• About
  • Contact
Tuesday, August 18, 2026
Tuesday, August 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ପୂର୍ବରୁ ପଶ୍ଚିମ : ବିଜେଡିର କ୍ଷମତା ସନ୍ତୁଳନ

ପୂର୍ବରୁ ପଶ୍ଚିମ : ବିଜେଡିର  କ୍ଷମତା ସନ୍ତୁଳନ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୦ ଅକ୍ଟୋବର ୨୦୨୨

ପ୍ରଥମେ ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତି ପରେ ଏବେ ବିଭିନ୍ନ ନିଗମର ଅଧ୍ୟକ୍ଷ, ରାଜ୍ୟ ଯୋଜନା ବୋର୍ଡ଼ର ସଦସ୍ୟ ଓ ଆଉ କିଛି ନେତାଙ୍କୁ ଉପଦେଷ୍ଟା ପଦବୀରେ ଅବସ୍ଥାପିତ କରିଛି ଶାସକ ବିଜେଡି । ପାଖାପାଖି ୩୬ଜଣ ନେତାଙ୍କୁ ଦଳ ପକ୍ଷରୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରିବା ସହ ଦଳ ଭିତରର ଅସନ୍ତୋଷକୁ ଦୂର କରିବାର ପ୍ରୟାସ କରିଛି ଶାସକ ବିଜୁ ଜନତା ଦଳ । ଗଞ୍ଜାମର ବରିଷ୍ଠ ନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ଭୁବନେଶ୍ୱରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ସହ ଯୋଜନା ବୋର୍ଡ଼ ର ସଦସ୍ୟ କରି ସନ୍ତୁଷ୍ଟ କରିବାକୁ ଚେଷ୍ଠା କରିଛି ଦଳ । ଏହା ପୂର୍ବରୁ ମନ୍ତ୍ରୀ ମଣ୍ଡଳରୁ ବାଦ ପଡ଼ିଥିବା ଅରୁଣ ସାହୁ, ଦିବ୍ୟ ଶଙ୍କର ମିଶ୍ର, ସୁଶାନ୍ତ ସିଂ ଆଦି ନେତାଙ୍କୁ ମଧ୍ୟ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି କରିବା ସହ ଆଉ କେତେକ ନେତାଙ୍କୁ ଦୁଇ ଦୁଇଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ମଧ୍ୟ ଦିଆଯାଇଛି । ଏସବୁ ନିଯୁକ୍ତିକୁ ଯଦି ତର୍ଜମା କରାଯାଏ, ତେବେ କଂଗ୍ରେସ ଓ ବିଜେପି ଭଳି ରାଜନୈତିକ ଦଳ ଠାରୁ ଦଳୀୟ ଅସନ୍ତୋଷକୁ ପ୍ରଶମିତ କରିବାରେ ଆଗରେ ରହିଛି ବିଜେଡି । ବର୍ଷ ସାରା ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ ଜାରି ରଖିବା ସହ ଦଳ ଭିତରେ ବରିଷ୍ଠ-କନିଷ୍ଠ ସମନ୍ୱୟକୁ ଗୁରୁତ୍ୱ ଦେଉଛି ବିଜେଡି । ନେତା ଓ କର୍ମୀଙ୍କ ଭିତରେ ପୁଣିଥରେ ଉତ୍ସାହ ଭରିବା ପାଇଁ ଦଳ ତରଫରୁ ଆରମ୍ଭ ହୋଇଛି ପଦଯାତ୍ରା । ଗୋଟିଏ ଗୁଳିରେ ଦୁଇଟି ଶିକାର ଭଳି ପଦଯାତ୍ରା ମାଧ୍ୟମରେ କର୍ମୀଙ୍କୁ ଏକାଠି କରିବା ଓ ଅସନ୍ତୁଷ୍ଟ ନେତାଙ୍କୁ ନିଯୁକ୍ତି ଦେଇ ୨୦୨୪ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ ଥିବା କଥା ପରୋକ୍ଷରେ ସୂଚାଇ ଦେଇଛି ।

