• About
  • Contact
Tuesday, March 10, 2026
Tuesday, March 10, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ରକ୍ଷାର ପ୍ରତୀକ: ରାକ୍ଷୀ

RaSpect Unveils Inspectica 3.0: Next-Generation AI-Powered Building Inspection Platform for Property Managers and Facility Engineers
Share on FacebookShare on Xshare on Whatsappshare on Linkedin
ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୯ ଅଗଷ୍ଟ ୨୦୨୫

ରକ୍ଷାର ବନ୍ଧନ ବହୁ ପୁରାତନ
କେହି ନ ପାରନ୍ତି କହି ।
କେବେ ଠାରୁ ତାହା ଆରମ୍ଭ ହୋଇଛି
ଇତିହାସେ ଲେଖା ନାହିଁ ।।

ମେୱାରକୁ ଥରେ ପଡ଼ିଲା ବିପତ୍ତି
ଇତିହାସ ଯା’ର ସାକ୍ଷୀ ।
ଗୁଜୁରାଟ ରାଜା ବାହାଦୁର ସାହା
ଆକ୍ରମଣ କଲେ ଆସି ।।

ଚିତ୍ତୋରର ରାଣୀ ସେ କରୁଣାବତୀ
ଶୁଣି ଘୂରିଗଲା ମଥା ।
ମୋଗଲ ସମ୍ରାଟ ହୁମାୟୁନ ଥିଲେ
ସେ ସମୟର କଥା ।।

ସାହାଯ୍ୟର ଭିକ୍ଷା ମାଗିଥିଲେ ରାଣୀ
ରାକ୍ଷୀଟିଏ ପଠାଇଲେ ।
ଭଗିନୀ ସମ୍ମାନ ରଖିବ ହେ’ ଭାଇ
ଭାବପୂର୍ଣ୍ଣ ସନ୍ଦେଶରେ ।।

ତତ୍-କାଳେ ସମ୍ରାଟ ସେନା ପଠାଇଲେ
ରଖିଲେ ଭଗିନୀ ମାନ ।
ଭାଇ ଭଉଣୀଙ୍କ ନିବିଡ଼ ସମ୍ପର୍କ
ହିନ୍ଦୁ ହେଉ ବା ଯବନ ।।

ଆଲେକଜାଣ୍ଡରଙ୍କ ଧର୍ମ ପତ୍ନୀ ଥିଲେ
ପୁରୁଙ୍କୁ ବାନ୍ଧିଲେ ରାକ୍ଷୀ ।
ବିଦେଶୀ ହେଲେ ବି ହିନ୍ଦୁ ଧର୍ମ-ଶାସ୍ତ୍ର
ଜ୍ଞାନ ଥିଲା ତାଙ୍କ କିଛି ।।

ଭଗିନୀଟେ ପାଇ ପୁରୁ ମହାରାଜ
ଗଦ୍ ଗଦ୍ ହୋଇଗଲେ ।
ଉପହାର ଦେଇ ଆଲେକଜାଣ୍ଡରଙ୍କୁ
ସ-ସମ୍ମାନ ବିଦା କଲେ ।।

ଭାଇ ଭଉଣୀଙ୍କ ନିବିଡ଼ ସମ୍ପର୍କ
ପୁରାଣ ଯୁଗରୁ ଅଛି ।
ଶ୍ରୀ ମନ୍ଦିରେ ମଧ୍ୟ ଜାଗା ବଳିଆଙ୍କୁ
ସୁଭଦ୍ରା ବାନ୍ଧନ୍ତି ରାକ୍ଷୀ ।।

ଦ୍ରୁପଦ ନନ୍ଦିନୀ ନାମ ଯାଜ୍ଞସେନି
ଶ୍ରୀଙ୍କୃଷ୍ଣଙ୍କ କ୍ଷତ ଦେଖି ।
ଅଙ୍ଗ ବସ୍ତ୍ର ଚିରି ବାନ୍ଧିଲେ ତତ୍-କ୍ଷଣେ
ଆଶ୍ୱସ୍ତି ଲଭିଲି ସଖୀ ।।

