• About
  • Contact
Tuesday, August 18, 2026
Tuesday, August 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ସମଦୂରତା ରୁ ସହଭାଗୀତା …

ସମଦୂରତା ରୁ ସହଭାଗୀତା …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୨ ସେପ୍ଟେମ୍ବର ୨୦୨୨

ସାରା ଦେଶରେ ଚାଲିଛି ବିକଳ୍ପ ରାଜନୀତିର ଚର୍ଚ୍ଚା । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରର ବିକଳ୍ପ ସରକାର କିଏ ଦେଇପାରିବ ? କଂଗ୍ରେସ ଏକାକୀ ବିକଳ୍ପ ସରକାର ଦେଇପାରିବ ନାହିଁ, ତେଣୁ ସମସ୍ତ ଅଣ ବିଜେପି ଶକ୍ତି ଏକାଠି ହୋଇପାରିବେ ତ ? ଏହାକୁ ନେଇ ଆରମ୍ଭ ହୋଇଯାଇଛି ଉଦ୍ୟମ । କଂଗ୍ରେସ, ଆପ୍ ଓ ଅନ୍ୟାନ୍ୟ ଆଞ୍ଚଳିକ ଦଳକୁ ଏକାଠି କରିବାକୁ ଅଣ୍ଟା ଭିଡିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାର । ନୀତିଶ୍ କୁମାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳର ନେତା ମାନଙ୍କୁ ଭେଟୁଛନ୍ତି । ଏହି କ୍ରମରେ ସେ ଓଡିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ନୀତିଶ୍ ଓ ନବୀନଙ୍କ ଭେଟଘାଟ୍ ର ଉଦ୍ଦେଶ୍ୟ କ’ଣ ? ନୀତିଶ୍ କୁମାର କ’ଣ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ମାନଙ୍କ ସହ ଏକାଠି କରି ପାରିବେ ? ଯଦି ଏହି ପ୍ରଶ୍ନର ଉତ୍ତର ଖୋଜାଯାଏ, ତେବେ ଏହା ମିଳିବା ବର୍ତ୍ତମାନ ସମୟରେ କଷ୍ଟକର ହୋଇପାରେ । ଯଦି ୮ ବର୍ଷ ତଳକୁ ଆମେ ଫେରିଯିବା ଏବଂ ବିହାର ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ର ମୁଖ୍ୟମନ୍ତ୍ରୀଙ୍କ କିଛି ପୁରୁଣା କଥାକୁ ମନେପକାଇବା, ତାହେଲେ ବୁଝିହେବ ଏହି ଦୁଇ ନେତାଙ୍କ ରାଜନୈତିକ ଉଦ୍ଦେଶ୍ୟ ଓ ବଦଳିଥିବା ଆଭିମୁଖ୍ୟକୁ ।

୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ NDTV କୁ ଏକ ସାକ୍ଷାତକାର ଦେଇ ଓ଼ଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ନରେନ୍ଦ୍ର ମୋଦି ଜାତୀୟ ସ୍ତରରେ ନେତୃତ୍ୱ ନେବାପାଇଁ ଗ୍ରହଣୀୟ ହେବେ ନାହିଁ ଏବଂ ରାହୁଲ୍ ଗାନ୍ଧୀଙ୍କ ପ୍ରଦର୍ଶନ ମଧ୍ୟ ଜାତୀୟସ୍ତର ର ରାଜନୀତିରେ ନୈରାଶ୍ୟଜନକ । ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାର ମଧ୍ୟ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ବ କୁ ଅନଭିଜ୍ଞ ବୋଲି ଅଭିହିତ କରିଥିଲେ । ଯଦିଓ ଉଭୟ ନେତାଙ୍କର ଅତୀତରେ ବିଜେପି ସହ ସମ୍ପର୍କ ଭଲଥିଲା ମାତ୍ର ସେମାନେ ନିଜକୁ ନିରାପଦ ଦୂରତାରେ ରଖିବାକୁ ଚାହୁଁଥିଲେ । ଏପରିକି ନୀତିଶ୍ କୁମାର ଓ ନବୀନ ପଟ୍ଟନାୟକଙ୍କ ଭିତରେ ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ବେଶ୍ ଭଲ ଥିଲା । ମାତ୍ର ସମୟ ବଦଳିବା ସହ ଦୁଇ ନେତାଙ୍କ ରାଜନୈତିକ ଆଭିମୁଖ୍ୟରେ ଅନେକ ପରିବର୍ତ୍ତନ ହୋଇଛି । ନୀତିଶ୍ କେତେବେଳେ ବିଜେପି ସହିତ ତ ପୁଣି କେତେବେଳେ କଂଗ୍ରେସ ସହିତ ମିଶି ବିହାର ରେ ସରକାର ର ନେତୃତ୍ୱ ନେଇଛନ୍ତି ।

