• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ପୁଣି ଫେରିଲା ଘର କଳି

ପୁଣି ଫେରିଲା ଘର କଳି
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୮ ଅପ୍ରେଲ ୨୦୨୩

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଓଡ଼ିଶା ଗସ୍ତ ପରେ ଏବେ ଆବାସ ଯୋଜନାକୁ ନେଇ ଲଢ଼େଇ ବିଜେପି ଓ ବିଜେଡି ମଧ୍ୟରେ ଜୋର ଧରିଛି । ଓଡ଼ିଶା ଗସ୍ତରେ ଆସିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ରାଜ୍ୟ ସରକାରଙ୍କ ଆବାସ ବଣ୍ଟନରେ ଦୁର୍ନୀତି ହେଉଛି ବୋଲି ଗଣମାଧ୍ୟମରେ ବୟାନ ରଖିଥିଲେ। ଏପରିକି ଓଡ଼ିଶାକୁ ମଞ୍ଜୁରୀ ମିଳିଥିବା ଘର ସଂଖ୍ୟାରୁ ବହୁ ସ୍ଥାନରେ ଆବଶ୍ୟକ କରୁଥିବା ଲୋକଙ୍କୁ ଘର ଦିଆଯାଇ ପାରିନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କର ଏହି ବୟାନ ଶୁଣିବା ପରେ ରାଜ୍ୟ ବିଜେପିର ନେତାମାନେ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି । କିଛି ଦିନ ଆଗରୁ ଆବାସ ଯୋଜନାକୁ ନେଇ ମୁହାଁମୁହିଁ ହୋଇଥିବା ବିଜେଡି ଓ ବିଜେପି ନେତାମାନେ ଏବେ ପୁଣି ଏହି ପ୍ରସଙ୍ଗରେ ପରସ୍ପରକୁ ସମାଲୋଚନା ଆରମ୍ଭ କରିଛନ୍ତି ।

ଯଦି ଯୋଗ୍ୟ ହିତାଧିକାରୀମାନେ ଘର ନ ପାଆନ୍ତି, ତେବେ ବିଜେପି ରାଜ୍ୟ ସରକାରଙ୍କ ବିରୋଧରେ ପୁନର୍ବାର ଜୋରଦାର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି । ଅନ୍ୟ ପକ୍ଷରେ କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ ପରେ ରାଜ୍ୟ ପଂଚାୟତିରାଜ ରାଜ ମନ୍ତ୍ରୀ ପ୍ରଦୀପ ଅମାତ ନିଜର ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ରସରକାରଙ୍କ ଭୁଲ ନୀତି ଯୋଗୁ ଅନେକ ଯୋଗ୍ୟ ଲୋକ ଘର ପାଇବାରୁ ବଂଚିତ ହୋଇଛନ୍ତି ବୋଲି ସେ କହିଛନ୍ତି । ରାଜ୍ୟକୁ ସାଢ଼େ ୯ ଲକ୍ଷ ଘର ଆବଣ୍ଟନ ପାଇଁ କେନ୍ଦ୍ରସରକାର ମଂଜୁରୀ ଦେଇଛନ୍ତି । ତେବେ ୧୫ ଲକ୍ଷ ହିତାଧିକାରୀଙ୍କୁ ଘର ଦେବାପାଇଁ ରାଜ୍ୟସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି ବୋଲି ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ କହିଛନ୍ତି। ଆଗାମୀ ଅଗଷ୍ଟ ମାସ ଶେଷ ସୁଦ୍ଧା ସମସ୍ତଙ୍କୁ ଘର ବଣ୍ଟନ କରାଯିବ ବୋଲି ସେ କହିବା ସହ ରାଜ୍ୟ ସରକାର ସମସ୍ତଙ୍କୁ ଘର ଯୋଗାଇବା ପାଇଁ ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି । ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଣ ପ୍ରକ୍ରିୟାରୁ ବାଦ୍ ଦେବାକୁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି ବୋଲି ମନ୍ତ୍ରୀ କହିବା ସହ ଆଗରୁ ଅଯୋଗ୍ୟ ଲୋକଙ୍କୁ ଘର ଦିଆଯାଇଛି ବୋଲି ପରୋକ୍ଷରେ ସ୍ୱୀକାର କରିଛନ୍ତି ।