ସେହିପରି ନିଗମ ଅଧ୍ୟକ୍ଷ ତାଲିକାକୁ ଯଦି ବିଶ୍ଳେଷଣ କରାଯାଏ ତେବେ ସେଥିରେ ସ୍ଥାନ ପାଇଥିବା ବଲାଙ୍ଗିର ର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ,ବରଗଡ଼ର ପ୍ରଭାତ ଆଦିତ୍ୟ ମିଶ୍ର ଆଦି ନେତାଙ୍କୁ ମଧ୍ୟ ଦଳ ଅଣଦେଖା କରୁନାହିଁ ବୋଲି ଏକ ସଙ୍କେତ ଦେବାକୁ ଚେଷ୍ଟା କରିଛି । ପଶ୍ଚିମ ଓଡ଼ିଶାରୁ ବିଜେଡିର ପ୍ରଭାବଶାଳୀ ନେତା ବୋଲି କୁହାଯାଉଥିବା ସୁଶାନ୍ତ ସିଂ ଙ୍କୁ ଚେକ୍ ଦେବାପାଇଁ ଦଳ ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ନେଇଛି । ମନ୍ତ୍ରୀ ଟୁକୁନି ସାହୁ ଓ ଶ୍ରୀମୟୀ ମିଶ୍ରଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି ବୋଲି ଯେଉଁ ଅଭିଯୋଗ ହେଉଥିଲା ତାକୁ ଚାପିଦେବାକୁ ଯାଇ ବଲାଙ୍ଗିର ରାଜପରିବାର ସଦସ୍ୟ ତଥା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କୁ ମଧ୍ୟ ଓଡ଼ିଶା ହାଉସିଂ ବୋର୍ଡ଼ ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି । ଯେହେତୁ ଗତ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେପି ଲୋକସଭାରେ ଭଲ ପ୍ରଦର୍ଶନ କରିଥିଲା ତେଣୁ ପଶ୍ଚିମ ଓଡ଼ିଶା ସଂଗଠନକୁ ମଜବୁତ୍ କରିବା ବିଜେଡିର ବଡ଼ ଆବଶ୍ୟକତା । ପୂର୍ବରୁ ଦଳ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଦାୟିତ୍ୱ ଦେଇଛି ଅବସର ପ୍ରାପ୍ତ ପ୍ରଶାସକ ଅସିତ୍ ତ୍ରିପାଠୀଙ୍କୁ । ମାତ୍ର ଅସିତ୍ ତ୍ରିପାଠୀ, ସୁଶାନ୍ତ ସିଂ, ଟୁକୁନି ସାହୁ, ଶ୍ରୀମୟୀ ମିଶ୍ର ଆଦିଙ୍କୁ ନେଇ ପଶ୍ଚିମ ଓଡ଼ିଶା ରାଜନୀତିକୁ କବଜା କରିବା ସମ୍ଭବ ନୁହେଁ ବୋଲି ବିଜେଡି ବୁଝିବା ପରେ ମନ୍ତ୍ରୀ ନବ କିଶୋର ଦାସ ଙ୍କ ଉପରେ ଅଧିକ ଭରସା କରିବା ସହ, ରୀତା ସାହୁ ଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନ ଦେଇଛନ୍ତି । ମୋଟାମୋଟି ଭାବେ ବିଜେଡି ର ଏହି ଦାୟିତ୍ୱ ବଣ୍ଟନ ପଶ୍ଚିମ ଓଡ଼ିଶା ରେ ଦଳକୁ ସୁଦୃଢ଼ କରିବାର ଏକ ବ୍ଲୁ ପ୍ରିଣ୍ଟ ବୋଲି ବିଚାର କରାଯାଇପାରେ ।

