• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଭୋଟ ଦେଉଛି ପଦ୍ମପୁର…

ଭୋଟ ଦେଉଛି ପଦ୍ମପୁର…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୫ ଡିସେମ୍ବର ୨୦୨୨

ଆଜି ପଦ୍ମପୁରବାସୀ ଭୋଟ ଦେଉଛନ୍ତି। ସେମାନେ ବାଛିବେ ନିଜର ଲୋକ ପ୍ରତିନିଧି। ୩ଟିପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି। ପ୍ରଚାରର ଶେଷ ଭାଗରେ ଶାସକ ବିଜେଡି ଓ ବିରୋଧୀ ଦଳ ବିଜେପି ମଧ୍ୟରେ ଲଢ଼େଇ ବେଶ୍ ତୀବ୍ରତର ହେଉଛି ବୋଲି ସୂଚନା ମଧ୍ୟ ମିଳିସାରିଛି। ତେବେ ଏ ଲଢ଼େଇ ନେଇ ଏତେ ଉତ୍କଣ୍ଠା କାହିଁକି? କାହା ସପକ୍ଷରେ ଯାଇପାରେ ଜନମତ? କିଏ କିପରି ଲୋକଙ୍କ ଭୋଟ ପାଇବା ପାଇଁ ଚେଷ୍ଟା କରିଥିଲେ? ପଦ୍ମପୁର ବାସୀଙ୍କୁ ପ୍ରଭାବିତ କରିବା ଭଳି ପ୍ରମୁଖ ଘଟଣା ସବୁ କ’ଣ ହୋଇପାରେ? ଏହି ପ୍ରଶ୍ନର ଉତ୍ତର ହିଁ ସ୍ଥିର କରିବ ପଦ୍ମପୁରର ବିଜେତା କିଏ ହେବ । ଶାସକ ବିଜେଡିର ରଣନୀତି କହୁଛି ଏ ନିର୍ବାଚନ ଜିତିବା ପାଇଁ ଦଳ ସମସ୍ତ କଳ, ବଳ, କୌଶଳର ବ୍ୟବହାର କରିଛି। ଡଜନେରୁ ଅଧିକ ମନ୍ତ୍ରୀ, ୫୦ରୁ ଅଧିକ ବିଧାୟକ ଓ ନିଜ ସମର୍ଥିତ ଶାସନକଳକୁ ନିୟୋଜିତ କରିଛି ବିଜେଡି। ଏପରିକି ଶାସକ ଦଳ ସମର୍ଥିତ ଗଣମାଧ୍ୟମର ମଧ୍ୟ ଭରପୁର ଫାଇଦା ଉଠାଇଛି ଦଳ । ଏହା ସତ୍ତ୍ୱେ ମଧ୍ୟ ଶାସକ ଦଳ ପଦ୍ମପୁର ବାସୀଙ୍କୁ ଯେତେ ପ୍ରତିଶ୍ରୁତି ଦିଆଯାଇ ପାରେ ତାହା ଦେବା ସହ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଛି। ଜିଲ୍ଲା ଗଠନର ପ୍ରତିଶ୍ରୁତି, ବିଭିନ୍ନ ସମାଜ ଓ ସମ୍ପ୍ରଦାୟକୁ ଆର୍ଥିକ ପ୍ୟାକେଜ ସହ ପୁରୀ ଓ ଭୁବନେଶ୍ୱରରେ ଜମି ପ୍ରଦାନ ଘୋଷଣା ମଧ୍ୟ ରହିଛି। ତା’ପରେ ମଧ୍ୟ ବିଜେଡି ନେତାମାନଙ୍କ ମଧ୍ୟରେ ଜିତିବାର ଆତ୍ମ ବିଶ୍ୱାସ ନଥିଲା । ଶେଷରେ ବିଜେଡିର ଏକମାତ୍ର ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିଲା ଦଳ। ଗୋଟିଏ ଦିନରେ ୩ଟି ସଭା କରି ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗିଲେ । ଏପରିକି ନିଜର ଚିରାଚରିତ ଅନ୍ଦାଜରୁ ବାହାରକୁ ଯାଇ କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ରସରକାରଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ।

ଏହା ସହିତ ଶାସକ ଦଳର ମୁଖପତ୍ର ବୋଲି ଲୋକଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇଥିବା ଏକ ନ୍ୟୁଜ ଚ୍ୟାନେଲକୁ ମଧ୍ୟ ଲୋକଙ୍କୁ ପ୍ରଭାବିତ କରିବା ପାଇଁ ସଂପୂର୍ଣ୍ଣ ନିୟୋଜିତ କରାଯାଇଥିଲା। ବିଜେଡି କର୍ମକର୍ତ୍ତା ମାନେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସକୁ ଯାଇ ବିରୋଧୀ ଦଳର ନେତା ମାନଙ୍କ ନାଁରେ ରେକର୍ଡ ସଂଖ୍ୟକ ଅଭିଯୋଗ କରିଥିଲେ।

