• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଶଙ୍ଖ ଭବନ : ବିଜେଡି କାର୍ଯ୍ୟାଳୟର ରୂପାନ୍ତରୀକରଣ…..

ଶଙ୍ଖ ଭବନ : ବିଜେଡି କାର୍ଯ୍ୟାଳୟର ରୂପାନ୍ତରୀକରଣ…..
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୪ ଅପ୍ରେଲ ୨୦୨୩

୧୯୯୭ ମସିହାରେ ଓଡ଼ିଶା ରାଜନୀତିରେ ଆରମ୍ଭ ହୋଇଥିଲା ଏକ ନୂଆ ଅଧ୍ୟାୟ । ବିଜୁ ବାବୁଙ୍କ ଆଦର୍ଶ, ସ୍ୱାଭିମାନର ମନ୍ତ୍ର ନେଇ ଜନ୍ମ ହୋଇଥିଲା ବିଜୁଜନତା ଦଳ । ତା ପରଠାରୁ ଏହି ଦଳ କେବେ ପଛକୁ ଚାହିଁନି । ମାଡ଼ି ଚାଲିଛି ଆଗକୁ ଆଗକୁ । ୨୫ ବର୍ଷର ରାଜନୈତିକ ଦଳ ଆଉ ୨୩ ବର୍ଷ ଧରି କ୍ଷମତା ଉପଭୋଗ କରି ଚାଲିଛି । ଲୋକଙ୍କ ଭିତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବିଜେଡି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ମଧ୍ୟ ଜାତୀୟ ସ୍ତରରେ ବେଶ୍ ପରିଚିତ ହୋଇପାରିଛନ୍ତି ନିଜର ଭାବମୂର୍ତ୍ତୀ ଓ ସରକାର ଚଳାଇବା ଆଭିମୁଖ୍ୟକୁ ନେଇ । ୨୫ ବର୍ଷ ପରେ ବିଜେଡିର ଏକ ବିରାଟ ଅଫିସ୍ ନିର୍ମାଣ ହେବା ଓ ଦଳୀୟ କର୍ମକର୍ତ୍ତାଙ୍କୁ ଏହା ଉତ୍ସର୍ଗ କରିବା ଘଟଣା ଏବେ ଅନେକଙ୍କୁ ବିସ୍ମିତ କରିଛି । ଯେଉଁ ଦଳର ଆଦର୍ଶ ବିଜୁବାବୁ ଯେ କି ନିଜ ରାଜନୈତିକ ଜୀବନରେ କେବେ ବଡ଼ ଅଫିସ୍ ତିଆରି କରି ନଥିଲେ, ଏପରିକି ବେଶ୍ ସାଧାସିଧା ନେତା ଭାବେ ନିଜକୁ ପ୍ରତିପାଦିତ କରି ଆସୁଥିବା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସୌଖିନ ଓ ଚାକଚକ୍ୟ ଥିବା ବିରାଟ ଅଟ୍ଟାଳିକାରେ ଅଫିସ୍ କୁ ଚଳାଇବା ଉପରେ କେବେ ଗୁରୁତ୍ୱ ଦେଇନଥିଲେ, ଏବେ କାହିଁକି ଏପରି ଏକ ଭବ୍ୟ ଅଫିସ୍ ର ଆବଶ୍ୟକତା ବିଜେଡିକୁ ପଡ଼ିଲା ? ଏହି ନୂଆ ଭବନଟି କ’ଣ ସଂକେତ ଦେବ ? ରାଜ୍ୟବାସୀଙ୍କ ପାଖରେ ଏଭଳି ଏକ ବିରାଟ ଅଟ୍ଟାଳିକା ନିର୍ମାଣ କରି ଶାସକ ଦଳ କେଉଁ ବାର୍ତ୍ତା ଦେବାକୁ ଚାହିଁଲା ?

ଏପରି ଅନେକ ପ୍ରଶ୍ନ ଏବେ ଜନସାଧାରଣଙ୍କ ମନରେ ସୃଷ୍ଟି ହେବା ସ୍ୱାଭାବିକ୍ । ମାତ୍ର “ଶଙ୍ଖ ଭବନ” ର କଳେବର ଯଦିଓ କିଛି ଭିନ୍ନ ବାର୍ତ୍ତା ଦେବ ବୋଲି ଦଳୀୟ ସ୍ତରରେ କୁହାଯାଉଛି ତଥାପି ଏହାର ଗ୍ରହଣୀୟତାକୁ ନେଇ ବିରୋଧୀ ଦଳ ଗୁଡ଼ିକ ମଧ୍ୟରେ ମଧ୍ୟ ଭିନ୍ନ ମତ ରହିଛି। କିଏ କିଏ ଏହାକୁ ଧନୀ ରାଜନୈତିକ ଦଳ ବିଜେଡିର ପ୍ରତୀକ ବୋଲି କହୁଥିବା ବେଳେ ଆଉ କିଏ କିଏ ଏହାର ନିର୍ମାଣ ନେଇ ଖର୍ଚ୍ଚ ହୋଇଥିବା ଅର୍ଥର ପରିମାଣକୁ ନେଇ ମଧ୍ୟ ସମାଲୋଚନା କରୁଛନ୍ତି । ବାସ୍ତବିକ୍ ଦୃଷ୍ଟିକୋଣରୁ ଦଳ ବଢ଼ୁଛି, ଦଳର ଆବଶ୍ୟକତା ମଧ୍ୟ ବଢ଼ୁଛି, ଏଣୁ ବଡ଼ ଅଫିସ୍ ର ଆବଶ୍ୟକତାକୁ ନାପସନ୍ଦ କରିହେବ ନାହିଁ । ମାତ୍ର ଅଫିସ୍ ର ଏହି ନବକଳେବର ଓ ଏହାର ନିର୍ମାଣ ଶୈଳୀ ନେଇ ସାଧାରଣ ଲୋକଟିଏ ମଧ୍ୟ ଭାବିବାକୁ ବାଧ୍ୟ ହେବ । ଓଡ଼ିଶା ରାଜନୀତିର ଇତିହାସରେ କେବଳ କଂଗ୍ରେସର ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ୍ ରେ ଥିବା ଅଫିସ୍ ଟି ଅନ୍ୟ ସମସ୍ତ ରାଜନୈତିକ ଦଳଙ୍କ ଅଫିସ୍ ଠାରୁ ବଡ଼ ହୋଇଥିବା ବେଳେ ଅନ୍ୟ ଦଳ ମାନଙ୍କ ଅଫିସ୍ ର କଳେବର ଛୋଟ ଥିଲା ।

