• About
  • Contact
Thursday, April 30, 2026
Thursday, April 30, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବାହୁଡ଼ା ଯାତ୍ରା

ବାହୁଡ଼ା ଯାତ୍ରା
Share on FacebookShare on Xshare on Whatsappshare on Linkedin
ଗଦାଧର ସାହୁ, ବ୍ରହ୍ମଗିରି, ପୁରୀ, ୧୫ ଜୁଲାଇ ୨୦୨୪

ସାଜେଣି ହୋଇଛି ତିନିରଥ
ବାହୁଡିବେ ପ୍ରଭୁ ଜଗନ୍ନାଥ,
ଜନ୍ମବେଦୀ ଛାଡି
ରତ୍ନବେଦୀ ଯିବେ,
ସରିଗଲା ନବଦିନ ଯାତ ।

ଭାଇ ଭଉଣୀଙ୍କୁ ସଙ୍ଗେ ନେଇ
ଗୁଣ୍ଡିଚା ରାଣୀଙ୍କୁ ଛାଡିଦେଇ,
ଭକତ ମେଳରେ
ପହଣ୍ଡି ହୋଇବେ,
ଲକ୍ଷ୍ମୀ ସାଆନ୍ତାଣୀ ଛନ୍ତି ଚାହିଁ ।

କାଆଗେ କହିବେ ମନକଥା
ବାହାରିବ ସମାଧାନ ରାସ୍ତା,
ଯାତ୍ରାରେ ନଆସି
ଲକ୍ଷ୍ମୀ ଋଷି ଛନ୍ତି,
ବୁଝିବେ କହିଲେ କେଉଁ କଥା ।

ବାଟେ ପଡିବ ମାଉସୀ ଘର
ପୋଡପିଠା ବାସ୍ନା ଆସେ ତାର,
ପିଠା ଖାଉ ଖାଉ
କଥା ଉଠାଇବେ,
ମାଉସୀ ଖୋଜିବ ବାଟ ତାର ।

ମାଆର ଅଧା ଅଟେ ମାଉସୀ
ସ୍ନେହରେ ଦିଏ ମୁଣ୍ଡ ଆଉଁସି,
ବାପରେ ଧନରେ
କେତେ କଥା କହି,
ସାହସ ଦିଅଇ ହସି ହସି ।

ସାହାସେ ଚଳିଲେ ଜଗନ୍ନାଥ
ଆଗେ ଚାଲୁଛନ୍ତି ଭଗ୍ନିଭ୍ରାତ,
ଲକ୍ଷ୍ମୀଙ୍କ କ୍ରୋଧକୁ
ଅଧା ସମ୍ଭାଳିଲେ,
ବାକି ସମ୍ଭାଳିବେ ଜଗନ୍ନାଥ ।

ଏତ ସଂସାରର ରୀତିନୀତି
ବନ୍ଧୁ ବାନ୍ଧବ ସାହସ ଶକ୍ତି
ବିପଦେ ଆପଦେ,
ଭାଇ ବନ୍ଧୁ ବସି
ସମାଧାନ ହୁଏ ରାତାରାତି ।

କବି ଗଦାଧର ସାହୁ

କବି ଗଦାଧର ସାହୁ

ବ୍ରହ୍ମଗିରି, ପୁରୀ
ଦୂରଭାଷ + ୭୨୦୫୪୦୧୨୧୩

Related Posts

ମଧୁବାବୁ
Literature

ମଧୁବାବୁ

by ପ୍ରଭୁକଲ୍ୟାଣ ମହାପାତ୍ର
April 29, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୯ ଏପ୍ରିଲ, ୨୦୨୬ ମଧୁବାବୁ ନାମେ ତୁମେ ରାଜ୍ୟେ ପରିଚିତ ଏମ.ଏସ.ଦାସ ଭାବେ ଦେଶରେ ବିଦିତ ପ୍ରକୃତରେ ତୁମେ ସାରା ପୃଥିବୀ ବିଖ୍ୟାତ...

Read more
ଉତ୍କଳ ର ଗୌରବ

ଉତ୍କଳ ର ଗୌରବ

April 28, 2026
What You Call Right

What You Call Right

April 18, 2026
ମହା ବିଷୁବ ସଂକ୍ରାନ୍ତି

ମହା ବିଷୁବ ସଂକ୍ରାନ୍ତି

April 14, 2026
ଗାଆଁର ବିକାଶ, କରୁଛି ହତାଶ

ଗାଆଁର ବିକାଶ, କରୁଛି ହତାଶ

April 11, 2026
A Dying Ember

A Dying Ember

April 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.