• About
  • Contact
Wednesday, April 22, 2026
Wednesday, April 22, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ରାମରାଜ୍ୟରେ ଅସୁରକ୍ଷିତ ମହିଳା……

ରାମରାଜ୍ୟରେ ଅସୁରକ୍ଷିତ ମହିଳା……
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୦୨ ସେପ୍ଟେମ୍ବର ୨୦୨୨

ପ୍ରତିଦିନ ଭାରତରେ ୮୬ଟି ଧର୍ଷଣ ମାମଲା ରୁଜୁ ହେଉଥିବା ବେଳେ ପ୍ରତି ଘଣ୍ଟାରେ ୪୯ଟି ମହିଳାଙ୍କ ବିରୋଧରେ ନିର୍ଯ୍ୟାତନା ମାମଲା ପଞ୍ଜିକୃତ ହେଉଛି । ଏହା ହେଲାNCRB ( ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ) ର ୨୦୨୧ ମସିହାର ତଥ୍ୟ । ମହିଳାଙ୍କ ବିରୋଧରେ ସଂଗଠିତ ହୋଇଥିବା ହିଂସା ପ୍ରବଣ ରାଜ୍ୟର ତାଲିକା ଯଦି ଦେଖାଯାଏ ତେବେ ବଳାତ୍କାର ମାମଲାରେ ପ୍ରଥମ ସ୍ଥାନ ଅଧିକାର କରିଛି ରାଜସ୍ଥାନ । ଗତବର୍ଷର ପଞ୍ଜିକୃତ ବଳାତ୍କାର ମାମଲା ସଂଖ୍ୟା ରାଜସ୍ଥାନର ରହିଛି ୬,୩୩୭, ଏହା ପରେ ପରେ ରହିଛି ମଧ୍ୟପ୍ରଦେଶର ସ୍ଥାନ । ଯେଉଁ ଠାରେ ପଞ୍ଜିକୃତ ବଳାତ୍କାର ମାମଲା ସଂଖ୍ୟା ରହିଛି ୨,୯୪୭ । ୩ୟ ସ୍ଥାନରେ ରହିଛି ମହାରାଷ୍ଟ୍ର (୨୪୯୬) ମାମଲା ଏବଂ ଉତ୍ତରପ୍ରଦେଶ (୨୮୪୫) ମାମଲା । କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଦିଲ୍ଲୀରେ ରହିଛି ମାମଲା ସଂଖ୍ୟା ୧୨୫୦ । ଆମ ରାଜ୍ୟ ଓଡିଶାର ମଧ୍ୟ ସ୍ଥିତି ଭଲ ନାହିଁ । ୨୦୨୧ ମସିହାରେ ଓଡିଶାରେ ବଳାତ୍କାର ମାମଲା ସଂଖ୍ୟା ରହିଛି ୧୪୫୬ । ପ୍ରତି ୧ଲକ୍ଷ ଜନସଂଖ୍ୟାରେ ଯଦି ବଳାତ୍କାର ହାର ଦେଖାଯାଏ ତେବେ ରାଜସ୍ଥାନରେ ୧୬.୪ ପ୍ରତିଶତ, ଚଣ୍ଡିଗଡରେ ୧୩.୩ ପ୍ରତିଶତ, ଦିଲ୍ଲୀରେ ୧୨.୯ ପ୍ରତିଶତ ଓ ହରିଆଣାରେ ୧୨.୩ ପ୍ରତିଶତ ରହିଛି ।