ସେହିପରି ଉପକୂଳ ଓଡ଼ିଶାର ଅପେକ୍ଷାକୃତ କିଛି ଦୁର୍ବଳ ଓ ଅନଭିଜ୍ଞ ନେତାଙ୍କୁ ବିଜେଡି ଗତ ରାଜ୍ୟସଭା ନିର୍ବାଚନରେ ନିର୍ବାଚିତ କରି ପଠାଇବା ପରେ ଦଳ ଭିତରେ ଏକ ଚାପା ଅସନ୍ତୋଷ ଦେଖିବାକୁ ମିଳିଥିଲା । ଯାହାକୁ ମଧ୍ୟ ଦଳ ସୁପ୍ରିମୋ ଗୁରୁତର ସହ ନେବା ସହିତ ବରିଷ୍ଠ ନେତା ରାମଚନ୍ଦ୍ର ପଣ୍ଡା, ଲେନିନ୍ ମହାନ୍ତି, କସ୍ତୁରୀ ମହାପାତ୍ର ଆଦିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି । ଏମାନଙ୍କ ଦକ୍ଷତା ଓ ଅଭିଜ୍ଞତାକୁ ଦଳ ଉପଯୋଗ କରିପାରେ ବୋଲି ରାଜନୈତିକ ମହଲ ଆଶା କରିଛି ।

ଯୋଜନା ବୋର୍ଡ଼ର କାର୍ଯ୍ୟକାରିତାକୁ ନେଇ ବହୁ ଆଲୋଚନା ଓ ସମାଲୋଚନା ହୁଏ । ଏଥର ନୂଆ ସଦସ୍ୟଙ୍କୁ ନେଇ ଯୋଜନା ବୋର୍ଡ଼ ଚଳଚଞ୍ଚଳ ହୋଇପାରିବ ତ ? ଏହାର ଉପାଧ୍ୟକ୍ଷ ଯଦି ସଦସ୍ୟ ମାନଙ୍କ ଠାରୁ ଅନଭିଜ୍ଞ ଅବା ଦକ୍ଷତା ସମ୍ପନ୍ନ ବ୍ୟକ୍ତି ନହୁଅନ୍ତି, ସେମାନେ ବରିଷ୍ଠ ସଦସ୍ୟଙ୍କୁ ନେଇ ଯୋଜନା ବୋର୍ଡ଼ର ଉଦ୍ଦେଶ୍ୟ ପୂରଣ କରିପାରିବେ ତ ? ଅତନୁ ସବ୍ୟସାଚୀ ନାୟକଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେବାପରେ ଅରୁଣ ସାହୁ ଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେବା ଓ ନିଜକୁ ଉପେକ୍ଷିତ ଭାବୁଥିବା ସଂଜୟ ଦାସବର୍ମାଙ୍କ ମଧ୍ୟରେ ସମନ୍ୱୟ ରଖିବା ଦଳପାଇଁ କଷ୍ଟକର ହେବନି ତ ? ରାଜ୍ୟସଭା ଦୋୖଡ଼ରେ ସବୁବେଳେ ନିଜକୁ ସାମିଲ କରୁଥିବା ପ୍ରସନ୍ନ ପାଟ୍ଟଶାଣୀ ଓ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଆଦି ବରିଷ୍ଠ ନେତା ନିଜ ନିଜ ଦାୟିତ୍ୱରେ ସନ୍ତୁଷ୍ଟ ରହିବେ ତ ? ପଶ୍ଚିମ ଓଡ଼ିଶାର ଏକାଧିକ ନେତାଙ୍କ ଭିତରେ ସମନ୍ୱୟ ରଖିବାର ଯେଉଁ ପ୍ରୟାସ କରିଛି ବିଜେଡି ତାହା ଫଳପ୍ରଦ ହେବ ତ ? ଯଦିଓ ଏହାକୁ ରାଜନୈତିକ ପର୍ଯ୍ୟବେକ୍ଷକ ମାନେ ଥଇଥାନ ବୋଲି କହୁଛନ୍ତି , ତେବେ ଉପକୂଳ ରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ଦଳ ଭିତରେ ଥିବା କ୍ଷମତା ଲଢ଼େଇରେ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରିଛି ବିଜେଡି ।

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.