• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ସଂଗ୍ରହାଳୟରେ ବିଜୁବାବୁ….?

ସଂଗ୍ରହାଳୟରେ ବିଜୁବାବୁ….?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୬ ମାର୍ଚ୍ଚ ୨୦୨୩

ମାର୍ଚ୍ଚ ୫ ତାରିଖ ଥିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଏହି ଅବସରରେ ସାରା ଓଡ଼ିଶା ହୋଇପଡ଼ିଥିଲା ବିଜୁମୟ। ରାଜ୍ୟବ୍ୟାପୀ ବିଜୁବାବୁଙ୍କ ଜୟନ୍ତୀ ପାଳନ, ବିଜୁବାବୁଙ୍କ ସ୍ମୃତିଚାରଣ ତା ସାଙ୍ଗକୁ ବିଜୁବାବୁଙ୍କ ପ୍ରିୟ “ଡାକୋଟା ବିମାନ”କୁ ଜାତି ଉଦ୍ଦେଶ୍ୟରେ ସମର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବିମାନକୁ ପ୍ରତ୍ୟେକ ଓଡ଼ିଶାବାସୀ ଦେଖିବାସହ ଓଡ଼ିଆମାନଙ୍କୁ ସାହସ, ବୀରତ୍ୱ ଓ ସମର୍ପଣର ବାର୍ତ୍ତା ଦେବ ଏହି ବିମାନ ବୋଲି ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ ମଧ୍ୟ କହିଛନ୍ତି। କେବଳ ସେତିକି ନୁହେଁ ପଶ୍ଚିମ ଓଡ଼ିଶା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ “ବିଜୁ ଏକ୍ସପ୍ରେସ ୱେ” କୁ ମଧ୍ୟ ଲୋକାର୍ପଣ କରିଛନ୍ତି। ଏହି ଏକ୍ସପ୍ରେସ ୱେ ବିକାଶର ନୂଆ ଇତିହାସ ଲେଖିବ ବୋଲି ମଧ୍ୟ କହିଛନ୍ତି ।

କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ବରଂ ବିଜୁ ଜନତା ଦଳର ନେତା ମାନେ ଯେଉଁଭଳି ଭାବେ ବିଜୁବାବୁଙ୍କ ବାବଦରେନକହିଛନ୍ତି ଓ ଦର୍ଶାଇବାକୁ ଚାହିଁଛନ୍ତି ତାହା ଅନେକ କିଛି ନୂଆ ସଂକେତ ମଧ୍ୟ ଦେଇଛି। ରାଜ୍ୟବ୍ୟାପୀ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ କିଛି ନୂଆ କଥା ନୁହେଁ ବରଂ ଯେଉଁ ଢଙ୍ଗରେ ଏହା ପାଳନ ହୋଇଛି ଓ ବିଜେଡିର ନେତା ଓ କର୍ମୀ ମାନେ ବିଜୁବାବୁଙ୍କ ବାବଦରେ ଯେଉଁ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ତାହା ଅନୁଶୀଳନ ସାପେକ୍ଷ। ଓଡ଼ିଆ ଖବରକାଗଜ ଗୁଡିକରେ ବିଜୁବାବୁଙ୍କ ଜୟନ୍ତୀ ଅବସରରେ ରାଜ୍ୟସରକାରଙ୍କ ବିପୁଳ ବିଜ୍ଞାପନ ଦେବା ଓ ଅନେକ ଲେଖା ଛପାଇବା ଦ୍ୱାରା କ’ଣ ବାର୍ତ୍ତା ଦେବାକୁ ଚେଷ୍ଟା କରାଯାଇଛି ? ବିଜୁବାବୁଙ୍କ ବାବଦରେ ଯେତେଗୁଡ଼ିକ କଥା ଉପସ୍ଥାପନ କରାଯାଇଛି ତାହା କ’ଣ ସୂଚାଉଛି ? ବିଜୁବାବୁଙ୍କ ସ୍ମୃତିଚାରଣ ଏକମାତ୍ର ଉଦ୍ଦେଶ୍ୟ ଥିଲା ନା ଆଉକିଛି ? ବିଜୁବାବୁଙ୍କ ଏହି ଜୟନ୍ତୀ ପାଳନକୁ ନେଇ ଜନସାଧାରଣ ଭିନ୍ନ ଭାବେ ଚର୍ଚ୍ଚା ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି। କିଏ କିଏ ଏଭଳି ଆୟୋଜନ ପଛର ଅନେକ କାରଣ ଥିବା କଥା କହୁଥିବା ବେଳେ ବିଜୁବାବୁଙ୍କ ବାବଦରେ ଏହା ନିର୍ବାଚନ ପୂର୍ବବର୍ଷ ହୋଇଥିବାରୁ ଲୋକଙ୍କ ମନରେ ଥିବା ଶ୍ରଦ୍ଧା ଓ ସମର୍ଥନକୁ ପୁଣିଥରେ ଶାସକ ଦଳ ଯୋଗାଡ଼ କରିବାର ଉଦ୍ୟମ କରୁଛି ବୋଲି କହିଛନ୍ତି ।

