• About
  • Contact
Tuesday, August 18, 2026
Tuesday, August 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ସିଲଭର୍ ଜୁବୁଲି, ସତ୍ୟାଗ୍ରହ ଓ ୧୦୦ ବର୍ଷ…

ସିଲଭର୍ ଜୁବୁଲି, ସତ୍ୟାଗ୍ରହ ଓ ୧୦୦ ବର୍ଷ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୬ ଡିସେମ୍ବର ୨୦୨୨

ଡିସେମ୍ବର ୨୬ ତାରିଖ ବିଜୁଜନତାଦଳର ପ୍ରତିଷ୍ଠା ଦିବସ। ବିଜେଡିକୁ ୨୫ ପୂରି ୨୬ ଚାଲିଲା । ଶ୍ରୀକ୍ଷେତ୍ରରୁ ପୁଣି ୨୦୨୪ ପାଇଁ ଶଙ୍ଖ ଫୁଙ୍କିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ୨୫ ବର୍ଷର ଉତ୍ସବ ପାଳନ କରି ଦଳୀୟ କର୍ମୀଙ୍କୁ ଭଲ କାମ କରିବା ପାଇଁ ଉପଦେଶ ଦେଲେ ବିଜେଡି ସଭାପତି। ଏହା ସହିତ ବିଜେଡିରେ ସାମିଲ ହେବାପାଇଁ ସବୁବର୍ଗର ବ୍ୟକ୍ତିଙ୍କୁ ଦେଲେ ଆହ୍ୱାନ। ଏସବୁ ବ୍ୟତୀତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେଡି ସଭାପତି ବିଜୁ ଜନତା ଦଳର ସଫଳତାର ଶ୍ରେୟ ମହିଳା ମାନଙ୍କୁ ଦେବାସହ କହିଲେ ଯଦି ମହିଳାମାନେ ଚାହାଁନ୍ତି ତେବେ ବିଜେଡି ଆହୁରି ୧୦୦ ବର୍ଷ ଓଡ଼ିଶାର ସେବା କରିବ। ମହିଳା ଭୋଟବ୍ୟାଙ୍କ୍ ଉପରେ ଫୋକସ୍ କରି ଆସୁଥିବା ବିଜେଡି ଏଥିରୁ ହଟିବାର ନାହିଁ ବୋଲି ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି ଏହି ଅବସରରେ । ସେହିପରି ମିଶନ ଶକ୍ତିକୁ ଏକ ଗଣଆନ୍ଦୋଳନ ବୋଲି ଅଭିହିତ କରି ବିଜେଡି ସୁପ୍ରିମୋ ମହିଳା ଭୋଟରଙ୍କୁ ବିଜେଡିର ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ପୁଣିଥରେ ସଂଦେଶ ଦେଇଛନ୍ତି । ପୁରୀରେ ଆୟୋଜିତ ଏହି ବିଶାଳ ସମାବେଶ ସ୍ପଷ୍ଟ କରିଛି ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ବିଜେଡିର ରଣନୀତିକୁ।

ଏହି ସମାବେଶରେ ମଧ୍ୟ ଦଳ ଭିତରର ଅସନ୍ତୋଷକୁ ଯଥାସମ୍ଭବ ଚାପିରଖିବା ପାଇଁ ଉଦ୍ୟମ କରିଥିଲା ବିଜେଡି। କିଛି ଦିନ ପୂର୍ବରୁ ବିବାଦୀୟ ବୟାନ ଦେଇଥିବା ନେତା ତଥା ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ଏହି କାର୍ଯ୍ୟକ୍ରମରେ ।

ଅନ୍ୟପକ୍ଷରେ ବିଜେଡିର ଜନ୍ମଦିନ ପାଳନକୁ ମଧ୍ୟ ବରଦାସ୍ତ କରିପାରିନି ରାଜ୍ୟର ପ୍ରମୁଖ ବିରୋଧୀଦଳ ବିଜେପି । ଲୋକଙ୍କର ଦୃଷ୍ଟି ଆକର୍ଷଣ କରିବାପାଇଁ ଓ ଗଣମାଧ୍ୟମରେ ଖବରରେ ରହିବା ପାଇଁ ବିରୋଧୀ ବିଜେପି ସାରା ରାଜ୍ୟରେ ଡାକରା ଦେଇଥିଲା ସତ୍ୟାଗ୍ରହର । ଦଳୀୟ ନେତାମାନେ ବିଜେଡି ସରକାରର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ବିରୋଧରେ ପ୍ରତିବାଦ କରିଛନ୍ତି ବିଭିନ୍ନ ସ୍ଥାନରେ । ବିଜେପି ପକ୍ଷରୁ ଏକ ଭିନ୍ନ ବାର୍ତ୍ତା ଦେବାର ପ୍ରୟାସ କରାଯାଇଛି ଏହି ପ୍ରତିବାଦ ମାଧ୍ୟମରେ । ପଦ୍ମପୁର ଉପନିର୍ବାଚନ ଫଳାଫଳ ପରେ ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ବିଜେପି ଜଣାଇବାକୁ ଚେଷ୍ଟା କରିଛି। ବିଜେଡିର ମହିଳା କାର୍ଡ଼କୁ ପ୍ରତିହତ କରିବାକୁ ବିଜେପି ଶାସକ ଦଳର ମହିଳା ବିରୋଧୀ ହିଂସାତ୍ମକ କାର୍ଯ୍ୟକଳାପ ବାବଦରେ ଜୋରଦାର ଟିପ୍ପଣୀ ଦେଇଛି । ବିଭିନ୍ନ ସ୍ଥାନରେ ବିଜେପିର ନେତା ଓ କର୍ମୀମାନେ ସତ୍ୟାଗ୍ରହ ଆନ୍ଦୋଳନରେ ସାମିଲ ହେବାସହ ବିଧାନ ସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ରାଜ୍ୟପାଳଙ୍କ ନିକଟରେ ଦାବୀ କରିଛି ଦଳ ।

