• About
  • Contact
Monday, August 24, 2026
Monday, August 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଟ୍ରେନ୍ ଦୁର୍ଘଟଣା ଓ କିଛି ଅସମାହିତ ପ୍ରଶ୍ନ…

ଟ୍ରେନ୍ ଦୁର୍ଘଟଣା ଓ କିଛି ଅସମାହିତ ପ୍ରଶ୍ନ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୫ ଜୁନ୍ ୨୦୨୩

ବାଲେଶ୍ୱରର ବାହାନଗା ଠାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ସରକାରୀ ସୂତ୍ର ଅନୁଯାୟୀ ୨୭୫ ଜଣ ମୃତ୍ୟୁବରଣ କରିଥିବା ବେଳେ ଅନେକ ଯାତ୍ରୀ ଏବେବି ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସାରାଦେଶ ଦେଖିଲା ଏଭଳି ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଓ ଜାଣିଲା ଦୁର୍ଘଟଣା ପରର ଚିତ୍ର । ବାଲେଶ୍ୱରକୁ ଛୁଟିଆସିଲେ ନେତା, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଆଦି ବ୍ୟକ୍ତି ବିଶେଷ ମାନେ । ସାରା ବିଶ୍ୱ ଦୁଃଖ ପ୍ରକାଶ କଲା ଏଭଳି ଏକ ଦୁର୍ଘଟଣା ପରେ । ଦେଶର କୋଣ ଅନୁକୋଣରୁ ଛୁଟିଲା ସମବେଦନାର ସୁଅ । କେନ୍ଦ୍ରସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଘୋଷଣା କଲେ କ୍ଷତିପୂରଣ ରାଶି । ଏସବୁ ସତ୍ତ୍ୱେ ଅନେକ ପରିବାର ହରାଇଲେ ନିଜର ପ୍ରିୟଜନଙ୍କୁ । ଅନେକ ପରିବାର ହୋଇଗଲେ ବେସାହାରା । ମୃତକଙ୍କ ପରିବାର ଆଖିରୁ ଏପର୍ଯ୍ୟନ୍ତ ଲୁହ ଶୁଖୁନି ଅବା କୋହ ଥମୁନି ।

ଏସବୁ ଭିତରେ ଏହି ଟ୍ରେନ୍ ଦୁର୍ଘଟଣା ଅନେକ ପ୍ରଶ୍ନ ଛାଡ଼ିଦେଇ ଗଲା ସମସ୍ତଙ୍କ ମନରେ । ଏହି ଦୁର୍ଘଟଣା ଘଟିଲା କାହିଁକି ? ଏଥିପାଇଁ କିଏ ଦାୟୀ ? ଏହି ଦୁର୍ଘଟଣା ପଛରେ ଅଛିକି କିଛି ଷଡ଼ଯନ୍ତ୍ର ? ରେଳବୋର୍ଡ଼ର ସୂଚନା ଅନୁଯାୟୀ ସିଗନାଲ୍ ତ୍ରୁଟିପାଇଁ ଏହି ଦୁର୍ଘଟଣା ଘଟିଛି କି ? ରେଳବାଇର ଇଲେକ୍ଟ୍ରୋନିକ ଇଣ୍ଟରଲକିଂ ବ୍ୟବସ୍ଥା ତ୍ରୁଟିପୂର୍ଣ୍ଣ ଥିଲା କି ? ରେଳ ଦୁର୍ଘଟଣା ରୋକିବା ପାଇଁ ପୂର୍ବରୁ ରେଳମନ୍ତ୍ରୀଙ୍କ ଦ୍ୱାରା ଘୋଷିତ “କବଚ” ବ୍ୟବସ୍ଥା କାର୍ଯ୍ୟକାରୀ ନ ହେବାର କାରଣ କ’ଣ ? କେବଳ ଏତିକି ନୁହେଁ ଆହୁରି ଏକାଧିକ ପ୍ରଶ୍ନ ମଧ୍ୟ ସାଧାରଣ ଲୋକଙ୍କ ମନରେ ଉଠିଛି । ଯେଉଁ ସମୟରେ ଦେଶରେ ଟ୍ରେନ୍ ର ଗତି ବୃଦ୍ଧି ନେଇ ଆଲୋଚନା ହେଉଛି, ଭାରତରେ ବୁଲେଟ୍ ଟ୍ରେନ୍ ଚାଲିବା ନେଇ ଯୋଜନା ପ୍ରସ୍ତୁତି ହେଉଛି, ସେହି ସମୟରେ ଜଣେ ସାଧାରଣ ଟ୍ରେନ୍ ଯାତ୍ରୀର ଜୀବନ ଅସୁରକ୍ଷିତ ହୋଇପଡ଼ିଛି କାହିଁକି ? ବର୍ଷ ବର୍ଷ ଧରି ଏତେ ପରିମାଣରେ ଟ୍ରେନ୍ ଦୁର୍ଘଟଣା ଘଟିଚାଲିଥିଲେ ମଧ୍ୟ ଏଥିରେ ପୂର୍ଣ୍ଣଛେଦ ନପଡ଼ିବାର କାରଣ କ’ଣ ? ବିଭିନ୍ନ ସମୟରେ ଅନେକ ଧନଜୀବନ କ୍ଷତି ହେବା ପରେ ଆମର ରେଳବାଇ ବିଭାଗ ଓ ରେଳମନ୍ତ୍ରୀ ମାନେ ଏ ଦିଗରେ କ’ଣ ପଦକ୍ଷେପ ନେଇଛନ୍ତି ? କାହିଁକି ଆଜି ଦିନରେ ଭାରତୀୟ ରେଳବାଇ ନିଜର ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାରେ ଅକ୍ଷମ ହେଉଛି ? ଟ୍ରେନ୍ କୁ ଆମ ଦେଶର “ଲାଇଫ୍ ଲାଇନ୍” ବୋଲି ସରକାର କହୁଥିବା ବେଳେ ଅନେକ ଲୋକଙ୍କ ଲାଇଫ୍ (ଜୀବନ) ସହ କିଏ ଖେଳୁଛି ଖେଳ ? ଏପରିକି ଆମ ଦେଶରେ ଘଟିଥିବା ଏକାଧିକ ଦୁର୍ଘଟଣା ପରେ ରେଳବାଇ ବିଭାଗ ଓ ଆମର ସରକାର ମାନେ ଏହାର ପ୍ରତିକାର କରିବାରେ ବାରମ୍ବାର ବିଫଳ ହେବାର କାରଣ କ’ଣ ?