ସର୍ବ ଭାରତୟ ସ୍ତରରେ ୨୦୨୧ ମସିହାରେ ମହିଳାଙ୍କ ବିରୋଧରେ ଅପରାଧିକ ମାମଲାର ସଂଖ୍ୟା ହୋଇଛି ୪ଲକ୍ଷ ୨୮ ହଜାର ୨୩୮ । ୧ଲକ୍ଷ ଜନସଂଖ୍ୟାରେ ମହିଳା ବିରୋଧୀ ହିଂସାର ହାର ହୋଇଛି ୬୪.୫ ପ୍ରତିଶତ । ମହିଳାଙ୍କ ବିରୋଧରେ ସଂଗଠିତ ହିଂସାର ପରିମାଣ ଗତବର୍ଷ ଅର୍ଥାତ୍ ୨୦୨୦ରେ ଏହି ସଂଖ୍ୟା ଥିଲା ୩ଲକ୍ଷ ୩୧ହଜାର ୫୦୩ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହୋଇଛି ୨୦୨୧ ମସିହାରେ ମହିଳାଙ୍କ ବିରୋଧରେ ହିଂସା ହୋଇଥିବା ରାଜ୍ୟ ମାନଙ୍କ ଭିତରେ ପ୍ରଥମ ସ୍ଥାନ ଅଧିକାର କରିଛି । ‘ରାମରାଜ୍ୟ’ ଚାଲିଥିବା କୁହାଯାଉଥିବା ରାଜ୍ୟ ଉତ୍ତର ପ୍ରଦେଶ । ଉତ୍ତର ପ୍ରଦେଶରେ ୫୬,୦୮୩ଟି ମାମଲା ରୁଜୁ ହୋଇଥିବା ବେଳେ ରାଜସ୍ଥାନରେ ୪୦,୭୩୮, ମହାରାଷ୍ଟ୍ରରେ ୩୯,୫୨୬. ପଶ୍ଚିମବଙ୍ଗରେ ୩୫,୮୮୪ ଏବଂ ଓଡିଶାରେ ୩୧,୩୫୨ । ଯଦି ଗତବର୍ଷର ମହିଳାଙ୍କ ବିରୋଧରେ ଅପରାଧିକ ମାମଲାର ହାରକୁ ଦେଖାଯାଏ, ତେବେ ୧୬୮.୩ ପ୍ରତିଶତ ମାମଲା ସହ ଆସାମ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଦିଲ୍ଲୀ ୧୪୭ ପ୍ରତିଶତ, ଓଡିଶା ୧୩୩ ପ୍ରତିଶତ ସହ ୩ୟ ସ୍ଥାନ ହାସଲ କରିଛନ୍ତି । ସେହିପରି ହରିଆଣା ୧୧୯.୭ ପ୍ରତିଶତ ସହ ୪ର୍ଥ ଓ ତେଲେଙ୍ଗାନା ୧୧୧.୨ ପ୍ରତିଶତ ସହ ୫ମ ସ୍ଥାନରେ ରହିଛି । NCRB ର ଏହି ତଥ୍ୟକୁ ଦେଖିବା ପରେ ସ୍ପଷ୍ଟ ହୋଇଛି ଯେ, ମହିଳାଙ୍କ ବିରୋଧରେ ଅପରାଧର ମାତ୍ରା ଗତ ବର୍ଷ ତୁଳନାରେ ୧୫.୩ ପ୍ରତିଶତ ବଢିଛି ।

ଏବେ ଭାବନ୍ତୁ ତ … ଯେଉଁ ଦେଶରେ ମହିଳା ମାନଙ୍କୁ ପୁରୁଷ ମାନଙ୍କ ସହ ସମାନ କରି ଦେଖିବା ପାଇଁ ଉଦ୍ୟମ କରାଯାଇଛି ଓ ମହିଳାମାନଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସମାନ ସଂଖ୍ୟକ ପ୍ରତିନିଧିତ୍ୱ ମିଳୁ ବୋଲି ଦାବି କରାଯାଉଛି ସେହି ଦେଶରେ ମହିଳା କେତେ ସୁରକ୍ଷିତ? ସୁଶାସନର ସ୍ଲୋଗାନ ଦେଇଥିବା ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶରେ କାହିଁକି ମହିଳା ମାନେ ଅଧିକ ବଳାତ୍କାର ର ଶିକାର ହେଉଛନ୍ତି? ଦେଶର ରାଜଧାନୀ ଦିଲ୍ଲୀ କାହିଁକି ଆଜି ମହିଳାମାନଙ୍କ ପାଇଁ ସବୁଠାରେ ଅସୁରକ୍ଷିତ ମେଟ୍ରୋସିଟି ବୋଲି ପରିଗଣିତ ହୋଇଛି? ୮୦ଲକ୍ଷ ମହିଳାଙ୍କୁ ସଶକ୍ତ କରିଥିବା ଓ ୩୩% ମହିଳାଙ୍କୁ ରାଜନୀତିରେ ସଂରକ୍ଷଣ ଦେଇ ମହିଳା ସଂରକ୍ଷଣ ବିଲ ର ପ୍ରବକ୍ତା ହୋଇଥିବା ଓଡିଶା ମଧ୍ୟ ମହିଳା ବିରୋଧୀ ହିଂସାର ହାରରେ ୩ୟ ସ୍ଥାନରେ ରହିବା ଲଜ୍ଜାଜନକ ଘଟଣା ନୁହେଁ କି ?

Nirvik Bureau

Nirvik Bureau

Related Posts

ଆସିଲେନି ନବୀନ, ନେତା ଖେଳିଲେ ଲୁଚକାଳି : ଇଏ କ’ଣ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ?
Politics

ଆସିଲେନି ନବୀନ, ନେତା ଖେଳିଲେ ଲୁଚକାଳି : ଇଏ କ’ଣ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ?

by Nirvik Bureau
April 19, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୯ ଏପ୍ରିଲ, ୨୦୨୬ ଗତ ୧୭ ତାରିଖରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ...

Read more
ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?

ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?

April 9, 2026
ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !

ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !

April 4, 2026
ଷଡ଼ଙ୍ଗୀ ବାବୁ : ଲୋକସେବା ଭବନର ନୂଆ ପାଣ୍ଡିଆନ ?

ଷଡ଼ଙ୍ଗୀ ବାବୁ : ଲୋକସେବା ଭବନର ନୂଆ ପାଣ୍ଡିଆନ ?

March 28, 2026
ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…

ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…

March 17, 2026
ଘୋଡ଼ା ବେପାରକୁ ସ୍ୱୀକୃତି !

ଘୋଡ଼ା ବେପାରକୁ ସ୍ୱୀକୃତି !

March 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.