ମାତ୍ର ନବୀନ ପଟ୍ଟନାୟକ ନିଜକୁ ବିଜେପି ଓ କଂଗ୍ରେସ ଠାରୁ ଦୂରରେ ରଖି “ସମଦୂରତା” ନୀତି ଅବଲମ୍ବନ କରୁଛନ୍ତି ବୋଲି ଲୋକମାନଙ୍କୁ ଧାରଣା ଦେବାକୁ ଚେଷ୍ଟା କରିଆସିଛନ୍ତି ଓ ଓଡ଼ିଶା ର ରାଜନୀତିରେ କ୍ଷମତା ଅକ୍ତିଆର କରିବାରେ ସକ୍ଷମ ହୋଇଛନ୍ତି । ଯଦି ଆପଣ ସେହି NDTV ରେ ପ୍ରସାରିତ ହୋଇଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାରକୁ ମନେପକାଇବେ ଓ ଆଜି ଦିନରେ ଓଡ଼ିଶାର ଲମ୍ବା ସମୟ ଧରି ଶାସନ କ୍ଷମତାରେ ଥିବା ବିଜେଡ଼ି ର ଆଭିମୁଖ୍ୟକୁ ତୁଳନା କରିବେ ତାହେଲେ “ସମଦୂରତା” ଥିଓରୀକୁ ବୁଝିପାରିବେ । ସମଦୂରତାର କଥା କହି ଆସୁଥିବା ବିଜେଡ଼ି ବିଭିନ୍ନ ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ସଂସଦରେ ବିଜେପି ନେତୃତ୍ଵାଧୀନ NDA ସରକାରଙ୍କୁ ଅକୁଣ୍ଠ ସମର୍ଥନ ଦେଇଆସିଛି । ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡ଼ି ମଧ୍ୟ ଅନ୍ୟ ଦଳଠାରୁ ଆଗୁଆ ଆସି ବିଜେପିର ପ୍ରାର୍ଥୀଙ୍କୁ ସମର୍ଥନ କରିଛି । ବିଜେପିର ପ୍ରାର୍ଥୀ ରାଜ୍ୟସଭା ଯିବାପାଇଁ ଓଡ଼ିଶାରେ ସଂଖ୍ୟା ନଥିବା ବେଳେ, ବିଜେଡ଼ି ସମର୍ଥନ ଦେଇ ରାଜ୍ୟସଭା ପଠାଇଛି । ବିଜେଡ଼ିର ୨୦୧୪ ର ଆଭିମୁଖ୍ୟ ଓ ବିଜେପିକୁ ବିଭିନ୍ନ ପ୍ରସଙ୍ଗରେ ଦେଇଥିବା ସହଯୋଗ ଓ ସମର୍ଥନ କ’ଣ ସୂଚୀତ କରୁଛି ? ରାଜନୀତିରେ ଏହାକୁ କ’ଣ କୁହାଯିବ ? ସମଦୂରତା ନା ସହଭାଗିତା ? ଗତ କିଛି ବର୍ଷ ଭିତରେ କେତେକ ରାଜନୈତକ ଘଟଣା ଓଡ଼ିଶାର ଜନସାଧାରଣଙ୍କୁ ଦ୍ବନ୍ଦରେ ପକାଇଛି । ସେମାନେ ମଧ୍ୟ ଭାବି ପାରୁନାହାନ୍ତି କାହିଁକି ବିଜେଡ଼ି ଓ ବିଜେପି ମଧ୍ୟରେ ସମ୍ପର୍କର ପରିଭାଷା ବଦଳିଯାଇଛି ? ଏହାର କାରଣ ଯାହାବି ହେଉନା କାହିଁକି, ଯେ କେହିବି ସ୍ୱୀକାର କରିବ ୨୦୧୪ ରେ ନବୀନ ପଟ୍ଟନାୟକଙ୍କ ସମଦୂରତା ଥିଓରୀ ଏବେ ଓଡ଼ିଶା ରାଜନୀତିରେ ଅତୀତ ହୋଇଯାଇଛି । ତେବେ ଓଡ଼ିଶାରେ ଶାସନ କ୍ଷମତାରେ ଥିବା ବିଜେଡ଼ି ଓ ଏହାର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାର କ’ଣ ବିଜେପି ବିରୋଧୀ ମେଣ୍ଟରେ ନେବା ସହଜ ହେବ ? ବାରମ୍ବାର ନୀତି ବଦଳାଉଥିବା ଦୁଇ ନେତା ନୀତିଶ୍ ଓ ନବୀନ କ’ଣ ବିଜେପି ବିରୋଧୀ ଶକ୍ତିକୁ ଏକଜୁଟ୍ କରିପାରିବେ ? ନିର୍ବାଚନ ପୂର୍ବରୁ ବିଜେପି ବିରୋଧୀ ହୋଇ ପରେ କ୍ଷମତା ପାଇଁ ବିଜେପି ସହ ହାତ ମିଳାଇବେ ନାହିଁ ତ ?

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.