• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଉପନିର୍ବାଚନ, ଅଧୁରା ସ୍ୱପ୍ନ ଓ ପ୍ରାର୍ଥୀଚୟନ….

ଉପନିର୍ବାଚନ, ଅଧୁରା ସ୍ୱପ୍ନ ଓ  ପ୍ରାର୍ଥୀଚୟନ….
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୯ ନଭେମ୍ବର ୨୦୨୨

୨୦୧୯ ପରଠାରୁ ୭ଟି ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି । ପଦ୍ମପୁର ଉପନିର୍ବାଚନରେ ୩ଟି ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଖୋଜୁ ଥିବା ବେଳେ ବିଜେଡି ପକ୍ଷରୁ ପ୍ରାର୍ଥୀ ହେବା ପାଇଁ ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଙ୍କ ପରିବାରରୁ ଏକାଧିକ ସଦସ୍ୟ ଦାବି କରିବା ଆରମ୍ଭ କରିଦେଇଛନ୍ତି । ବିଜେଡି କାହାକୁ କରିବ ପ୍ରାର୍ଥୀ? ବିଜୟ ରଞ୍ଜନ ସିଂ ବରିହା ଙ୍କ ପରିବାରରୁ ନା ବାହାର କୌଣସି ବ୍ୟକ୍ତିଙ୍କୁ? ପରିବାରରୁ ପ୍ରାର୍ଥୀ ନଦେଲେ ଦଳ ଜିତିବା ଅସମ୍ଭବ ହେବ କି?

ଯଦି ଏହି ସବୁ ପ୍ରଶ୍ନର ଉତ୍ତର ଖୋଜାଯାଏ, ତେବେ ବିଭିନ୍ନ ସମୟରେ ହୋଇଥିବା ଉପନିର୍ବାଚନରେ ବିଜେଡି ହେଉ ଅବା ବିଜେପି ସମସ୍ତେ ମୃତ୍ୟୁବରଣ କରିଥିବା ବିଧାୟକଙ୍କ ପରିବାର ସଦସ୍ୟଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଜେପିର ପ୍ରାର୍ଥୀ ବାଲେଶ୍ୱରରେ ହାରିଥିବା ବେଳେ ଧାମନଗରରେ ଜିତିଛନ୍ତି । ବିଜେଡି ର ପ୍ରାର୍ଥୀ ମାନେ ପାଟକୁରା, ବିଜେପୁର, ତିର୍ତ୍ତୋଲ, ପିପିଲି, ବ୍ରଜରାଜନଗରରେ ବିଜୟ ଲାଭ କରିଛନ୍ତି । ହାରିବା ଅପେକ୍ଷା ପରିବାରରୁ ଠିଆ ହୋଇଥିବା ପ୍ରାର୍ଥୀ ଙ୍କ ବିଜୟ ସମ୍ଭାବନା ଅଧିକ ଥିବା ଏହି ଉପନିର୍ବାଚନ ଗୁଡ଼ିକର ଫଳାଫଳ ସ୍ପଷ୍ଟ କରିଛି । ଏବେ ପାଳି ପଦ୍ମପୁର ଉପନିର୍ବାଚନର । ଶାସକ ବିଜେଡି ଉପରେ ଏବେ ବରିହା ପରିବାରର ଏକାଧିକ ସଦସ୍ୟଙ୍କ ଚାପ ବଢ଼ିବାରେ ଲାଗିଛି । ସ୍ୱର୍ଗତ ବିଧାୟକଙ୍କ ପତ୍ନୀ ଏବଂ ପୁତୁରା ବୋହୁ ପ୍ରାର୍ଥୀ ହେବାନେଇ ଗଣମାଧ୍ୟମ ରେ ମୁହଁ ଖୋଲିଲେଣି । ପୂର୍ବ ଉପନିର୍ବାଚନ ଗୁଡ଼ିକର ଅନୁଭୂତି ହିଁ କହୁଛି ଶାସକ ବିଜେଡି ପରିବାର ସଦସ୍ୟଙ୍କୁ ଟିକେଟ ଦେବା ସମ୍ଭାବନା ଅଧିକ । ଯଦି ପରିବାରରୁ କାହାକୁ ବିଜେଡି ଟିକେଟ ନଦିଏ ତେବେ ଅନ୍ୟ ରାଜନୈତିକ ଦଳ ମଧ୍ୟ ଏହି ପରିବାରର ସଦସ୍ୟଙ୍କୁ ଟିକେଟ ଦେଇ ଅନୁକମ୍ପା ଭୋଟ ହାତେଇବାକୁ ଚେଷ୍ଟା କରିବେ ।

