• About
  • Contact
Monday, August 31, 2026
Monday, August 31, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ସମୟ ଗଡ଼ୁଛି…ସନ୍ଦେହ ବଢୁଛି…

ସମୟ ଗଡ଼ୁଛି…ସନ୍ଦେହ ବଢୁଛି…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୬ ଫେବୃଆରୀ ୨୦୨୩

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ଘଟଣାକୁ ୧୫ ଦିନରୁ ଅଧିକ ହୋଇଗଲାଣି। ପ୍ରମୁଖ ଅଭିଯୁକ୍ତ କୁହାଯାଉଥିବା ଗୋପାଳ ଦାସ ଝାରସୁଗୁଡ଼ାରୁ ଗୁଜୁରାଟ ଯାଇ କଟକର ଚୌଦ୍ୱାର ଜେଲ୍ ରେ ପହଞ୍ଚିଲାଣି। କାହାଣୀ ପେଡ଼ିରୁ ଅନେକ କାହାଣୀ ଓଡ଼ିଶାର ଗଣମାଧ୍ୟମରେ ପ୍ରଚାରିତ ହୋଇସାରିଲାଣି। କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି। ଏ ପର୍ଯ୍ୟନ୍ତ ଗୋପାଳ ଦାସ କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କଲା ତାହାର କାରଣ ଜଣାପଡ଼ିନାହିଁ। ଯେତେ ଦିନ ଗଡ଼ି ଚାଲିଛି ସେତେ ଅଧିକ ସନ୍ଦେହ ଓ ଆଶଙ୍କା ବଢ଼ିଚାଲିଛି। ଏହି ହତ୍ୟାକାଣ୍ଡ ବାବଦରେ ଆଶଙ୍କା ଓ ସନ୍ଦେହ କରୁଥିବା ବ୍ୟକ୍ତିବିଶେଷଙ୍କ ତାଲିକା ମଧ୍ୟ ଲମ୍ବି ଚାଲିଛି।

ପ୍ରଥମେ ଏହି ହତ୍ୟାକାଣ୍ଡର କାରଣ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ରାଜନୈତିକ କାରଣ ଅଛି ବୋଲି କହିବା ସହ ଏହା ଏକ ଷଡ଼ଯନ୍ତ୍ର ବୋଲି ଗଣମାଧ୍ୟମ ଆଗରେ କହିଲେ। ପରେ ପରେ ବିଜେପିର ବିଧାୟକ ସୁବାସ ପାଣିଗ୍ରାହୀ ଓ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଏଥିରେ ଶାସକ ଦଳର ସମ୍ପୃକ୍ତି କଥା ଉଠାଇଲେ। ଏପରିକି ଏହି ତଦନ୍ତ ପ୍ରକ୍ରିୟାକୁ ସନ୍ଦେହ ମଧ୍ୟ କଲେ। ଶାସକ ଦଳର ବରିଷ୍ଠ ବିଧାୟକ ତଥା “ସମ୍ବାଦ” ଖବର କାଗଜର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ମଧ୍ୟ ଏହି ହତ୍ୟାକାଣ୍ଡକୁ ବିଶ୍ୱାସ କରାଯାଇ ପାରିବ ନାହିଁ ବୋଲି ଗଣମାଧ୍ୟମ ଆଗରେ କହିବା ସହ ଏହି ଘଟଣା ନେଇ ନିଜର ସନ୍ଦେହ ପ୍ରକଟ କଲେ। ଠିକ୍ ସେହିପରି ସୌମ୍ୟରଞ୍ଜନଙ୍କ ପରେ “ଧରିତ୍ରୀ“ର ସମ୍ପାଦକ ତଥା ପୂର୍ବତନ ବିଜେଡ଼ି ସାଂସଦ ତଥାଗତ ସତପଥୀ ମଧ୍ୟ ନିଜର ଟ୍ୱିଟର ଆକାଉଣ୍ଟରେ ହତ୍ୟା ଅଭିଯୁକ୍ତ ଗୋପାଳ ଦାସକୁ ଗୁଜୁରାଟ ନେବା ଓ ସେଠାରେ ନାର୍କୋଟେଷ୍ଟ କରିବା ଘଟଣା ଏକାଧିକ ପ୍ରଶ୍ନ ତିଆରି କରିଛି ବୋଲି ଟ୍ୱିଟ୍ କଲେ।

