ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୦ ଜୁଲାଇ ୨୦୨୫
ଶେଷରେ ନିର୍ବାସିତ ହେଲା ମାଆ
ପିକଦାନୀ, ପାନବଟା,
ସବୁ ସେମିତି ପଡ଼ିରହିଲା।
ମାଆର ନିସ୍ତେଜ ହାତ
ନିସ୍ତେଜ ପାଦ
ଆଦୌ ଯିବାକୁ ଚାହୁଁ ନଥିଲା।
ଏକ ପ୍ରକାର
ଟାଣି ଟାଣି ନିଆଗଲା
ଘାତକ ଯେମିତି ନିଏ।
ଅନାସକ୍ତ ଭାବରେ
ଅନାଇ ରହିଥିଲା ମାଆ
କଣ କହିବାକୁ
ଚାହୁଁଥିଲା।