ଯଦି ଜଣେ ଲୋକପ୍ରତିନିଧିଙ୍କ ମୃତ୍ୟୁ ହୁଏ, ପରିବାର ସଦସ୍ୟଙ୍କୁ ଟିକେଟ ଦେବା ନିହାତି ଆବଶ୍ୟକ କି? ଗୋଟିଏ ପରିବାର ବ୍ୟତୀତ କ’ଣ ସେହି ନିର୍ବାଚନ ମଣ୍ଡଳୀରେ ଅନ୍ୟ ଯୋଗ୍ୟ ନେତା କେହି ନାହାନ୍ତି? ସତରେ କ’ଣ ପରିବାର ସଦସ୍ୟ ନିର୍ବାଚିତ ହେଲେ ନିର୍ବାଚନ ମଣ୍ଡଳୀ ପାଇଁ ଲୋକପ୍ରତିନିଧି ଜଣଙ୍କ ଦେଖିଯାଇଥିବା ସ୍ୱପ୍ନ ଗୁଡ଼ିକ ପୂରଣ କରିବା ସହଜ ହୋଇଥାଏ? ଲୋକ ପ୍ରତିନିଧି ମାନେ ଯାହା ସ୍ୱପ୍ନ ଦେଖିଥାନ୍ତି ଯଦି ତାହା ପୂରଣ ହୋଇ ନଥାଏ, ତେବେ ମୃତ୍ୟୁ ପୂର୍ବରୁ ନିଜର ପରିବାର ସଦସ୍ୟଙ୍କୁ ପୂରଣ କରିବା ପାଇଁ କହିଥାଆନ୍ତି କି? ଏଭଳି ପ୍ରଶ୍ନ ଏବେ ଭୋଟର ମାନେ ପଚାରିବା ଆରମ୍ଭ କଲେଣି । ବୋଧହୁଏ ବର୍ଷ ବର୍ଷ ଧରି ବିଧାୟକ ଓ ମନ୍ତ୍ରୀ ଥିବା ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲ, ସ୍ବର୍ଗତ ପ୍ରଦୀପ ମହାରଥୀ, ସ୍ବର୍ଗତ ଵିଷ୍ଣୁ ଦାସ ,ସ୍ବର୍ଗତ କିଶୋର ମହାନ୍ତି ଆଦି ନିଜ ନିର୍ବାଚନ ମଣ୍ଡଳୀ ନେଇ ଦେଖିଥିବା ସ୍ୱପ୍ନ ପୂରଣ କରିପାରିନଥିଲେ। ଅଧୂରା ରହିଯାଇଥିବା ସ୍ବପ୍ନକୁ ପୂରଣ କରିବା ପାଇଁ ତାଙ୍କ ପରିବାରର ସଦସ୍ୟଙ୍କୁ ବିଜେଡି ଟିକେଟ ଦେଇଛି। ସେହିପରି ଧାମନଗରରେ ମଧ୍ୟ ପୁଣି ଜଣେ ପରିବାରର ସଦସ୍ୟଙ୍କୁ ବିଜେପି ଟିକେଟ ଦେଇଛି ଓ ସ୍ବର୍ଗତ ଵିଷ୍ଣୁ ଚରଣ ସେଠୀଙ୍କ ଅଧୁରା ସ୍ବପ୍ନ ପୂରଣ ଲାଗି ଭୋଟର ମାନେ ତାଙ୍କ ପୁଅଙ୍କୁ ସମର୍ଥନ କରିଛନ୍ତି। ଯଦି ଏହି ଉପନିର୍ବାଚନ ଗୁଡ଼ିକରେ ରାଜନୈତିକ ଦଳ ମାନେ ଅଧୁରା ସ୍ବପ୍ନ ପୂରଣ ପାଇଁ ପରିବାର ଲୋକଙ୍କ ଉପରେ ଭରସା କରିଛନ୍ତି, ତେବେ ପଦ୍ମପୁରରେ ମଧ୍ୟ ଏହାର ବ୍ୟତିକ୍ରମ ହେବ କାହିଁକି?