ରାଜ୍ୟ ରାଜନୀତିରେ ବିଜେଡିର ୨୫ ବର୍ଷ ପ୍ରତିଷ୍ଠା ଉତ୍ସବ ପାଳନ ଓ ବିଜେପିର ସତ୍ୟାଗ୍ରହ ରଣନୀତି ଏବେ ଚର୍ଚ୍ଚାରେ ରହିଛି । ଉଭୟ ଦଳ ଡିସେମ୍ବର ୨୬ ତାରିଖରେ ନିଜ ନିଜର ରଣନୀତି ଅନୁଯାୟୀ ରାଜନୈତିକ ଆଭିମୁଖ୍ୟକୁ ଏକ ବାର୍ତ୍ତା ଭାବରେ ଲୋକମାନଙ୍କ ନିକଟରେ ଉପସ୍ଥାପିତ କରିବା ପାଇଁ ଚେଷ୍ଟା କରିଛନ୍ତି ।

ତେବେ ଶାସକ ବିଜେଡି ୨୫ବର୍ଷ ପରେ ପୁଣି ୧୦୦ ବର୍ଷ କ୍ଷମତାରେ ରହିବାପାଇଁ ଇଚ୍ଛାବ୍ୟକ୍ତ କରିବା ଏବେ ରାଜ୍ୟ ରାଜନୀତିକୁ ଆଉ ଏକ ବାର୍ତ୍ତା ଦେଇଛି। ୨୦୨୪ ପୂର୍ବରୁ ମହିଳା ମାନଙ୍କୁ ୩୩ ପ୍ରତିଶତ ଆସନ ବିଜେଡି ବିଧାନସଭାରେ ଦେବାକୁ ଯାଉଥିବାର ଏହା ଏକ ସଙ୍କେତ ଭାବେ ବିଚାର କରାଯାଇ ପାରେ । ପୂର୍ବରୁ ଲୋକସଭା ଆସନରେ ବିଜେଡି ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ଦେଇଥିବା ବେଳେ ଆସୁଥିବା ବିଧାନସଭା ନିର୍ବାଚନରେ ଏହା ବିଧାନସଭା କ୍ଷେତ୍ରରେ ଲାଗୁହେବାର ସମସ୍ତ ସମ୍ଭାବନା ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ ଅସନ୍ତୁଷ୍ଟ ନେତାଙ୍କୁ ସାବାଡ଼ କରିବା ପାଇଁ ନୂଆ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ବିଜେଡି ଦଳରେ ସାମିଲ କରାଇବାକୁ ପ୍ରସ୍ତୁତ ବୋଲି ଏକ ବାର୍ତ୍ତା ମଧ୍ୟ ଦେଇଛି । ଯଦି ଆଗାମୀ ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ବିଧାନ ସଭାର ଟିକେଟ ବିଜେଡି ଦିଏ, ତେବେ ବିଜେଡିର ବର୍ତ୍ତମାନର ବିଧାୟକ ମାନେ କରିବେ କ’ଣ? ଏମାନଙ୍କ ମଧ୍ୟରୁ ଅନେକଙ୍କର ଟିକେଟ କଟିବ ନାହିଁ ତ? ବାହାରର ବ୍ୟକ୍ତିବିଶେଷମାନଙ୍କୁ ଦଳରେ ଯୋଗଦେବା ପାଇଁ ନିମନ୍ତ୍ରଣ କରି ଦଳରେ ଥିବା ଅସନ୍ତୁଷ୍ଟଙ୍କୁ ଦଳ ଛାଡ଼ିବା ପାଇଁ ସଂକେତ ଦେଲେ କି ବିଜେଡି ସଭାପତି? ଏପରିକି ଆଗାମୀ ସମୟରେ ବିଜେଡି ସରକାରର ନେତୃତ୍ୱ ମହିଳା ମାନଙ୍କ ଦ୍ୱାରା ନିୟନ୍ତ୍ରିତ ହେବାକୁ ଯାଉନାହିଁ ତ?

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.