• About
  • Contact
Wednesday, May 14, 2025
Wednesday, May 14, 2025
The Nirvik
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ତାମିଲନାଡ଼ୁରେ ୨୫ ଓଡ଼ିଶାରେ କେତେ ?

ତାମିଲନାଡ଼ୁରେ ୨୫ ଓଡ଼ିଶାରେ କେତେ ?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୩ ଜୁନ୍ ୨୦୨୩

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତାପାର୍ଟି ତାର ପ୍ରସ୍ତୁତିକୁ ଜୋରଦାର କରିଛି । ଏପରିକି ଅଣ ବିଜେପି ଶାସିତ ରାଜ୍ୟ ଗୁଡ଼ିକରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଏବେ ଅଧିକ ଫୋକସ୍ କରିବା ଆରମ୍ଭ କରିଦେଇଛନ୍ତି । ତାମିଲନାଡ଼ୁ ଗସ୍ତରେ ଯାଇ ଗୃହମନ୍ତ୍ରୀ ଅମିତ ଶାହା ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବା ସହ ଏହି ଦକ୍ଷିଣ ଭାରତୀୟ ରାଜ୍ୟ ଉପରେ ବିଜେପି ଆଗାମୀ ନିର୍ବାଚନରେ ଅଧିକ ନିର୍ଭର କରିବ ବୋଲି ସୂଚନା ଦେଇଛନ୍ତି । ତାମିଲନାଡ଼ୁ ଗସ୍ତ ସମୟରେ ଅମିତ ଶାହ କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ୱାରା ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସହ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଭେଟି ଆଲୋଚନା କରିଛନ୍ତି । ଶାହଙ୍କ ଏହି ଗସ୍ତ ବେଳର ଦୁଇଟି କଥା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି । ତାମିଲନାଡ଼ୁରୁ ଏନଡିଏ କୁ ଅତି କମ୍ ରେ ୨୫ଟି ଲୋକସଭା ଆସନ ମିଳିବା ଦରକାର ବୋଲି ଶାହ କହିବା ସହ ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ୩୦୦ରୁ ଅଧିକ ଆସନ ପାଇବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଶାହଙ୍କ ଏହି କଥାକୁ ଯଦି ବିଶ୍ଳେଷଣ କରାଯାଏ, ତେବେ ଏହା ସ୍ପଷ୍ଟ ହେଉଛି ଯେ, ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଜାତୀୟ ରାଜନୀତିରେ ୨୦୧୯ ରେ ପାଇଥିବା ସଫଳତାକୁ ଦୋହରାଇ ନପାରେ ଓ ଏକାକୀ ବିଜେପି ସରକାର ଗଢ଼ିବା ମଧ୍ୟ ସମ୍ଭବ ନ ହୋଇପାରେ । ବୋଧହୁଏ ବିଜେପି ନିଜର ସର୍ଭେ ମୁତାବକ ଆଗାମୀ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛି । ଏକାକୀ ସରକାର ଗଢ଼ିବା ସମ୍ଭବ ନହେଲେ ଅନ୍ୟ ଆଞ୍ଚଳିକ ଦଳ ଉପରେ ବିଜେପି ଅଧିକ ନିର୍ଭର କରିବ । ଏଣୁ ଅଣ ବିଜେପି ଆଞ୍ଚଳିକ ରାଜନୈତିକ ଦଳ ଉପରେ ବିଜେପି ଆଗାମୀ ୨୦୨୪ ନିର୍ବାଚନ ପୂର୍ବରୁ ଅଧିକ ଭାବେ ମିତ୍ରତା ସ୍ଥାପନ କରିବାପାଇଁ ଚାହିଁବ ।