ଏପରିକି ପ୍ରତି ଦୁର୍ଘଟଣା ପରେ କେନ୍ଦ୍ର ଓ ରାଜ୍ୟ ସରକାର କେବଳ ମୃତକଙ୍କ ପରିବାର ଲାଗି ସହାୟତା ରାଶି ଘୋଷଣା କରିବା ପରେ ସେମାନଙ୍କ ଦାୟିତ୍ୱ ଶେଷ ହୋଇଯାଉଛି କି ? କିଛି ସହାୟତା ରାଶି ପାଇବା ପରେ କ’ଣ କ୍ଷତିଗ୍ରସ୍ତ ପରିବାରର କ୍ଷତି ଭରଣା ହୋଇପାରିବ କି ? ଏଭଳି ଅନେକ ପ୍ରଶ୍ନକୁ ନେଇ ଏବେ ସାଧାରଣ ଲୋକଙ୍କ ଭିତରେ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଛି । ବାଲେଶ୍ୱରର ବାହାନଗା ଘଟଣାରେ ଦୋଷୀଙ୍କୁ ଖୋଜାଯାଇ ଦଣ୍ଡବିଧାନ କରାଯାଇ ପାରିବ ତ ? ନା ଅନ୍ୟ ଦୁର୍ଘଟଣା ପରି ଏହି ଦୁର୍ଘଟଣାକୁ ନେଇ ବିରୋଧୀଙ୍କ ଆକ୍ଷେପ ଓ କେନ୍ଦ୍ର ଓ ରାଜ୍ୟସରକାରଙ୍କ ସହାୟତା ଘୋଷଣା ଭିତରେ ଏହି ଦୁର୍ଘଟଣା ଆଉ ଏକ ଇତିହାସ ହୋଇ ରହିଯିବ ? ଆମ ଦେଶର ଟ୍ରେନ୍ ଯାତ୍ରୀ ମାନେ କେବେ ଏକ ନିରାପଦ ଟ୍ରେନ୍ ଯାତ୍ରା ଅନୁଭବ କରିବାର ସୁଯୋଗ ପାଇବେ ? ପରିଶେଷରେ ଏହି ଦୁର୍ଘଟଣା ପରେ ଲୋକଙ୍କ ମନରେ ଉଠିଥିବା ଏକାଧିକ ପ୍ରଶ୍ନ ସରକାରଙ୍କୁ ପଚାରିବ କିଏ ଓ ସରକାର କ’ଣ ଏସବୁର ଉତ୍ତର ଦେବାରେ ସକ୍ଷମ ହେବେ ?

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.