ଓଡ଼ିଶାର କଂଗ୍ରେସ ନେତାମାନେ ଏହି ଘଟଣାରେ ମାପିଚୁପି ବୟାନ ଦେଉଥିବା ବେଳେ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ କଂଗ୍ରେସରେ ଯୋଗ ଦେଉ ଦେଉ ଏକ ବିସ୍ପୋରକ ବୟାନ ଦେଲେ। ଯେଉଁଥିରେ ସେ କହିଲେ ଏହି ହତ୍ୟାକାଣ୍ଡ ଘଟଣାରେ କେବଳ ଅଭିଯୁକ୍ତ କୁହାଯାଉଥିବା ଗୋପାଳ ଦାସ ଏକୁଟିଆ ସାମିଲ ଅଛି ଏହା ବିଶ୍ୱାସ କରାଯାଇ ପାରିବ ନାହିଁ । ଅର୍ଥାତ୍ କ୍ରାଇମବ୍ରାଞ୍ଚ ଦ୍ୱାରା ଏକମାତ୍ର ଅଭିଯୁକ୍ତ ବୋଲି ସାବ୍ୟସ୍ତ ହୋଇଥିବା ଗୋପାଳ ଦାସ ବ୍ୟତୀତ ଅହୁରି ଅଭିଯୁକ୍ତ ଥାଇପାରନ୍ତି ବୋଲି ସନ୍ଦେହ ପ୍ରକାଶ କଲେ ପୂର୍ବତନ ମୁଖ୍ୟ ଶାସନ ସଚିବ। ବିଜୟ ପଟ୍ଟନାୟକଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର । ଓଡ଼ିଶା ଗସ୍ତରେ ଆସି ସେ ଏହି ହତ୍ୟାକାଣ୍ଡ ପଛରେ ଜଘନ୍ୟ ଷଡ଼ଯନ୍ତ୍ର ରହିଛି ବୋଲି କହିବା ସହ ବିଜେଡ଼ିର ନେତା ମାନଙ୍କୁ ମଧ୍ୟ ସତର୍କ କରାଇ ଦେଇଛନ୍ତି।

ଏହି ହତ୍ୟାକାଣ୍ଡ ଘଟଣାରେ ବିରୋଧୀ ବିଜେପି ରାଜ ରାସ୍ତାରେ ହଲ୍ଲାବୋଲ୍ କରୁଥିବା ବେଳେ ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ ଜୋରଦାର ହମଲା କରିଛନ୍ତି ରାଜ୍ୟ ସରକାର ଓ କ୍ରାଇମବ୍ରାଞ୍ଚ ଉପରେ। ଏପରିକି ସେ ଏହି ହତ୍ୟାକାଣ୍ଡକୁ ଏକ “ଆରେଞ୍ଜଡ ମର୍ଡର” ବୋଲି କହିବାକୁ ପଛାଇ ନାହାନ୍ତି। କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟାକୁ ସେ ଗ୍ରହଣ କରିପାରୁନାହାନ୍ତି ଓ ଏହି ହତ୍ୟାକାଣ୍ଡର ଉଦ୍ଦେଶ୍ୟ କ’ଣ ତାହା କାହିଁକି ଜାଣିବାରେ ପୋଲିସ ଏପର୍ଯ୍ୟନ୍ତ ସକ୍ଷମ ହୋଇନାହିଁ ବୋଲି ପ୍ରଶ୍ନ କରିଛନ୍ତି।

ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ଠାରୁ ବରିଷ୍ଠ ନେତା ବିଜୟ ମହାପାତ୍ର ଆଦି ଏହି ହତ୍ୟାକାଣ୍ଡକୁ ନେଇ କରିଥିବା ସନ୍ଦେହ ଓ ଆଶଙ୍କା ଏବେ ସାଧାରଣ ଲୋକଙ୍କ ମନରେ ଏକାଧିକ ପ୍ରଶ୍ନ ଛିଡ଼ା କରିଛି। ୧୫ ଦିନ ପରେ କାହିଁକି ଏଯାଏଁ ଜଣାପଡ଼ୁନି ହତ୍ୟାର କାରଣ କ’ଣ? ଏହି ହତ୍ୟାକାଣ୍ଡରେ ଗୋପାଳ ଦାସ ଏକମାତ୍ର ଅଭିଯୁକ୍ତ କି? ଗୋପାଳ ବ୍ୟତୀତ ଅନ୍ୟ କାହାକୁ ଏ ବାବଦରେ କ୍ରାଇମବ୍ରାଞ୍ଚ ଏ ପର୍ଯ୍ୟନ୍ତ ଜେରା କରୁନାହିଁ କାହିଁକି? କ୍ରାଇମବ୍ରାଞ୍ଚର ମୁଖ୍ୟ ଥିବା ତଦନ୍ତ ଅଧିକାରୀ ଏପର୍ଯ୍ୟନ୍ତ ନିରବ ରହିଛନ୍ତି କାହିଁକି? ଗଣମାଧ୍ୟମଠାରୁ ତଦନ୍ତ ଅଧିକାରୀ ଦୂରେଇ ରହିବାର କାରଣ କ’ଣ? ଯଦି ତଦନ୍ତରୁ ନିର୍ଦ୍ଦିଷ୍ଟ କାରଣ କିଛି ଜଣାପଡ଼ୁନାହିଁ ତେବେ ଗଣମାଧ୍ୟମରେ ଗୋପାଳ ଦାସ ବାବଦରେ ପରିବେଷଣ ହେଉଥିବା ଖବର ସବୁକୁ ଗଣମାଧ୍ୟମକୁ କିଏ ଯୋଗାଉଛି? ଏହି ଘଟଣାରେ ଜୟ-ବିଜୟଙ୍କ ଆଶଙ୍କା ଅବା ବିରୋଧୀ ଦଳର ଷଡ଼ଯନ୍ତ୍ର ଥିଓରିକୁ ଅଣଦେଖା କରାଯାଇପାରେ ମାତ୍ର ସୌମ୍ୟରଂଜନ-ତଥାଗତଙ୍କ ପରି ଦୁଇଟି ପ୍ରମୁଖ ଗଣମାଧ୍ୟମର ସମ୍ପାଦକଙ୍କ ସନ୍ଦେହକୁ ଏଡ଼ାଇ ଦେଇ ହେବ କି?

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.