ସାରା ଦେଶରେ ସବୁଠାରୁ ବଡ଼ ରାଜନୈତିକ ଅଫିସ୍ ଭାବେ ନିକଟରେ ଭାରତୀୟ ଜନତା ପାର୍ଟିର ଅଫିସ୍ ଗଣା ହେଉଛି । ଯଦିଓ ଦେଶର ସବୁଠାରୁ ବଡ଼ ରାଜନୈତିକ ଦଳ ବୋଲି ବିଜେପି ନିଜକୁ ଦାବୀ କରୁଛି, ରାଜନୈତିକ ଚାନ୍ଦା ସଂଗ୍ରହରେ ବିଜେପି ଦେଶର ସବୁଠାରୁ ଧନୀ ରାଜନୈତିକ ଦଳ ଭାବେ ଉଭା ହୋଇଛି, ତେଣୁ ବିଜେପିର ଅଫିସ୍ ମଧ୍ୟ ସେହି ହିସାବରେ ସବୁଠାରୁ ବଡ଼ ପାର୍ଟି ଅଫିସ୍ ବୋଲି ମଧ୍ୟ ଗଣା ହେଉଛି ।

ସେହି ଦୃଷ୍ଟିରେ ଦେଖିଲେ ବିଜେଡି ଓଡ଼ିଶାର ବଡ଼ ଦଳ, ଧନୀ ଦଳ ତେଣୁ ବିଜେଡିର ଦଳ,ବଳ ଓ ଧନର ସଂକେତ ଦେବାପାଇଁ ଏଭଳି ଏକ ବିଳାସପୂର୍ଣ୍ଣ କାର୍ଯ୍ୟାଳୟର ଆବଶ୍ୟକତା ଥିବା ପରି ମନେହୁଏ । ଏ କ୍ଷେତ୍ରରେ ବିଜେଡି ବିଜେପିକୁ ଅନୁକରଣ କରୁଛି ବୋଲି କହିଲେ ଭୁଲ ହେବ ନାହିଁ । ମାତ୍ର ବିଜୁବାବୁଙ୍କ ଆଦର୍ଶ ଓ ନବୀନ ବାବୁଙ୍କ ଭାବମୂର୍ତ୍ତୀର ବିପରୀତ ଦିଗକୁ ଏହି ଅଟ୍ଟାଳିକା “ଶଙ୍ଖ ଭବନ” ସୂଚାଉଛି ବୋଲି ଭାବିଲେ ଭୁଲ ହେବ ନାହିଁ । ଯେଉଁମାନେ ବିଜୁବାବୁଙ୍କ ଆଦର୍ଶରେ ରାଜନୀତିକୁ ଆସିଥିଲେ ଓ ନବୀନ ବାବୁଙ୍କ ସହ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଛନ୍ତି ସେମାନେ ଏହି ନୂଆ ଅଫିସ୍ ଗଠନର ଆବଶ୍ୟକତାକୁ ସମର୍ଥନ କରିପାରିବେ କି ? ସାରା ଦେଶରେ ନିଜର ସରଳ ଓ ସାଧାସିଧା ଭାବମୂର୍ତ୍ତୀକୁ ନେଇ ରାଜନୀତି କରୁଥିବା ନବୀନ ବାବୁଙ୍କ ଏହି ଭବନ ନିର୍ମାଣ ପଛରେ ପ୍ରକୃତରେ ଇଚ୍ଛା ଥିଲା କି ? ପରିଶେଷରେ ଏହା ବିଜେଡି ପାଇଁ ଆଦର୍ଶ ଓ ସ୍ୱାଭିମାନର ପ୍ରତୀକ ନା ବିଜେଡିର ଧନ, କ୍ଷମତା, ଅହଂକାରର ପ୍ରତୀକ ହେବ ଅବା ବିଜେଡି ଦ୍ୱାରା ଚାଲିଥିବା ରୂପାନ୍ତରଣ ପ୍ରକ୍ରିୟାର ଏହା ଏକ ଅଂଶ ବିଶେଷ..?

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.