ସେହିପରି ପ୍ରମୁଖ ବିରୋଧୀ ଦଳ ବିଜେପି ମଧ୍ୟ ଧାମନଗର ବିଜୟ ପରେ ଏହି ଆସନକୁ ହାତେଇବା ପାଇଁ ୪ ଜଣ କେନ୍ଦ୍ରମନ୍ତ୍ରୀ ଓ ସମସ୍ତ ପ୍ରଭାବଶାଳୀ ନେତାଙ୍କୁ ପ୍ରଚାର ମଇଦାନରେ ଓହ୍ଲାଇଥିଲା। ପ୍ରଚାରର ମଙ୍ଗ ଧରିଥିଲେ ଓଡିଶାର ପ୍ରଭାବଶାଳୀ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୨୦୧୯ ସାଧାରଣ ନିର୍ବାଚନ ପରେ ଏକରକମ ନିରବତା ଅବଲମ୍ବନ କରୁଥିବା କେନ୍ଦ୍ରମନ୍ତ୍ରୀ ଏଥର ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛନ୍ତି। ବେଶ ଆକ୍ରମଣାତ୍ମକ ଢଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ସେ । ପ୍ରଚାରର ଆରମ୍ଭ ଠାରୁ ଶେଷଦିନ ପର୍ଯ୍ୟନ୍ତ ମଧ୍ୟ ରାଜ୍ୟ ସରକାରଙ୍କୁ ଜୋରଦାର ସମାଲୋଚନା କରିବାର କୌଣସି ମଉକା ଛାଡି ନାହାନ୍ତି ସିଏ । ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ ଗୁଡ଼ିକର ଜବାବ ରଖିଛନ୍ତି । ତେବେ ଏହା ସହିତ ଅପରାଜିତା ଷଡ଼ଙ୍ଗୀ ଓ ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ ପ୍ରଚାରରେ ସାମିଲ କରି ଧର୍ମେନ୍ଦ୍ର ଏକ ନୂଆ ବାର୍ତ୍ତା ଦେଇଛନ୍ତି ଦଳର କର୍ମୀ ମାନଙ୍କୁ।

ସେହିପରି କଂଗ୍ରେସ ପକ୍ଷରୁ ମଧ୍ୟ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବରିଷ୍ଠ ନେତାମାନେ ଘରକୁ ଘର ବୁଲି ପ୍ରଚାର କରିଛନ୍ତି। କଂଗ୍ରେସ ନିଜର ଭୋଟ ରକ୍ଷା କରିବାକୁ ଯଥେଷ୍ଟ ଚେଷ୍ଟା ମଧ୍ୟ କରିଛି।

ଏସବୁ ଭିତରେ ପଦ୍ମପୁର ବାସୀ ପାଇଛନ୍ତି କୋଟିକୋଟି ଟଙ୍କାର ପ୍ରତିଶ୍ରୁତି । ଜିଲ୍ଲା ଗଠନ ଠାରୁ ରେଳ ଲାଇନ ସଂଯୋଗ ପ୍ରସ୍ତାବ ମଧ୍ୟ ବେଶ ଗୁରୁତ୍ୱ ରଖେ ପଦ୍ମପୁର ବାସୀଙ୍କ ପାଇଁ। ପଦ୍ମପୁର ଦେଖିଲା ବିଜେଡି ଓ ବିଜେପିରକର୍ମୀଙ୍କ ଭିତରେ ହୋଇଥିବା ସଂଘର୍ଷ । ଆହୁରି ମଧ୍ୟ ଓଡିଶାର ଦୁଇଟି ନ୍ୟୁଜ ଚ୍ୟାନେଲ କିଭଳି ବିଜେଡି ଓ ବିଜେପିର କର୍ମୀଙ୍କ ଠାରୁ ଅଧିକ ବୋଲି ନିଜକୁ ଭାବି ନେଲେ ଓ ନିଜ ନିଜ ଭିତରେ ଲଢ଼େଇ କଲେ ତାହା ବି ଲୋକ ଦେଖିଲେ। ଆୟକର ବିଭାଗର ଚଢ଼ାଉ, ବାଣିଜ୍ୟକର ବିଭାଗର ଚଢ଼ାଉ ଆଦି ଘଟଣା ମଧ୍ୟ ଦେଖିଲା ପଦ୍ମପୁର। ଏବେ ଏହି ଅନୁଭୂତିକୁ ପାଥେୟ କରି ପଦ୍ମପୁରବାସୀ ସ୍ଥିର କରିବେ କିଏ ହେବ ତାଙ୍କ ଲୋକ ପ୍ରତିନିଧି ଏବଂ ପଦ୍ମପୁରର ଜନାଦେଶ ମଧ୍ୟ ସ୍ଥିର କରିବ ୨୦୨୪ ସାଧାରଣ ନିର୍ବାଚନରେ କାହାର ପଲ୍ଲା ଭାରୀ ରହିବ ।

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.