ଏକଥା ପ୍ରମାଣିତ କରୁଛି ଯେ ଅଧିକ ଦିନ ରାଜନୀତିରେ ରହିଥିବା ଲୋକପ୍ରତିନିଧି ମାନଙ୍କ ନିଜ ନିର୍ବାଚନ ମଣ୍ଡଳୀ ପାଇଁ ସ୍ଵପ୍ନ ମଧ୍ୟ ଢ଼େର ଅଧିକ ହୋଇଥାଏ । ଯାହାକୁ ପୂରଣ କରିବା ସେମାନଙ୍କ କ୍ଷେତ୍ରରେ ସମ୍ଭବ ହୋଇନଥାଏ । ତେଣୁ ସେମାନେ ଦେଖିଥିବା ସ୍ୱପ୍ନ କେତେ ପୂରଣ ହୋଇଛି ଓ କ’ଣ କ’ଣ ବାକି ରହିଛି ତାହା କେବଳ ସେମାନଙ୍କ ପରିବାରବର୍ଗଙ୍କୁ ଜଣାଥାଏ । ଯେଉଁଥିପାଇଁ ପ୍ରାୟତଃ ରାଜନୈତିକ ଦଳ ସେହି ଅଧୁରା ସ୍ଵପ୍ନ ପୂରଣ କରିବାର ସୁଯୋଗ କେବଳ ସେହି ପରିବାରର ସଦସ୍ୟଙ୍କୁ ଦେବାକୁ ବାଧ୍ୟ ହୁଅନ୍ତି । ତେଣୁ ଉପନିର୍ବାଚନ ଗୁଡ଼ିକରେ ଅଧୁରା ସ୍ଵପ୍ନ ହିଁ ପ୍ରାର୍ଥୀଙ୍କ ସପକ୍ଷରେ ଅନୁକମ୍ପା ଭୋଟ ଆଣିବାରେ ସମର୍ଥ ହୁଏ।ଏହି ଥିଓରୀକୁ ବିଶ୍ୱାସ କରି ଶାସକ ଓ ବିରୋଧୀ ଦଳ ନିଜର ପ୍ରାର୍ଥୀ ଚୟନ କରିବା ସହ ନିର୍ବାଚନ ଜିତି ପାରୁଛନ୍ତି। ପାଟକୁରା, ତିର୍ତ୍ତୋଲ, ପିପିଲି, ବ୍ରଜରାଜନଗରରେ ଅଧୁରା ସ୍ଵପ୍ନ ପୂରଣ ପ୍ରତିଶ୍ରୁତି ଦେଇ ପ୍ରାର୍ଥୀଙ୍କୁ ଜିତାଇ ଥିବା ବିଜେଡି ପଦ୍ମପୁରରେ ଏହାର ବ୍ୟତିକ୍ରମ କରିବା ଆଶା କମ୍ । ତେବେ ବିଜେଡି ହେଉ କି ବିଜେପି ଅବା କଂଗ୍ରେସ ସମସ୍ତଙ୍କ ପ୍ରାର୍ଥୀ ଚୟନରେ ଅଧୁରା ସ୍ବପ୍ନ ପୂରଣ କୁ ଆଧାର କରି ପ୍ରାର୍ଥୀ ଚୟନର ନଜିର ରହିଛି । ମାତ୍ର ଏହି ସବୁ ନିର୍ବାଚନ ମଣ୍ଡଳୀର ଭୋଟର ମାନେ ଏବେ ବିଚାର କରନ୍ତୁ ସେମାନେ ଭୋଟ ଦେଇ ଜିତାଇ ଥିବା ପ୍ରାର୍ଥୀମାନେ କେତେ ସ୍ଵପ୍ନ ପୂରଣ କଲେଣି ଓ ଆଉ କେତେ ବାକି ରଖିଛନ୍ତି ।

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.