ମାତ୍ର ଏଥରର ବିଜୁ ଜୟନ୍ତୀ ପାଳନ ଓ ବିଜୁବାବୁଙ୍କ ବାବଦରେ ଶାସକ ଦଳର ଆଚରଣ ଓ ଉଚ୍ଚାରଣ କିଛି ଭିନ୍ନ ବାର୍ତ୍ତା ଦେବାକୁ ଚେଷ୍ଟା କରାଯାଇଛି ବୋଲି ମନେହୁଏ। ସମ୍ଭବତଃ ବିଜୁବାବୁଙ୍କ ନାଁରେ ଗଠିତ ବିଜୁ ଜନତା ଦଳ ଏବେ ବିଜୁ ବାବୁଙ୍କ ସମେତ ତାଙ୍କର ନୀତି, ଆଦର୍ଶ ଓ ରାଜନୈତିକ ମୂଲ୍ୟବୋଧକୁ ଛାଡ଼ି ଏବେ ଏକ ନୂଆ ରାସ୍ତାରେ ଯିବାର ସଂକେତ ଦେଇଛି। ଏପରିକି ବିଜୁବାବୁଙ୍କ ସ୍ବପ୍ନ ପୁରଣ ହୋଇସାରିଲାଣି ବୋଲି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି ବୋଲି ମନେହୁଏ। ଏବେଠାରୁ ନୂଆ ସ୍ବପ୍ନ, ନୂଆ ଆଶା, ନୂଆ ସମ୍ଭାବନାକୁ ନେଇ ଶାସକ ଦଳ ଆଗକୁ ବଢ଼ିବ ବୋଲି ଦଳର କ୍ଷମତାଶାଳୀ ଗୋଷ୍ଠୀ ପକ୍ଷରୁ ସୂଚିତ କରାଯାଇଛି। ମିଳିଥିବା ସୂଚନା ମୁତାବକ ବିଜେଡି ରେ ସକ୍ରିୟ ଥିବା ବିଜୁବାବୁଙ୍କ କିଛି ସହଯୋଗୀ ଏଥର ଆଉ ନିର୍ବାଚନ ଲଢ଼ିବେ ନାହିଁ। ଅର୍ଥାତ୍ ବିଜୁ ଜନତା ଦଳର ସମସ୍ତ ବରିଷ୍ଠନେତା ଏଥର ନିର୍ବାଚନ ରାଜନୀତିରୁ ଦୂରେଇ ରହିବେ ଓ ଦଳର ନୂଆ ମାର୍ଗଦର୍ଶନ ମଣ୍ଡଳୀରେ କେବଳ ସାମିଲ ହେବେ।