ଶାହଙ୍କ ଏହି ଦୁଇ ପଦ କଥା ଏବେ ଓଡ଼ିଶା ରାଜନୀତିକୁ ପ୍ରଭାବିତ କରିବା ଭଳି ମନେହୁଏ । ଆସନ୍ତା ଜୁନ୍ ୧୭ ତାରିଖରେ ଅମିତ ଶାହ ଓଡ଼ିଶା ଗସ୍ତରେ ଆସୁଛନ୍ତି ବୋଲି ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ଏଣୁ ଶାହ ଓଡ଼ିଶା ଗସ୍ତରେ ଆସି ଓଡ଼ିଶାର ଶାସକ ଦଳ ପ୍ରତି ଓ ନିଜ ଦଳର କର୍ମୀ ଓ ନେତାଙ୍କ ପ୍ରତି କେଉଁ ମନୋଭାବ ପୋଷଣ କରିବେ ତାହାକୁ ନେଇ ଏବେଠାରୁ ରାଜନୈତିକ ମହଲରେ ଅଙ୍କକଷା ଆରମ୍ଭ ହୋଇଯାଇଛି । ଗତ ଲୋକସଭା ନିର୍ବାଚନରେ ବିଜେପି ଓଡ଼ିଶାରୁ ୮ଟି ଆସନ ପାଇବାରେ ସମର୍ଥ ହୋଇଥିଲା । ଚଳିତ ଥର ଅତି କମରେ ୧୨ଟି ଆସନ ଉପରେ ବିଜେପିର ନଜର ରହିଛି ବୋଲି ଶୁଣିବାକୁ ମିଳୁଛି । ଏଣୁ ଓଡ଼ିଶାର କେତୋଟି ଲୋକସଭା ଆସନ ଉପରେ ବିଜେପି ଫୋକସ୍ କରିବ ତାହା ଉପରେ ଶାହ ମୁହଁ ଖୋଲିବେ ବୋଲି ତାଙ୍କ ଦଳ ଅପେକ୍ଷା କରିଛି ।

ତେବେ କିଛି ରାଜନୈତିକ ସମୀକ୍ଷକଙ୍କ ମତରେ ଏଥର ନିର୍ବାଚନ ଏକ ନୂଆ ଫର୍ମୁଲାରେ ହେବାପାଇଁ ଯାଉଛି, ଯେଉଁଥିରେ ବିଜେପି ଓଡ଼ିଶାରୁ ୧୫ ଅଧିକ ଲୋକସଭା ଆସନ ନେବ ଓ ପ୍ରତିବଦଳରେ ବିଜେଡିକୁ ବିଧାନସଭା ଆସନରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ଛାଡ଼ିଦେବ, ଅର୍ଥାତ ବିଜେପିର ଦିଲ୍ଲୀ ଓ ବିଜେଡିର ପଲ୍ଲୀ ଦଖଲ ସ୍ଵପ୍ନ ସାକାର ହୋଇପାରିବ । ତେବେ ଏହି ଆକଳନ ଉପରେ ଅଧିକ ସମ୍ଭାବନା ସୃଷ୍ଟି କରିବ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ । ଯଦି ଶାହା ଏଠି ରାଜ୍ୟ ସରକାରଙ୍କ ବିରୋଧରେ ପାଟି ଫିଟାଇବେ ନାହିଁ, ତାହା ହେଲେ ଧରିନେବାକୁ ହେବ ଯେ, ବିଜେପି ଓ ବିଜେଡି ମଧ୍ୟରେ ଅଘୋଷିତ ବୁଝାମଣା ହୋଇସାରିଛି । ଅନ୍ୟ ପକ୍ଷରେ ଯଦି ଶାହା ଏଠାରେ ୨୦୧୯ ନିର୍ବାଚନ ଭଳି ରାଜ୍ୟ ସରକାରଙ୍କ ଉପରେ ଶାଣିତ ଆକ୍ରମଣ କରନ୍ତି ତେବେ ବୁଝାପଡ଼ିବ ଯେ, ଏପର୍ଯ୍ୟନ୍ତ କୌଣସି ବୁଝାମଣା ହୋଇନାହିଁ ।

Nirvik Bureau

Nirvik Bureau

Related Posts

The Delhi Message
Politics

The Delhi Message

by Nirvik Bureau
February 9, 2025

The Nirvik Bureau, Bhubaneswar, 9 February 2025 The AAP's resistance to the might of Modi and BJP has finally fallen...

Read more
A New BJD?

A New BJD?

June 26, 2024
Democracy in Indian Political Parties: Will it ever come back?

Democracy in Indian Political Parties: Will it ever come back?

June 10, 2024
End of an Era….but Why?

End of an Era….but Why?

June 6, 2024
ମଣିପୁର ହିଂସା ଓ ଅସହାୟ ସରକାର …

ମଣିପୁର ହିଂସା ଓ ଅସହାୟ ସରକାର …

June 30, 2023
ବିରୋଧୀ ମେଳି : ପାଟନାରୁ ଶିମଲା…

ବିରୋଧୀ ମେଳି : ପାଟନାରୁ ଶିମଲା…

June 26, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.