଦନ୍ତ କେବଳ ଗଣମାଧ୍ୟମର ଖବର ଭିତରେ ସୀମିତ ହୋଇ ଅଟକି ଯିବନି ତ ?

 

Nirvik Bureau

Nirvik Bureau

Related Posts

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…
Politics

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

by Nirvik Bureau
February 6, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ,୬ ଫେବୃଆରୀ ୨୦୨୬ ନୂଆପଡ଼ାର ଉପ ନିର୍ବାଚନର ଫଳାଫଳକୁ ନେଇ ଓଡ଼ିଶା ରାଜନୀତିରେ ଘଣ୍ଟା ଚକଟା ଚାଲିଥିବା ବେଳେ ଚର୍ଚ୍ଚାର ପରିସରକୁ ଧସେଇ ପଶିଛି...

Read more
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
ନୂଆବର୍ଷ ୨୦୨୬ : କାହା ପାଇଁ କେମିତି …

ନୂଆବର୍ଷ ୨୦୨୬ : କାହା ପାଇଁ କେମିତି …

January 10, 2026
ଜଗାଙ୍କୁ ବାନ୍ଧିଲେ, ଲଳିତଙ୍କୁ ଛାଡ଼ିଲେ : ଇଏ କି ବିଚିତ୍ର ନୀତି!

ଜଗାଙ୍କୁ ବାନ୍ଧିଲେ, ଲଳିତଙ୍କୁ ଛାଡ଼ିଲେ : ଇଏ କି ବିଚିତ୍ର ନୀତି!

January 7, 2026
ବିଧାୟକଙ୍କ ଦରମା : କଭି ଖୁସି କଭି ଗମ୍…

ବିଧାୟକଙ୍କ ଦରମା : କଭି ଖୁସି କଭି ଗମ୍…

December 25, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.