ପୂର୍ବରୁ ବିଜୁବାବୁଙ୍କ ଘନିଷ୍ଠ ସହଯୋଗୀ ମାନଙ୍କୁ ଦଳରୁ ଦୂରେଇ ଦିଆଯାଇଛି । ତେବେ ଆଉ କିଛି ହାତଗଣତି ନେତା ଏବେ ମଧ୍ୟ ରହିଛନ୍ତି । ସେମାନଙ୍କୁ ମଧ୍ୟ ଦଳ ଏବେ ନିର୍ବାଚନ ରାଜନୀତିରୁ ଦୂରେଇ ଦେବ ବୋଲି ଏକରକମ ମନସ୍ଥିର କରିନେଇଛି । ସେହିପରି ବିଜୁ ବାବୁ ଗରିବଙ୍କୁ ନେଇ ଦେଖିଥିବା ସ୍ୱପ୍ନ ମଧ୍ୟ ରାଜ୍ୟ ସରକାର ପୂରଣ କରି ସାରିଛନ୍ତି । ସମସ୍ତଙ୍କୁ ସ୍ୱାବଲମ୍ବୀ କରିବାକୁ ଗୁରୁତ୍ୱ ଦେଉଥିବା ବିଜୁ ବାବୁଙ୍କ କଥାକୁ ପାଳନ କରିବାକୁ ଯାଇ ବିଜେଡି ସରକାର ବେକାରୀ ହାରକୁ କମାଇ ଦେଇଛି । କ୍ଷମତାକୁ ଆସିବାର ୧୭ ବର୍ଷ ପରେ ବିଜୁ ବାବୁଙ୍କ ଶିଳ୍ପାୟନ ସ୍ୱପ୍ନକୁ ମଧ୍ୟ ରାଜ୍ୟ ସରକାର ଏକ ପ୍ରକାର ବହୁ ଆଗକୁ ନେଇ ଆସିଛନ୍ତି ବୋଲି ବିଜୁ ଜୟନ୍ତୀ ଅବସରରେ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି ବିଜେଡି । ବିଜୁଙ୍କ ସ୍ୱପ୍ନର ଓଡ଼ିଶା ଏବେ ଗଢ଼ା ସରିଛି ବୋଲି ବିଜେଡିର ନେତାମାନେ ଦାବି କରିବା କ’ଣ ଦର୍ଶାଉଛି ? ଯଦି ବିଜୁ ବାବୁ ଗରିବ, ବେକାରୀ, ଶିଳ୍ପ ସମ୍ଭାବନା ଓ ଓଡ଼ିଶାର ବିକାଶକୁ ନେଇ ଯେଉଁ ସ୍ୱପ୍ନ ଦେଖୁଥିଲେ ଏବଂ ବର୍ତ୍ତମାନର ସରକାରଙ୍କ ତଥ୍ୟ ଅନୁସାରେ ଗରିବଙ୍କ ସଂଖ୍ୟା କମିଛି, ବେକାରୀ ହାର ହ୍ରାସ ପାଇଛି,ଶିଳ୍ପାୟନର ବେଗ ଦ୍ରୁତ ହୋଇଛି ଓ ଓଡ଼ିଶା ଭାରତ ବର୍ଷର ଉନ୍ନତ ରାଜ୍ୟ ହୋଇପାରିଛି ତେବେ ବିଜୁ ବାବୁ ଦେଖିଥିବା ସ୍ୱପ୍ନ ଗୁଡ଼ିକ ଆଜି ଦିନରେ ବିଜେଡି ଦଳ ତଥା ସରକାର ପାଇଁ ଆଉ ଗୁରୁତ୍ୱ ରଖେ କି ? ବିଜୁବାବୁଙ୍କ ସ୍ୱପ୍ନର ଓଡ଼ିଶା ଆଉ ବେଶିଦିନ ବିଜେଡି ପାଇଁ ରାଜନୈତିକ ସ୍ଲୋଗାନ ହୋଇ ରହି ପାରିବ କି ? ସରକାରୀ ତଥ୍ୟ ଅନୁସାରେ ବିଜୁ ବାବୁଙ୍କ ସମସ୍ତ ସ୍ୱପ୍ନ ପୂରଣ ହେବା ପରେ ବିଜେଡି ରାଜନୀତିରେ ବିଜୁ ବାବୁଙ୍କ ଆବଶ୍ୟକତା ଅଛି କି ?

ବୋଧହୁଏ ୨୦୨୪ ପୂର୍ବରୁ ବିଜେଡି କେବଳ ବିଜୁଙ୍କ “ଡାକୋଟା ବିମାନ” କୁ ଏକ ଐତିହାସିକ ଘଟଣାର ଜୀବନ୍ତ ସାକ୍ଷୀ କରିନାହିଁ ବରଂ ବିଜୁ ବାବୁଙ୍କ ନୀତି, ଆଦର୍ଶ, ରାଜନୈତିକ ଚିନ୍ତାଧାରା ଓ ଓଡ଼ିଶା ପାଇଁ ସେ ଦେଖିଥିବା ସ୍ୱପ୍ନକୁ ମଧ୍ୟ ଏବେ ସଂଗ୍ରହାଳୟ ବା ମ୍ୟୁଜିୟମରେ ରଖିବାର ସମୟ ଆସିଛି ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି।

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.