ବେଶ୍ କିଛି ଦିନର ନିରବତା ପରେ ଆବାସ ଯୋଜନା ବାବଦରେ ଦୁଇ ଦଳ ମୁହାଁମୁହିଁ ହେବା ରାଜ୍ୟ ରାଜନୀତିକୁ ସରଗରମ କରିଛି । ଆଗରୁ ମଧ୍ୟ ଏହି ଘର କଳି ଯୋଗୁଁ ଓଡ଼ିଶାକୁ ଆବାସ ବାବଦ କୋଟା ବନ୍ଦ ହୋଇଯାଇଥିଲା । ଘର ବଣ୍ଟନରେ ଦୁର୍ନୀତି ଅଭିଯୋଗ ଆଣି ବିଜେପିର ସାଂସଦ ମାନେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ସାକ୍ଷାତ କରିବା ପରେ ଏହି ଆବାସ ବଣ୍ଟନ ଯୋଜନା ଏକ ପ୍ରକାର ଅଧାରେ ଅଟକି ରହିଥିଲା । ଏପରିକି ଘର ଯୋଗାଣରେ ଦୁର୍ନୀତିର ତଦନ୍ତ କରିବାକୁ କେନ୍ଦ୍ରସରକାର ଏକ ତଦନ୍ତକାରୀ ଟିମ୍ ମଧ୍ୟ ଓଡ଼ିଶାକୁ ପଠାଇଥିଲେ । ଏହି ଟିମ୍ ର ରିପୋର୍ଟ ଆଧାରରେ ଆବାସ ଯୋଜନାରେ ଅଧିକ ଘର ଯୋଗାଣ ପ୍ରକ୍ରିୟାରେ ଓଡ଼ିଶାକୁ ଆଉ ଘର ମଞ୍ଜୁରୀ ମିଳିନଥିଲା ।

ପୁନର୍ବାର ଓଡ଼ିଶା ସରକାରଙ୍କ ଅନୁରୋଧ ପରେ କେନ୍ଦ୍ରସରକାର ଆବାସ ଯୋଜନାରେ ଘର ଯୋଗାଇ ଦେଇଛନ୍ତି । ତେବେ ଆଗକୁ ନିର୍ବାଚନ ଆସୁଥିବାରୁ ଆବାସ ଯୋଜନା ନେଇ ଥିବା ବିବାଦ ଅଧିକ ହୋଇପାରେ । ଶାସକ ଦଳର ଘର ଯୋଗାଣରେ ଅନିୟମିତତାକୁ ପ୍ରସଙ୍ଗ କରିବ ବିଜେପି ଓ ଏହି ପ୍ରକ୍ରିୟାକୁ ବିଳମ୍ବ କରିପାରେ ବୋଲି ଆକଳନ କରାଯାଉଛି । ଅନ୍ୟ ପକ୍ଷରେ ଶାସକ ଦଳ ଚେଷ୍ଟା କରିବ ନିଜର ସମର୍ଥକମାନଙ୍କୁ ଏହି ଯୋଜନାରେ କେତେ ଅଧିକ ଘର ଶୀଘ୍ର ଆବଣ୍ଟନ କରାଯାଇପାରିବ । ଗ୍ରାମାଞ୍ଚଳର ଆବାସ ଯୋଜନାକୁ ନେଇ ସାଧାରଣ ଲୋକ ଉତ୍ସାହୀ ହୋଇ ଥିବା ବେଳେ ଦୁଇ ଦଳ ଏହି ବିବାଦରେ ଲିପ୍ତ ରହିଲେ, ଘର ପାଇବାରୁ ଅନେକ ଯୋଗ୍ୟ ହିତାଧିକାରୀ ବଂଚିତ ହେବେ।

କେନ୍ଦ୍ରମନ୍ତ୍ରୀଙ୍କ ଆବାସ ଯୋଜନାରେ ରାଜ୍ୟସରକାରଙ୍କ ସମାଲୋଚନା ଓ ରାଜ୍ୟରେ କ୍ଷମତାରେ ଥିବା ସରକାର ଶାସକ ବିଜେଡିର ଆଭିମୁଖ୍ୟ ଏହା ସ୍ପଷ୍ଟ କରୁଛି ଯେ, ଏହି ଯୋଜନାକୁ ନେଇ ଆଗକୁ ଆହୁରି ବାଦବିବାଦ ବଢ଼ିବ ଓ ଯୋଗ୍ୟ, ଅଯୋଗ୍ୟ ଲଢ଼େଇ ନେଇ ବହୁ ଲୋକ ଘର ଖଣ୍ଡିଏ ପାଇବାରୁ ବଂଚିତ ହେବେ ।

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.