ଭାବର ଠାକୁର ଭକତ ବତ୍ସଳ
ଦ୍ରବିଭୂତ ହୋଇଗଲେ ।
କହିଲେ ପାଞ୍ଚାଳୀ ମାଗି ନିଅ ବର
ଯାହା ଇଚ୍ଛା ତୋ ମନରେ ।।

ପାଣ୍ଡବଙ୍କ ରାଣୀ ଯୋଡ଼ି ବେନି ପାଣି
କୁହନ୍ତି ସେ ବିନୟରେ ।
ସାହା ହୋଇଥିବ ଅନାଥ ଜନରେ
ଏତିକି ଅଳୀ ପୟରେ ।।

କୁରୁ ସଭା ସ୍ଥଳେ ବିପଦେ ବେଳରେ
ଘଞ୍ଚାଳୁଛି ଦୁଃଶାସନ ।
ଡାକଇ ପାଞ୍ଚାଳୀ ଆହେ ମହାବାହୁ
ରକ୍ଷାକର ଆର୍ତ୍ତତ୍ରାଣ ।।

କୋଟି ବସ୍ତ୍ର ହେଳେ ପ୍ରଭୁ ଖଞ୍ଜିଦେଲେ
ଝିଙ୍କି ଝିଙ୍କି ଦୁଃଶାସନ ।
ଥକିଗଲା ସିନା ଦେଖନ୍ତି ସକଳେ
ହୋଇଗଲା ସଂଜ୍ଞାହୀନ ।।

ବସ୍ତ୍ର ଚାଖଣ୍ଡକ ପାଇଁ ସିନା ପ୍ରଭୁ
ରଖିଲେ ଭଗିନୀ ମାନ ।
ରାକ୍ଷୀ ସୁତ୍ରେ ତାହା ରହି ଯାଇଅଛି
ଜାଣନ୍ତି ଜଗତ ଜନ ।।

ସୁଖରେ ଦୁଃଖରେ ଭଗିନୀ ଆଗରେ
ଭାଇ ହୁଏ ସଦା ଠିଆ ।
ଯେତେ ବାଧା ଆସୁ ଜୀବନ କାଳରେ
ଭାଇ ଏକା ମୋର ସାହା ।।

ଆଜିର ଦିନରେ ସଭ୍ୟ ସମାଜରେ
ମା’ ଭଉଣୀଙ୍କ ପାଇଁ ।
ଅ-ସୁରକ୍ଷିତ ସେ ମାନନ୍ତି ନିଜକୁ
ସଚେତନ ହୁଅ ଭାଇ ।।

ରକ୍ଷା ବନ୍ଧନର ପବିତ୍ର ଦିନରେ
ଶପଥ ନେବାରେ ଆସ ।
ନାରୀ ଜାତି ପ୍ରତି ସମ୍ମାନ ନ କଲେ
ଦେଶ ହୋଇଯିବ ଧ୍ଵଂସ ।।

ବିଜୟ କୁମାର ପାଣି

ବିଜୟ କୁମାର ପାଣି

ସମାଜସେବୀ ଏବଂ କବି

Related Posts

ଯୁଦ୍ଧ ସରୁ ବୋଲି କହନ୍ତିନି କେହି
Literature

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

by Manas Ranjan Mahapatra
March 10, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୦ ମାର୍ଚ୍ଚ ୨୦୨୬ କୁଳୁକୁଳୁ ଝରଣାମାନଙ୍କୁ 'ନଈ ହେଇ ଯା' ବୋଲି ଆଜିକାଲି କହନ୍ତିନି କେହି ସବୁ ଝର୍କାରେ ଭୟ କାଳେ...

Read more
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
The Season of Board Exams: A Mother’s Tale

The Season of Board Exams: A Mother’s Tale

March 2, 2026
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.