ସଚ୍ଚିଦାନନ୍ଦ ବେହେରା, ମାହାଙ୍ଗା , ୧୩ ଡିସେମ୍ବର ୨୦୨୪
ନୈରାଶ୍ୟ ମୟ ଜୀବନ ଆକାଶେ
ଆଶାର ସୁର୍ଯୋଦୟ
ତୁମ ଅନୁରାଗ ଅନୁଭା ଆଗମେ
ଲାଗେ ଆଜି ପ୍ରାଣ ମୟ।
ବୈରାଗୀ ଚାନ୍ଦ ସନ୍ୟାସିନୀ ତାରା
ଯାଇଛନ୍ତି ଯେବେ ୠଷି
ଚେନାଏ ଅକ୍ଷତ ଆଲୁଅର ଧାରେ
ତୁମ ମୁହଁ ଆସେ ଭାସି।
ଶଦ୍ଦ ଶ୍ରାବଣର ସାରେଗାମା ତୁମେ
ଶରତେ ଶିଶିର ମାଳା
ଫଗୁଣର ରଙ୍ଗେ ହୃଦୟ ଆଳ ୟେ
ଚିନ୍ମୟ ଚିତ୍ର ଶାଳା।
କୋମଳ କାବ୍ୟର ପଂକ୍ତି ଟେ ତୁମେ
ପୂଣ୍ୟର ପ୍ରିତ୍ୟା ଜଂଳି
ଭାବର ଭାବନା ବଳୟ ରେ ଲେଖା
ମନୋରମ ପଦାବଳୀ।






