• About
  • Contact
Friday, October 23, 2026
Friday, October 23, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅଣ୍ଟି

ଅଣ୍ଟି
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୬ ଜାନୁଆରୀ ୨୦୨୫

ଫୁଲ ଥାଏ ନିଆଁ ଥାଏ ପ୍ରଶାନ୍ତି ର ନିଅଁଟାଏ ଥାଏ
ନଜରରେ ନିଘା ଥାଏ ନିଘା ସବୁ ନଜରର ହୁଏ
ନିଆଁଲାଗେ ନୀରବରେ ଅଣ୍ଟିପୁରା ଆଣ୍ଟରେ ରହିଲେ
ଅଣ୍ଟିଏ ସମର୍ପଣର ଶରଧାକୁ ଗୋଡ଼େ ଆଡ଼େଇଲେ

ଆହାକୁ ଉହ୍ଯ ନରଖି ଆଖିଲୁହ ସଜେଇ ଦେଉଣୁ
କା’ଅଣ୍ଟିରୁ ପ୍ରେମପୁଞ୍ଜେ ସଞ୍ଜ ଖୋଜେ ତାରାଙ୍କ ଗହଣୁ
ଗହଣା ପରିକା ବାଜେ ଗହଗହ ମନ ଗାଆଁ ଦାଣ୍ଡେ
ସୁଖଗୁଡ଼ା ଅଣ୍ଟିପରି ଖୋଲୁଥିଲେ ଦୁଃଖ ପା ପାହୁଣ୍ଡେ

ଆସକ୍ତିର ଅସ୍ତରାଗେ ନିର୍ବାଣର ଉଦୟ ରାଗରେ
ଥିବା ନଥିବା ଦ୍ବନ୍ଦରେ ସମୟ ତା ଅଳପରେ ସରେ
ପାଦେ ପାଦେ ବଳ ହୁଏ ଅପାଦରେ ବିଶ୍ବାସ ଜୁଟାଏ
କିଛି କଥା କିଛି ବ୍ୟଥା ସମୟକୁ ଭେଟି ଦେଉଥାଏ

ଏହାତୁ ସେହାତ ଗଲେ ବାସ୍ନାର ସେ ରୂପ ବଦଳାଏ
ଅଣ୍ଟିଏ ସରାଗ ମେଳେ ଅଣ୍ଟି ଖାଲି ଭାବନାରୁ ଖିଏ।।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

ଗାନ୍ଧୀ ମାର୍ଗ ରାଜଧାନୀର
Literature

ଗାନ୍ଧୀ ମାର୍ଗ ରାଜଧାନୀର

by ପ୍ରଭୁକଲ୍ୟାଣ ମହାପାତ୍ର
October 21, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୧ ଅକ୍ଟୋବର ୨୦୨୬ ମହାତ୍ମା ଗାନ୍ଧୀ ମାର୍ଗ ରାଜଧାନୀର ରହିଥାଏ ତାହା ସଦା ଭରପୁର ଗର୍ଜନ ଶୁଭେ ସେଠି ପ୍ରତିପକ୍ଷର ବିକ୍ଷୋଭ ଅସ୍ତ୍ର ସାଜେ...

Read more
ଶାରଦୀୟ ଶକ୍ତି ପୂଜା : ତତ୍ତ୍ଵ ଓ ତାତ୍ପର୍ଯ୍ୟ

ଶାରଦୀୟ ଶକ୍ତି ପୂଜା : ତତ୍ତ୍ଵ ଓ ତାତ୍ପର୍ଯ୍ୟ

October 19, 2026
ନବରାତ୍ର ଷଷ୍ଠ ବିଭାବ (ମା କାତ୍ୟାୟନୀ)

ନବରାତ୍ର ଷଷ୍ଠ ବିଭାବ (ମା କାତ୍ୟାୟନୀ)

October 16, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୮୦)

October 15, 2026
ଚିହ୍ନ

ଚିହ୍ନ

October 13, 2026
ନିଆରା ମଣିଷ : ଶରତ ବାବୁ

ନିଆରା ମଣିଷ : ଶରତ ବାବୁ

October 12, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.